Satyabati Swain

Abstract

3  

Satyabati Swain

Abstract

ରବି ଓ ଛୁଆବୁ

ରବି ଓ ଛୁଆବୁ

4 mins
200



ଛୁଆବୁ ଓ ମୋର ଅଭେଦ ପ୍ରୀତି।ଦୁହିଁଙ୍କ ଭିତରେ ଭାଷାର ଭିନ୍ନତା ଥିଲେ ମଧ୍ୟ ପରସ୍ପରକୁ ବୁଝିବାରେ କିଛି ଅସୁବିଧା ହୁଏନି।ଛୁଆବୁ ଯାହା କୁହନ୍ତି ମୁଁ ବୁଝି ପାରେ। ମୁଁ ଯାହା କରେ ତାକୁ ଦେଖି ଛୁଆବୁଙ୍କୁ ବୁଝିବାରେ ଏତେ ଟିକେ ଅସୁବିଧା ହୁଏନି।ଆମ ବନ୍ଧୁତା ଦେଖି ମା ପ୍ରମାଦ ଗଣେ। ବଡ଼ ହୋଇଗଲେ ମୁଁ ତ କୁଆଡେ ଯେତେବେଳେ ଚାଲିଯିବି ସେତେବେଳେ ମୋ ଛୁଆବୁ କଣ କରିବେ?


ଦିନେ ସ୍ବପ୍ନଟିଏ ଦେଖିଲି।ମୁଁ ନାହିଁ।ମୋ ଛୁଆବୁ ମୋତେ ଖୋଜି ଖୋଜିସକାଳ ପହରୁ କାନ୍ଦୁଛନ୍ତି। କିଛି ଖାଉ ନାହାନ୍ତି। ମୋ ଲବି ମୋ ଲବି ହେଉଛନ୍ତି।ବଡ଼ାବୁ ଓ ମା ଯେତେ ବୁଝେଇଲେ ବୁଝୁ ନାହାନ୍ତି।


ମୋ ଲବି କୁଆଡେ ଗଲା ତାକୁ ଆଣ ଜିଦ୍ କରୁଛନ୍ତି।ଛୁଆବୁଙ୍କ ପାଟି ଲାଗେ । ର ଅକ୍ଷରକୁ ଲ ପରି ଉଚ୍ଚା ରଣ କରନ୍ତି।


ଲବି ଆ ଆ ଡାକୁଛନ୍ତି।


ହେଲେ ତାଙ୍କ ଲବି କାଇଁ ଯେ ସେ କଣ ତାକୁ ଆଉ ପାଇବେ ?


ବୁଡାବୁ ଅଗତ୍ୟା ଛୁଆବୁଙ୍କୁ ବୁଝାଇବା ପାଇଁ ମୋତେ ଯେଉଁଠି ଛାଡିଥିଲେ ସିଆଡ଼େ ଖୋଜି ଖୋଜି ଗଲେ।


ହଁ ମୁଁ ସେଇ ଛୁଆବୁଙ୍କ ରବି।ଅଣ୍ଡିରା ଜର୍ଶୀ ବାଛୁରୀ।


ଅଲୋଡା, ଆଖୋଜା ।


ଦିନେ ମୋ ଜାତି ଭାଇଙ୍କୁ ସମସ୍ତେ ଖୁବ୍ ଭଲ ପାଉଥିଲେ, ଯତ୍ନ ନେଉଥିଲେ।ଭଲ ଭଲ ଖାଦ୍ୟ ଖୁଆଉ ଥିଲେ।ଆମ ଭିତରେ ଯିଏ ଯେତେ ବଡ଼,ସୁନ୍ଦର ଓ ଚିକ୍କଣ ତାର ସେତେ ଅଧିକ ଆଦର।ଆମେ ମଣିଷର ସବୁ କାମ କରି ଗେହ୍ଲାପୁଅ ହୋଇଥିଲୁ।ସମସ୍ତଙ୍କ ଘର ଆଗରେ ଆମ ଘର ଥିଲା।


ଏବେ ସବୁ ବଦଳି ଗଲା। ବିଜ୍ଞାନ ପ୍ରତି କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣି ମଣିଷଙ୍କୁ ସୁଖ ଦେଲା, ସ୍ୱଛଂଦ୍ୟ ଜୀବନ ଦେଲା।କର୍ମଠ ଉଦ୍ ଯୋଗି ମଣିଷ ଆଳସ୍ୟର ଦାସ ହେଲା।ସବୁ କାମ ଯନ୍ତ୍ର କରୁ ଚାହିଁଲା।ଲୋଭ କଲା ଅଳ୍ପ ସମୟରେ ବେଶୀ ରୋଜଗାର କରିବାକୁ । ଦିନୁ ଦିନୁ ଯନ୍ତ୍ର ପାଲଟୁ ଥିଲା ମଣିଷ କର୍ମ ବିମୁଖ।ଡାକି ଆଣିଲା ଯେତେ ପ୍ରକାର ରୋଗ।ଖଟୁଥିଲା ନିରୋଗ ଓ ଖୁସି ବାସିଆ ଜୀବନ ଜୀଇଁଥିଲା।


ଦିନେ ବଣ ଜଙ୍ଗଲରେ ବସବାସ କରି କଞ୍ଚାମାଂସ ଖାଉଥିବା ମଣିଷ ନିଜ ବୁଦ୍ଧି ବଳ ଖଟାଇ ଗୋଟିଏ ପରେ ଗୋଟିଏ ଜିନିଷ ଉଦ୍ଭାବନ କରି ହୋଇଗଲା ଜୀଵ ଶ୍ରେଷ୍ଠ।ଯନ୍ତ୍ର ଯୁଗ ଆସିଲା।


ଯନ୍ତ୍ର ଆସିବାରୁ ମୋ ଚାହିଁଦା କମି ଗଲା। ମୁଣ୍ଡରେ ବସାଉଥିବା ମଣିଷ ମୋତେ ଆଡ଼ ଆଖିରେ ଚାହିଁଲା ନାହିଁ।ଦୂର୍ ଦୂର୍ ମାର୍ ମାର୍ କଲା।ଚାଷ ବାସ, ଜିନିଷ ନେବା ଆଣିବା ସବୁ ଯନ୍ତ୍ର ଦ୍ୱାରା କଲା।


ମାଲିକ ମାଟି ଘର ଛାଡ଼ି କୋଠାଘରେ ରହିଲା।ମୋ ରହିବା ପାଇଁ କିନ୍ତୁ ବାରି ଆଡେ ଚାଳିଆଟିଏ। ମୋ ଭଉଣୀକୁ ବୟସ ଥିବା ଯାଏ ନିଜ ଫାଇଦା ପାଇଁ ପାଖରେ ରଖିଲା।ବୁଢ଼ୀ ହୋଇଗଲାରୁ ବିକି ଦେଲା।


ମୁଁ ସାନ ଥିଲି ଭଲ ଥିଲି।ବଡ଼ ହେଲାରୁ ମୋ ଦୁଃଖ ବଢ଼ିଲା।


ରବିବାର ଜନ୍ମ ବୋଲି ମୋ ନାଁ ଦେଇଥିଲେ ରବି।ଛୁଆବୁ ଓ ମୁଁ ଭାରି ସାଙ୍ଗ। ମୋ ମା ନଥିଲା ବେଳେ ଛୁଆବୁ ଓ ମୁଁ ଖୁବ୍ ଖେଳୁ।ମୋତେ ଭାରି ଗେଲ କରନ୍ତି ସେ।ମୋ କୋମଳ କୋମଳ ଦେହରେ ତାଙ୍କ ଦେହ ଘଷନ୍ତି।ମୁଁ ବି ମୁଣ୍ଡ ଲାଞ୍ଜ ହଲାଇ ତାଙ୍କ ସଂଗେ ଖୁ ଖେଳେ। ଯଦି ସାଇ ଭାଇ ଘର ବୁଲି କେବେ ବୁଲି ଯାଇଥାଏ ଛୁଆବୁ ଯେତେବେଳେ ଡାକି ଦିଅନ୍ତି ଲବି ଈଈ ଆ ଆ । ମୋ କାନରେ ଛୁଆବୁଙ୍କ ଡାକ ଯେମିତି ପଡେ ସାଙ୍ଗ ସାଥୀ ସବୁ ଛାଡି ମାରେ ଡିଆଁ।


ମା ଚରି ଚାରି ସନ୍ଧ୍ୟାକୁ ଆସେ।ଦିନ ସାରା ଛୁଆବୁ ସହ ମୋର ଖେଳ କୌତୁକରେ କଟି ଯାଏ । ମା ଆସିଲାରୁ ହମ୍ମା ରଡି ଛାଡି ମୁଣ୍ଡ ହଲେଇ ଗୋଡ଼ ଛାଟି ଦୌଡେ।ମୋ ପଛେ ପଛେ ଛୁଆବୁ। ଲବି ତୋ ମା ଆସିଲାଣି।ଲବି ଏବେ ତତି ଖାଇବ କହି ତାଳି ମାରି ହସନ୍ତି।ଛୁଆବୁ ନା ତିନି ବର୍ଷର ଛୁଆଟା।ଲାଭ କ୍ଷତି ହିସାବ ଏଇ ସରଳ ପିଲା ମନରେ ନଥାଏ।ସେ ଛୁଆକୁ ମୁଁ ଛୁଆ।ପରସ୍ପର ସ୍ନେହ ଆଦରରେ ବନ୍ଧା ପଡି ଯାଇଥିଲୁ। 

ଶୋଇବା ଶେଯରୁ ଉଠୁ ଉଠୁ ଛୁଆବୁଙ୍କ ଆଗ ଲୋଡ଼ା ତାଙ୍କ ଲବି।


ଆଗେ ଖାଇବେ ବୋଲି ଧାଉଁ ଛିଣ୍ଡାଇ ଦେଉଥିଲେ ଛୁଆବୁ।ଏବେ ମୋତେ ଦେଖାଇ ମା ଛୁଆବୁଙ୍କୁ ଖୁଆଇ ଦିଅନ୍ତି।ମୋ ସହ ଖେଳି ଖେଳି ଛୁଆବୁ ବି ଖାଇ ଦିଅନ୍ତି।ମୁଁ ମୁଣ୍ଡ ହଲେଇ ଛୁଆବୁ କେମିତି ଖାଇ ଦେବେ ବୋଲି ନାଚ କରେ।ଛୁଆବୁ ଟକ୍ ଟାକ୍ ଖାଇ ଦିଅନ୍ତି। କେବେ କେବେ ଛୁଆବୁଙ୍କ ଖାଦ୍ୟ ବଳି ପଡିଲେ ମୋ ପାଟିରେ ବାଜେ।ଏମିତି ଗୋଟେ ପବିତ୍ର ବଂଧନ ରେ ବାନ୍ଧି ହୋଇ ଯାଇଥିଲୁ ଛୁଆବୁ ଓ ମୁଁ।


କିନ୍ତୁ ଦିନେ ଶୁଣିଲି ବଡ଼ାବୁ ମା କୁ କହୁଛନ୍ତି ରବି ଟା ବଡ଼ ହୋଇଗଲାଣି।ଗୁହାଳେ ଏତେ ଜାଗା କାହିଁ?ଭାବୁଛି ରବିକୁ ବିକିଦେବା ନଲେ କୁଆଡେ ଛାଡି ଦେଇ ଆସିବା !!


ଅଣ୍ଡିରା ଜର୍ଶିଟା।କେଉଁ କାମରେ ଲାଗିବ ନାହିଁ।ଛାଡି ଦେଇ ଆସିବା କୁଆଡେ ।ଯାଉ ମନ ଇଚ୍ଛା ବୁଲିବ ଖାଇବ ?


ଆମ ଶିବୁ ରବିକୁ ଛାଡି ରହି ପାରିବ ତ ! ମା କହିଲେ।


ଦେଖିବା ତେଣିକି, ଛୁଆଟା ବୁଝେଇ ଦେଲେ ବୁଝିଯିବ।


ଏକଥା ଶୁଣି ମୋ କଲିଜା ସତେକି ଖସି ପଡିବ ଲାଗିଲା। ମୋ ମା ଆଖିରୁ ଗଡି ପଡିଲା ସରସର ଲୁହ।ମା ମୋତେ ଚାଟି ଚାଟି କହିଲା ପୁଅ ବଡ଼ ହୋଇ ଗଲେ ନିଜ ପେଟ ନିଜେ ପୋଷେ। ତୁ ଏଣିକି ନିଜ କଥା ବୁଝିବୁ। ଅଚିହ୍ନା ଜାଗା ଦେଖି ଚାହିଁ ଚଳିବୁ।


ମା ମୁଁ ତୋତେ ଓ ଛୁଆବୁଙ୍କୁ ଛାଡ଼ି କୁଆଡେ ଯିବି ନାହିଁ।


ରବିରେ ଆମେ ବା ପଶୁ।ଆମ ଜନ୍ମ ଲୋକଙ୍କ ସେବା ପାଇଁ । ତୋ ପରି ମୋର ଆଗରୁ ଦୁଇଟି ପୁଅ ଏମିତି ଗଲେଣି।ତୋ ବଡ଼ାବୁ କେତେ ଜଣଙ୍କୁ ପୋଷିବ କହିଲୁ?ମୁଁ ପୁଣି ମା ହେବାକୁ ଯାଉଛି। ତୋର ଭାଇ କି ଭଉଣୀଟିଏ ଜନ୍ମ ହେବ। ଏଡିକି ଘରେ ଆମେ ଏତେ ଜଣ କେମିତି ରହିବା ? ଖାଇବା କଣ?ମା ପୁଅ ଦୁହେଁ ରାତି ସାରା ଏମିତି ଗୁଡ଼େ ଦୁଃଖ ସୁଖ ହେଉ ହେଉ ମୋତେ କେତେବେଳେ ନିଦ ଲାଗି ଯାଇଛି।


ନିଦରେ ସ୍ୱପ୍ନ ଟିଏ ଦେଖିଲି।ମୁଁ ଅଛି ଗୋଟେ ଅଚିହ୍ନା ଜାଗାରେ। ଡରରେ ଛାନିଆଁ ହୋଇ ଏଣେ ତେଣେ ଦୌଡ଼ିଛି।ଭୋକରେ ପେଟ ରଡି ଛାଡ଼ିଲାଣି।କଣ ଖାଇବି? ଭେଁ ଭେଁ କାନ୍ଦି ପକାଇଲି।ମୋ କାନ୍ଦ ଶୁଣି ଅନ୍ୟ ଗ୍ରହରୁ ଏଲିଅନ୍ ଟିଏ ତାଙ୍କ ଗ୍ରହ ଯାନ ଆଣି ଆସିଲା।ଏତେ ଆଲୁଅ ଥିଲା ସେ ଯାନରେ ଯେ ମୋ ଆଖି ଝଲସି ଗଲା। ତା ଭିତରୁ ଏଲିଅନ୍ ଟିଏ ବାହାରି ମୋତେ ସାଙ୍ଗରେ ନେଇଗଲେ ତାଙ୍କ ଗ୍ରହକୁ।


ବାଃ କି ସୁନ୍ଦର ତୁମ ଗ୍ରହ!! ଖାଲି ଘାସ ଆଉ ଘାସ।ଶାଗୁଆ ଛନ ଛନ ଗଛ ପତର ଭର୍ତ୍ତୀ ଚାରିଆଡେ।ମୁଁ ଏଇଠି ରହିବି କି ମା ? କହୁ କହୁ ନିଦ ଭାଙ୍ଗିଗଲା।


ମୁଁ ଥିଲି ଛୁଆବୁଙ୍କ ଘରେ।ମୋତେ ଛୁଆବୁ ଆଉଁସୁଥିଲେ।ବଡ଼ାବୁ କହିଲେ ତୋତେ ବିକିକି ନାହିଁ କି କୁଆଡେ ଛାଡି ଆସିବି ନାହିଁ, ବୁଝିଲୁ । ଡରନା।


Rate this content
Log in

Similar oriya story from Abstract