ସ୍ୱାଧୀନତା ରେ ପାରିକୁଦ
ସ୍ୱାଧୀନତା ରେ ପାରିକୁଦ


ସ୍ୟପ୍ନ ଓ କୁହୁକର ମିଶାମିଶି କାହାଣୀଟିଏ ଭଳି ପାରିକୁଦ ଅଂଚଳର କାହାଣୀ। ଶୋଭା ବିମଣ୍ଡିତ, ଚିଲିକାର ନୀଳ ଉର୍ମିମାଳା, ଦେହ ଓ ମନକୁ ଆଚମ୍ବିତ କଲା ଭଳି ବିହଙ୍ଗମ, ବନ ଲତା ଓ କାକଳୀର ଶବ୍ଦ ସମୂହ, ସର୍ବପରି ମହୋଦଧିର କୂଳରେ ଏକ ଶାନ୍ତ ସରସ ଦ୍ୱୀପଟିଏ ପାରିକୁଦ। ଇତିହାସର ପୃଷ୍ଠାକୁ ଅବଲୋକନ କଲେ ଜାଣିବାକୁ ପାଇବା ସେଦିନର ପାରିକୁଦ ଓ ତାର ଜନସାଧାରଣଙ୍କ ଜୀବନର ନିଚ୍ଛକ କାହାଣୀ। କେବଳ ନୀଳ ଚିଲିକାରେ ଭାସମାନ ଡ଼ଙ୍ଗା ସଦୃଶ ଠାଏ ଠାଏ ଗାଆଁ । ଗୋଟିଏ ଗାଆଁରୁ ବାହାରି ଯିବାକୁ ହେଲେ ଡଙ୍ଗାର ସାହାଯ୍ୟ ନେବାକୁ ପଡିଥାଏ । ଏହିଭଳି ଏକ ଅଞ୍ଚଳକୁ ମଧ୍ୟ ଇଂରେଜମାନେ ଛାଡି ନେହିଲେ। ହେଲେ ଏଇ ସେ ଚିଲିକା ଓ ତାର ପକ୍ଷୀମାନେ ଖାଲି ଯେ ପାରିକୁଦର ଶୋଭା ବୃଦ୍ଧି କରନ୍ତି ସେତିକି ନୁହେଁ, ପାରିକୁଦକୁ ଅନେକ ଥର ଶତ୍ରୁ କବଳରୁ ମଧ୍ୟ ବଞ୍ଚେଇଛନ୍ତି ।
ଘାଟଣାକ୍ରମରେ ଦେଖିବାକୁ ଗଲେ ପାରିକୁଦ ଅଂଚଳର ରାଜା ସାହେବ, ପାରିକୁଦ ଗଡ ( ଅଧୁନା କୃଷ୍ଣପ୍ରସାଦ ଗଡ଼ ) ଠାରେ ରହି, ପ୍ରଜାପାଳନ କରନ୍ତି। ସେ ସମୟରେ ଜନୈକ ରାଜା ସାହେବ ଜଣେ ପ୍ରଜାବତ୍ସଳ ରାଜା ଭାବରେ ବେଶ ଜଣା ଶୁଣା। ନିଜ କରକୁ ମଧ୍ୟ ସେ ଅତି କମ ଆଦାୟ କରନ୍ତି। ପ୍ରଜାଙ୍କ ଦୁଖଃ ସୁଖରେ ସବୁବେଳେ ଠିଆ ହୁଅନ୍ତି। ଯଦିଓ ଭାରତ ସେତେବେଳେ ବ୍ରିଟିଶମାନଙ୍କ ଅଧୀନକୁ ଚାଲି ଯାଇଥିଲା ତଥାପି ଚିଲିକା ଓ ମହୋଦଧି ଘେରା ଏ ପାରିକୁଦ ବାସି ଚିନ୍ତା ଶୂନ୍ୟ ଥିଲେ। ବାଲୁଗାଆଁ ଠାରୁ ଦେଖିଲେ କୌଣସି ଗଛର ଛାଇ ଭଳି ଦେଖା ଯାଉଥିବା ପାରିକୁଦ ଭରି ରହିଥିଲା ଅନେକ ଅନେକ ବୀର ଯୋଦ୍ଧାରେ। ସମସ୍ତେ ତଲବାର ଚଳେଇବାରେ ଥିଲେ ସିଦ୍ଧହସ୍ତ। କେତେକ ଦେଶ ବିରୋଧୀ ଲୋକମାନେ ଯେପରି ଇଂରେଜମାନଙ୍କୁ ରହସ୍ୟ ଉନ୍ମୋଚନ କରି, ଭାରତକୁ ବିକି ଦେଇଥିଲେ, ଠିକ ସେମିତି କିଛି ଲୋକ ଏହି ପାରିକୁଦ ସମ୍ପର୍କରେ ଜଣେଇଦେଲେ।
ଇଂରେଜ ସରକାରଙ୍କ ନିକଟରେ ସବୁକିଛି ସମ୍ଭବ ହୋଇ ପାରିଥିଲା। ବନ୍ଧୁକ ମୁନରେ କିଛି ବି କରି ପାରୁଥିଲେ ସମସ୍ତେ । ଗୋରା ସାହେବ ମାନେ ଚିନ୍ତା କଲେ ଡଙ୍ଗା ସାହାଯ୍ୟରେ ପାରିକୁଦକୁ ଆସି ଏଠାରେ ମଧ୍ୟ ସେମାନଙ୍କ ଆଧିପତ୍ୟ ବିସ୍ତାର କରିବେ। ଏକ ହଜାରରୁ ଅଧିକା ସିପାହୀ ନେଇ ବାହାରିଲେ ପାରିକୁଦ ଅଭିମୁଖେ। ବାଲୁଗାଆଁ ଠାରୁ ଡଙ୍ଗାରେ ଆସିବାକୁ ସଜବାଜ ହେଲେ ବିଦେଶୀ ଜାତି।
ସେଦିନ ବଡି ଭୋରରୁ ବାହାରି ଆସିଲେ ଡଙ୍ଗାରେ ପାରିକୁଦ ଅଭିମୁଖେ । କାଳିଜାଇ ପାହାଡ଼ ପାଖାପାଖି ଡ଼ଙ୍ଗା ଲାଗିଛି କି ନାହିଁ ହଠାତ ସେମାନେ ଡ଼ଙ୍ଗାକୁ ମଝି ନଈରେ ରୋକିଦେଲେ। ସେମାନଙ୍କ ମୁଖିଆ ହଠାତ ଜାଣିବାକୁ ପାଇଲେ ଯେ ଦୂରରୁ ଦିଶୁଥିବା ପାରିକୁଦର ଲକ୍ଷ୍ୟ ଲକ୍ଷ୍ୟ ସୈନିକ ଧାଡି ଧାଡି ହୋଇ ବନ୍ଧୁକରେ ସୁସଜିତ ହୋଇ ଯୁଦ୍ଧ ପ୍ରତୀକ୍ଷିତ। ଯେତେବେଳେ କି ପାରିକୁଦ ରାଜାଙ୍କ ଅସ୍ତ୍ରାଗାରରେ ଗୋଟିଏ ବି ବନ୍ଦୁକ ନଥିଲା। ଭୟ ଓ ନିରାଶାରେ ସମୟ କାଟୁଥିବା ପାରିକୁଦବାସୀ ଟିକିଏ ଅଶ୍ୱସ୍ତି ଅନୁଭବ କଲେ । କିନ୍ତୁ କାରଣ କଣ ହୋଇପାରେ ?
ବ୍ରିଟିଶମାନେ ପଛକୁ ଘୁଂଚି ଯାଇ ଏ ବିଷୟରେ ବହୁତ ଆଲୋଚନା କଲେ। ଏତେ ସୈନିକ ପାରିକୁଦରେ ଆସିଲେ କୋଉଠୁ ? ପରେ ସେମାନେ ଜାଣିବାକୁ ପାଇଲେ ପ୍ରକୃତରେ ସେମାନେ ସୈନିକ ନଥିଲେ। ସେମାନେ ଥିଲେ "ଏରାବଗ". ।
ଯେଉଁମାନେ କି ଧାଡି ଧାଡି ହୋଇ ବସିଥିଲେ। ଯାହା ଇଂରେଜମାନଙ୍କ ମନରେ ଭୟ ସୃଷ୍ଟି କରିଥିଲା। ଫଳ ସ୍ୱରୂପ ଏଇ ଚିଲିକା ଓ ତାର ପକ୍ଷୀମାନେ ପାରିକୁଦକୁ ଇଂରେଜମାନଙ୍କ ଠାରୁ ପାରିକୁଦକୁ ବଞ୍ଚେଇ ପାରିଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ ଅବଶ୍ୟ କଳେ ବଳେ କୌଶଳେ ସେମାନେ ପାରିକୁଦ ଅଧିକାର କରିନେଲେ।
ପାରିକୁଦର ଜୀବନ ଜୀବିକା ପାଲଟି ଥିବା ଏ ଚିଲିକା ଓ ପକ୍ଷୀମାନେ ଏହାକୁ ରକ୍ଷା କରିଥିଲେ। ଶୁଣି ଆଜି ବି ନିଜକୁ ବହୁତ ଗର୍ବ ଲାଗେ। ପରବର୍ତ୍ତୀ ପର୍ଯ୍ୟାୟରେ ସ୍ୱାଧୀନତା ସଂଗ୍ରାମରେ ପାରିକୁଦ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରି ଓଡିଶା ତଥା ଭାରତରେ ନିଜର ପରିଚୟ ସୃଷ୍ଟି କରି ପାରିଛି । ପାରିକୁଦର ଏକ ସଦସ୍ୟ ହିସାବରେ ମୁଁ ଆଜି ଗର୍ବିତ।
।।ବନ୍ଦେ ଉତ୍କଳ ଜନନୀ।।