STORYMIRROR

ସୌମ୍ଯ ରଞ୍ଜନ ମହାପାତ୍ର

Tragedy

3  

ସୌମ୍ଯ ରଞ୍ଜନ ମହାପାତ୍ର

Tragedy

ଅଭୁଲା ସେଇ ଅଲିଭା ଦାଗ

ଅଭୁଲା ସେଇ ଅଲିଭା ଦାଗ

1 min
187

      ସେଦିନର କଥା ସବୁ ମନେପଡ଼ିଗଲେ ଦେହ ଶୀତେଇ ଉଠେ ସୀତାକାନ୍ତ ବାବୁଙ୍କର ଆଜି ଏଇ ପରିଣତି ବୟସରେ। ପିଲାବେଳେ ବାପା ମରିଯାଇଥିଲେ ,ସାନ ଭାଈଭଉଣୀମାନଙ୍କ ସମସ୍ତ ଦାୟିତ୍ବ ଅଚାନକ ଅଜାଡ଼ି ହୋଇ ପଡ଼ିଥିଲା ତାଙ୍କରି ଉପରେ ସେଇଥିପାଇଁ ନିଜର ସବୁ ଦୁଃଖ କଷ୍ଟକୁ ଭୁଲି ଯାଇଥିଲେ। ଦିନରାତି ଏକ କରି ଦେଇଥିଲେ ସେମାନଙ୍କୁ ମଣିଷଟିଏ ପରି ମଣିଷ କରିବା ପାଇଁ। ଧୀରେ ଧୀରେ ବଡ଼ ହେବାକୁ ଲାଗିଲେ ଭାଈ ଭଉଣୀମାନେ ଆଉ ଆପଣା ଗୋଡ଼ରେ ନିଜେ ଠିଆ ହେବାକୁ ସଭିଏଁ ହେଲେ ସକ୍ଷମ।

     ବୋଧ ହୁଏ ଦଇବ ଅନ୍ୟ କିଛି ଚାହୁଁଥିଲା। ତଳ ଭଉଣୀଟି ସେଇ ଗାଆଁର ଜଣେ ବାତେରା ଟୋକାର ପ୍ରେମରେ ଫସିଯାଇ ଫେରାର ହେଇଗଲା। କାହା ଆଗରେ ମୁହଁ ଦେଖାଇବା ପାଇଁ ଆଉ କିଛି ରହିଲାନି। ହୃଦୟରେ ଗୋଟାଏ ଅଲିଭା ଦାଗ ହୋଇ ଅଭୁଲା ଭାବେ ରହିଗଲା ସବୁଦିନ ଯାଏଁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy