ଚୋରା ବାଲି
ଚୋରା ବାଲି
ସମୟର ଚୋରା ବାଲିରେ କେତେ ବେଳେ ଯେ, କାହା ଭାଗ୍ୟରେ ଧସେଇ ପଶେ ତାହା ମନୁଷ୍ୟକୁ ଜଣା ନଥାଏ।ମନୁଷ୍ୟର ସବୁ ଆଶା ଓ ସ୍ବପ୍ନକୁ ଭାଙ୍ଗି ଚୁର୍ ମାର୍ କରିଦିଏ।
ଆଉ ସେତେ ବେଳେ ଜୀବନଟା ଦୁର୍ବିସହ ଲାଗେ। ଏଇ ଯେମିତି ଚିତ୍ତରଞ୍ଜନ ବାବୁ ଓ ତାଙ୍କ ପତ୍ନୀ ସବିତାଙ୍କ ଭାଗ୍ୟରେ ଘଟିଥିଲା।
ଛୋଟ କିରାଣୀ ଚାକିରିଟିଏ କରିବା ପରେ ଚିତ୍ତବାବୁଙ୍କ ଵିବାହ ସବିତାଙ୍କ ସହ ହୋଇଥିଲା। ବିବାହର ବର୍ଷକ ପରେ ଘରକୁ ଆସିଥିଲା କୁଳ ନନ୍ଦନ। ସମସ୍ତଙ୍କ ମନରେ ଆନନ୍ଦ କହିଲେ ନସରେ। ଧୀରେ ଧୀରେ ସମସ୍ତଙ୍କ ସ୍ନେହ ଆଦରରେ ପୁଅ ପୁପୁନ ବଢିବାକୁ ଲାଗିଲା। ତାକୁ ନେଇ ମାଆ ବାପାଙ୍କ ମନରେ ଅଧିକାରୀ ସ୍ଵପ୍ନ। ପୁଅକୁ ଭଲ ସ୍କୁଲରେ ପାଠପଢା ଭଲ ମଣିଷ କରିବେ, ଭବିଷ୍ୟତରେ ସେ ତାଙ୍କର ସାହାରା ହେବ। ଏମିତି ଅନେକ ସ୍ବପ୍ନ। ପୁଅ ମଧ୍ୟ ଭଲ ପାଠ ପଢୁଥିଲା। ଯେତେବେଳେ ତାକୁ ପାଞ୍ଚ ବର୍ଷ ସେ ସବୁ ପାଠରେ ପ୍ରଖର ବୁଦ୍ଧିର ସହ ଉତ୍ତର ଦେଉଥିଲା। ହେଲେ ଏସବୁ ଵେଶୀଦିନ ରହିଲା ନାହିଁ। ସତେ ଯେମିତି କାହାର ନଜର ଲାଗିଗଲା।
ଥଣ୍ଡା ଜ୍ବର ହୋଇ ତାକୁ ନିମୋନିଆ ହୋଇଗଲା। ଡାକ୍ତର ଖାନା ଗଲା। ହେଲେ ତା ରୋଗକୁ ଡାକ୍ତରମାନେ ହଠାତ୍ ବୁଝିପାରି ନଥିଲେ। ତାକୁ ଔଷଧ ଓ ଇଞ୍ଜେକସନ ଦେଲେ ତଥାପି ବଞ୍ଚାଇ ପାରିନଥିଲେ। ସବୁଦିନ ପାଇଁ ପୁରୀରେ ଆଖି ବୁଜିଲା।
ଚିତ୍ତ ବାବୁ ଓ ସବିତାଙ୍କର ସବୁ ସ୍ବପ୍ନ ଓ ଆଶା ସମୟର ଚୋରାବାଲିରେ ଚାପିହୋଇ ଗଲା। ଆଉ ଥିଲା ଖାଲି ପୁତ୍ର ଶୋକର ଯନ୍ତ୍ରଣା। ମନର କୋହ ମନରେ ମାରି ଦୁହେଁ ଚାହିଁ ରହିଥିଲେ
ଅନନ୍ତ ଆକାଶର ଦିଗ୍ ବଳୟକୁ।।