Madhabi Patel

Children

3  

Madhabi Patel

Children

ଋତୁ

ଋତୁ

7 mins
166


ଋତୁ।

ଲିନା ଏଗାର ବାରବର୍ଷର ଝିଅଟିଏ।ସେ ତା ବାପା

ମାଆ ସହ ବମ୍ବେରେ ରହେ।ଯେତେବେଳେ ଗାଆଁ କୁ ଆସେ ନିଜ ଜେଜେମା ପାଖରୁ ପ୍ରକୃୃତି ବିଷୟରେ ସବୁ 

ପଚାରି ବୁଝେ।ଏଥର କରୋନା ସମୟରେ ସେମାନେ ସାରା ପରିବାର ଗାଆଁକୁ ଆସିଥିଲେ।ଗାଆଁରେ ରହି ଅନ୍ଲାଇନରେ ନିଜ ଅଫିସ କାମ କରୁଥିଲେ।ଲିନା ବି ଅନ୍ଲାଇନରେ ପାଠପଢା କରେ।ଗାଆଁ ର ପରିବେଶ ଲିନା କୁ ଭାରି ଭଲ ଲାଗେ।ଗଛ ପାହାଡ ନଈ ପଶୁ ପକ୍ଷୀ ସଭିଏଁ ତା ମନରେ ଅନେକ ଭାବନା ଜାଗ୍ରତ କରନ୍ତି।ଆଉ ସେ ସବୁଙ୍କ ବିଷୟରେ ନିଜ ଜେଜୀ ପାଖରୁ ପଚାରି ବୁଝେ।ଆଗରୁ ସେ ଅନେକ ଜିନିଷ ବିଷୟରେ ଜେଜୀଠାରୁ ବୁଝି ସାରିଥିଲା।ଏବେ ତା ମନରେ ମୌଷମ ବା ଋତୁ ବିଷୟରେ ଜାଣିବାର ଇଚ୍ଛା ହେଉଥିଲା।ତେଣୁ ସେ ଜେଜେକୁ ଋତୁ କେତେ ପ୍ରକାର ଓ ଏହା କେମିତି ହୁଏ ବୋଲି ପଚାରି ଦେଲା।ଜେଜୀ ବି ପିଲାର ମନ ରଖିବାକୁ ଯାହା ଜାଣିଥାନ୍ତି ଉତ୍ତର ଦିଅନ୍ତି।ସେ ଋତୁ ବିଷୟରେ

ବତାଇବାକୁ ଲାଗିଲେ।


ପୃଥିବୀ ନିଜ ଅକ୍ଷ ର ଚାରିପଟେ ଘୁରିବା ସହ ସୂର୍ଯ୍ୟର ଚାରିପଟେ ବି ଘୂରେ।ଏହି ଘୂର୍ଣନ ଫଳରେ ଦିନ ରାତି ଓ ଋତୁ ପରିବର୍ତ୍ତନ ହେଇଥାଏ।

ପୃଥିବୀ ଯେତେବେଳେ ସୂର୍ଯ୍ୟ ସାମନାକୁ ହୁଏ ସୂର୍ଯ୍ୟ କିରଣ ସିଧା ପଡେ ପୃଥିବୀ ଉପରେ ସେତେବେଳେ ଗ୍ରୀଷ୍ମଋତୁ ଅନୁଭୁତ ହୁଏ।

ଯେତେବେଳେ ସାଇଡରେ ଥାଏ ସେତେବେଳେ ବସନ୍ତ ଓ ଶରତ ଋତୁ ଅନୁଭୁତ ହୁଏ।ଆଉ ଯେତେବେଳେ ସୂର୍ଯ୍ୟର ପଛପଟେ ହୁୁଏ ଉତ୍ତାପ କମହେବାରୁ ଶୀତ ଋତୁ ହୁଏ।

ଆମ ଭାରତରେ ସାଧାରଣତଃ ଛଅଟି ଋତୁ ଅନୁଭୁତ ହୁଏ।ପ୍ରତି ଋତୁ ଦୁଇମାସ ପାଇଁ ହେଇ ଥାଏ।ବର୍ଷକୁ ବାର ମାସ ହେତୁ।ଛଅଟି ଋତୁ ହୁଏ।

ବର୍ଷାଋତୁ।

ଶରତ ଋତୁ।

ଶୀତ ଋତୁ।

ହେମନ୍ତ ଋତୁ।

ବସନ୍ତ ଋତୁ ଓ

ଗ୍ରୀଷ୍ମ ଋତୁ।

ବର୍ଷା ଋତୁ ଆଷାଢ ଓ ଶ୍ରାବଣକୁ ନେଇ ଗଠିତ ହେଇଥାଏ।

ଭକ୍ତ କବି ମଧୂସୁଦନଙ୍କ ଭାଷାରେ

ବର୍ଷାରେ ଆଷାଢ ଶ୍ରାବଣ

ମେଘ ବରଷେ ଘନଘନ।

ବର୍ଷା ଋତୁ ହେଉଛି ପ୍ରଜନନର ଋତୁ।ଧରିତ୍ରୀମାତା ରଜସ୍ବଳା ହୁଏ ଏ ସମୟରେ।ସେଥିପାଇ ରଜପର୍ବ ପାଳନ ହୁଏ।ରଜ ତିନିଦିନ ଧରିତ୍ରୀଙ୍କୁ ବିଶ୍ରାମ ଦିଆଯାଏ।ହଳ କରାଯାଏନି।କୋଡା କୋଷା କରାଯାଏନି।ଏପରିକି କୁଆଁରୀ ଝିଅମାନେ କଦଳୀ ପାଟୁକା କୁ ଚପଲ ରୂପେ ବ୍ୟବହାର କରୁଥିଲେ ଆଗକାଳରେ, ଧରା ପୃଷ୍ଠରେ ପାଦ ରଖିଲା ବେଳେ ତାଙ୍କୁ କଷ୍ଟ ନ ହେଉ ବୋଲି।ସେସବୁ ଆଗର କଥା ଏବେତ ସମସ୍ତେ ଚପଲ ବ୍ୟବହାର କରୁଛନ୍ତି।


ରଜପରେ ପରେ ବିହନ ବୁଣିବା ଆରମ୍ଭ ହୋଇଯାଏ।

ବର୍ଷାର ପହଲି ପଦପାତ ହେବାମାତ୍ରେ ସେଇ ସୁସୁପ୍ତ ବୀଜ ସବୁ ଜାଗ୍ରତ ହୋଇ ଜୀବନ୍ୟାସ ପାଆନ୍ତି।

ଖୋଳପା ଫଟାଇ କପୋଳ ସବୁ ଏକପତ୍ରୀ ଦୁଇପତ୍ରୀ ହୋଇ ଫୁଟି ଅଙ୍କୁରୋଦ୍ଗମ ହୁଅନ୍ତି।

ପୃଥିବୀର ଅନୁକୂଳ ପରିବେଶ ପାଇଲେ ଯଥା ପାଣି ପବନ ଉତ୍ତାପ ଓ ମାଟି ଖତ ସାର ପାଇଲେ

ଚାରାରୁ ବୃକ୍ଷ ହେବାର ଉପକ୍ରମରେ ଲାଗିପଡନ୍ତି।

ସବୁଜ ପତ୍ରରେ ଭରପୁର ହୋଇ ଉଠନ୍ତି।

ପୁଣି କଳିକାର ସମୟ ଆସେ।ପ୍ରତି ବୃକ୍ଷଲତା ପୁଷ୍ପବତୀ ହୁଅନ୍ତି ଓ ନିଜ ସୌନ୍ଦର୍ଯ୍ୟରେ ସମସ୍ତଙ୍କୁ

ଆକର୍ଷିତ କରନ୍ତି।ତାଙ୍କ ସୁବାସରେ ବାୟୁମଣ୍ଡଳ ବାସ୍ନାୟିତ ହୋଇଉଠେ।ତାଙ୍କର ବିଭିନ୍ନ ଆକର୍ଷକ ରଙ୍ଗରେ ସମସ୍ତେ ବିମୋହିତ ହୋଇଯାନ୍ତି ଓ ଆନନ୍ଦ ଅନୁଭବ କରନ୍ତି।ତାପରେ ସେହି ଫୁଲରୁ କଷି ହୁଏ ଓ

ଫଳ ବା ଶସ୍ୟ ହୁଏ।

ଏ ସମୟରେ ବିଶେଷକରି ଧାନ ,ବିରି,ମକା,ମୁଫଳି,ଗଙ୍ଗେଇ,ମାଣ୍ଡିଆ,କଦୋ,

ଗୁଲୁଜି,ରାହାଡି,ମୁଗ ପ୍ରଭୃତି ଶସ୍ୟ ଉତ୍ପନ୍ନ ହୁଏ।

ବିଭିନ୍ନ ପରିବା ବି ଏ ସମୟରେ ଚାଷ ହେଇଥାଏ।

ଅନେକ ପରିବା ଲତା ଯେମିତି କଖାରୁ,ପାଣିକଖାରୁ,

ଝୁଡଙ୍ଗ,ଜହ୍ନି ଡୁଡୁକା,ଫୁରୁଲା ବା ସାପୁଆ,କଲରା,

କାଙ୍କଡ କୁନ୍ଦୁରୁ ଲାଉ ଓ ଆହୁରି କେତେ।

ତାପରେ ଭେଣ୍ଡି, ସାରୁ,ବାଇଗଣ,ଲଙ୍କା,ପାତଳଘଣ୍ଟା ବା ଟମାଟୋ,ଫୁଲକୋବି ,ବନ୍ଧାକୋବି,ମୂଳା ଭାଜି,ଆଦି ଚାଷହୁଏ।

ବର୍ଷା ପାଣିରେ ଏ ସମୟରେ ସହଜରେ ଚାଷକାମ ହେଇଥାଏ।ନଈନାଳ ବର୍ଷା ପାଣି ପାଇ ପୂର୍ଣଗର୍ଭା ହୋଇ ପ୍ରବାହିତ ହୁଏ ଓ ବେଳେବେଳେ ବନ୍ୟାବି ସୃଷ୍ଟି କରେ।

ଶୁଖିଲା ଗଣ୍ଡି,ଗାଈଗୋରୁ,ଯାହା ତା ଆଗରେ ପଡେ ସବୁକୁ ବୋହିନିଏ।ଗୋଳିଆ କାଦୁଆରୂପ ଧାରଣ କରେ।ଉଦଣ୍ଡୀ ଝିଅ ପାଲଟେ ବର୍ଷାର ସଂଗତି ପାଇଲେ।

ବର୍ଷାଋତୁ ଗଲାପରେ ପରେ ନିଜର ଆବିଳତାକୁ ତଳେ ପକାଇ ସ୍ବଚ୍ଛ ନିର୍ମଳ ହୋଇ ପିଇବା ଯୋଗ୍ୟ ହୋଇଯାଏ।ପୋଖରୀ ମାନଙ୍କରେ

କଇଁ ପଦ୍ମିନୀ ପ୍ବସ୍ଫୁଟିତ ହୁଅନ୍ତି।


ଉପବନ ମାନଙ୍କରେ ବି ବିଭିନ୍ନ ପ୍ରକାର ଫୁଲର ସମାହାର ହୁଏ।ଯେମିତି,ଗୋଲାପ,ଗୋଡିବାଣ ମନ୍ଦାର

ହରଗୌରା ,ବାରମାସୀ,ଜୁଇ,ଯାଇ,

କଦମ୍ବ ତମ୍ବାଳ,ଅପରାଜିତା କଦମ୍ବ କିଆ ଓ ଆହୁରିକେତେ।


ବର୍ଷା ଋତୁରେ ଅନେକ ଫଳ ବି ମିଳିଥାଏ।ଯେମିତି ତାଳ,ପିଜୁଳି,ଜାମୁ, ଆମ୍ବ, ପଣସ ଇତ୍ୟାଦି।


ଏସମୟରେ ବାଉଁଶ ଗଜା ହୁଏ।ଏଗଜାକୁ ଚୁନି ଚୁନି କାଟି କରଡି ଓ ହେଣ୍ଡୁଆ ତିଆରି ହୁଏ।ଯାହା ତରକାରୀ ରୂପେ ଖିଆଯାଏ।ଏହା ର ସ୍ବାଦ ଖଟା ହେଇଥାଏ।ଏସମୟରେ ଜଙ୍ଗଲରୁ ଲେପେର ଓ ମାମେର ନାମକ ଶାଗ ବି ମିଳେ।ରୁଗୁଡା ଛତୁ,ପୁଟୁ ଖେରାଗୁଦି ଆଦି ବର୍ଷାଦିନ ଫୁଟେ ଓ ତରକାରି ସମସ୍ୟା ଦୂୂର ହେଇଯାଏ ।


ଏ ସମୟ ଚାଷ ବାସର ସମୟ।ଚାଷି ଏ ସମୟରେ ଧାନ ବୁଣେ,ରୁଆ ବିହୁଡା କରେ।


ବର୍ଷାଋତୁ ବଡ ଉପକାରୀ।ସେ ଜଗତର ମିତ୍ର ଅଟେ।

ବର୍ଷାଋତୁ ନିଜକୁ ଅନ୍ୟପାଇଁ ଦାନକରିବାର ବାର୍ତ୍ତା ଶିକ୍ଷା ଦିଏ।ବର୍ଷା କାହାକୁ ପାର୍ଥ୍ୟକ୍ୟ କରେନାହିଁ।ସବୁ ଜାଗାରେ ସମାନ ଭାବେ ନିଜକୁ ଦାନ କରିଥାଏ।ସେ ପାହାଡ ହେଉ ବା ସମୁଦ୍ର ଫରକ କରେନାହିଁ।ବର୍ଷା ପୃଥିବୀ ପୃଷ୍ଠର ମଇଳା ଆବର୍ଜନା ଧୋଇ ସଫା କରେ ଓ ଆମକୁ ସଫା ରହିବା ଶିକ୍ଷା ଦିଏ। ଏସମୟରେ ରଥଯାତ୍ରା ହେଇଥାଏ।ରକ୍ଷାବନ୍ଧନ ଓ ତିଜ୍ ବି ପଡେ ଏ ସମୟରେ।


ଶରତ ଋତୁ,

ବର୍ଷା ଋତୁ ପରେ ପରେ ଶରତ ଋତୁ ଆସିଥାଏ।

ଭାଦ୍ର ଆଶ୍ବିନ ଦୁଇ ମାସକୁ ନେଇ ଶରତ ଋତୁ ଗଠିତ ହେଇଥାଏ।

ଭକ୍ତ କବି ମଧୁସୁଦନଙ୍କ ଭାଷାରେ

"ଭାଦ୍ର ଆଶ୍ବିନ ଶରତରେ ନିର୍ମଳ ଶୋଭା ଜଗତରେ।"

ଶରତଋତୁ ଆସୁ ଆସୁ କାଳିଆ ବାଦଲ ସବୁ ହଟିଯାଇ ଅଭ୍ରସମ ଚକ ଚକ କରେ ଆକାଶ।କାଳିଆ 

ବାଦଲ ଜାଗାରେ ତୁଳାପରି ଖଣ୍ଡ ଖଣ୍ଡ ଧଳାମେଘରେ ସୁନ୍ଦର ଦିଶେ ଆକାଶ ବକ୍ଷ। ଆକାଶ ଦେହରେ ପୁଣି ଧାଡି ଧାଡି ହେଇ ଉଡୁଥାନ୍ତି ବଗମାନେ।ଏସବୁ ଦେଖି ଲାଗେ ଯେମିତି ଧଳାରଙ୍ଗର ଓଢଣୀରେ ବଗଧାଡିର ଚିତ୍ରକାରୀ ହେଇଛି।ପୃଥିବୀ ଧାନକ୍ଷେତ ରୂପରେ ସବୁଜ ଓଢଣୀ ଢାଙ୍କିହୁଏ।ଏ ସମୟରେ ଧାନ ଦୁଧ ନେଇ କେଣ୍ଡା ପାକଳ ହୁଏ।ଧୀର ସମୀରଣ ର ପରଶରେ ଧାନକେଣ୍ଡା ମାନେ ଶିରି ଶିରି ଶବ୍ଦ କରି ଦୋଳି ଖେଳନ୍ତି।

କ୍ଷେତର ସଫା ପାଣିରେ ଛୋଟ ଛୋଟ ମୀନ ମାନେ ଖେଳ ଖେଳୁଥାନ୍ତି।କେହି କେହି ଲୋକ ଏ ମାଛ ମାନଙ୍କୁ ଧରିବା ପାଇଁ ଚୁରିଆ,କୁନ୍ଦେଲ ଆଦିର ଆଶ୍ରୟ ନିଅନ୍ତି।ଉପରୁ ତଳକୁ ଗଡାଣି ଥିବା କ୍ଷେତରେ

ଚୁରିଆ ଖେଳା ଯାଏ।ଉପର ଜମିରୁ ତଳ ଜମିକୁ ଯେଉଁ ପାଣି ସ୍ରୋତ ନିମ୍ନ ଗାମୀ ହେଉଥାଏ ସେ ଜଳରେ ଏ ଚୁରିଆ ଖେଳାଯାଏ।ଚୁରିଆଟି ବେଣା ଖଡିକାରେ ତିଆରି ହେଇଥିବାରୁ ଜାଲି ଜାଲି ଥାଏ।ପାଣି ଜାଳିଦେଇ ଗଡି ଯାଏ।ହେଲେ ମାଛମାନେ ଥରେ ସେ ଭିତରେ ପଶିଲେ ବାହାରି ପାରନ୍ତିନି।ଲୋକେ ତାଙ୍କୁ ଆଣି ଭାଜି ଖାଆନ୍ତି।ଏ ସମୟରେ ବାଡି ବଗିଚାରେ ତରକାରୀପତ୍ର ପ୍ରଚୁର ମିଳେ।ବର୍ଷାରେ ଉଠିଥିବା ଲତା ମାନଙ୍କରେ ସେତେବେଳେ ଫଳ ଧରିଥାଏ।ଘରର ଚାଳ ମାନଙ୍କରେ କଖାରୁ,ଲାଉ,ଜହ୍ନି ଡୁଡୁକା ପାଣିକଖାରୁ ଆଦି ଫଳିଥାଏ।ବାଡମାନଙ୍କରେ ଛୋଟ ପୋଇ ଶାଗ ଲତା ବହଳ ହେଇ ମାଡିଥାଏ।ଛୋଟ କଲରାର ଲତାବି ଲାଗିଥାଏ ସ୍ଥାନେ ସ୍ଥାନେ।

ବାଡି ମାନଙ୍କରେ ଅନେକ ରକମର ପରିବା ଭେଣ୍ଡି,ବାଇଗଣ, ଟମାଟୋ, ଜହ୍ନି ସାପୁଆ,କାଙ୍କଡ କାକୁଡି ଆଦି ବହୁ ଦରବ ମିଳେ।ପୁଆଲଛତୁ ଓ ଭଦୋମହଲା ଛତୁ ଏ ସମୟରେ ମିଳେ।


ଏ ଋତୁ ହେଉଛି ଦେବତା ଓ ପିତୃ ଲୋକଙ୍କ ଆସିବା ସମୟ।ଏଥିପାଇଁ ଏ ଋତୁକୁ ପାର୍ବଣ ବିି କହିଥାନ୍ଥି। ପର୍ବ ମାନଙ୍କର ଋତୁଇଏ।ରାକ୍ଷୀ ପୂର୍ଣିମା।ବଳରାମଜନ୍ମ ପ୍ରଥମେ ଆସେ।ତାପରେ ଜନ୍ମାଷ୍ଟମୀ,ଗଣେଶପୂଜା,ନୂଆଁଖାଇ,ବିଶ୍ବକର୍ମା ପୂଜା,

ଅନନ୍ତ ବ୍ରତ,ପୁଅ ଜିଉନ୍ତିଆ,ବା ଜୀମୁତ ବାହନ ବ୍ରତ

ଓ ଦୂର୍ଗାପୂଜା ହେଇଥାଏ।ସ୍ବାଧୀନତା ଦିବସ ବି ଏସମୟରେ ପଡେ।ଆଶ୍ବିନ ପ୍ରତିପଦା ଠାରୁ ପିତୃ ପକ୍ଷ ଆରମ୍ଭ ହେଇଯାଏ।ଘରେ ଘରେ ପିତୃ ପୁରଷଙ୍କୁ କାଠିପାଣି ଖାଇବା ଜିନିଷ ଓ ଧୂପଧୂଆଁ ଦେଇଥାନ୍ତି।

କୁହନ୍ତି ଏସମୟରେ ପୃଥିବୀ ଘୂର୍ଣନ ହେଇ ଏମିତି ଜାଗାରେ ପହଞ୍ଚେ ଯାହା ପିତୃଲୋକର ପାଖରେ ଥାଏ।ଫଳରେ ପିତୃଲୋକେ ପୃଥିବୀକୁ ଆସନ୍ତି।ଆଉ ତାଙ୍କୁ ସମ୍ମାନ ଦେବାପାଇ,ଏସବୁ ଆୟୋଜନ କରି ତାଙ୍କର ଅଭ୍ୟର୍ଥନା କରନ୍ତି ଓ ଶ୍ରାଦ୍ଧ ପାଳନ୍ତି କରନ୍ତି।


ଚାରିଆଡ ମହମହ ମହକି ଉଠୁଥାଏ ନାନା ଦେବା ଦେବୀଙ୍କ ପୂଜା ଧୂପଝୁଣା ବାସନାରେ।ସୁନ୍ଦର ସୁଦୀର୍ଘ ତୋରଣ ମାନ ତିଆରି ହେଇଥାଏ ପୂଜା ପାଇଁ।

ନୂଆଁଖାଇ ସମୟରେ ବନ୍ଧୁବାନ୍ଧବ ସଭିଏଁ ଗାଁକୁ ଫେରନ୍ତି ନବାନ୍ନ ଭୋଗ ଖାଇବାକୁ।ଗାଁ ସାରା ଗହଗହ ହେଉଥାଏ ଖୁସିରେ।କେତେ ପ୍ରକାର ପିଠାପଣା ନାଚଗାନା ହୁଏ।ପୁଣି ଦଶହରା ଆସିଲେ।ନଅଦିନ ଦୂର୍ଗାପୂଜା ହୁଏ।ଏସମୟରେ ଭାଇଜିଉନ୍ତିଆ ପାଳନ ହୁଏ।ଭଉଣୀ ଉପାସ କରି ଭାଇର ଶୁଭ ମନାସି ପୂଜାକରେ ଦୁର୍ଗାମାଆଙ୍କୁ।ସେତେବେଳେ ବି ସବୁ ଭଉଣୀ ବାପଘରକୁ ଆସନ୍ତି। ଘରେଘରେ ଅନେକ ପିଠାପଣା ହୁଏ।ଏପୂଜାରେ ଭଉଣୀ ଭାଇକୁ ଦୂବ ଚଢାଇ ଜିଉନ୍ତିଆ ବାନ୍ଧିଦିଏ ତାର ସବୁପ୍ରକାର ଶୁଭ କାମନା କରି।ଆଉ ଭାଇ ଭଉଣୀକୁ ନୂଆ ଶାଢୀ

ଉପହାର ଦେଇଥାଏ।


ଏ ଋତୁ ଆମକୁ ଭାଇଚାରା ଭାବ ଶିକ୍ଷା ଦିଏ।ଭଗବାନ ବିଶ୍ବାସ ଶିଖାଏ।ଭାଇ ଭଉଣୀର ପ୍ରେମର ମହତ୍ତ୍ବ ର ବାର୍ତ୍ତା ଦିଏ।ଆଉ ଚାରିଆଡେ ନିର୍ମଳ ଚନ୍ଦ୍ରକିରଣ

ବୁଣି ନିର୍ମଳ ରହିବାକୁ ଶିକ୍ଷାଦିଏ।


ଶୀତ ଋତୁ।

ଶରତ ଋତୁର ପରେ ଶୀତ ଋତୁ ହେଇଥାଏ।

ପୌଷ ଓ ମାଘ ମାସକୁ ନେଇ ଶୀତଋତୁ ଗଠିତ।

କବି ମଧୁସୂଦନଙ୍କ ଭାଷାରେ

ଶୀତରେ ପୌଷ ମାଘ ମାସ

ଦେହରେ ରଖ ଶୀତବାସ।

ଶୀତ ଆସୁ ଆସୁ ସକାଳୁ ଉଠିବାକୁ ଜମା ମନ ହୁଏନି।ପାଣିରେ ଗୋଧାଇବାକୁ ଡର ଲାଗେ।ବୁଢାବୁଢୀ ମାନଙ୍କ ପାଇ ବଡ କଷ୍ଟ ହୁଏ କାରଣ ଆଣ୍ଠୁ ଅଣ୍ଟା ଦରଜ ଆରମ୍ଭ ହେଇଯାଏ।ଯାହା ପାଖରେ ଗରମ ଲୁଗା ସେଜ କମ୍ବଳ ନାହିଁ ବଡ କଷ୍ଟ ପାଆନ୍ତି।


ଏସମୟରେ କୁହୁଡି ପଡି ସକାଳକୁ ଆକାଶ ମେଘୁଆ ଦିଶୁଥାଏ।ଗଛ ପତ୍ର ଘାସ ମାନଙ୍କ ଉପରେ କାକର ପଡେ।ସୂର୍ଯ୍ୟ କିରଣ ପଡିଲେ କାକରବୁନ୍ଦା ସବୁ ସ୍ବର୍ଣ ରେଣୁର ଭ୍ରମ ସୃଷ୍ଟି କରନ୍ତି।


ଏସମୟରେ ଧାନ ପାଚି ଯାଇଥାଏ।ପକ୍ଷୀମାନେ ପାଚିଲାଧାନ ଖାଇ କେଁକଟର ଶବ୍ଦ କରୁଥାନ୍ତି।

ଧରଣୀ ରାଣୀ ତାର ସବୁଜରଙ୍ଗର ପାଟ ପରିବର୍ତ୍ତନ କରି ଏବେ ସ୍ବର୍ଣ ରଙ୍ଗର ଧାନପାଟ ପିନ୍ଧିଥାଏ।ଚାଷିମାନେ କ୍ଷେତରୁ କାଟି ଲକ୍ଷ୍ମୀଙ୍କୁ ନିଜ ଖଳାରେ ଖରି ଆକାରରେ ଜମା କରିଥାନ୍ତି।ଏବେ ଧାନକଟା ମେସିନ ହେଲାଣି।

ଧାନକୁ ଉରୁଲି ନେଇ ଆସୁଛନ୍ତି ଘରକୁ।କେବଳ ଧାନକୁ ଟିକେ ଶୁଖାଇବା ଦରକାର ପଡୁଛି ।


ଶୀତଋତୁ ଯଦିଓ ଆମକୁ ଟିକେ କଷ୍ଟଦିଏ ତଥାପି ଅନେକ ଭଲ କରେ।କାକର ପଡିବା ଫଳରେ ଫସଲ ମାନେ ସହଜରେ ବଢି ପାରନ୍ତି।ଏସମୟରେ ମୁଗ ବିରି ରାଶି ରାହାଡି ଆଦି ଫଳଧରେ।ଅଧିକ ଶୀତ ହେଲେ ଅଧିକ ମାତ୍ରାରେ ଏଫସଲ ଭଲ ହେଇଥାଏ।ମଞ୍ଜିବି ଭଲ ଧରେ।

ଶୀତ ଆମକୁ କଷ୍ଟ ସହିବାକୁ ଶିକ୍ଷାଦିଏ।

କଷ୍ଟ ସହିଲେ ଯାଇ ଲକ୍ଷ୍ମୀ ଘରକୁ ଆସନ୍ତି ଏ ବାର୍ତ୍ତା ଆମେ ଏ ଋତୁରୁ ପାଉ।


ହେମନ୍ତ ଋତୁ।

ହିମେ କାର୍ତ୍ତିକ ମାର୍ଗଶିର,

ରାତିରେ ପଡଇ ଶିଶିର।

କବି ମଧୁସୂଦନ ରାଓ ଏ ଗୀତ ଲେଖିଛନ୍ତି।

ଶୀତ ଋତୁ ଥାଉ ଥାଉ ହେମନ୍ତ ମାଡିଆସେ।ସେ ଆସିଲେ ଥଣ୍ଡାର ମାତ୍ରା ବଢିଯାଏ।ଗରିବ ଲୋକେ ବଡ କଷ୍ଟ ପାଆନ୍ତି।ସରୀସୃପ ମାନେ ମାଟିଭିତରେ ଲୁଚି ରହନ୍ତି।ଏସମୟରେ ଧାନ ଅମଳ କରାଯାଏ ବେଙ୍ଗଳା ପକାଇ,।ଗୋରୁମାନେ ରାତିସାରା ଦାଇଁ ବାନ୍ଧି ଧାନକୁ ମଡାନ୍ତି।ସକାଳେ ପୁଆଲକୁ ଝାଡି ଧାନକୁ ଧୁକି ସଫାକରି ଘରକୁ ଅଣାଯାଏ ଓ ପୁରୁଗ ବାନ୍ଧି ରଖାଯାଏ।ଏବେତ ଧାନ ଅମଳ ହେଉ ହେଉ ବିକ୍ରିକରିି ଦେଉଛନ୍ତି।

ଏ ସମୟରେ ଆଖୁକଟା ହେଇ ଘଣାରେ ପେରା ଯାଏ।ତା ରସକୁ କର୍ହା ରେ ଥୋଇ ନିଆଁରେ ଗରମ କରି

ଗୁଡ ଅଣ୍ଟା ଯାଏ।ରସ ସବୁ ଶୁଖି ଗୁଡ ପାଲଟେ।ତାକୁ ଗୁଲା ଆକାରରେ ଗୁଡ ବନାନ୍ତି।


ଏ ସମୟରେ ମାର୍ଗଶିର ମାସରେ ପ୍ରତିଗୁରୁବାର ଲକ୍ଷ୍ମୀପୂଜା ହୁଏ।ଏହାକୁ ମାଣବସା ଗୁରୁବାର କହନ୍ତି।

ନୂଆ ଧାନ ଲକ୍ଷ୍ମୀଙ୍କ ଅବତାର ବୋଲି ଭାବନ୍ତି ସଭିଏଁ।

ଏସମୟରେ କାର୍ତ୍ତିକ ଅମାବାସ୍ୟାକୁ ଦୀପାବଳି ରୂପେ ପାଳନ କରାଯାଏ।ପୂର୍ଣିମାକୁ କାର୍ତ୍ତିକ ପୂର୍ଣିମା ରୂପେ ପାଳିତ ହୁଏ।କାର୍ତ୍ତିକ ମାସ ଯାଏ ପିତୃ ପୁରୁଷ ଧରାରେ ରୁହନ୍ତି ତାପରେ ନିଜ ଲୋକକୁ ଚାଲିଯାନ୍ତି।

ହେମାଳ ବରଫ ପରି ଥଣ୍ଡା ହେବାରୁ ଏ ଋତୁକୁ ହେମନ୍ତ କହନ୍ତି।ହିମ ପରି ଥଣ୍ଡା କେତେକ ଫସଲ ପାଇଁ ଭଲ ହେଇଥାଏ।


ଏ ଋତୁ ଆମକୁ କଷ୍ଟ ସହିଷ୍ଟୁ ହେବାକୁ ଶିକ୍ଷା ଦିଏ।


ବସନ୍ତ ଋତୁ।

 ବସନ୍ତ ଋତୁ ଫାଲ୍ଗୁନ ଓ ଚୈତ୍ର ମାସକୁ ନେଇ ଗଠିତ।କବି ମଧୁସୂଦନଙ୍କ ଭାଷାରେ

ଫାଲ୍ଗୁନ ଚୈତ୍ର ବସନ୍ତରେ

ମୃଦୁ ମଳୟ ମନ ହରେ।

ବସନ୍ତ ହେଉଛି ଋତୁ ମାନଙ୍କ ଭିତରେ ରାଜା।ଏ ଋତୁ ସବୁଠୁ ସୁନ୍ଦର ଓ ମନମୋହକ ଋତୁ।ଏ ଋତୁରେ ନା ଅଧିକ ଗରମ ହେଇଥାଏ ନା ଅଧିକ ଶୀତ।ଶରତ ଋତୁ ପରି ଏ ଋତୁ ହେଇଥାଏ।ହେଲେ ଏ ଋତୁରେ ବୃକ୍ଷଲତା ପୁଷ୍ପବତୀ ହେଇଥାନ୍ତି।ପତ୍ରଝଡା ପରେ ନୂତନ ପତ୍ରରେ ବୃକ୍ଷଲତା ସବୁ ଭରପୁର ହେଇଯାଏ।

କଢି ଓ ଫୁଲରେ ଲଦିହୋଇ ସୌନ୍ଦର୍ଯ୍ୟ ମୟୀ ଦିଶନ୍ତି।ଆମ୍ବଗଛ ମାନେ ବଉଳ ମୁକୁଟ ପିନ୍ଧି ବଡ ସୁନ୍ଦର ଦିଶନ୍ତି।ଶାଳ ବା ଶର୍ଗି ଗଛ,ଚାରଗଛ, ମାନଙ୍କରେ ବି ବଉଳ ହେଇ ବନସ୍ଥଳକୁ ବାସନାରେ ମହକାଇ ଦିଏ।ନାଲି ଧାତୁଙ୍ଗ ଫୁଲ,ପଲାସ ଫୁଲ ଓ ଶିମୁଳି ଫୁଲ ଫୁଟି ବଣ ଲାଲିମା ମୟ ହେଇଯାଏ।ଦୂରରୁ ଦେଖିଲେ ଲାଗେ ଯେମିତି ବଣରେ ନିଆଁ ଲାଗି ଯାଇଛି।

ପକ୍ଷୀ ପ୍ରଜାପତି ଓ ଭଅଁର ମାନେ ଫୁଲରୁ ଫୁଲ ଉଡି ଗୁଣୁଗୁଣୁ କରି ମହୁ ପିଇବାରେ ବ୍ୟସ୍ତ ଥାଆନ୍ତି।

ମହୁମାଛି ମାନେ ବି ଫୁଲ ଫୁଲ ଉଡି ମହୁ ସଂଗ୍ରହକରନ୍ତି।ପୂରା ବର୍ଷରେ ଯେତିକି ମହୁ ସଂଗ୍ରହ କରି ପାରନ୍ତିନି,ଏ ଋତୁରେ ତାଠୁ କେଇ ଗୁଣା ଅଧିକା ମହୁ ସଂଗ୍ରହ କରିନିଅନ୍ତି।


ମହୁମାଛି ଆମକୁ କର୍ମ ଚଞ୍ଚଳତା ଶିଖାଏ।ତାସହ ପରୋପକାର କରିବା ଶିଖାଏ।ବସନ୍ତ ଋତୁ ଆମକୁ ସୌନ୍ଦର୍ଯ୍ୟ ବୋଧର ଜ୍ଞାନ ଦିଏ।

ଏ ସମୟରେ ହୋଲି ପର୍ବ ପାଳିତ ହୋଇଥାଏ।ଫଗୁଖେଳ ହୁଏ ଏ ପର୍ବରେ।ଭାଇ ଚାରାର ପର୍ବ ଇଏ।ସଭିଏଁ ଏକାଠି ମିଶି ହୋଲି ଖେଳନ୍ତି।ଏ ଋତୁ ଆମକୁ ଏ ପର୍ବ ମାଧ୍ୟମରେ ଏକତାର ସୂତ୍ରରେ ବାନ୍ଧି ରଖେ।


ଗ୍ରୀଷ୍ମ ଋତୁ।

ଗ୍ରୀଷ୍ମଋତୁ ବୈଶାଖ ଓ ଜ୍ୟେଷ୍ଠ ମାସକୁ ନେଇ ଗଠିତ।

ଭକ୍ତ କବି ମଧୁସୂଦନ ରାଓଙ୍କ ଭାଷାରେ

ଗ୍ରୀଷ୍ମେ ବୈଶାଖ ଜ୍ୟେଷ୍ଠ ମାସ

ପ୍ରଚଣ୍ଡ ରୌଦ୍ର ପରକାଶ।

ଏ ସମୟରେ ସୂର୍ଯ୍ୟ ଓ ପୃଥିବୀ ସାମ୍ନାସାମ୍ନୀ

ହୁଅନ୍ତି ତେଣୁ ଉତ୍ତାପ ବୃଦ୍ଧି ହୁଏ।ପ୍ରଚଣ୍ଡ ଗରମ ହୁଏ।ନଈ ନାଳ ସମୁଦ୍ରର ପାଣି ବାଷ୍ପ ହେଇ ଉପରକୁ ଉଠି ଯାଏ ଓ ମେଘରୂପ ନିଏ।

ପୁଣି ଥଣ୍ଡା ହେଲେ ସେହି ମେଘ ବର୍ଷା ହେଇ ଭୂପୃଷ୍ଠକୁ ଲେଉଟି ଆସେ।

ଏ ସମୟରେ ପ୍ରବଳ ଗରମ ହେତୁ ଅଂଶୁଘାତର ଭୟ ବେଶି ଥାଏ।ପଶୁ ପକ୍ଷୀମାନେ ବେଶି ଜଳକଷ୍ଟ ଭୋଗ କରନ୍ତି।ସେଥିପାଇଁ ଆମକୁ ଜଳର ସୁବିଧା କରିବା ଉଚିତ।

ଏ ସମୟରେ ଅନେକ ଫଳ ପାଚିଥାଏ।ଆମ୍ବ ,ଖଜୁରୀ

ଜାମୁ,ଚାର, କେନ୍ଦୁ ଶାଳ,ଟୋଲ,ପଣସ ,କାଜବାଦାମ ଓ ଆହୁରି କେତେ ଜାତିର ଫଳ ମିଳିଥାଏ।ଏ ସମୟରେ ଶୀତଳ ଷଷ୍ଠୀ ଚନ୍ଦନ ଯାତ ଆଦି ପର୍ବ ହୁଏ।ଏସମୟରେ ବିବାହ ବ୍ରତ ସବୁ ବେଶି ହେବାର ଦେଖାଯାଏ।


ଯଦିଓ ଏ ଋତୁରେ ବହୁତ ଗରମ ହୁଏ,ଜୀବନ ଗରମରେ ଅସ୍ତବ୍ୟସ୍ତ ହେଇପଡେ ହେଲେ ଏ ଗରମ ହେତୁ ମେଘର ସୃଷ୍ଟି ହୁଏ ଓ ପରବର୍ତ୍ତୀ ସମୟରେ ବର୍ଷା ହୁଏ।ବର୍ଷା ହେତୁ ଜଗତରେ ଶସ୍ୟ ହୁଏ ପ୍ରାଣୀଜଗତକୁ ତୃଷା ନିବାରଣ ପାଇଁ ଜଳମିଳେ।ଜଳ ବିନା ଚଳିବା ଅସମ୍ଭବ।ପ୍ରତି କାମପାଇଁ ଜଳ ଆବଶ୍ୟକ।ଯାହା ଗ୍ରୀଷ୍ମ ପାଇଁ ସମ୍ଭବ ହୁଏ।ତେଣୁ ଏ ଋତୁ ବଡ ଉପକାରୀ ।ଏଋତୁ ଅଛି ବୋଲି ଲୁଣି ଜଳକୁ ପୁଣି ମଧୁରଜଳରେ ପରିବର୍ତ୍ତିତ କରୁଛି।

ଏ ଋତୁ ଆମକୁ ନିଜ ଦୁଃଖକୁ ଖାତିର ନକରି ଜଗତ ମଙ୍ଗଳ କାମରେ ଲାଗିବା ପାଇଁ ଶିକ୍ଷା ଦିଏ।

କବିଙ୍କ ଭାଷାରେ।

 ଗ୍ରୀଷମ ସମୟ ହେଲେହେଁ ଦାରୁଣ

ଅଟେ ଜଗତର ମିତ୍ର।

 ଜନମାଇ ମେଘ ସାଧେ ପ୍ରାଣୀ ହିତ

 ବିଧି ବିଧାନ ବିଚିତ୍ର।

ପ୍ରକୃତରେ ସବୁଋତୁ ନିଜ ନିଜ ଜାଗାରେ ମୂଲ୍ୟବାନ।ସମସ୍ତେ ଜଗତ ହିତରେ ନିଜ ଜୀବନ ଉତ୍ସର୍ଗିତ କରିଥାନ୍ତି।ଅନେକ ଫଳମୂଳ ଉପହାର ଦିଅନ୍ତି।ପର୍ବ ପର୍ବାଣୀ ନେଇ ଆସନ୍ତି ଓ ମଣିଷ ମନରେ ଆନନ୍ଦ ଭରି ଦିଅନ୍ତି।ଭାଇ ଚାରା ବନ୍ଧୁଭାବ ଜାତ କରନ୍ତି ପରସ୍ପର ଭିତରେ।


ଜେଜୀଠାରୁ ଋତୁ ବିଷୟରେ ଏତେକଥା ଶୁଣି ଲିନା ବଡ ଖୁସୀ ହେଇଗଲା ଓ କୃତଜ୍ଞତା ଜଣାଇଲା।

ମାଧବୀ ପପଟେଲ।ଝାରସୁଗୁଡା।



Rate this content
Log in

Similar oriya story from Children