STORYMIRROR

Er. Suchismita Satpathy

Inspirational Others Children

4  

Er. Suchismita Satpathy

Inspirational Others Children

ସ୍ୱଧୀନତାର ସ୍ୱାଦ

ସ୍ୱଧୀନତାର ସ୍ୱାଦ

3 mins
61


ଆଜି ବହୁତ ଦିନପରେ ମୀନା ଦେବୀ ତାଙ୍କ ଶାଶୁଙ୍କୁ ମନ ଦୁଃଖରେ ବସି ଥିବାର ଦେଖିଲେ। ମିତୁର ଖବର ଶୁଣିବା ପରଠୁ ସେ ଟିକେ ନିରବ ହୋଇଯାଇଛନ୍ତି। ପରିଣତ ବୟସରେ ନାତି ବା ନିତୁଣୀଙ୍କ ସହ ସମୟ ଅତିବାହିତ କରିବା ରେ ଯେଉଁ ଆନନ୍ଦ ଥାଏ ତାହା ନିଜର ଯୌବନ ସମୟରେ ନଥାଏ। ତାହା ଅନୁଭବ କରିଛନ୍ତି ମୀନା ଦେବୀ ତାଙ୍କ ଶାଶୁ ଓ ଝିଅକୁ ଦେଖି। 


ମିତୁ ତାଙ୍କର ଗୋଟିଏ ବୋଲି ଝିଅ। ବାପା ମାଆଙ୍କର ଗୋଟିଏ ଛୁଆ ହେତୁ ବହୁତ ଗେଲ୍ହା ହୋଇଛି। ଜେଜେ ମାଆ ମଧ୍ୟ ଭାରି ଭଲ ପାଆନ୍ତି। ଦୁଇ ଜଣଙ୍କ ମଧ୍ୟରେ ଏକ ନିବିଡ଼ ଓ ଗଭୀର ବନ୍ଧନ ଦେଖିବାକୁ ମିଳେ। କଥାରେ ଅଛି ପରା "ମୂଳ ଠାରୁ ସୁଧ ଅଧିକ ପ୍ରିୟ।" 

ଆଧୁନିକ ଯୁଗ ସହ ତାଳ ଦେଇ ଜେଜେ ମାଆ ମଧ୍ୟ ନିଜକୁ ବେଳେବେଳେ ଷୋଳ ବୟସୀ ବୋଲି ଭାବିବାକୁ ପଛାନ୍ତିନି। କେଉଁଠି ନା କେଉଁଠି ମିତୁ ର ସ୍ପର୍ଶ ତାଙ୍କ ପାଖରେ ଦେଖିବାକୁ ମିଳେ। 

ମିତୁର ହେତୁ ପାଇବା ଦିନଠୁ ସେ ଯାହା ଚାହିଁଛି ତାକୁ ମିଳିଛି। ସେ ମନ ଦୁଖ କଲେ ଜେଜେମା ଙ୍କ ମନ କଷ୍ଟ ହୁଏ। ସବୁଠିକ ମାତ୍ର ଗୋଟିଏ କଥାକୁ ନେଇ ଦୁଇ ଜଣଙ୍କର ଜମାରୁ ମତ ମିଶେ ନାହିଁ। ଜେଜେମା ସବୁବେଳେ ଦେଶ ସ୍ୱାଧୀନ ଓ ସେଥିରେ ମାତୃଭୂମିର ଭକ୍ତ ମାନଙ୍କ ବଳିଦାନ କଥା ଆରମ୍ଭ କଲେ, ମିତୁ ଆରମ୍ଭ କରେ ତାର ଚିରାଚରିତ ଢଙ୍ଗରେ ବର୍ଣ୍ଣନା। 


ସ୍ୱାଧୀନତା କଣ। ଆମେ ତ ଘରେ ରହୁଛେ, ବିଦ୍ୟାଳୟକୁ ଯାଉଛୁ, ବଜାର ବୁଲିବାକୁ ଯାଉଛୁ। ଯାହା ଇଚ୍ଛା ତ ତାହା କରୁଛୁ। ଵାପା ମାଆଙ୍କ ସହ ଅନ୍ୟ ସ୍ଥାନକୁ ଭ୍ରମଣ କରିବାକୁ ବି ଯାଉଛୁ। କୌଣସି ଥିରେ ତ ଆମକୁ କେହି କିଛି କହୁନାହାନ୍ତି। ଆମର ଯାହା ଇଚ୍ଛା ତାହା କରୁଛୁ। ଖାଲି ଆମେ କାହିଁକି ସମଗ୍ର ଦେଶରେ ଲୋକମାନେ ନିଜ ଇଛାରେ ବଞ୍ଚିଛନ୍ତି। କାହାରି ତ କିଛି ଅସୁବିଧା ହେଉନି।ଏହାର ଉତ୍ତରରେ ଯେତେବେଳେ ଜେଜେମା ଆରମ୍ଭ କରନ୍ତି ତାଙ୍କ ସମୟର ସେହି ଅନ୍ତର ଫଟା ଦୁଃଖଦ ଅନୁଭୂତିକୁ ସେତେବେଳେ ମିତୁର ମୁଣ୍ଡ ବିନ୍ଧା ଵାହାରି ଯାଏ। ଏସବୁ ପୂରାଣ ଯୁଗର କଥା। ଏବେ ସେ କଥା ତୁମେ କାହିଁକି କହୁଛ କହି ଚୁପ କରାଇଦିଏ। 


ସେତେବେଳେ ଜେଜେମା କୁହନ୍ତି, ପରାଧୀନତାର ସଙ୍ଘର୍ଷ ଓ ତାର ଲୋମ କର୍ଷକ କାହାଣି କୁ ଯଦି ତୁମେ ପ୍ରକୃତରେ ଅନୁଭବ କରିପାରିବ ନାହିଁ ତେବେ ପ୍ରକୃତରେ ସ୍ୱାଧୀନତାର ସ୍ୱାଦ ଜାଣିପାରିବ ନାହିଁ। ଏହି କଥାଗୁଡିକ ମିତୁର ମଥା ଉପର ଦେଇ ଚାଲିଯାଏ। 


ଜେଜେମା ମନ ଦୁଃଖ ରେ ଭାବନ୍ତି ଯଦି ଆଜିକାର ପିଢୀ ପୂରାତନ ପିଢୀ ମାନଙ୍କର ବଳିଦାନ କୁ ଅନୁଭବ କରିପାରିବେ ନାହିଁ ତେବେ ଆମ ଦେଶର ଆତ୍ମା ସର୍ବଦା କ୍ରନ୍ଦନରତ ହେବ।ସଦା ସର୍ବଦା ଆମ ଦେଶ ମହାନ ର ନାରା ସେ ଘର ଭିତରେ ଦେଇ ଚାଲିଥାନ୍ତି।


ହଠାତ ଦିନେ ଖବର ଦେଖିଲେ ଚୀନର ଆସିଥିବା କରୋନା ଭାଇରସ ତାଙ୍କ ଅଞ୍ଚଳରେ ତାର କାୟା ବିସ୍ତାର କରିବାକୁ ଅଣ୍ଟା ଭିଡି ସାରିଛି। ଏହି ଶୁଣି ସେ ବ୍ୟସ୍ତ ହୋଇ ତାଙ୍କ ପୁଅ ଓ ବୋହୂକୁ କହିଲେ ମିତୁକୁ କୁହ ସେ ଚାକିରିରୁ ଛୁଟି ନେଇ ବାଙ୍ଗାଲୋର ରୁ ଶିଘ୍ର ପଳେଇଆସୁ। ତାହାହିଁ ହେଲା। କିଛି ଦିନ ପରେ ମିତୁ ଆସି ଘରେ ପହଞ୍ଚିଲା। ତାକୁ ଦେଖି ଜେଜେମା ଟିକେ ଆଶ୍ୱସ୍ତି ହେଲେ। 


ମାତ୍ର ସେତେବେଳକୁ ଭାଇରସ୍ ଟି ମିତୁକୁ କାବୁ କରି ନେଇଥିଲା। ପରୀକ୍ଷା ରୁ ଭାଇରସ୍ ଥିବାର ପ୍ରମାଣ ମିଳିଲା। ଡାକ୍ତର ଆସି କହିଲେ ହୋମ କ୍ୱାରେନଣ୍ଟାଇନ ରେ ରହିପାରିବେ। ତେଣୁ ତାଙ୍କ ଘରର ପଛ ପଟ ରୁମ କୁ ଲାଗି ଗଧୁଆଘର ଥିବାରୁ ସେଠାରେ ରହିବାର ସ୍ଥିର ହେଲା। ଅତି କମ ଆସବାବ ପତ୍ର ଓ ନିଜର ଖାଇବା ବାସନ ଧରି ତାକୁ ସେଠାରେ ରହିବାକୁ ହେଲା। କବାଟ ଖୋଲି ବାହାରକୁ ନ ଆସିବାକୁ ଆଶା ଦିଦି କହିଦେଇ ଗଲେ। 


ଭାରି ଅଡୁଆ ଲାଗିଲା ମିତୁକୁ। ଡେଣା ଝାଡି ଆକାଶ ସାରା ଉଡି ବୁଲୁଥିବା ଚଢେଇ ର ଡେଣା କାଟି ବାର କଷ୍ଟ ଅନୁଭବ କରିବାକୁ ଲାଗିଲା ମିତୁ ୨୧ ଦିନ କାହା ସହ କଥା ନାହିଁ, ଖାଲି ମୋବାଇଲ ଓ ସେ। ମାଆ ବାହାରୁ ଖାଇବା ଦେଇ ଆସନ୍ତି। ବାସ। ଦିନକୁ ଦିନ ନିଜକୁ ବନ୍ଦୀ ପରି ଭାବିବାକୁ ଲାଗିଲା ସେ। 

ସଦା ସର୍ବଦା ତାର ନିଜ ଲୋକ, ସାଙ୍ଗ ସାଥୀଙ୍କ କଥା ମନେ ପକାଇ ମନ ଦୁଃଖରେ ସମୟ କାଟିଲା। ଯେତେ ସ୍ୱାଦିଷ୍ଠ ଖାଦ୍ୟ ଦେଲେ ବି ସେ ଆଗ୍ରହ କଲା ନାହିଁ ଖାଇବାକୁ। ସେ ଘର ଭିତରେ ସବୁ ଥିଲେ ବି ଘୃଣା ଆସିଗଲା ତାକୁ। 


ସେତେବେଳେ ତାର ମନେ ପଡିଲା ଜେଜେମା କହୁଥିବା ପରାଧୀନ ଭାରତର ଗାଥା। ଭାରତମାତାର କେତେ ସନ୍ତାନ ସେମାନଙ୍କ ପ୍ରାଣବଳି ଦେଇଛନ୍ତି। ପରାଧୀନ କାହାକୁ କୁହାଯାଏ ଓ ତାହା କିପରି କଷ୍ଟ ଦାୟକ ତାହା ହୃଦୟରୁ ଅନୁଭବ କରିବାକୁ ଲାଗିଲା ମିତୁ। ଜେଜେମାଆ ଙ୍କର ସବୁ କଥା ଭାବି ଭାବି ସେ ହୃଦୟଙ୍ଗମ କରିବାକୁ ଲାଗିଲା ପରାଧୀନତାର କଣ। ତାର ୨୧ ଦିନ ପୂର୍ଣ୍ଣ ହେଲା। ସେତେବେଳକୁ ସେ ହୃଦୟଙ୍ଗମ କରି ସାରିଥିଲା ଜେଜେମା ଙ୍କ କଥାକୁ। 


ମୀନା ଦେବୀ ସକାଳୁ ଉଠି କହିଲେ, ଆଜି ମିତୁର ୨୧ ଦିନ ସରିଲା ସେ ଏବେ ଘର ଭିତରକୁ ଆସିପାରିବ। ଏହା ଶୁଣି ତାଙ୍କ ଶାଶୁଙ୍କ ମୁହଁରେ ଟିକେ ହସ ଫୁଟି ଉଠିଲା। ସେ ସିଧା ଘରୁ ବାହାରି ମିତୁ ପାଖକୁ ଧାଇଁଲେ। ମିତୁ ମଧ୍ୟ ଜେଜେମା ଙ୍କୁ ଦେଖି କୁଣ୍ଢେଇ ପକେଇ ଭଲ ଭୋ ଭୋ କାନ୍ଦିବାକୁ ଲାଗିଲା। 

ଜେଜେ ମା ଭାବୁଥିଲେ ଏତେ ଦିନ ପରେ ଦେଖିବାରୁ କାନ୍ଦୁଛି, ମାତ୍ର ମିତୁ ଯେ ପ୍ରକୃତ ସ୍ୱାଧୀନତାର ସ୍ୱାଦ ପାଇଥିବାରୁ ଖୁସିରେ କାନ୍ଦୁଛି ତାହା ସେ ବୁଝି ପାରୁନଥିଲେ।


Rate this content
Log in

Similar oriya story from Inspirational