STORYMIRROR

ସୌମ୍ଯ ରଞ୍ଜନ ମହାପାତ୍ର

Tragedy

3  

ସୌମ୍ଯ ରଞ୍ଜନ ମହାପାତ୍ର

Tragedy

ସଂଘର୍ଷମୟ ଜୀବନ

ସଂଘର୍ଷମୟ ଜୀବନ

1 min
669

ବୟସର ଅପରାହ୍ଣରେ ଘରର ଏକ ନିଭୃତ କୋଣରେ ବସିଥିବା ବିପିନ ବାବୁଙ୍କ ଚକ୍ଷୁ ଯୁଗଳରୁ ବହି ପଡୁଥାଏ ଲୋତକ ଧାରା କେଇ ବୁନ୍ଦା। ଅତୀତର ଅଲିଭା ପୃଷ୍ଠା ଗୁଡ଼ାକ ଆପେଆପେ ମେଲି ହେଇ ଯାଉଥାଏ ଅବିରତ ଭାବେ। ପିଲାଟି ବେଳେ ଘରେ ପଇସା ପତ୍ର ନଥିବାରୁ ଦାଣ୍ଡ ଆଲୁଅରେ ବସି ପଢ଼ିବା ବେଳେ ଗାଁ ମାଇପି ମାନଙ୍କଠାରୁ କେତେଯେ ଟାହି ଟାପରା ଶୁଣିବାକୁ ମିଳିଛି ଏଣେ ବାପା ନିଇତି ମଦ ପିଇ ମାତାଲ ହେଇ ହଙ୍ଗାମା କରନ୍ତି।

ବାରଦୁଆର ଶୁଣ୍ଢି ପିଣ୍ଢା ହେଇ ବହୁ କଷ୍ଟରେ ଚାକିରୀ ଖଣ୍ଡିଏ ମିଳିଲା ପରଠାରୁ ବାହା ସାହା ହେଇ ବେଶ୍ କିଛି ଦିନ ଘର ସଂସାର ଏକ ରକମର ଚାଲିଥିଲା। ହେଲେ ଦଇବ ସହିଲାନି, ବିବାହର କିଛି ବର୍ଷ ପରେ ସ୍ତ୍ରୀ ଚାଲିଗଲେ। ଇଆଡ଼େ ଚାକିରୀ ସିଆଡ଼େ ତିନି ତିନିଟା ଛୁଆଙ୍କୁ ମଣିଷ କରିବା କେତେ ଯେ କଷ୍ଟ ସେ ହିଁ ଜାଣନ୍ତି।

ଏବେ ପୁଅ ବୋହୂ ଚାକିରୀ କରି ବାହାରେ, ଏଇ ବୟସରେ ବି ନିଜ ହାତରେ ରୋଷେଇ କରିବାକୁ ପଡୁଛି। ଆଖିରୁ ଠପ୍ ଠପ୍ ହେଇ ନିଗିଡ଼ି ପଡୁଥିବା ଅମାନିଆ ଲୁହକୁ ପୋଛିଦେଇ ବସିବା ଯାଗାରୁ ଉଠି କହୁଥାନ୍ତି, "ଏଇ ପା ଜୀବନ। "


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy