jagabandhu sahu

Abstract Tragedy

3  

jagabandhu sahu

Abstract Tragedy

ରାକ୍ଷୀ ଭିଜି ଯାଏ ଆଖି ଲୁହରେ

ରାକ୍ଷୀ ଭିଜି ଯାଏ ଆଖି ଲୁହରେ

5 mins
188


ରାକ୍ଷୀ ବନ୍ଧନ ବୋଲଳେ ପ୍ରାୟ ପିଲା ଠାରୁ ନେଇ ବୁଢା ପର୍ଯ୍ଯନ୍ତେ ସମସ୍ତେ ଜାଣନ୍ତି ଯେ ଇଏ ଏକ ପବିତ୍ର ସମ୍ପର୍କର ଦିବସ ରାକ୍ଷୀ ବନ୍ଧନ । ଆଜିର ଦିବସରେ ଭଉଣୀ ସ୍ନେହ ପ୍ରେମର ଡୋରିଟିଏ ଭାଇର ହାତରେ ବାନ୍ଧୁଥାଏ । ଏହି ସ୍ନେହ ପ୍ରେମର ଦିବସକୁ ସବୁବେଳେ ଭାଇ ଭଉଣୀ ମାନେ ଅପେକ୍ଷା କରିଥାନ୍ତି କେବେ ସୁନା ଭଉଣୀର ହାତରୁ ରାକ୍ଷୀ ବାନ୍ଧିବାକୁ ଭାଇର ମନ ବ୍ଯାକୁଳ ତ ଆଉ କେତେ ବେଳେ ଗେହ୍ଲା ଭାଇର ହାତରେ ରାକ୍ଷୀ ବାନ୍ଧିବାକୁ ସୁନା ଭଉଣୀର ମନ ବ୍ଯାକୁଳ । ଦୁହେଁ ପାଖରେ ନଥିଲେ ମଧ୍ଯ ପୋଷ୍ଟାଲ୍ ମାଧ୍ଯମରେ ରାକ୍ଷୀ ପଠାନ୍ତି ଆଉ ସେଇ ରାକ୍ଷୀଟିକୁ ପାଇବା ପାଇଁ ଚାହିଁ ରହିଥାଏ ଗେହ୍ଲା ଭାଇ ଦିନେ ଦୁଇ ଦିନ ପରେ ଡାକବାଲା ଆସି ରାକ୍ଷୀଟିକୁ ଠିକଣାରେ ଦେଇ ଡାକବାଲା ଚାଲିଯାଏ ଆଉ ରାକ୍ଷୀଟିକୁ ପାଇ ଭାଇଟିର ମନ ଆନନ୍ଦରେ ନାଚି ଯାଏ । ଆଗରୁ ଏ ରାକ୍ଷୀ ଆମ ରାଜ୍ୟରେ ଏତେ ମାତ୍ରାରେ ନଥିଲା, ପ୍ରାୟ ନଥିଲା କହିଲେ ଚଳେ କିନ୍ତୁ ଯେତେବେଳେ ଏହା ସ୍ନେହ ଶ୍ରଦ୍ଧା ବନ୍ଧନର ଡୋରୀଟିଏ ତେଣୁ ସହଜରେ ଗ୍ରହଣୀୟ ହେଲା । ସତରେ କେତେ ସୁନ୍ଦର ଏ ଦିବସ ସାଥିରେ ଆଣିଥାଏ ଅନେକ ଖୁସି । ରାକ୍ଷୀ ବନ୍ଧନ ସାଥିରେ ମିଠା ଖିଆ । ଗହ୍ମାଡିଆଁ , ଗୋପୂଜା ସହ ପ୍ରଭୁ ବଳରାମଙ୍କ ଜନ୍ମ ଦିନ ପୂଜା ଆଉ ସନ୍ଧ୍ଯା ସମୟରେ ଗୋଠରୁ ଗାଇ ଫେରିଲେ ଗୋବୋରା ମୂଳିରେ ଗାଇକୁ ବାଡେଇବା କଳା ସିନ୍ଦୂର ଲଗେଇ ପୂଜା କରିବା , ଏଥିଲା ଆମ ଉତ୍କଳୀୟ ସଂସ୍କୃତି। ସତରେ ମନରେ ବହୁତ ଖୁସି ଭରି ଦେଇଥାଏ ଏହି ଦିବସ ବା ରାକ୍ଷୀ ବନ୍ଧନ ସୁନା ଭଉଣୀର ହାତରୁ ରାକ୍ଷୀ ବାନ୍ଧି ଗେହ୍ଲା ଭାଇ କହୁଥାଏ ଥଟାରେ ମୋ ସୁନା ଭଉଣୀ ପାଇଁ ଗୋଟେ ସୁନ୍ଦର ରାଜ କୁମାରଟିଏ ଖୋଜି ଆଣି ଦେବି ଏହା ଶୁଣି ସୁନା ଭଉଣୀଟି କହୁଥାଏ, ଯାଅ ମୁଁ ତୁମ ସାଙ୍ଗରେ ଆଉ କଥା ହେବି ନାହିଁ ତୁମେ ଏଇନେ ମୋତେ ପର କରିଦେଲନା । ଭଉଣୀର ଅଭିମାନ ଦୂର କରିବା ପାଇଁ ଭାଇ ତା ସୁନା ଭଉଣୀକୁ କୋଳେଇ ନିଏ ଆଉ ହସି ହସି କହୁଥାଏ, ଆରେ ମୁଁ ତ ମଜା କରୁଥିଲି ମୁଁ ତୋତେ କେମିତି ପର କରିପାରିବି ଯେ ମୁଁ ଛାତି ହେଲେ ତୁ ମୋ ସ୍ପନ୍ଦନ ଏମିତି ମିଠା ମିଠା କଥା କହି ଭାଇ କିଣି ନେଇଥାଏ ଭଉଣୀର ମନ ଆଉ ବାକି ରହିଲା ରାକ୍ଷୀ ପାଉଣା କଥା ଗେହ୍ଲା ଭାଇର ହାତରେ ସୁନା ଭଉଣୀଟି ରାକ୍ଷୀ ବାନ୍ଧି ରାକ୍ଷୀ ପାଉଣା ବଦଳରେ ମାଗିଥାଏ ଟିକିଏ ସ୍ନେହ ଶ୍ରଦ୍ଧା ଭଲପାଇବା ଆଶିଷ ଓ ମୁଠାଏ ମମତା ଭାଇରେ ମୋତେ ଜୀବନରେ ମୋ ସୁଖ ଦୁଃଖରେ ସବୁ ବେଳେ ମୋ ପାଖେ ପାଖେ ଥା , ମୋତେ ଧନ ସମ୍ପତ୍ତି କିଛି ଦରକାର ନାହିଁ ସବୁ ବେଳେ ମୋତେ ଏତିକି ଭଲପାଇବା ଦେ । ତାପରେ ଦୁହେଁ ହସ ଖୁସିରେ ଦିନ ବିତାନ୍ତି ଏ ତ ଥିଲା ଭାଇ ଓ ଭଉଣୀଙ୍କ କଥା ।

        

         ଆପଣ ମାନେ ଜାଣିଥିବେ ଦୁନିଆରେ ଏମିତି ଅନେକ ଭାଇ ଅଛନ୍ତି ଯାହାର ଭଉଣୀଟିଏ ନାହିଁ ଆଉ ଏମିତି ଭଉଣୀ ମାନେ ଅଛନ୍ତି ଯାହା ପାଖରେ ଗେହ୍ଲା ଭାଇଟିଏ ନାହିଁ ସୁଖ ଦୁଃଖ କହିବା ପାଇଁ ଠିକ୍ ଏହି ପରି ଏକ ଭଉଣୀର ବିଷୟରେ ଆଲୋଚନା କରିବା ଆଜି, ଗୋଟିଏ ଛୋଟିଆ ଗାଁ ଥାଏ ସୁବର୍ଣ୍ଣପୁର ଆଉ ସେଇ ଛୋଟିଆ ଗାଁରେ ଗୋଟେ ଛୋଟ ପରିବାର ବହୁତ ସୁଖି ପରିବାର । ହେଲେ କଣ ହେବ ଭଗବାନେ ବି ବହୁତ ନିଷ୍ଠୁର ସୁଖ ଭିତରେ ଦୁଃଖକୁ ସାଇତି କରି ରଖିଥାନ୍ତି ସେଇ ଛୋଟ ପରିବାରେ ବାପା ମାଆ ସହ ଦୁଇ ଭଉଣୀ ରହୁଥାନ୍ତି ସମସ୍ତଙ୍କ ମନରେ ସମସ୍ତଙ୍କ ପ୍ରତି ପ୍ରେମ ଭାବ ଓ ସ୍ନେହ ଶ୍ରଦ୍ଧାରେ ପରିପୂର୍ଣ୍ଣ ହୋଇ ରହିଥାଏ । ହସ ଖୁସିରେ ଦିନ କାଟନ୍ତି ସେମାନ । ଧିରେ ଧିରେ ଛୋଟରୁ ବଡ ହେଲେ ବଡ ଭଉଣୀ ନାମ ଆଶା ଓ ସାନ ଭଉଣୀର ନାମ ଉଷା ଥିଲା ସେ ମାନେ ବିଦ୍ଯାଳୟ ଯାଇ ଗୁରୁଙ୍କ ଠାରେ ଭଲ ମନ୍ଦ କଥା ଶିଖିଲେ ଦୁହିଁଙ୍କର ଭଲ ପାଠ ହେଉଥିଲା ତେଣୁ ବିଦ୍ଯାଳୟରେ ଗୁରୁଜୀ ଓ ଗୁରୁମାଆଙ୍କର ପ୍ରିୟ ହୋଇପାରି ଥିଲେ । ଦୁଇ ଭଉଣୀ ଦୁଇ ସାଙ୍ଗ ପରି ଚଲୁଥିଲେ ଯଦି ବା କିଛି ସେମାନଙ୍କ ଭିତରେ କଳି ଝଗଡା ହୋଉଥାଏ ତେବେ କିଛି ସମୟ ପରେ ସେ ମାନେ ପୁଣି ଦୁହେଁ ଦୁହିଁଙ୍କୁ କୋଳେଇ ନେଉଥିଲେ ଏମିତି ହସ ଖୁସିରେ ତାଙ୍କରି ଦିନ ବିତିଯାଏ ।


          କିଛି ଦିନ ପରେ ରାକ୍ଷୀ ବନ୍ଧନ ପାଖେଇ ଆସିଲା ସ୍କୁଲରେ ଗୁରୁଜୀ ମାନେ ରାକ୍ଷୀ ଆଣି ସବୁ ଝିଅଙ୍କୁ ରାକ୍ଷୀ ଦେଲେ ଆଉ କହିଲେ ତୁମେ ମାନେ ଏଠି ଗୋଟାଏ ଛାତ ତଳେ ବସି ପାଠ ପଢୁଥିବାରୁ ତୁମ ମାନଙ୍କ ସମ୍ପର୍କ ଭାଇ ଓ ଭଉଣୀ ହେଲା ତେଣୁ ଆମେ ଭାବିଛୁକି ଆମର ଏ ବିଦ୍ଯାଳୟରେ ବି ଏହି ପବିତ୍ର ରାକ୍ଷୀ ବନ୍ଧନକୁ ପାଳନ କରିବା । କିନ୍ତୁ ରାକ୍ଷୀ ବନ୍ଧନରେ ତ ସ୍କୁଲ ଛୁଟି ରହିବ ତେଣୁ ସେଇ ଦିନଟି ପାଇଁ ଆମେ ଆଗୁଆ ପାଳନ କରିବା । ସେଇ ଉତ୍ସବକୁ ଠିକ୍ ଯେମିତି ଆମେ ଘରେ ରହିବାରୁ ସେଇଟା ଆମ ପରିବାର । ହେଲେ ଠିକ୍ ସେଇପରି ଆମେ ପ୍ରତିଦିନ ଏଇ ସ୍କୁଲକୁ ଆସି ପ୍ରାୟ ଛଅରୁ ସାତ ଘଣ୍ଟା ଆମେ ଏଠି ବାତାନ୍ତି ତେଣୁ ଏହି ବିଦ୍ଯାଳୟ ବି ଆମର ଆଉ ଗୋଟାଏ ପରିବାର ପରିକା ତେଣୁ ଆମେ ଏଠି ଭାଇ ଭଉଣୀ ପରିକା ହେଲେ ତେଣୁ ଆମେ ଏହି ବିଦ୍ଯାଳୟରେ ରାକ୍ଷୀ ବନ୍ଧନ ପାଳନ କରିବା ଏହା କହି ଗୁରୁଜୀ ମାନେ ସମସ୍ତକୁ ଦୁଇଟି ଲେଖା ମିଠା ଆଉ ଝିଅ ପିଲାମାନଙ୍କୁ ଡାକି ରାକ୍ଷୀ ଦେଲେ ହେଲେ ଆଶା ଓ ଉଷା ଦୁଇ ଭଉଣୀ ସମସ୍ତ ଖୁସିକୁ ଦେଖି ତାଙ୍କୁ ବହୁତ କଷ୍ଟ ହେଲା କାରଣ ସେ ଦୁହେଁ ଛୋଟରୁ ଆସି ବଡ ହୋଇଗଲେ ସିନା , କେବେ ବି କାହା ହାତରେ ରାକ୍ଷୀ ବାନ୍ଧନ୍ତି ନାହିଁ ତେଣୁ ଗୁରୁଜୀ ଗୁରୁମା ଡାକିବା ପରେ ବି ସେ ଦୁହେଁ ସେଠାକୁ ରାକ୍ଷୀ ଆଣିବାକୁ ଗଲେ ନାହିଁ । ଗୁରୁଜୀ ଆଶା ଓ ଉଷାକୁ କାରଣ ପଚାରିବାରୁ ସେ କହିଲେ ଗୁରୁଜୀ ଜୀବନରେ ଆଜି ଯାଏ ଦୁଃଖ କଣ ଜାଣିନାହୁଁ କିନ୍ତୁ ପ୍ରତେକ ବର୍ଷ ଏଇ ରାକ୍ଷୀ ପୁନେଇଁରେ ଆମେ ସୁଖ ବୋଲି କିଛି ବି ଜାଣି ନାହୁଁ । ଛୋଟରୁ ଆସି ଆଜି ଏତେ ବଡ ହୋଇ ବାପା ମାଆକୁ ଘରେ ଛାଡି ବିଦ୍ଯାଳୟକୁ ଆସୁ ଆମେ ପାଠ ପଢିବା ପାଇଁ ହେଲେ ଆମ ସୁଖରେ ଦୁଃଖରେ ଆମ ପାଖରେ ଠିଆ ହେବା ପାଇଁ ଭାଇଟିଏ ନାହିଁ ଆଉ ରହିଲା ଏଠି ଆପଣ କହିବା କଥା ଠିକ୍ ଯେ ଆମେ ଏଠି ସମସ୍ତେ ଭାଇ ଭଉଣୀ କିନ୍ତୁ ଆମେ ତାଙ୍କୁ ଭାଇ ବୋଲି ଭାବିବା କିନ୍ତୁ ସେ ଆମକୁ ଭଉଣୀ ଭାବୁଛି କି ନାହିଁ ତାହା କେମିତି ଜାଣିବା ଗୁରୁଜୀ ଭାଇ ଡାକିଦେଲେ ଯେ କେହି ଭାଇ ହୋଇଯାଆନ୍ତି ଏହା ନୁହେଁ , ଭାଇ ହେବା ପାଇଁ ଭାଇ ପରିକା ଗୋଟେ ବଡ ହୃଦୟ ଦରକାର ଯେମିତି ତାର ସେ ହୃଦୟ ଭିତରେ ସବୁ ବିପଦ ଆପଦରୁ ରକ୍ଷା କରିବା ପାଇଁ ତାର ସେ ହୃଦୟ ଭିତରେ ଲୁଚେଇ ରଖିବ । ଭଉଣୀର ଶହେ ଭୂଲକୁ ହସି ହସି କ୍ଷମା କରି ଦେଉଥିବ ଆମର ଭାଇ ନଥିଲେ କଣ ହେଲା ଗୁରୁଜୀ ଆମେ ଭାଇର ମହତ୍ୱ ଜାଣୁ । ଜାଣିଛ ଗୁରୁଜୀ, ଯେବେ ଏଇ ରାକ୍ଷୀ ବନ୍ଧନ ଆସେ , ସମସ୍ତ ଭଉଣୀ ତାଙ୍କ ଭାଇ ହାତରେ ରାକ୍ଷୀ ବାନ୍ଧିବାର ଦେଖି ମୋ ଆଖିରେ ଲୁହ ଆସି ଯାଏ ହେଲେ ମୋ ଭଉଣୀ ଉଷା ମୋ ଆଖିରେ ଲୁହ ଦେଖି ସହି ପାରେ ନାହିଁ ନିଜ ଦୁଃଖକୁ ଛାତି ତଳେ ଚାପି ମୋ ପାଖକୁ ହସି ହସି ଆସେ କହେ ଦିଦି ତୁ କାନ୍ଦେନା ଆମର ଭାଇ ନଥିଲେ କଣ ହେଲା ମୁଁ ଅଛି ନା ତୋ' ପାଖରେ ଚାଲ୍ ତୁ ମୋ ହାତରେ ରାକ୍ଷୀ ବାନ୍ଧିଦେ ଆଉ ମୁଁ ତୋହାତରେ ରାକ୍ଷୀ ବାନ୍ଧି ଦେବି । ସବୁ ଦିନ ନହେଲେ ମଧ୍ଯ ଆଜି ଦିନକ ପାଇଁ ଆମେ ଭାଇ ଭଉଣୀ ହୋଇଯିବା । ସାନ ଭଉଣୀ ଉଷାର ଏହି କଥା ଶୁଣି କାନ୍ଦି କାନ୍ଦି ତାକୁ କୋଳେଇ ନିଏ ଆଉ ଘରେ ଆମର ଏହି କଥା ଶୁଣି ଆମ ବାପା ମାଆ ବହୁତ ଖୁସି ହୁଅନ୍ତି ଆଶା ସ୍କୁଲରେ ଗୁରୁଜୀ ଗୁରୁମା ଛାତ୍ର ଛାତ୍ରୀଙ୍କ ଆଗରେ ଏମିତି କହି କାନ୍ଦୁଥାଏ । ଆଶା ଆଖିର ସେ ଅବୁଝା ଲୁହକୁ ଓ ତା ଛାତିର ସେ ଅକୁହା କୋହକୁ ଦେଖି ସମସ୍ତଙ୍କ ଆଖିରେ ଲୁହ ଆସିଯାଏ ଆଉ ଗୁରୁମା ଆସି ଆଶା ଓ ଉଷାକୁ କୋଳେଇ ନିଅନ୍ତି ଆଉ ସାନ୍ତ୍ବନା ଦିଅନ୍ତି ଆଉ କୁହନ୍ତି ଆଶା ଓ ଉଷା ଆଜି ତୁମେ ଦୁହେଁ ଭାଇ ଭଉଣୀର ସମ୍ପର୍କକୁ ଠିକ୍ ବୁଝିଛ ତୁମକୁ ଆମେ ଶିଷ୍ୟ ରୂପରେ ପାଇଁ ସତରେ ଆମେ ଗର୍ବିତ ଏହା ଗୁରୁମାଙ୍କ ଠାରୁ ଶୁଣି ନିଜ ଆଖିର ଲୁହକୁ ପୋଛି ନିଜ ଦୁଃଖକୁ ନିଜ ଛାତି ତଳେ ଚାପି ଦୁହେଁ ସ୍କୁଲରୁ ଫେରିଯାନ୍ତି ଘରକୁ । ଏହା ଥିଲା ଗୋଟେ ଭାଇ ନଥିବା ଭଉଣୀର ଦୁଃଖ କାହାଣୀ.... ଯେଉଁ ମାନଙ୍କ ପାଖରେ ଭାଇ ଭଉଣୀ ଅଛନ୍ତି ସେମାନେ ସେଇ ଭାଇ ଭଉଣୀର ସମ୍ପର୍କକୁ କେବେ ହତାଦର କରନ୍ତୁ ନାହିଁ ଏତିକି ମୋର ନିବେଦନ ।


      ଗଳ୍ପଟିକୁ ପଢି ଗଳ୍ପଟି ଆପଣ ମାନଙ୍କୁ କେମିତି ଲାଗିଲା ନିଶ୍ଚୟ କମେଣ୍ଟ ମାଧ୍ଯମରେ ଜଣାନ୍ତୁ ଆପଣଙ୍କ ମତାମତ ଅପେକ୍ଷାରେ ମୁଁ ରହିଲି ଜଗବନ୍ଧୁ ସାହୁ । ସମସ୍ତଙ୍କୁ ଏହି ପବିତ୍ର ରାକ୍ଷୀ ବନ୍ଧନର ଶୁଭେଚ୍ଛା ଓ ଶୁଭକାମନା ଜଣାଉଛି ଜୟ ଜଗନ୍ନାଥ ସ୍ବାମୀ ।


     



Rate this content
Log in

Similar oriya story from Abstract