STORYMIRROR

Banalaxmi Mohanty

Tragedy

3  

Banalaxmi Mohanty

Tragedy

ତମ୍ଵୁ

ତମ୍ଵୁ

1 min
260


ଆମେ ଜାଣୁ ତମ୍ବୁ ମନୁଷ୍ୟକୁ ଖରା ବର୍ଷାରୁ ରକ୍ଷା କରିବା ସଙ୍ଗେ ସଙ୍ଗେ, ବିବାହ ବ୍ରତ ଓ ଅନ୍ୟାନ୍ୟ ଉତ୍ସବରେ ବ୍ୟବହାର କରାଯାଇଥାଏ। ବନ୍ୟା,ବାତ୍ୟାରେ ଘର ଭାଙ୍ଗିଗଲେ ଲୋକେ ତମ୍ବୁ ଟାଣି ଆଶ୍ରୟ ନିଅନ୍ତି। ଏମିତିତ ଏହା ଗରିବମାନଙ୍କର ସାହାରା କହିଲେ ଅତ୍ୟୁକ୍ତି ହେବ ନାହିଁ।


ଏଇ ଯେମିତି ଶଙ୍କର ପୁରର ଦନେଇ ସାହୁ। ଦିନ ମଜୁରିଆ ଭାବେ କାମ କରେ। ଚାଳ ଛପର ଘର ଖଣ୍ଡେ, ଘରେ ସ୍ତ୍ରୀ ଓ ପୁଅକୁ ନେଇ ତାର ସଂସାର ବେଶ୍ ସୁରୁଖୁରୁରେ ଚଳିଯାଉଥିଲା। ସେ ବର୍ଷ ଫନି ବାତ୍ୟାରେ ଘରତାର ମାଟିରେ ମିଶିଗଲା। ପର ଓଳିରେ ମୁଣ୍ଡ ଗୁଞ୍ଜିବାକୁ ପଡିଲା। ଦୁଃଖ କହିଲେ ନସରେ। ତମ୍ବୁ ଖଣ୍ଡେ ହେଲେ ଟାଣି ମୁଣ୍ଡ ଗୁଞ୍ଜନ୍ତା, ହେଲେ ସେତକବି ତାର ନଥିଲା। ସରକାରଙ୍କ ତରଫରୁ ଯେଉଁ ତମ୍ବୁ ମିଳିଲା ତାକୁ ବଡ ବଡିଆ ନେଇଗଲେ। ୱାର୍ଡ଼ ମେମ୍ବର ଓ ସରପଞ୍ଚଙ୍କ ପାଖକୁ ଦୌଡ଼ି ଦୌଡ଼ି କିଛିଲାଭ ହେଲାନି। ଶେଷରେ ଦନେଇ ବ୍ଲକ୍ ଅଫିସରଙ୍କ ପାଖକୁ ଗଲା। ଆଉ ସବୁ ଦୁଃଖ କହିଲା। 

ବାବୁ ଭାରି ଭଲ ଲୋକ,ତମ୍ବୁ ଖଣ୍ଡେ ଦେବାର ପ୍ରତିଶ୍ରୁତି ଦେଲେ। ଅଳ୍ପ ଦିନ ପରେ ତାକୁ ଅଫିସକୁ ଡକାଇ ତମ୍ଵୁଖଣ୍ଡେ ଦେଲେ। ଦନେଇର ଖୁସି କହିଲେ ସରେ, ସେ ଲମ୍ବ ହୋଇ ବାବୁଙ୍କ ଗୋଡତଳେ ପଡିଗଲା। ଭାବିଲା ଏଥର ମୁଣ୍ଡ ଗୁଞ୍ଜିବାକୁ ରାହା ମିଳିଗଲା। ପରେ ଧିରେ ଧିରେ ଛପର ଘର ଖଣ୍ଡେ କରିବ। 


ଆଉ ଭାବୁଥିଲା ଆଜିର ଦୁନିଆରେ ତେଲିଆ ମୁଣ୍ଡରେ ସମସ୍ତେ ତେଲ ଦିଅନ୍ତି, ନୁଖୁରା ମୁଣ୍ଡରେ ତେଲ ଦେବା ଲୋକ ଖୁବ୍ କମ୍। ଆଉ ମନେ ମନେ ଅଫିସର ବାବୁଙ୍କୁ ସାବାସି ଦେଉଥିଲା।। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy