STORYMIRROR

ସୌମ୍ଯ ରଞ୍ଜନ ମହାପାତ୍ର

Abstract Others

2  

ସୌମ୍ଯ ରଞ୍ଜନ ମହାପାତ୍ର

Abstract Others

ଗୌରବ ବାବୁଙ୍କ ଗର୍ବ

ଗୌରବ ବାବୁଙ୍କ ଗର୍ବ

1 min
131

ନିଜ ଝିଅଟିକୁ ଅତି ଅଲିଅଳିରେ ବଢ଼େଇ ଥିଲେ ଗୌରବ ବାବୁ। କୁଟା ଖଣ୍ଡକୁ ବି ଦିଖଣ୍ଡ କରିବାକୁ ଦେଇ ନାହାନ୍ତି,ଝିଅଟି ମଧ୍ୟ ପିଲାଟି ବେଳରୁ ବହୁତ ଭଲ ପଢ଼ୁଥିଲା। ବାବୁ ଯେଉଁ ଆଡ଼େ ଗଲେ ନିଜ ଝିଅର ପ୍ରସଂଶାରେ ଶତମୁଖ ହୋଇ ପଡ଼ୁଥିଲେ। ଶୁକ୍ଳପକ୍ଷର ଜହ୍ନ ପରି ଦିନକୁ ଦିନ ବଢ଼ିବାରେ ଲାଗିଲା ଝିଅଟି ସତେ ଅବା ବିଧାତା ସବୁତକ ସୁନ୍ଦରତା ଏଇଠି ଅଜାଡ଼ି ଦେଇଛି।


       ଏକଦା ସେଇ ଝିଅଟି ପାଖ ହରିଜନ ସାହିର ଏକ ପୁଅକୁ ପ୍ରେମ କରି ରାତିଅଧିଆ ଘରୁ ଗୋଡ଼ କାଢ଼ି ପଳେଇ ଗଲା। ଏକଥା ଜାଣିଲା ପରେ ବାବୁଙ୍କ ଗୋଡ଼ ତଳୁ ମାଟି ଖସିଗଲା, ଯାହାକୁ ନିଜର ସବୁତକ ସେନେହ,ଶରଧା ଆଉ ଭଲପାଇବା ଦେଇଥିଲେ ସିଏ ଆଜି ବିଶ୍ବାସରେ ବିଷ ଦେଇ ଦେଲା। ସବୁ ଯେମିତି ଦୁଃସ୍ବପ୍ନ ପରି ଲାଗୁଥାଏ, ଏହିସବୁ ଯେତିକି ବାଧୁ ନଥିଲା ତା'ଠୁ ଅଧିକା କାନରେ ବାଜୁଥିଲା ଗାଆଁ ମାଇପେଙ୍କ ଟାହି ଟାପରା। ଫୁସୁଫୁସୁ ହେଇ ଅନେକେ କହୁଥାନ୍ତି,"ଦେଖ! ଗୌରବ ବାବୁର ଗରବ କେମିତି କିଛି କ୍ଷଣିରେ ମାଟିରେ ମିଶିଗଲା।"


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract