ଖିଏ ହସ
ଖିଏ ହସ


କାହାର କଅଁଳ ହାତର ପରଶରେ କତରା ଲଗା ହେଇ ଥରଥର ଥରୁଥିବା ବୁଢ଼ାଟିର ନିଦ ଚାଉଁ କିନା ଭାଙ୍ଗିଗଲା ଉଠି ଦେଖେତ ନାତିଟା ଆସି ପାଦ ଚିପି ଦେଉଛି। ବୁଢ଼ା ଥଙ୍ଗ ଥଙ୍ଗ ହେଇ କହିଲା, "ଆରେ ବାପ! ତୁ' କାହିଁକି ଏଠିକି ଆସିଚୁ ତୋ' ମମି ଜାଣିଲେ ମାରିବ।" ନାତି କହିଲା, "ତମ ଦେହରେ ଜର ବାରିପଟ ଭଙ୍ଗା ଗୁହାଳ ଘରେ ପଡ଼ିଛ ଓଷଦ ତ ଦୂର କଥା କାଇଁ ଦେଖି ଆସୁନି ତ, ତାହେଲେ ମାରିବ କେମିତି?" ସେ ତ ପୁଣି ଦିନେ ବୁଢ଼ି ହେବ । ଡାଡି ଖାଲି ଅଫିସ୍ କାମରେ ରହିଲେ ତୁମ କଥା ପଚାରେ କିଏ!
ଠପ୍ ଠପ୍ ନିଗିଡ଼ି ପଡ଼ୁଥିବା ଲୁହ ବୁନ୍ଦାକୁ ବୁଢ଼ା ପୋଛିଲା। ନାତି କହିଲା- ଜେଜେ ତୁମେ କାନ୍ଦୁଛ? ବୁଢ଼ା-"ନାଇଁରେ ତୋ ଭଳିଆ ନାତି ଥାଉ ଥାଉ ମୁଁ କାନ୍ଦିବି କାହିଁକି,ଇଏ ମୋ ଖୁସିର ଲୁହ। କେହି କେହି କହନ୍ତି," ଲୁହ ଆଉ ହସ ଏକା ସାଙ୍ଗରେ କେବେ ନଥାଏ,ଆଉ ଯେତେବେଳେ ଏକାଠି ଥାଏ ତାହା ବଡ଼ ଖୁସିର ମୁହୂର୍ତ୍ତ। " ନାତିର ମୁହଁରୁ ଖିଏ ହସ ଉକୁଟି ଆସିଲା।