STORYMIRROR

Banalaxmi Mohanty

Inspirational

2  

Banalaxmi Mohanty

Inspirational

ପାଣିର ଗାର

ପାଣିର ଗାର

1 min
134


ପାଣିରେ କେବେ ଗାର ଟାଣି ହୁଏ ନାହିଁ।ଏହା ସଙ୍ଗେ ସଙ୍ଗେ ମିଳେଇ ଯାଏ । ଯେମିତି ମିଥ୍ୟା ପ୍ରତିଶ୍ରୁତି 

ନିମିଷକ ମଧ୍ୟରେ ଉଭେଇଯାଏ । ଏଇ ଯେମିତି ଯୁବକ ସୁମନ୍ତ ସବୁ ଆଶା ପାଣିର ଗାର ପରି ମିଳେଇ

ଯାଇଥିଲା। 


ଉଚ୍ଚ ଶିକ୍ଷିତ ମଧ୍ୟବିତ୍ତ ପରିବାରର ଯୁବକ ସୁମନ୍ତ। ଚାକିରୀ ଖଣ୍ଡିଏ ପାଇଁ ପ୍ରମାଣ ପତ୍ର ଧରି ଏ ଅଫିସ୍ ରୁ ସେ ଅଫିସ୍ ପ୍ରତିଦିନ ଦୌଡି ମଧ୍ୟ ଚାକିରୀ ଖଣ୍ଡେ ମିଳୁନଥାଏ। ଥରେ ଜଣେ ଅଫିସର କହିଲେ ମୁଁ ଚାକିରୀ ଦେବି, ହେଲେ ମୋତେ ପଚାଶ ହଜାର ଟଙ୍କା ଦେବ। ସୁମନ୍ତ ଚାକିରୀ ପାଇବା ଆଶାରେ ହଁ ଭରିଲା। ନିଜର

ଅଳ୍ପ କିଛି ଜମି ବନ୍ଧା ଦେଇ ଟଙ୍କା ଯୋଗଡ କଲା ଓ ଭାବିଲା ଏଥର ତାର ସବୁ ସମସ୍ୟା ସମାଧାନ ହୋଇଯିବ। 


ପରଦିନ ସେ ଟଙ୍କା ଧରି ଅଫିସ୍ କୁ ଗଲା। ଅଫିସର ବାବୁଙ୍କୁ ଟଙ୍କା ଦେବାରୁ ସେ ମନା କରିଦେଲେ। ତାଙ୍କର ଦେଇ ଥିବା କଥା ପାଣିର ଗାର ଭଳି ଉଭେଇ ଗଲା। ସେ କହିଲେ, ଆଉ ଜଣେ ଯୁବକ ଷାଠିଏ ହଜାର ଟଙ୍କା ଦେଇ ସେ ଚାକିରୀରେ ରହି ସାରିଲାଣି। ଏକଥା ଶୁଣି ସୁମନ୍ତର ପାଦତଳୁ ମାଟି ଖସିଲା ପରି ଲାଗିଲା। ସେ ହତାଶ ହୋଇ ଘରକୁ ଫେରିଲା। ଆଉ ମନେ ମନେ ଭାବୁଥିଲା ଏଇ ବଡ ବଡିଆ ଅଫିସରଙ୍କ ମିଥ୍ୟା ପ୍ରତିଶ୍ରୁତି କଥା

ପାଣିର ଗାର ଭଳି,ଆଉ ନିଜ ଭାଗ୍ୟକୁ ଦୋଷ ଦେଉଥିଲା। 

ଆଜିକାଲି ଅନେକ କ୍ଷେତ୍ରରେ ଏଭଳି

ଘଟଣା ଦେଖା ଯାଉଛି। ତେଣୁ କାହାରି ମିଥ୍ୟା ପ୍ରତିଶ୍ରୁତିରେ ଭାସି ନଯାଇ ବୁଝି ବିଚାରି କାର୍ଯ୍ୟ କରିବା

ଉଚିତ୍ । 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational