jagabandhu sahu

Romance

2.4  

jagabandhu sahu

Romance

ରେଳ ଛାଡିଦେଲା ଟିଟିଲାଗଡ଼

ରେଳ ଛାଡିଦେଲା ଟିଟିଲାଗଡ଼

7 mins
123


ଦିନକର କଥା ମୁଁ ସୁରଟ ଗାଆଁକୁ ଫେରୁଥାଏ ଟ୍ରେନରେ । ସୁରଟ ଷ୍ଟେସନରେ କିଛି ସମୟ ଅପେକ୍ଷା ପରେ ଟ୍ରେନ୍ ଆସି ପହଞ୍ଚିଗଲା ପ୍ଳାଟଫର୍ମରେ , ତାପରେ ମୁଁ ମୋର ବ୍ଯାଗ୍ ନେଇ ଟ୍ରେନ୍ ରେ ବସିଲି ଆଉ ଓଡିଶା ଅଭିମୁଖେ ଯାତ୍ରା ଆରମ୍ଭ କଲି ବଗି ନମ୍ବର S 4 ସିଟ୍ ନମ୍ବର 52 ମୋ ପାଖ ସିଟ୍ ରେ ଷୋହଳ ବୟସୀ ସୁକୁମାରୀ ସୁନ୍ଦର ଝିଅଟିଏ ବସିଥାଏ ଇଛା ନଥାଇକି ବି ଆଖି ତା'ଆଡକୁ କଣେଇ କଣେଇ ଚାହୁଁଥାଏ ଏମିତି କିଛି ସମୟ ବିତିଲାପରେ ଆଗରେ ଷ୍ଟେସନ ଆସିଲା ଆଉ ଟ୍ରେନ୍ ରହିଲା । ଝିଅଟି ମୋତେ କହିଲା ହାଲୋ ..... ! ଟିକିଏ ଶୁଣିବ ମୁଁ କହିଲି ହିଁ କୁହୁନ୍ତୁ ଝିଅଟି କହିଲା ମୋ ପାଇଁ ତଳକୁ ଯାଇ ମାଜା ଗୋଟେ ଆଣି ଦେବ କି ? ମୁଁ କହିଲି ହିଁ ନିଶ୍ଚୟ ଆଣିଦେବି । ତା'ପରେ ଝିଅଟି ତାର ପର୍ସରୁ ଶହେ ଟଙ୍କା କାଡି ଦେଲା କହିଲା ପଇସା ନିଅନ୍ତୁ ତାପରେ ମୁଁ ଝିଅଟି ଠାରୁ ପଇସା ନେଇ ମାଜା ଆଣିବାକୁ ଚାଲିଗଲି ଆଉ ତଳକୁ ଯାଇ ମାଜା ଆଣି ଝିଅଟିକୁ ଦେଲି ଆଉ ଝିଅଟି ଖୁସି ହୋଇଗଲା ହସ ହସ ମୁଖରେ କହିଲା ଧନ୍ଯବାଦ ମୁଁ କହିଲି ସ୍ବାଗତ । ତାପରେ କିଛି ସମୟ ପରେ ଟ୍ରେନଟି ଛାଡିଲା ଷ୍ଟେସନରୁ । ଝିଅଟି ମାଜା ବୋତଲର ଠିପି ଖୋଲି ମାଜା ପିଇବାକୁ ଲାଗିଲା ଆଉ ସେଇ ମାଜାର ଦୁଇ ଟୋପା ରସ ତାର ସେଇ ନାଲି ନାଲି ଗୋଲାପି ଓଠରେ ଲାଗି ରହିଥାଏ ଦେଖି ବାକୁ ଯେମିତି ସାରୁ ପତର ଉପରେ ରହିଥିବା ପାଣି ଭଳି ସୁଢଳ ସୁନ୍ଦର ଲାଗୁଥାଏ, ମୁଁ କିଛି ସମୟ ତାର ମୁହିଁଟିକୁ ଚାହିଁ ଟିକିଏ ମୁରୁକି ହସି ଦେଲି ତାପରେ ଝିଅଟି ମୋତେ ପଚାରିଲା ହାଲୋ କଣ ହେଲା .....! ଏମିତି ମୋତେ ଚାହିଁ ହସିଲ ଯେ ମୁଁ କହିଲି ଆରେ ସେମିତି କିଛି ନୁହଁ ଏମିତି ହସି ଦେଲି ଆଉ ..... । ମୋର ଏମିତି କଥା ଶୁଣି ଝିଅଟି ବି ଟିକିଏ ହସି ଦେଲା । ତାପରେ ଝିଅଟି କିଛି ସମୟ ପରେ କହିଲା ତୁମ ନାମ କଣ ଆଉ ଗାଆଁ କୋଉଠି ମୁଁ ଟିକିଏ ହସି ଦେଇ କହିଲି ମୋ ନାମ ଜଗବନ୍ଧୁ ଆଉ ଆମ ଗାଆଁ ପୋଲସରା ପାଖରେ ଛଞ୍ଚାଣିଆପଲ୍ଲୀ ତା'ପରେ ଝିଅଟି କହିଲା ବହୁତ ସୁନ୍ଦର ନାମଟେ ପାଇଛ ତୁମେ ମୁଁ କହିଲି ସତରେ ନାଁ କଣ ! ଝିଅଟି କହିଲା ହଁ ସତରେ ତୁମ ନାମ ବହୁତ ସୁନ୍ଦର ତାପରେ ଝିଅଟି ପୁଣି କହିଲା କୋଉଠି ରହୁଛ ଆଉ କଣ କର ତୁମେ ମୁଁ କହିଲି ମୁଁ ସୁରଟ ରେ ରୁହେ ଆଉ ସୁତା କଳରେ କାମ କରେ ତାପରେ ଝିଅଟି କହିଲା ଆଛା ଦରମା ମାସକୁ କେତେ ଖଣ୍ତେ ମିଳୁଛି ! ମୁଁ କହିଲି ମାସକୁ ପ୍ରାୟ 28 ହଜାର ଟଙ୍କା ମିଳୁଛି ତାପରେ ଝିଅଟି କହିଲା ବହୁତ ବଢିଆ ତାପରେ ମୁଁ ଝିଅଟିକୁ ପଚାରିଲି ଆଛା ତୁମ ପରିଚୟ ଦେଲନି ଯେ ତାପରେ ଝିଅଟି କହିଲା ମୋ ନାମ ମାନସୀ ଆଉ ମୋର ଘର ହୋଉଛି ଟିଟିଲାଗଡ ତାପରେ ମୁଁ କହିଲି ସତରେ ତୁମ ରୂପ ସହ ନାମଟି ବି ସେମିତି ସୁନ୍ଦର ପୁରା ଜବରଦସ୍ତ .... କହିବା ପାଇଁ ଭାଷା ନାହିଁ ଝିଅଟି ହସ ହସ ମୁଖରେ କହିଲା ଥାଉ ଥାଉ ଆଉ ବେଶି ପ୍ରଶଂସା କର ନାହିଁ ତାର ଏମିତି କଥା ଶୁଣି ମୁଁ ବି ଟିକିଏ ହସି ଦେଲି ତାପରେ ମୁଁ ଝିଅଟିକୁ ପଚାରିଲି ଆଛା ତୁମେ କୁଆଡେ ଯାଇଥିଲ କି ? ଝିଅଟି କହିଲା ହଁ ମୁଁ ହାଇଦ୍ରାବାଦ ଯାଇଥିଲି ସେଠି ମୋ ବାପା ଚାକିରି କରନ୍ତି ତ ତେଣୁ ବୁଲିବା ପାଇଁ ଯାଇଥିଲି ସେଠି ଦୁଇ ମାସ ରହିଲା ପରେ ଏବେ ଗାଁକୁ ଫେରୁଛି ତାପରେ ମୁଁ କହିଲି ଆଛା ଏକା ଯାଇଥିଲ ନା ସାଙ୍ଗରେ ଆଉ କେହି ଯାଇଥିଲେ ଝିଅଟି କହିଲା ହଁ ମୋ ସାଙ୍ଗରେ ମୋ ଭାଇ ମଧ୍ଯ ଯାଇଥିଲା ତାର କିଛି କାମ ପଡିବାରୁ ସେ ସେଠି ରହାଗଲା ଆଉ ମୁଁ ଫେରି ଆସିଲି । ମୁଁ କହିଲି ହେଉ ଠିକ୍ ଅଛି ତୁମକୁ ମୁଁ ତୁମ ନାଁ ଧରି ଡାକି ପାରିବ ତ ଝିଅଟି କହିଲି ହଁ ହଁ ନିଶ୍ଚୟ ଡାକି ପାରିବ । ଏ ଭିତରେ ସମୟ ଆସି ପ୍ରାୟ ଦିନ 12:30 ହୋଇଗଲାଣି ମୁଁ କହିଲି ଆଛା ମାନସୀ ଆମେ ବହୁତ ଗପ ସପ କଲେଣି ଆଉ ଦିନ ଆସି 12: 30 ବାଜିଗଲାଣି ଚାଲ କିଛି ଖାଇ ନେବା ତାପରେ କଥା ହେବା ମାନସୀ କହିଲା ହେଉ ଠିକ୍ ଅଛି ତାପରେ ମୁଁ କେଣ୍ଟିନକୁ ଯାଇ ଦୁଇଟି ମିଲ୍ ଆଣିଲି ଆଉ ସାଙ୍ଗ ହୋଇ ଦୁହେଁ ଖାଇଲୁ । ଖାଇବା ପରେ ଦୁହେଁ କିଛି ସମୟ ରେଷ୍ଟ୍ କଲୁ ତାପରେ ସମୟ ଆସି ପ୍ରାୟ ଦିନ 04:00 ଟା ହେବ ଦୁହେଁ ଉଠି ପୁଣି ଟିଫିନ୍ କଲୁ ତାପରେ ମାନସୀ କହିଲା ଆଛା ଜଗବନ୍ଧୁ ତୁମ ମୋବାଇଲଟା ଟିକିଏ ଦେଲ , ମୁଁ କହିଲି ନିଅ ତାପରେ ମୋବାଇଲ୍ ନେଇ ସିଏ ଦେଖିଲା ମୋର ଫେସ୍‌ବୁକ୍‌କୁ । ମୋର ପୋଷ୍ଟ ଦେଖି ଆଶ୍ଚର୍ଯ୍ଯ ହୋଇ କହିଲା ଜଗବନ୍ଧୁ ତୁମେ ଜଣେ ଲେଖକ ! ମୁଁ କହିଲି ହଁ ମାନସୀ କହିଲା କାଇଁ ଏ ବିଷୟରେ ତ ମୋତେ କିଛି କହିନ ମୁଁ କହିଲି ମାନସୀ ସମୟ ଆଉ କୋଉଠି ପାଇଲି ଯେ ତୁମକୁ କହିବା ପାଇଁ ତାପରେ ମାନସୀ କହିଲା ହେଉ ଠିକ୍ ଅଛି ଦେଖିବା କଣ କଣ ସବୁ ଲେଖିଛ ତାପରେ ବହୁତ ସମୟ ଧରି କବିତା ପଢିଲା ତାପରେ କହିଲା ଜଗବନ୍ଧୁ ସତରେ ତୁମ ଲେଖା ନା ହୃଦୟକୁ ଛୁଇଁ ଯାଉଛି ମୁଁ କହିଲି ଯାହା ହେଉ ବେଶି ନହଲେ ବି କମସେ୍କମ୍ ଜଣଙ୍କର ହୃଦୟକୁ ତ ଛୁଇଁ ପାରିଲା ମୋ ଲେଖା । ଏ ଭିତରେ ସନ୍ଧ୍ଯା ଯାଇ ରାତି ହେବାକୁ ଲାଗିଲା ଦୁହେଁ ମିଶି ବହୁତ ଗପ ସପ କଲୁ ମୁଁ ଏକ ଲୟରେ କେବଳ ମାନସୀର ମୁହଁକୁ ଚାହିଁ ରହିଥାଏ ତାର ଧିର ସ୍ଥିର ମିଠା ମିଠା କଥା ମୋ ହୃଦୟରେ ଏକ ଘରଟିଏ ତୋଳି ଦେଇଥାଏ ନାଁ ଟି ତାର ପ୍ରେମ । ମନେ ମନେ କେତେ ବେଳେ ମାନସୀକୁ ଭଲ ପାଇ ବସିଲି ଆଉ ଜାଣିପାରିଲି ନାହିଁ । ମାନସୀ କହିଲା ହାଲୋ କୋଉଠି ହଜିଗଲ ! ମୁଁ ଟିକିଏ ଚମିକି ଗଲି ଆଉ ମାନସୀର କଥା ଶୁଣି ଟିକିଏ ମୁରୁକି ହସ ଦେଇ ନିରବ ରହିଲି ମାନସୀ କହିଲା ଜଗବନ୍ଧୁ ତୁମର ନିରବତା ଆଉ କିଛି କହେ କଥା । ମୁଁ କହିଲି ସେମିତି କିଛି ନାହିଁ ବାସ୍ ଏମିତି ଆଉ । ତାପରେ ମାନସୀ କହିଲା କେମିତି ! ମୁଁ କହିଲି ତୁମ ଓଠର ଧିର ସ୍ଥିର କଥା ଶୁଣି ମୁଁ କଣ କେହିବି ବାଟବଣା ହୋଇଯିବେ ଛାଡ ସେକଥା । ଏ ଭିତରେ ଦୁହେଁ ଦୁହିଁଙ୍କ ପାଇଁ ଆମେ ହୃଦୟରେ ଜାଗା କରି ସାରିଥିଲୁ ଓ ମନେ ମନେ ଦୁହେଁ ଦୁହିଁଙ୍କୁ ଭଲପାଇ ସାରିଥିଲୁ ହେଲେ ଭୟରେ କିଏ କାହାକୁ କହି ପାରୁନଥୁଲୁ ନିଜ ମନର କଥାକୁ । ଏ ଭିତରେ ସମୟ ଆସି ରାତି 10:00 ଟା ବାଜିଗଲା ମୁଁ କହିଲି ମାନସୀ ଚାଲ କିଛି ଖାଇ ନେବା ମାନସୀ କହିଲା ହେଉ ଠିକ୍ ଅଛି ଚାଲ ଖାଇବା ତାପରେ ଦୁହେଁ ସାଥିରେ ମିଶି ଖାଇଲୁ ତାପରେ କଥା ହେଉ ହେଉ ମୋର ନଜରଟି ମାନସୀର ମୁହିଁକୁ ପଡିଲା ଦେଖିବା ବେଳକୁ ସିଏ ମୋତେ ଏକ ଲୟରେ ଚାହିଁ ରହିଥାଏ ମୁଁ କହିଲି ମାନସୀ କଣ ଏକ ଲୟରେ ଚାହିଁ ରହିଲ ଯେ କିଛି ନକହି ସିଏ ସେମିତି ଚୁପ୍ ରହିଲା , ମୁଁ କହିଲି ମାନସୀ ଏମିତି ଏକ ଲୟରେ ଚାହଁନି ନହଲେ ପ୍ରେମ ହୋଇଯିବ ଯେ ତାପରେ ମାନସୀ ଟିକିଏ ମୁରୁକି ହସ ଦେଇ ନିରବ ରହିଲା । ଆଉ ମୋ ହାତଟିକୁ ତାର ଦୁଇ ହାତରେ ଜାବୁଡି ଧରିଲା । ଆଉ କହିଲା ଜଗବନ୍ଧୁ ସତରେ ସମୟଟା କେତେ ବେଗେ ବେଗେ ବିତିଗଲା କିଛି ଜଣା ପଡିଲା ନାହିଁ କାଲି ଏତଳକୁ ଦୁହେଁ ଦୁହିଁଙ୍କ ପାଇଁ ଅଜଣା ଓ ଅଚିହ୍ନା ଥିଲେ ଆଉ ଆଜି ଦୁହେଁ ଦୁହିଁଙ୍କର ଖୁବ୍ ନିକଟତର ହୋଇ ଯାଆଛନ୍ତି ନା ! ମୁଁ କହିଲି ହଁ ଠିକ୍ କଥା କହିଲ ତୁମେ । ସମୟ କେତେବେଳେ କାହାକୁ କୋଉଠି ନେଇ ଠିଆ କରିଦେବ ତାହା କାହାକୁ ବି ଜଣା ନାହିଁ । ତାପରେ ମାନସୀ କହିଲା ଜଗବନ୍ଧୁ ଆଉ କେଇଟା ଘଣ୍ଟା ପରେ ଆମେ ପୁଣି ଦୁହେଁ ଦୁହିଁଙ୍କଠୁ ଅଲଗା ହୋଇଯିବା ନା ! ମୁଁ କହିଲି ହଁ ମାନସୀ ! ପୁଣି ମାନସୀ କହିଲା ଏଠୁ ଆମେ ଅଲଗା ହେଲାପରେ ତୁମେ ମୋତେ ଭୁଲିଯିବ ନା ! ମୁଁ କହିଲି ଆରେ ମାନସୀ ନାହିଁ ଯିଏ ମନରେ ଥାଏ ତାକୁ ଭୁଲି ହୁଏ କିନ୍ତୁ ଯିଏ ହୃଦୟରେ ରହିଯାଏ ତାକୁ କେବେ ବି ଭୁଲି ହୁଏନା । ତାପରେ ମାନସୀ କହିଲା ଜଗବନ୍ଧୁ ସତରେ ତୁମ ପରି ଜଣେ ବନ୍ଧୁକୁ ପାଇ ବହୁତ ଖୁସି ଲାଗୁଛି ଆଜି ତୁମେ ମୋର ସବୁଦିନ ପାଇଁ ମନେ ରହିବ । ମୁଁ କହିଲି ନିଶ୍ଚୟ ଏ ସମ୍ପର୍କ ବି ସବୁଦିନ ପାଇଁ ଚିର ସ୍ମରଣୀୟ ହୋଇ ରହିଯାଉ । କିଛି ସମୟ ଏମିତି କଥା ହେଲା ପରେ ମାନସୀ କହିଲା ଜଗବନ୍ଧୁ ଚାଲ ଆମ ଘରକୁ ଯାଇ ବୁଲି ଆସିବ ମୁଁ କହିଲି ଏବେ ଏବେ ତ ସମ୍ପର୍କ ଆରମ୍ଭ ହୋଇଛି ସାରା ଜୀବନଟା ପଡିଛି ଯିବା ପାଇଁ ତୁମ ଘରକୁ ମାନସୀ କହିଲା ତୁମେ ମୋ ନମ୍ବର ରଖିଥାଅ ଫୋନ କରିବ ମୁଁ କହିଲି ହେଉ ତାପରେ ଦୁହେଁ ଦୁହିଁଙ୍କର ନମ୍ବର ରଖିଲୁ ମାନସୀ କହିଲା ଜଗବନ୍ଧୁ ମୁଁ ତୁମ ଗୋଡରେ କିଛି ସମୟ ମଥା ରଖି ଶୋଇ ପାରିବି କି ? ମୁଁ କହିଲି ନିଶ୍ଚୟ ତାପରେ ମାନସୀ ମୋ ଗୋଡ଼ରେ ମଥା ରଖି ଶୋଇ ପଡିଲା ଆଉ ମୁଁ ତାର ମୁହିଁଟିକୁ ନିରିଖେଇ ଚାହିଁ ରହିଥିଲି କାହିଁକି ନା କିଏ ଜାଣେ କେବେ ଆଉ ଦେଖା ହେବ କି ନାହିଁ ! କିଛି ସମୟ ପରେ ମାନସୀର ନିଦ ଭାଙ୍ଗିଲା ଆଉ କହିଲା ଆରେ ତୁମେ ଶୋଇ ନାହିଁ ମୁଁ ନାହିଁ ମାନସୀ କହିଲା କାହିଁକି ଶୋଇ ନାହିଁ ମୁଁ କହିଲି ଆଉ କିଛି ଘଣ୍ଟା ଭିତରେ ତୁମେ ଚାଲିଯିବ ତୁମ ଘରକୁ ଆଉ କେବେ ଦେଖି ପାରିବିକି ନାହିଁ ତେଣୁ ତୁମ ରୂପଟିକୁ ମନ ଭରି ଦେଖି ନେଉଛି ମାନସୀ କହିଲା ସତରେ ତୁମ ଓଠରୁ ଏମିତି ଶୁଣି ହୃଦୟରେ ଶୀହରଣ ଖେଳି ଯାଉଛି ଜଗବନ୍ଧୁ ତୁମେ ସତରେ ଫୋନ୍ କରିବ ନା ! ଗଲାପରେ ମୁଁ କହିଲି ଆରେ ହଁ ନିଶ୍ଚୟ ଫୋନ୍ କରିବି ଏଥିରେ ଭାବିବାର ନାହିଁ । ଆମେ ଦୁଇଜଣଙ୍କ ମନରେ ମିଳନର ଯେତିକି ଖୁସି ଥିଲା ସେତିକି ବେଚ୍ଛେଦ ବି ଦୁଃଖ ଥିଲା ମନରେ ଏମିତି କିଛି ସମୟ ବିତିଲାପରେ ସମୟ ଆସି ସକାଳ 5:00ଟା ବାଜିଲା ଆଉ ଟ୍ରେନ୍ ଲମ୍ବା ହରେନ୍ ଦେଲା ଆମେ ଜାଣି ନେଲୁ ଯେ ଟିଟିଲାଗଡ ଆସିଗଲା ବୋଲି ତାପରେ ମୁଁ ମାନସୀକୁ କହିଲି ରେଡି ହୁଅ ଯିବା ପାଇଁ ଏତିକି କହିବା ଭିତରେ ଟ୍ରେନ୍ ପ୍ଳାଟଫର୍ମରେ ଲାଗିଗଲା । ମୁଁ ମାନସୀକୁ କହିଲି ତୁମେ ଆଗରେ ଚାଲ ମୁଁ ବ୍ଯାଗ୍ ଧରି ଦେଉଛି ତାପରେ ତଳକୁ ଯାଇ ବ୍ଯାଗ୍ ଦେଇ ମାନସୀକୁ କହିଲି ତୁମେ ଯେଉଁଠି ରୁହ ଭଲରେ ରୁହ ସୁଖରେ ରୁହ ମାନସୀ । କହିଲା ଜଗବନ୍ଧୁ ତୁମେ ତୁମର ଯତ୍ନ ନେବ ବେଶି ମୋ କଥା ଭାବିବନି ନଚେତ୍ ପ୍ରେମ ହୋଇଯିବ ଛାତିରେ ଛାତିଏ କୋହ ଥିଲେ ମଧ୍ଯ ମୁହିଁରେ ଟିକିଏ ହସ ଖେଳେଇ କହିଲି ହେଉ ଠିକ୍ ଅଛି ତା'ପରେ ମାନସୀ ବ୍ଯାଗ ନେଇ ଆଗକୁ ଚାଲିଲା କିଛି ପାଦ ଆଗକୁ ଗଲା ପରେ ମାନସୀ ପଛକୁ ବୁଲି ଚାହିଁଲା ଠିକ୍ ସେଇ ସମୟରେ ମୋ ଆଖିରୁ ଦୁଇଧାର ଲୁହ ବହିଗଲା ମୋ ଆଖିରେ ଲୁହ ଦେଖି ମାନସୀ ନିଜକୁ ନିଜେ ଆଉ ସମ୍ଭାଳି ପାରିଲା ନାହିଁ ଧାଇଁ ଧାଇଁ ଆସି ମୋତେ କୁଣ୍ତେଇ ଧରି ପକାଇ କହିଲା I Love You ଜଗବନ୍ଧୁ । ମୁଁ ତୁମକୁ ମନେ ମନେ ବହୁତ ଭଲପାଇ ବସିଛି ତୁମେ କାଳେ ଖରପ ଭାବିବ ତେଣୁ ମୁଁ ତୁମକୁ ମୋ ମନର କଥାକୁ ନକହି ଧିରେ ରହିଗଲି । ମାନସୀର କଥା ଶୁଣିଲା ପରେ ମୁଁ ବି ମାନସୀକୁ କହିଲି ମାନସୀ ମୁଁ ବି ମୋ ଅଜାଣତରେ ତୁମକୁ କେତେବେଳେ ମନେ ମନେ ଭଲପାଇ ବସିଗଲି ଜାଣି ପାରିଲିନି ତୁମେ ମୋତେ କାଳେ ଭୁଲ ବୁଝିବ ତେଣୁ ମୁଁ ତୁମକୁ ମୋ ମନର କଥା ନକହି ନିଜ ମନର କଥାକୁ ମନରେ ଚାପି ରଖିଥିଲି । କିନ୍ତୁ ଏବେ ଆଉ ନୁହଁ I love you ମାନସୀ I Love You ତାପରେ ମୁଁ ମାନସୀ ଆଖିର ଲୁହ ପୋଛି ଦେଲି ମୁଁ କହିଲି ହେଉ ଏଥର ତ ନିଜ ମନର କଥା କହିଲ ମନକୁ ଟିକିଏ ହାଲ୍‌କା କର ଆଉ ଘରକୁ ଫେରିଯାଅ ମାନସୀ ବି ମୋ ଆଖିର ଲୁହ ପୋଛି ଦେଲା କହିଲା ଜଗବନ୍ଧୁ ମୋତେ ଭୁଲି ଯିବନିତ ! ମୁଁ କହିଲି ଆରେ ନାହିଁ ପାଗିଳୀ ମୁଁ ଭୁଲିବି ନାହିଁ ତାପରେ ଟ୍ରେନ୍ ଲମ୍ବା ହରେନ୍ ଦେଲା ମୁଁ କହିଲି ମାନସୀ ମୁଁ ରହୁଛି ତୁମେ ଏଵେ ଘରକୁ ଚାଲିଯାଅ ଆଉ ଘରେ ପହଞ୍ଚିଲେ ମୋତେ ଫୋନ୍ କରିବ ତା'ପରେ ମାନସୀ ନିଜ ଘରକୁ ଚାଲିଗଲା ଆଉ ଟ୍ରେନ୍‌ ବି ଟିଟିଲାଗଡ ଛାଡି ଦେଲା ମାନସୀ ଘରକୁ ଯାଇ ଫୋନ କଲା ଆଉ ମୁଁ ଓଡିଶା ଫେରିଲି ତାପରେ ଦୁହେଁ ଦୁହିଁଙ୍କ ଦୁନିଆରେ ବେସ୍ ଖୁସିରେ ରହିଲୁ ।


Rate this content
Log in

Similar oriya story from Romance