STORYMIRROR

Banalaxmi Mohanty

Tragedy

3  

Banalaxmi Mohanty

Tragedy

ନିରୁଦ୍ଦିଷ୍ଟ

ନିରୁଦ୍ଦିଷ୍ଟ

1 min
220


ନିରୁଦ୍ଦିଷ୍ଟ ଏପରି ଏକ ଶବ୍ଦ ଯାହା ଶୁଣିଲେ ମନରେ ନା ନା ଆଶଙ୍କା ଜାତ ହୋଇଥାଏ। ଯିଏ କେହି ବସ୍ତୁ, ପ୍ରାଣୀ ବା ମନୁଷ୍ୟ ନିରୁଦ୍ଦିଷ୍ଟ ହୋଇଗଲେ ମନରେ ବେଦନା ଭରିଯାଏ। 


ଠିକ୍ ଏଇ ଆମ ନୟାଗଡ ଜିଲ୍ଲାର ଝିଅ ପରୀ। ଖେଳିବାକୁ ଯାଇ ଆଉ ଘରକୁ ଫେରିନଥିଲା। ବାପା ମାଆ ଖୋଜା ଖୋଜି କରି ପାଇ ନଥିଲେ। ପରୀର ନିରୁଦ୍ଦିଷ୍ଟ ଖବର ଥାନାରେ ଜଣାଇଲେ। ପରୀ ନିରୁଦ୍ଦିଷ୍ଟତା ଖବର ଵିଜୁଳି ବେଗରେ ସାରା ରାଜ୍ୟରେ ଚହଳ ପକାଇ ଦେଲା। 


ହସିଲା ଖେଳିବା କୁନି ଝିଅର ନିରୁଦ୍ଦିଷ୍ଟ ହେବା ବାପା ମାଆ ଆଦୌ ସହିପାରୁନଥିଲେ। ତାଙ୍କ ଆଖିରେ ନାଚିଯାଉଥିଲା କୁନି ଝିଅ ପରୀର କଅଁଳ ମୁହଁ ଓ କାନରେ ଶୁଭୁଥିଲା ବାପା, ମାଆ ଡାକ। ଆଖିରୁ ବୋହିଯାଉଥିଲା ଅମାନିଆ ଅଶ୍ରୁର ବନ୍ୟା। 

ପୋଲିସର ଖୋଳତାଡ ପରେ ପରୀ ମିଳିଥିଲା ହେଲେ ମୃତ, କେଇ ଖଣ୍ଡହାଡ ଓ ତା,ପ୍ୟାଣ୍ଟ ସାର୍ଟ।କିପରି ପରୀର ମୃତ୍ୟୁ ହୋଇଥିଲା ତାହା ଏପର୍ଯ୍ୟନ୍ତ ସନ୍ଦେହ ଘେରରେ ରହିଛି।  ତା,ନିରୁଦ୍ଦିଷ୍ଟତାର କାରଣ ଏବେ ମଧ୍ୟ ସଠିକ୍ ଜଣାପଡିନି।


ହେଲେ ତାର ବାପା ମାଆ ପରୀକୁ ନ୍ୟାୟ ମିଳିବା ଆଶାରେ ଚାହିଁ ବସିଛନ୍ତି। ଆଖିରୁ ତାଙ୍କର ଲୁହ ଶୁଖୁନି,କୋହଭରା ହୃଦୟ ନେଇ ପ୍ରତି ମୁହୂର୍ତ୍ତରେ ଝିଅକୁ ଝୁରିହେଉଛନ୍ତି। 



ଏହି ନିରୁଦ୍ଦିଷ୍ଟତା କେତେ ଯେ,ଦାରୁଣ ପରୀ ଘଟଣାରୁ ସ୍ପଷ୍ଟ ଜଣା ପଡୁଛି।।





ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy