STORYMIRROR

Banalaxmi Mohanty

Inspirational

3  

Banalaxmi Mohanty

Inspirational

ଶେଷ ସନ୍ତକ

ଶେଷ ସନ୍ତକ

1 min
221

ଶୁଭକାନ୍ତ ବସି ଭାବୁଥିଲେ ବିଗତ ଦିନର କଥା। ଆଉ ବୋଉର ଶେଷ ସନ୍ତକ ଦୁଇପଟ କଙ୍କଣକୁ ଏପଟ ସେପଟ ଲେଉଟାଇ ଦେଖୁଥିଲେ। ସେତେବେଳେ ଆଖିରୁ ବୋହି ଆସୁଥିଲା ଅମାନିଆ ଲୁହ। ଶୁଭକାନ୍ତ ବାପା ବୋଉଙ୍କର ଏକମାତ୍ର ଗେହ୍ଲା ପୁଅ। ପିଲାବେଳୁ ଉତ୍ତମ ଶିକ୍ଷା ଓ ସଂସ୍କାର ତାଙ୍କୁ ବାପା ବୋଉଙ୍କଠାରୁ ମିଳିଥିଲା। ସେ ତାଙ୍କ ବୋଉକୁ ଖୁବ୍ ଭଲ ପାଉଥିଲେ। ପାଠ ପଢା ଶେଷ ହେବା ପରେ ସେ ଇଞ୍ଜିନିୟର ଚାକିରୀଟିଏ ପାଇଲେ । ସେ ପୁଣି ଆମେରିକାରେ, ତେଣୁ ବୋଉ ବହୁତ ମନ ଦୁଃଖ କରୁଥିଲେ। ବୋଉର ଇଚ୍ଛା ଥିଲା ପୁଅକୁ ବାହାକରି ଆଣିବେ, ଆଉ ତାଙ୍କ ହାତର ପୂର୍ବ ପୁରୁଷର କଙ୍କଣ ତାକୁ ପିନ୍ଧାଇବେ। ହେଲେ ଅଳ୍ପ ଦିନ ମଧ୍ୟରେ ଶୁଭକାନ୍ତର ଜଏନିଂ ଲେଟର୍ ଆସିବାରୁ ସେ ହଠାତ୍ ଆମେରିକା ପଳାଇଲେ । ସେଥିରେ ତାଙ୍କ ବୋଉ ଶାନ୍ତିଦେଵୀ ପୁରା ଭାଙ୍ଗି ପଡିଲେ। ବାପା ସୁମନ୍ତ ବଡ ବଡ ଡାକ୍ତରଙ୍କୁ

ଆଣି ଚିକିତ୍ସା କରାଇଲେ। ହେଲେ ସେ ସବୁବେଳେ ପୁଅକୁ ଖୋଜିଲେ। 


ବାପା ବାଧ୍ୟ ହୋଇ ଶୁଭକାନ୍ତକୁ ଆସିବାକୁ ଫୋନ୍ କଲେ। ହେଲେ ଶୁଭକାନ୍ତ ପହଞ୍ଚିଲା ଵେଳକୁ ବୋଉ ଆର ପାରିକୁ ଚାଲି ଯାଇ ଥିଲା। ଶୁଭକାନ୍ତ ନିଜକୁ ଦୋଷୀ ମଣୁଥିଲେ।


ବାପାଙ୍କୁ ବୁଝାଇ ଶୁଖାଇ ଶୁଦ୍ଧି କ୍ରିୟା ପରେ ତାଙ୍କ ସହ ଆମେରିକାକୁ ନେଇଯାଇଥିଲେ। ଆଉ ସାଥିରେ ନେଇଯାଇଥିଲେ ବୋଉର ଶେଷ ସନ୍ତକଦୁଇପଟ କଙ୍କଣ।। 


ଆଜି କାହିଁକି ତାଙ୍କର ବୋଉ କଥା ବେଶୀ ମନେ ପଡୁଛି। ବୋଉର ଶେଷ ଇଚ୍ଛା ସେ ନିଶ୍ଚେ ପୁରଣ କରିବେ। ତେଣୁ ସେ ବୋଉର କଙ୍କଣ ଦୁଇପଟକୁ ହାତରେ ଏପଟ ସେପଟ କରି ଦେଖୁଥାନ୍ତି ଓ ତାଙ୍କ ଆଖିରୁ ବୋହି ଯାଉଥାଏ ଅବାରିତ ଅଶ୍ରୁ ଧାର। 


ଆଜି କାଲିର ପୁଅମାନେ ଶୁଭ କାନ୍ତଙ୍କ ପରି ହେବା ଉଚିତ୍। ଆଉ ବାପା ମାଆଙ୍କୁ ସମ୍ମାନ ଦେବା ଉଚିତ୍।। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational