STORYMIRROR

Banalaxmi Mohanty

Inspirational

3  

Banalaxmi Mohanty

Inspirational

ଉଆଁସ

ଉଆଁସ

1 min
270


ଉଆଁସ ପରେ ପୁନେଇ ଓ ପୁନେଇ ପରେ ଉଆଁସ ଚିରାଚରିତ ଭାବେ ଆସିଥାଏ। କାହାପାଇଁ ସୁଖ ତ କାହାପାଇଁ ଦୁଃଖ ସେମିତି ଭୋଗକରିବାକୁ ହୋଇଥାଏ। 


ସେପରି ଏକ ଉଆଁସ ଅନ୍ଧାର ରାତିର

କଥା। ଗୋଟିଏ ଗାଆଁରେ ଗରିବ ପରିବାର ଟିଏ ବାସ କରୁଥିଲେ। ପରିବାରର ମୁଖ୍ୟ ଜୀବନ ମଳିକ। 

ଘରେ ତାର ସ୍ତ୍ରୀ ଓ ପାଞ୍ଚ ବର୍ଷର ପୁଅ। ସେ ମୁଲ ମଜୁରୀ ଲାଗି ପରିବାର ଚଳାଇ। ସବୁଦିନ ଜୀବନ

କାମକୁ ଗଲାବେଳେ ସ୍ତ୍ରୀ ମାଳତି ପଖାଳଭାତ ଓ ଆଳୁ ଚକଟା,ଲଙ୍କା,ଲୁଣ ଟିଫିନ୍ ରେ ପୁରାଇ ତା ହାତକୁ

ବଢାଇଦିଏ। ସଞ୍ଜ ପୂର୍ବରୁ ସେ କାମରୁ ଘରକୁ ଫେରେ। ଆଉ ମାଳତୀ ଭାତ, ତିଅଣ ରାନ୍ଧି ରଖିଥାଏ। ଜୀବନ ହାତ ଗୋଡ ଧୋଇ ତତଲା ଭାତ ଗଣ୍ଡିଏ ଖାଇ

ଆରାମରେ ଶୋଇଯାଏ।


ଦିନକର କଥା, ସେଦିନ ଜୀବନର ଘରକୁ ଫେରିବା ଡେରିହେଲା। ସଞ୍ଜ ଗଡି ଯେମିତି ରାତିହେଲା ମାଳତିର

ଚିନ୍ତା ବଢିଗଲା। ଏକତ ସେଦିନ ଉଆଁସ ଅନ୍ଧାର ରାତି ,ତାପରେ ମେଘ ପବନ ଉଠାଇ ଆସିଲା। ତା ମନରେ ନାନା ଆଶଙ୍କା ଦେଖାଦେଲା। ତାକୁ ଏକୁଟିଆ ଭାରି ଡର ଲାଗୁଥାଏ। ମନେ ମନେ ଭଗବାନଙ୍କୁ ପ୍ରାର୍ଥନା କଲା, ତା ସ୍ଵାମୀ କେମିତି ଭଲରେ ଆସି ଘରେ ପହଞ୍ଚନ୍ତୁ। କିଛି ସମୟପରେ ଅନ୍ଧାର ରାତିରେ ଗୋଟିଏ 

ମୋଟରସାଇକେଲ ଆଲୁଅ ପକାଇ ତାଙ୍କ ଘର ଆଡକୁ 

ଆସିଲା। ଆଉ ତାଙ୍କ ଗାଡି ପଛରୁ ଜୀବନ ଓହ୍ଲାଇଲା। ମାଳତୀ ସ୍ଵାମୀଙ୍କ ଦେଖି ଦମ୍ଭ ହେଲା। କାମରେ ଡେରି ହେବାରୁ କଣ୍ଟ୍ରାକ୍ଟର ନିଜେ ଆସି ଜୀବନକୁ ଛାଡି ଦେଇଗଲେ। ବାବୁ ଜଣଙ୍କୁ ମାଳତି ଧନ୍ୟବାଦ ଜଣାଇଲା।ଆଉ ସେ ଚାଲି ଗଲାପରେ ଈଶ୍ଵରଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଜଣାଉଥିଲା। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational