STORYMIRROR

ସୌମ୍ଯ ରଞ୍ଜନ ମହାପାତ୍ର

Inspirational

3  

ସୌମ୍ଯ ରଞ୍ଜନ ମହାପାତ୍ର

Inspirational

ଗରବ ହରା ଗରୀବ

ଗରବ ହରା ଗରୀବ

1 min
420

ସାହୁ ବାବୁଙ୍କର ଭାଉ କହିଲେ ନସରେ। ପୁଲିସ ଚାକିରୀରେ ଥାଇ ଛୋଟ କାମଟିଏ ପାଇଁ ବି ଲାଞ୍ଚ ନ ନେଇ କାମ କରିବା ଆଜି ଯାଏଁ କେହି ଦେଖିନି। ଗରୀବ ଲୋକଗୁଡ଼ାଙ୍କୁ ସେ ପୋକ ମାଛି ପରି ଦେଖନ୍ତି, ଛି ଛାକର କରନ୍ତି ଆଉ କୁହନ୍ତି, "ହେଃ ସେମାନଙ୍କର ଔକାତ୍ ନାହିଁ।" ଉପୁରି ମାଲ୍ ରେ ସହରେ ତାଙ୍କର ପାଞ୍ଚ ପାଞ୍ଚ ମହଲା କୋଠା । ପୁଅ ତିନିଟାଙ୍କୁ ବି ଧରା ଧରି କରି ବଡ଼ ବଡ଼ ହାକିମ କରିଛନ୍ତି, କିଏ ଡାକତର ତ କିଏ ଇଞ୍ଜିନିୟର ଆଉ କିଏ କଲେକ୍ଟର।

ବାବୁ ପୁଅ ବାହା କଲାରୁ ଆଉ ଅବସର ନେଲା ପରଠାରୁ ପ୍ରୋମୋସନ ପାଇ ଯାଇଛନ୍ତି ବାରି ପଟ ଭଙ୍ଗା ଚାଳିଆ କୁଡ଼ିଆକୁ । ଗୋଟାଏ ଗୋଡ଼ ବି ପଙ୍ଗୁ ଆଉ ଚଳୁନି, ଗରୀବ ଲୋକଟେ ମାସକୁ କିଛି ବେତନ ପାଇ ବାବୁଙ୍କର ଦେଖାଶୁଣା କରେ। ସେ ଆସିଲେ ବାବୁଙ୍କୁ ଖାଇବାକୁ ଦିଏ ନହେଲେ ବାବୁ କତରା ଲଗା ହେଇ ସେମିତି ପଡିଥାନ୍ତି। ଜୀବନ ଯାକ ଯଉ ଗରୀବ ଗୁଡ଼ାଙ୍କୁ ଘୃଣା କରି ଆସୁଥିଲେ ଆଜି ସେଇ ଗୋଟିଏ ଗରୀବର ସାହାରାରେ ଜୀବନ ଜୀଉଁଛନ୍ତି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational