STORYMIRROR

Banalaxmi Mohanty

Abstract

4  

Banalaxmi Mohanty

Abstract

ସାହାରା

ସାହାରା

1 min
230


ଗୋବିନ୍ଦ ପୁର ଗ୍ରାମରେ ରାମ ବାବୁଙ୍କ ଘର। ସ୍ଵାମୀ ସ୍ତ୍ରୀ ଓ ପୁତ୍ର କନ୍ୟାକୁ ନେଇ ଛୋଟ ପରିବାର। କିରାଣୀ ଚାକିରି ଖଣ୍ଡେ କରି ପରିବାର ଵେଶ ସୁରୁଖୁରୁରେ ଚଳାଉଥିଲେ। ପୁତ୍ର କନ୍ୟାଙ୍କ ବିଦ୍ୟା ଶିକ୍ଷା ପାଇଁ ସଯତ୍ନ ଥିଲେ। ବିଦ୍ୟା ଅଧ୍ୟୟନ ସମାପ୍ତ ହେବାପରେ, ପୁଅ ଯଦୁ ଇଣ୍ଟରଭ୍ୟୁ ରେ କୃତକାର୍ଯ୍ୟ ହେଲ। ଓ ସହରରେ ଚାକିରୀ କରିଲା। ରାମବାଵୁ ଭାବିଲେ ଯାହାହେଉ ବୁଢାକାଳେ ଯଦୁ ତାଙ୍କର ସାହାରା ହେବ। ରାମବାଵୁ ଚାକିରୀରୁ ଅବସର ନେଲାପରେ ଭାବିଲେ, ଏଥର ଝିଅ ବାହାଘର କରିବେ। ଭଲ ଘର ଦେଖି, ଭଲ ପିଲା ସହ ଝିଅ ବାହାଦେଲେ। 


କିଛିଦିନ ବିତିଗଲା। ଦୁର ବାହାଘର ପ୍ରସ୍ତାବ ଆସିଲା। ପୁଅ ବାହାଘର ସାରି କର୍ତ୍ତବ୍ୟ ଶେଷ କରିବାକୁ ସ୍ଥିର କଲେ। ପୁଅ ବାହାଘର ସରିଲା। କିଛି ଦିନ ହସ ଖୁସିରେ କଟିଲା।


ଆରମ୍ଭ ହେଲା ଦୁଃଖର ଦିନ। ବୋହୂ ଲିପି ଥିଲା ଉଗ୍ର ଆଧୁନିକ। ଶାଶୁ ଶ୍ବଶୁରଙ୍କୁ ବେଖାତିର କଲା। ଶେଷରେ ମଧୁକୁ ଶିଖାଇ ସହରକୁ ଚାଲିଗଲା। ବୁଢା ବୁଢୀ ଦୁଃଖେ କଷ୍ଟେ ଚଳିଲେ। ବିଧିର ବିଧାନ ବଡ ବିଚିତ୍ର, ପୁଅ ଚିନ୍ତା ରେ ତାଙ୍କ ସ୍ତ୍ରୀ ପରପାରିକୁ ଚାଲିଗଲେ। ଖବର ପାଇ ପୁଅ ବୋହୂ ଆସିଲେ ସିନା ହେଲେ ସୁଧିକ୍ରିୟା ପରେ ପୁଣି ସହରକୁ ଚାଲି ଯାଇଥିଲେ। 


ଏବେ ବୁଢା କାଳରେ ରାମବାଵୁ ଵେସାହାରା ହୋଇ କାଳ କାଟୁଛନ୍ତି। ଲହୁ ଲୁହ ଢାଳି ପୁଅକୁ ମଣିଷ କରିଥିଲେ, ବୁଢା ଦିନେ ତାଙ୍କ ସାହାରା ହେବ ହେଲେ ଏବେ ଭାବୁଛନ୍ତି ଜରାଶ୍ରମକୁ ଚାଲିଯିବେ। ବର୍ତ୍ତମାନ ସମାଜରେ ଘଟୁଥିବା ବାପା ମାଆଙ୍କ ପ୍ରତି ଅନ୍ୟାୟ ସତରେ ସୀମା ଟପିଗଲାଣି। ତେଣୁ ସାହାରା କେବଳ ଜରାଶ୍ରମ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract