STORYMIRROR

Banalaxmi Mohanty

Classics

3  

Banalaxmi Mohanty

Classics

ତୃଷ୍ଣାର ଆୟୁଷ

ତୃଷ୍ଣାର ଆୟୁଷ

1 min
222


ତୃଷ୍ଣାର ଅର୍ଥ ସାଧାରଣତଃ ଆମେ

ଶେଷକୁ ବୁଝିଥାଉ। ପାଣି ପିଇ ଦେଲେ ଶୋଷ ମେଣ୍ଟିଥାଏ। ତାର

ଆୟୁଷ ଅଳପ କ୍ଷଣ, ମାତ୍ର ବିଭିନ୍ନ 

ପ୍ରକାରର ତୃଷ୍ଣା ଅଛି ନମେଣ୍ଟିଲେ

କଷ୍ଟ ଲାଗେ। 


କିଛି ମନୁଷ୍ୟ ଙ୍କ ମନରେ ଧନ

 ସମ୍ପତ୍ତିର ତୃଷ୍ଣା ତ, କାହା ମନରେ ପ୍ରେମ ପ୍ରଣୟର ତୃଷ୍ଣା ଭରିରହିଥାଏ। 

ଆଉ ସେ ତୃଷ୍ଣା ର ଆୟୁଷ ସରେନା

ଯାହା ତାକୁ ବିପଦ ମୁହଁକୁ ଠେଲିଦିଏ। 


ଏଇ ଯେମିତି ଜଗଦୀଶ ବାବୁ

ତହସିଲ ଅଫିସରେ ଚାକିରୀକରି

ଅସାଧୁ ଉପାୟରେ ଟଙ୍କା ରୋଜଗାର

କରନ୍ତି। ସ୍ତ୍ରୀ ଙ୍କ ବାରଣ ସତ୍ତ୍ୱେ ଧନର

ସୀମାହୀନ ତୃଷ୍ଣା ତାଙ୍କୁ କବଳିତ କରେ।ଆଉ ତାହା ତାଙ୍କୁ ଶେଷରେ ବିପଦରେ ପକାଇଲା। ତାଙ୍କର ବ୍ୟାଙ୍କ୍ ବାଲାନ୍ସ ଓ ଫ୍ଲାଟ୍ ସବୁ ଭିଜ୍ ଲାନ୍ସ ହାତରେ ଧରା ପଡିଗଲା। ବର୍ତ୍ତମାନ ସେ ଜେଲ୍ ର ଚାରିକାନ୍ଥ ମଧ୍ଯରେ ଦିନକାଟୁଛନ୍ତି। ଅସତ ଉପାୟରେ ଧନ ଅର୍ଜନର ତୃଷ୍ଣା କେତେ ଭୟା ବହ।ତାହା ଏଥିରୁ ସ୍ପଷ୍ଟ

ବାରିହୁଏ।। ତେଣୁ ପ୍ରତ୍ୟେକ ମନୁଷ୍ୟ ହୃଦୟଙ୍ଗମ କରିବା ଉଚିତ୍ ଯେ, ତୃଷ୍ଣାର ଆୟୁଷ କ୍ଷଣସ୍ଥାୟୀ। ଆଉ ଅଧିକ ତୃଷ୍ଣା ମନୁଷ୍ୟକୁ ବିପଦରେ ପକାଇଥାଏ।। 





ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Classics