STORYMIRROR

jagabandhu sahu

Classics

3  

jagabandhu sahu

Classics

ମାତୃଭୂମି ଓ ଦେଶପ୍ରେମ

ମାତୃଭୂମି ଓ ଦେଶପ୍ରେମ

4 mins
160


ଆଜି ସ୍ବାଧିନତା ଦିବସ ଏହି ଦିବସକୁ ଆମେ ସମସ୍ତେ ବହୁତ ଧୁମ୍ ଧାମ୍ ରେ ପାଳନ କରୁଛନ୍ତି ପିଲାଙ୍କ ଠୁ ନେଇ ବୁଢା ପର୍ଯ୍ଯନ୍ତେ ହାତରେ ତିରଙ୍ଗାକୁ ଧରି ସ୍ଳୋଗାନ୍ ଦେଉଥାଉ ବନ୍ଦେ ମାତାରାମ୍ । କାହିଁକି ଜାଣିଛ କାହିଁକି ନା ଆଜି ପରି ଏକ ଦିନରେ ଗୋରା ସରକାର ଠାରୁ ଆମ ଦେଶ ସ୍ବାଧିନ ହୋଇଥିଲା ଏହି ଦେଶକୁ ସ୍ବାଧିନ କରିବା ପାଇଁ କେତେ କେତେ ମହାପୁରୁଷ ଏଥିରେ ବଳିଦାନ ଦେଇଗଲେ ଚିରଦିନ ପାଇଁ । ରକ୍ତର ସ୍ବର୍ଣ୍ଣ ଅକ୍ଷରରେ ଲେଖିଦେଇ ଗଲେ ତାଙ୍କର ବୀରତ୍ବର କାହାଣୀ ଆମ ଦେଶ ସ୍ବାଧିନ ତ ହୋଇଗଲା କିନ୍ତୁ ଆଜିର ସମାଜ ନିଜ ସ୍ବାର୍ଥରେ ଅନ୍ଧ ହୋଇପଡିଛି । ଏମିତିକି ନିଜର ସ୍ବାର୍ଥକୁ ଛାଡି ଦେଲେ କିଛି ବି ଜାଣନ୍ତିନି ଆମ ଦେଶର ନେତା । ବଡ ଦୁଃଖର ବିଷୟ ଯେ ଆଜିର ମଣିଷ ସ୍ବାଧିନ ହୋଇ ମଧ୍ୟ ପରାଧିନ । ଥରେ ନିଜ ବିବେକକୁ ପଚାରି ଦେଖ କଣ ତୁମେ ନିଜ ପାଖରେ ନିଜର ସ୍ବାଧିନତା ବୋଲି କିଛି ଅଛି ! ଦେଖିବ ତୁମ ବିବେକ ବି ତୁମକୁ କହିବ ଯେ ତୁମର ସ୍ବାଧିନତା ବୋଲି କିଛି ନାହିଁ କାହିଁକି ଜାଣିଛ ! କାହିଁକି ନା ସମସ୍ତେ ଆଜି ସ୍ବାର୍ଥରେ ଅନ୍ଧ ହୋଇ ପଡିଛନ୍ତି କେଇଟା ଟଙ୍କା ପାଇଁ ନିଜର ମୁଣ୍ତ ଅନ୍ଯ ପାଖରେ ବିକି ଦେଇଛନ୍ତି ସେ ଚାହିଁଲେ ବି ସ୍ବାଧିନ ହୋଇ ପାରନ୍ତିନି କି ସ୍ବାର୍ଥ ଛାଡି ପାରନ୍ତିନି ! କଣ କିଛି ଭୁଲ୍ କହିଲି ଆମେ ଯଦି ଏଠି ଭୋଟ ଦିଅନ୍ତି ତେବେ ତା ବଦଳରେ ଆମେ ତାଙ୍କୁ ଟଙ୍କା ମାଗନ୍ତି ଆଉ ସେଇ ଟଙ୍କା ପାଇଁ ଆମେ କିଏ ଭୁଲ୍ ଆଉ କିଏ ଠିକ୍ ବାଛି ପାରନ୍ତିନି ଆଉ ପରେ ଯାହାର ଟଙ୍କାବଳ ଥାଏ ସିଏ ଜିତିଯାଏ ପ୍ରକୃତରେ ଯିଏ ମନ୍ତ୍ରୀ ହେବା ପାଇଁ ଉପଯୁକ୍ତ ସିଏ ହାରିଯାଏ । କିନ୍ତୁ ତା ମନରେ ଦୁଃଖ ନଥାଏ ସିଏ ଦେଖୁଥାଏ ଏହି ସ୍ବାର୍ଥପର ଦୁନିଆଁକୁ କେମିତି ନିଜ ସ୍ବାର୍ଥ ପାଇଁ ମଣିଷ ଗୁଡାକ ରାକ୍ଷାସ ବି ପାଲଟି ଯାଉଛନ୍ତି । ଆଉ ଯେତେବେଳେ ସେଇ ଭୋଟ ଦେଇଥିବା ମନ୍ତ୍ରୀମାନଙ୍କ ପାଖରେ ଏଇ ମଣିଷ ଗୁଡାକର କାମ ପଡିଥାଏ ସେମାନେ ଦଉଡି ଯାଆନ୍ତି ସେଇ ମନ୍ତ୍ରୀ ମାନଙ୍କ ପାଖକୁ ଆଜ୍ଞା ଆପଣ କହି ନିଜ ଦୁଃଖ କହିଥାନ୍ତି କିନ୍ତୁ ମନ୍ତ୍ରୀମାନେ ସିଧା କହି ଦିଅନ୍ତୁ ମୁଁ ତୁମକୁ କାହିଁକି ସାହାଯ୍ଯ କରିବି ତୁମେ ମୋତେ ଭୋଟ ଦେଇଥିଲତ , ଆରେ ତୁମେ ଯଦି ତୁମର ସ୍ବାର୍ଥ ଛାଡି ପାରିଲନି ତେବେ ମୁଁ କେମିତି ମୋ ସ୍ବାର୍ଥ ଛାଡି ଦେବି ତୁମେ ମୋତେ ଭୋଟ ଦେବ ବୋଲି ମୁଁ ତୁମକୁ ବସ୍ତା ବସ୍ତା ଟଙ୍କା ଦେଇ ସାରିଛି ତୁମେ କିଏ ମୁଁ ତୁମକୁ ଜାଣି ନାହିଁ ତୁମେ ଚାଲିଯାଅ ଏହି ଠାରୁ । ଏତିକିରେ ବି ମଣିଷ ମାନଙ୍କର ଆଖି ଖୋଲେ ନାହିଁ ଭୁଲ୍ ପରେ ଭୁଲ୍ କରି ଚାଲନ୍ତି ନିଜର ସ୍ବାର୍ଥ ପାଇଁ । ହେ ମୋର ବନ୍ଧୁ ଭାଇ ମାନେ ଏବେ ବି ସମୟ ଅଛି ନୋଟ୍ ପାଇଁ ଭୋଟ୍ ନଦେଇ ଉପଯୁକ୍ତ ନେତା ଟିଏ ବାଛିବା ଦେଶର ହିତ ପାଇଁ , ଯିଏ ଆମ ସୁଖରେ ଦୁଃଖରେ ଆମ ପାଖରେ ଠିଆ ହେବ ଏବେ ଚାଲ ଯିବା ସେଇ ଦିନକୁ । 


       ଯେଉଁ ଦିନ ଏ ଭାରତ ସ୍ବାଧିନ ହୋଇଥିଲା ଆରେ ଆଜି ପରା ସେଇ ଦିନ ଅଗଷ୍ଟ ଅନ୍ଦର ସ୍ବାଧିନତା ଦିବସ ଆହା କି ସୁନ୍ଦର ଦିସୁଛି ଆଜି ଏ ଭାରତ କି ମଧୁର ସ୍ବର ଛୁଟି ଆସୁଛି ତା କୋଳରୁ, ଚାରିଆଡେ ତିନି ରଙ୍ଗରେ ସଜା ହୋଇ ପଡିଛି ସବୁଠି ଜାତୀୟ ପତକା ତ୍ରିରଙ୍ଗା ଉଡୁଛି ଏହି ଦୃଶ୍ଯ ଦେଖି ନାତି ଟୋକା ଅଜାଙ୍କୁ ପଚାରେ ଅଜା ଆଜି ଏମିତି କଣକି ! ଚାରିଆଡେ ତିନି ରଙ୍ଗରେ ସଜାଇ ପତକା ଉତ୍

ତୋଳନ କରୁଛନ୍ତି ଅଜା ଟିକିଏ ହସି ଦେଇ କହିଲେ ଆରେ ନାତିଆ ଆଜି ହେଉଛି ଅଗଷ୍ଟ ପନ୍ଦର ତେଣୁ ଚାରିଆଡେ ଏ ଭାରତ ଦିଶୁଛି ସୁନ୍ଦର ନାତି କହିଲା ଆଛା ଅଜା ଆଜି ଏମିତି କଣ ହୋଇଥିଲା କି ଯେ ଚାରିଆଡେ ଏତେ ଧୁମ୍ ଧାମରେ ପାଳନ କରୁଛନ୍ତି ଅଜା ଗୋଟାଏ ବାରଣ୍ତାରେ ନାତିକୁ ନେଇ ବସି ପଡିଲେ । ଆଉ ସେଇ ସ୍ବାଧିନତାର ଗାଥା ଶୁଣାଇଲେ ସ୍ବାଧିନତାର ଗାଥା ଶୁଣି ନାତିଟି ଗର୍ବରେ ଛାତି ଫୁଲାଇ କହିଲା ବନ୍ଦେ ମାତାରାମ୍ । ଆଉ ପାଖରେ ଥିବା ଗୋଟାଏ ଦୋକାନରୁ ତ୍ରିରଙ୍ଗା ପତାକାଟେ କିଣି ଗାଁ ଠୁ ସହର ଯାଏ ଅଜା ସାଙ୍ଗରେ ନାତିଆ ଦଉଡି ଚାଲିଲା ଅଜା ନାତିର ଦେଶ ପ୍ରେମକୁ ଦେଖି ବହୁତ ଖୁସି ହୋଇଗଲେ । ଆଉ ଅଜା କହିଲେ ନାତିଆ ଯଦି ଦେଶ ପ୍ରେମକୁ ଏହି ଭଲି ଛାତିରେ ଜାବୁଡି ଧରିବୁ ତେବେ ନିଶ୍ଚୟ ବଡ ହେଲେ ତୁ ଜଣେ ଦେଶ ପ୍ରେମୀ ହେବୁ ।


     ଆଉ ଶେଷରେ ସେଆ ହିଁ ହେଲା ନାତିଆ ବଡ ହୋଇ ଜଣେ ଦେଶ ପ୍ରେମୀ ହୋଇ ପରିବାରର ସ୍ନେହ ମମତା ଭଲପାଇବାକୁ ଆଡେଇ ଚାଲିଗଲା ଭାରତ ମାତାର ସୁରକ୍ଷା ପାଇଁ । ହାତରେ ବନ୍ଧୁକ ଧରି ଶତ୍ରୁର ଦମନ ପାଇଁ ଠିଆ ହୋଇ ପଡିଲା ବୋର୍ଡର ଉପରେ ଏମିତି କିଛି ବର୍ଷ ବିତିଗଲା ନାତିଆ ଅଜାଙ୍କ ପାଖକୁ ଫୋନ୍ କରି କହିଲା ଅଜା ମୁଁ ଖୁବ୍ ଶୀଘ୍ର ଆସୁଛି ତୁମ ପାଖକୁ ନାତିଆର କଥା ଶୁଣି ଅଜା ସହ ପରିବାର ଲୋକେ ଖୁସି ହୋଇଗଲେ ତାପର ଦିନ ହିନ୍ଦୁ ମୁସଲମାନ ଲଢେଇ ଚାଲିଲା ଆଉ ସେଇ ଲଢେଇକୁ ଜିତେଇବା ପାଇଁ ନାତିଆ ନିଜର ଜୀବନକୁ ବାଜି ଲଗେଇ ଦେଲା ସେ ଦିନ ଅଜା ଷ୍ଟେସନ୍ ରେ ଆସି ନାତିଆର ଫେରିବା ବାଟକୁ ଚାହିଁ ବସିଥାନ୍ତି ଅଜା ହେଲେ ନାତିଆ ଫେରିଲାନି ବହୁତ ମନ ଦୁଃଖରେ ଅଜା ଘରକୁ ଫେରିଗଲେ ।


    ଅଜା ସିନା ଘରକୁ ଫେରିଲେ ହେଲେ ତାଙ୍କୁ ପାପ ମନ ଛୁଉଁଥାଏ ଏମିତି ଦିନ ଯାଇ ରାତି ଆସିଲା ଅଜା ଶୋଇବାକୁ ଗଲେ ଆଉ ଶୋଇ ପଡିଲେ ହେଲେ ନିଦ ଠିକ୍ ସେ ହେଉ ନଥାଏ ଘଡି ଘଡିକେ ନିଦ ଭାଙ୍ଗି ଯାଉଥାଏ ତାଙ୍କୁ ଲାଗୁଥାଏ ସତେ ଯେମିତି ନାତିଆ ଆସି କହୁଥାଏ ଅଜା କବାଟ ଖୋଲ ମୁଁ ଆସିଗଲି କଣ ହେଲା ତୁମେ ମନ ଦୁଃଖରେ ଅଛ ଏହିଭଲି ରାତି ପାହି ସକାଳ ହେଲା ଦାଣ୍ତ ମୁହଁରେ ବୀର ବାଜା ଶୁଣି ଅଜା ଘର ଭିତରୁ ଦଉଡି ଆସିଲେ ଦାଣ୍ତକୁ ଦେଖିଲେ ଗୋଟାଏ ବାକ୍ସରେ ତ୍ରିରଙ୍ଗା ପତକା ଘୋଡା ହୋଇଛି ଆଉ ଚାରି ପାଖରେ ଦେଶର ଯବାନ ମାନେ ଠିଆ ହୋଇଛନ୍ତି ଏହା ଦେଖି ଅଜା ସମସ୍ତଙ୍କୁ ପଚାରନ୍ତି । ଆଖିରେ ଲୁହ ଛଳ ଛଳ କରି କହୁଥାନ୍ତି ଆରେ ବାବୁ ତୁମେ ସମସ୍ତେ ଅଛ ମୋ ନାତି ଟୋକା କାହିଁ ! ଅଜାର କଥା ଶୁଣି ସମସ୍ତେ ଚୁପ୍ ହୋଇ ରହିଲେ ଆଉ ବକ୍ସ ଉପରେ ଘୋଡା ହୋଇଥିବା ତ୍ରିରଙ୍ଗାଟିକୁ କାଢିଲେ ଅଜା ଦେଖି ବେହୋସ ହୋଇଗଲେ । ନାତିଆର ଶବକୁ ଦେଇ ଯବାନ ମାନେ ଫେରିଗଲେ ପରିବାର ଲୋକ ବହୁତ କାନ୍ଦିଲେ ହେଲେ ଅଜା ତ୍ରିରଙ୍ଗାକୁ ଧରି କହିଲେ ନାତିଆ ଆଜି ତୁ ଯାହା କହିଥିଲୁ ଆଜି ତାହା ପ୍ରମାଣ କରି ଦେଖାଇ ଦେଲୁ ଦିଲ୍ ଦିଆ ହେ ଜାନ୍ ଭି ଦେଏଙ୍ଗେ ହେ ବତନ୍ ତେରେ ଲିଏ ପରିବାର ସହ ବନ୍ଧୁ ପରିଜନ ସମସ୍ତେ ଶୋକ ସାଗରରେ ଭାସିଗଲେ ତେଣୁ ହେ ମୋର ପ୍ରିୟ ବନ୍ଧୁ ମାନେ ସେ ନାତିଆତ ତାର ଅଡା କୋଳକୁ ଓ ତା ପରିବାରକୁ ଫେରିବନି କିନ୍ଥୁ ଆଜି ଏଇ ସ୍ବାଧିନତା ଦିବସରେ ଆସ ସମସ୍ତେ ମିଶି ଯବାନ ଭାଇଙ୍କୁ ସାଲାମ୍ କରବା ଓ ତାଙ୍କ ମାନଙ୍କ ପାଇଁ ଶୁଭ କାମନା କରିବା ଜୟ ହିନ୍ଦ୍ ଜୟ ଭାରତ ।



Rate this content
Log in

Similar oriya story from Classics