STORYMIRROR

ସୌମ୍ଯ ରଞ୍ଜନ ମହାପାତ୍ର

Classics

2  

ସୌମ୍ଯ ରଞ୍ଜନ ମହାପାତ୍ର

Classics

ଭକତ ସକାଶେ ଭଗବାନ

ଭକତ ସକାଶେ ଭଗବାନ

1 min
109

        ସେଦିନ ଟୁଟୁ ଆଉ ସୁଶାନ୍ତ ଯାଇଥିଲେ ନରସିଂହପୁର ଠାରୁ ଖଣ୍ଡେ ଦୂରରେ ଥିବା ଜୟପୁର ଗାଆଁ ପାଖ ଜଙ୍ଗଲରେ ପୂଜା ପାଉଥିବା ମାଆ ପ୍ରଗଳା ଠାକୁରାଣୀଙ୍କୁ ଦରଶନ କରିବାକୁ। ଅନେକ ବାଟ ଗଲାପରେ ଘଞ୍ଚ ଜଙ୍ଗଲରେ ସେ ଦୁହେଁ ବାଟବଣା ହେଇଗଲେ, କୁଆଡ଼େ ଯିବେ କିଛି ଜାଣି ପାରିଲେନି। ଠିକ୍ ଏତିକିବେଳେ ଚରମ ଧୁଡ଼ୁଧୁଡ଼ୁ ଦେହ ଥରଥର ହେଇ ହାତରେ କଟୁରୀଟାଏ ଧରି ଜଣେ ବୁଢ଼ୀ ଆସିଲା, ଦେଖିଲେ ଲାଗୁଥାଏ ଫୁଙ୍କି ଦେଲେ ଉଡ଼ିଯିବ। ସାହସ କରି ଏମାନେ ପଚାରିଲେ,"ମାଉସୀ! ପ୍ରଗଳା ଠାକୁରାଣୀଙ୍କ ଆସ୍ଥାନ କେଉଁଆଡ଼େ,ଆମେ ରାସ୍ତା ଭୁଲିଯାଇଛୁ ଟିକିଏ ବତେଇଦେବେ?" ବୁଢ଼ୀ ବାଟ କଢ଼େଇ ନେଲା। ସେମାନେ ପହଞ୍ଚିଗଲେ ମାଆଙ୍କ ପାଖେ,ହେଲେ ଦରଶନ ସାରି ଆସିଲା ବେଳକୁ ବୁଢ଼ୀଟି ଆଉ ନାହିଁ। 

       ସେ ଦୁହେଁ ବୁଝିଗଲେ ନିଜେ ମାଆ ପ୍ରଗଳା! ଆପଣା ଭକତର ଦୁଃଖ ସହି ନପାରି ବାଟ କଢ଼େଇ ଆଣିଥିଲେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Classics