STORYMIRROR

ସୌମ୍ଯ ରଞ୍ଜନ ମହାପାତ୍ର

Abstract

2  

ସୌମ୍ଯ ରଞ୍ଜନ ମହାପାତ୍ର

Abstract

ଘର ସେ ତ ସରଗପୁର

ଘର ସେ ତ ସରଗପୁର

1 min
430

ପିଲା ଦୁଇଟିର ବାପା ହିଁ ସବୁକିଛି। ମାଆ ଚାଲିଗଲା ଠାରୁ ସେ ସେମାନଙ୍କୁ ଏଡିକି ବକଟେରୁ ଏଡ଼େ ବଡ଼ କରିଛନ୍ତି। ହେଲେ ବାପାଙ୍କ ପାଖରେ ସମୟ ନଥିବାରୁ ହୋଟେଲରୁ ସବୁବେଳେ ଖାଇବା ମଗାନ୍ତି, ଘରର ସବୁ ଜିନିଷ ବି ଏପଟ ସେପଟ ହୋଇ ପଡ଼ିଥାଏ ସେଥିପ୍ରତି କାହାର ନିଘା ନଥାଏ।ବେଳେବେଳେ ହୋଟେଲ ବନ୍ଦ ଥିଲେ ଇଆଡ଼ୁ ସିଆଡୁ଼ ଖାଇ ପେଟ ପୂରେଇବାକୁ ପଡ଼େ। ଏହିପରି ସମୟ ଚକରେ ତାଙ୍କ ସଂସାର ରଥ ଗଡ଼ି ଚାଲିଥାଏ।

ବଡ଼ ପୁଅ ବାହା ହେଲାରୁ ଘରକୁ ବୋହୂ ଟିଏ ଆସିଲା। ସେ ଆସିଲା ପରଠୁ ଆଉ କିଛି ଅସୁବିଧା ନାହିଁ ସବୁକିଛି ଠିକଠାକ୍। ସାନ ପୁଅ ଆବେଗରେ କହି ପକାଇଲା, "ବାପା! ଦେଖିଲ ଏଇ ନାରୀ ରତନ ପରଷରେ କେମିତି ଆମ ଅନ୍ଧାର ଘର ଆଲୁଅ ଜୁଆରରେ ସରଗ ପୁର ପାଲଟିଗଲା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract