STORYMIRROR

Banalaxmi Mohanty

Tragedy

3  

Banalaxmi Mohanty

Tragedy

ଆଖି

ଆଖି

1 min
244


ଆଖି ଆମ ଶରୀରର ଏକ  ମୂଲ୍ୟବାନ ଅଙ୍ଗ। ଆଖି ଯୋଗୁଁ ଆମେମାନେ ସୌନ୍ଦର୍ଯ୍ୟକୁ ଉପଭୋଗ କରିପାରୁ ଓ ସବୁ କାମ ସୁରୁଖୁରୁରେ କରିବା ସମ୍ଭବ ହୁଏ। ହେଲେ ଯାହାର ଆଖି ନଥାଏ ତା,ଜୀବନ ଜୀଇଁବା ଦୁର୍ବିସହ ହୋଇପଡେ। ଡଥାପି

ଆଧୁନିକ ଯୁଗରେ ବିଜ୍ଞାନର ଉନ୍ନତି ଫଳରେ ଅନ୍ଧମାନେ ମଧ୍ୟ ସବୁ କିଛି କରିବାକୁ ସକ୍ଷମ ହେଲେଣି।।ଏଇ ଯେମିତି ନରସିଂହ ପୁର ଗାଁର ଝିଅ ସାଗରିକା।


ସାଗରିକା ଉତ୍ତମ ବାବୁଙ୍କ ଅଲିଅଳି ଝିଅ।ଛୋଟ ବେଳୁ ବହୁତ ଗେହ୍ଲାରେ ବଢିଥାଏ। ଧୀରେ ଧୀରେ ବଡହୋଇ ସ୍କୁଲ ରେ ପାଠ ପଢିଲା। ସେ ଯେତେବେଳେ ଷଷ୍ଠ ଶ୍ରେଣୀରେ ପଢୁଥାଏ ସେତେବେଳେ ବସନ୍ତ ରୋଗରେ ଆକ୍ରାନ୍ତ ହୋଇ ଆଖି ଦୁଇଟି ହରାଇ ବସିଲା। ଘରେ ବାପା ମାଆଙ୍କ ମନ ଦୁଃଖରେ ଫାଟି ଯାଉଥାଏ। ହେଲେ ସାଗରିକା ତା ବାପା ମାଆଙ୍କୁ ସାନ୍ତ୍ଵନା ଦେଇ କହିଲା ଯାହା ଈଶ୍ୱରଙ୍କ ଇଚ୍ଛା ଥିବ ତାହା ହେବ ମନ ଦୁଃଖ କରନା। ଆଖି ନଥିଲେ ମଧ୍ୟ ମୁଁ ମୋ ଲକ୍ଷ୍ୟସ୍ଥଳରେ ପହଞ୍ଚି ପାରିବି। ବାପା ମୁଁ ଅନ୍ଧ ସ୍କୁଲରେ ଵ୍ରେଲି ଦ୍ଵାରା ପାଠ ପଢିବି। ବାପା ମଧ୍ୟ ତାକଥା ମାନିଲେ। ପ୍ରଥମେ ବ୍ରେଲିରେ ପଢିବାକୁ ସାଗରିକାକୁ ଟିକିଏ କଷ୍ଟ ଲାଗିଲା। ହେଲେ ତାର ଲକ୍ଷ୍ୟ ପଥରେ ସେ ଆଗେଇ ଚାଲିଲା। 


ଆଉ ପାଠପଢା ଶେଷରେ ଈଶ୍ୱରଙ୍କ ଦୟାରୁ ଅନ୍ଧ ସ୍କୁଲରେ ଶିକ୍ଷୟିତ୍ରୀ ଭାବେ ଚାକିରୀ କରିବାର ସୁଯୋଗ ପାଇଲା। ଆଖି ହରାଇ ଥିଲେ ମଧ୍ୟ ଦୃଢ ମନୋବଳ ଯୋଗୁଁ ସମାଜରେ ଜଣେ ସୁଶିକ୍ଷୟିତ୍ରୀ ଭାବେ ସେ ସମ୍ମାନ ପାଇଲା।ଆଖି ଥାଇ ମଧ୍ୟ 

କିଛି ମନୁଷ୍ୟ ଯାହା କରିପାରୁନାହାନ୍ତି ତାହା ସାଗରିକା ଅନ୍ଧ ହୋଇ କରିପାରିଲା ତେଣୁ ଦୁଃଖ ସମୟରେ ହାରିନଯାଇ ସାଗରିକା ଭଳି ଦୃଢ ମନୋବଳ ଦ୍ଵାରା ନିଜର ଲକ୍ଷ୍ୟ ହାସଲ କରିବା ଉଚିତ୍। 





ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy