STORYMIRROR

Sunanda Mohanty

Abstract Fantasy Thriller

3  

Sunanda Mohanty

Abstract Fantasy Thriller

ପୁସ୍ତକମନସ୍କ

ପୁସ୍ତକମନସ୍କ

5 mins
198

ନିରୋଦବାବୁଙ୍କର ବହି ମହଲଟିଏ ଥାଏ . ବହି ସଂଗ୍ରହ କରି ଲାଇବ୍ରେରୀଟିଏ କରିବା ଇଛା ବହୁକାଳରୁ ତାଙ୍କର. ବହିକୁ ଭଲ ପାଉଥିବା ମଣିଷ ପାଖରେ ନିଶ୍ଚୟ ଐଶ୍ବର୍ଗୀକ ଗୁଣ ରହିଛି ବୋଲି ପତ୍ନୀ ସ୍ୱୀକାର କରନ୍ତି. ସ୍ତ୍ରୀ ଲୋକ ହିସାବରେ ଭାରତୀ ଦେଖିଛନ୍ତି ମଣିଷ ହିସାବରେ ସାମାଜିକତା ଗୋଟେଇବାକୁ ଯାଇ ଯାହା ସଙ୍ଗେ ବନ୍ଧୁତା ସୃଷ୍ଟି କଲେ କଥାରୁ ନଥା ବାହାରି କେବେ କାହାକୁ ବାଧେ ତ କିଏ କଥା ଏପଟ ସେପଟ କରେ ତ କିଏ ଖରାପ ଭାବେ. ସେଥିପାଇଁ ଅବଶ୍ୟ ଭାରତୀ ସବୁବେଳେ ନିଜକୁ ଦୋଷ ଦିଅନ୍ତି ଭାବନ୍ତି ହୁଏତ ତାଙ୍କ କଥା କହିବାର ଶୈଳୀରେ ଭୁଲ ଥାଏ ବା କଥା ଆତ୍ମକୈନ୍ଦ୍ରିକ ହୋଇଯାଏ କେବେ ବା ଅହଂ ପ୍ରକାଶ କରୁଥାଏ କେବେ କିନ୍ତୁ ସେ ଯେତେ ମାର୍ଜିତ ହୋଇ କଥା କହିଲେ ମଧ୍ୟ କଥାର ନଥା ବାହାରି କେବେ ତାଙ୍କୁ ଅପଦସ୍ଥ କରେ ତ କେବେ ଦୁଃଖ ସୁଖ ସମିଶ୍ରଣରେ ସ୍ୱାଭିମାନ ବଢ଼ାଏ. ଏବେ ଏବେ ଭାରତୀ ସେଥିପାଇଁ ମୋବାଇଲ ଭିତରେ ବୁଡି ରହନ୍ତି ଅଧିକ ସମୟ. ସ୍ୱାମୀ ପାଟି କରନ୍ତି ଆଖି ଖରାପ ହେବ କହି. ବହି ପଢିବାକୁ ଅନୁରୋଧ କରନ୍ତି ହେଲେ ଥରେ ଗୋଟେ କଥା ଅଭ୍ୟାସରେ ପରିଣତ ହେଲା ପରେ ସେହି ଅଭ୍ୟାସ ନିଶାରେ ପରିଣତ ହୋଇଯାଏ ଯେମିତି. ଭାରତୀ ଉତ୍ତର ଦିଅନ୍ତି ମୋବାଇଲରୁ ବହୁତ କଥା ଶିଖି ମୁଁ କିଛି ଲେଖୁଛି ଏବେ ଦେଖୁନ କେତେ ଲୋକ ଚିହ୍ନୁଛନ୍ତି ମତେ. ସ୍ୱାମୀ କହନ୍ତି କେତେ ଲୋକ ନୁହଁ ବରଂ ନିର୍ଦ୍ଦିଷ୍ଟ କିଛି ଲେଖାଲେଖି କରୁଥିବା ଲୋକ ଚିହ୍ନୁଥିବେ. କାଇଁ ବିଭିର୍ଣ୍ଣ ବହି ପଢି କଣ ଜ୍ଞାନ ଆହରଣ କରିପାରିବ ନାହିଁଯେ ମୋବାଇଲ ଭିତରେ ବୁଡି ରହି ଆଖି ଖରାପ କରୁଛ?ବହି ହେଲା ମଣିଷର ଜୀବନ କାଳର ସଚ୍ଚା ସାଥି, ଯିଏ କେବେ ଧୋକା ଦିଏନାହିଁ. ଯିଏ କେବଳ ଶିଖାଏ କେବେ ବି ଉପହାସ ବା ସମ୍ପର୍କରେ ଫାଟ ସୃଷ୍ଟି କରେନାହିଁ. ଭାରତୀ ସବୁ ଶୁଣନ୍ତି ବୁଝନ୍ତି କିନ୍ତୁ ମୋବାଇଲ ଛାଡ଼ିବା ପାଇଁ ସମୟ ଲାଗିବ ଭାବି, ତାରି ଭିତରେ ବୁଡି ରହିଥିଲା ବେଳେ, ସ୍ବାମୀ ନିରୋଦ ବହି ସଂଗ୍ରହ କରୁ କରୁ ଲାଇବ୍ରେରୀକୁ ଜୀବନ ସଙ୍ଗିନୀ କରିସାରିଲେଣି ଯେମିତି.।

      ସେହି ଲାଇବ୍ରେରୀରେ ଜଳଖିଆ ଖାଉ ଖାଉ ସେଇଠି ଡ୍ରେସିଙ୍ଗ, ପେଣ୍ଟିଙ୍ଗ ଅର୍ଥାତ ପୋଷାକ ପରିଚ୍ଛଦ ସେହି ଘରେ ଆଉ ସେଭିଙ୍ଗ ଓ ଯାବତୀୟ ନିତ୍ୟ ନୈମିତ କାର୍ଯ୍ୟ ମଧ୍ୟ ସେହି ଘରେ.ଭାରତୀଙ୍କ ଯାବତୀୟ ଘର କାମ ସାଙ୍ଗକୁ ମୋବାଇଲ ଦେଖିବା ବାଦ ଯେଉଁ ସମୟ ଟିକକ ମିଳେ ସେ ଆସନ୍ତି ସ୍ୱାମୀଙ୍କ ପାଖକୁ,କିନ୍ତୁ ବହି ପଢିବା ପାଇଁ ନୁହେଁ ବରଂ ସ୍ୱାମୀ କେତେବେଳେ,କୋଉ କାମରେ ବ୍ୟସ୍ତ ରହୁଛନ୍ତି ଦେଖିବାକୁ. ପ୍ରଥମେ ପ୍ରଥମେ ସ୍ୱାମୀଙ୍କୁ ଯେବେ ବାରଣ ବା ରୋକ ଲଗେଇଲେ ଭାରତୀ, ନିରୋଦ ମାନିଯାଉଥିଲେ. ଯେମିତିକି ଆଜି ଗୁରୁବାର ଖିଅର ହେବା ଉଚିତ ନୁହେଁ ଶନିବାର ନଖ କାଟିବା ଉଚିତ ନୁହେଁ, ବାର ଅନୁଯାୟୀ କୋଉ କଲରର ଡ୍ରେସ ପିନ୍ଧିବା ଉଚିତ, ଏସବୁ ମାନିଯାଉଥିବା ସ୍ୱାମୀ ନିରୋଦଙ୍କୁ ଯେବେ ଅଫିସ ଯିବା ପାଇଁ, ବଜାର ଯିବା ପାଇଁ, କୋଉପଟକୁ ମୁହଁ କରି କୋଉ ବାରରେ ଖାଇବା ଉଚିତ , ବସିବା, ଶୋଇବାରେ କଟକଣା ଲାଗିଲା ଓ ଘରକୁ ଫେରିବା ପରେ ମଧ୍ୟ,ସମୟ ହୋଇନି ଗୃହ ପ୍ରବେଶ କରିବାକୁ କହି ଘଡିଏ କଣ ଦିଘଡି, ଏମିତିକି ଘଣ୍ଟେ ଅପେକ୍ଷା କରିବାକୁ ପଡିଲା ବାହାରେ,ରୀତିମତ ବିଗିଡି ଗଲେ ନିରୋଦ ମହାପାତ୍ର. ଏସବୁ ଭାରତୀଙ୍କ ମୁଣ୍ଡକୁ କୋଉଠୁ ଆସୁଛି ଜାଣିବାକୁ ଚାହିଁ ସେ ବୁଝିଗଲେ ସେହି ମୋବାଇଲରୁ ୟୁଟୁବରେ ରାଶିଫଳ ଦେଖି ଭାରତୀଙ୍କ ମୁଣ୍ଡକୁ, ତାଙ୍କ ହିସାବରେ କୁବୁଦ୍ଧି ଜୁଟୁଛି, ଅତିଷ୍ଠ ହେଲେ. ସ୍ୱାମୀ ସ୍ତ୍ରୀଙ୍କ ଭିତରେ ଏଇ ଛୋଟ କଥାକୁ ନେଇ ମହାଭାରତ ସୃଷ୍ଟି ହେଲା.।

    ନିରୋଦ ବାବୁ ଚାହିଁଲେ ମଧ୍ୟ ମୋବାଇଲ ଛଡେଇ ନେଇ ପାରିଲେନି ସ୍ତ୍ରୀ ଭାରତୀଙ୍କ ଠାରୁ.ସ୍ତ୍ରୀ ମଧ୍ୟ ମୋବାଇଲ ମାନିଆ କି ବିଶ୍ୱାସ ବା ଅନ୍ଧବିଶ୍ୱାସର ବଶବର୍ତ୍ତି ହୋଇ ରୋକ ବା କଟକଣା ଛାଡ଼ି ପାରିଲେନି ବାସ୍ତୁ ଦୋଷର ସମାଧାନ କହି. କଥା ସେତିକିରେ ସରିନଥିଲା. ଏଣିକି ଭାରତୀ କେବେ ଶିଡି ଭାଙ୍ଗିବାକୁ କହୁଥିଲେ ତ କେବେ ଠାକୁର ଘର.କେବେ ରୋଷେଇଘର ଦୁଆର କୋଉ ପଟକୁ ହେବା ଉଚିତ କହୁଥିଲେ ତ କେବେ ଶୋଇବା ଘର ଖଟ କୋଉ ଦିଗକୁ ପଡିବା ଉଚିତ କହୁଥିଲେ. ସବୁ ସବୁ ସାହିଯାଉଥିବା ଓ ସ୍ତ୍ରୀଙ୍କ ହଁ ରେ ହଁ ମିଶାଇ ମୁଣ୍ଡ ଟୁଙ୍ଗାରୁଥିବା ସ୍ୱାମୀଙ୍କୁ ଯୋଉଦିନ ଭାରତୀ, ବହି ମହଲ ବିରୁଦ୍ଧରେ କହିବାକୁ ଆରମ୍ଭ କରି, ଘର ପ୍ରତି ବିପଦ, ଝିଅର ସେଇଥିପାଇଁ ପିଲାପିଲି ହେଉନି ପୁଅର ସେଇଥିପାଇଁ ଭଲ ବାହାଘର ପ୍ରସ୍ତାବ ଆସୁନି ତଥା ବହି ମହଲର ଦ୍ୱାର ପୂର୍ବ ପଟକୁ ରହିଥିଲେ ହୋଇଥାଆନ୍ତା. ତୁମ ଚେୟାର ଟେବୁଲ ଉତ୍ତର ଦିଗକୁ ରହିବା ଉଚିତ କହିଲେ, ତା ଆରଦିନ ନିରୋଦବାବୁ ସମସ୍ତ ବହି ପତ୍ର ଅଖା, ପ୍ୟାକେଟ ଓ ଆସବାସ ପତ୍ର ସହ ଡାଲା ଅଟୋରେ କୁଆଡେ ବାହାରିବା ଦେଖି ଭାରତୀ କହୁଥିଲେ ଆରେ ଟିକେ ରୁହ,ପରିବାର ନେଇ ଆଜି ଯିବା ଶୁଭ ନୁହେଁ.ପୁଣି ବହି ମହଲ ଛାଡ଼ି ବହିପତ୍ର ସହ ଆଜି କୁଆଡେ ଯିବା? ନିରୋଦବାବୁ କହୁଥିଲେ ଯିବା ନୁହେଁ, ତୁମେ ସବୁ ଏଇଠି ଥାଅ ମୁଁ ଗାଁଆକୁ ଯାଉଛି.ସ୍ତବ୍ଧ ନିଶ୍ଚଳ ହୋଇ ଭାରତୀ ଚାହିଁଥିଲେ କେବଳ.।

    ଭାରତୀ ବୁଝିପାରୁନଥିଲେ ତାଙ୍କ ଭୁଲ କେଉଁଠି?ମନେ ପଡୁଥିଲେ ଗାନ୍ଧି ଓ ଗୋପବନ୍ଧୁ. ଦେଶ ସେଵା ପାଇଁ ପରିବାର ଭୁଲି ସେମାନେ ଲୋକଙ୍କ ଦୁଃଖ ସୁଖରେ ସାମିଲ ହେଲା ବେଳେ ପ୍ରତିବାଦ କରୁନଥିଲେ ତାଙ୍କ ସ୍ତ୍ରୀମାନେ. ସେଇଥି ପାଇଁ ତ ଗାନ୍ଧିଙ୍କ ସଙ୍ଗେ କସ୍ତୁରବାଙ୍କ ନାମ ଆସେ.ଭାରତୀ ମନକୁ ବୁଝେଇ ଦିଅନ୍ତି. ସ୍ୱାମୀଙ୍କର ବହି ମହଲ ଓ ମାହୋଲକୁ କେବେ ତ ଅସ୍ବୀକାର କରିନାହାଁନ୍ତି ସେ. ବରଂ ବହି ହିଁ ଜୀବନର ପ୍ରକୃତ ସାଥି ବୋଲି ସେ ଏ ଭିତରେ ବୁଝି ସାରିଲେଣି.ତାଙ୍କର ଭୁଲ କେବଳ ମୋବାଇଲର ୟୁଟୁବରୁ ବାସ୍ତୁ ଶାସ୍ତ୍ର ଟିପ୍ସ ଦେଖି ସେହି ଅନୁଯାୟୀ ଚଳିବାକୁ କହିବା. ଆଉ ଏଥି ପାଇଁ ମଧ୍ୟ ବହିମହଲର ଦ୍ୱାର,କବାଟ ଝରକାର ଦିଗ,ବସିବା ସ୍ଥାନ ନିରୂପଣ ସହ ଟେବୁଲ ଚେୟାରର ଦିଗ ବଦଳେଇବାକୁ ଚାଁହୁଥିଲେ ସେ. ସେ ନିଜେ ଆଜି ବାସ୍ତୁ ଟିପ୍ସ ମାନିବା ଦ୍ୱାରା ଝିଅର ଝିଅଟିଏ ଆଉ ପୁଅର ମଧ୍ୟ ବାହାଘର ଠିକ କରିସାରିଛି ସେ ନିଜେ. ସବୁ ସୁଖ ଭିତରେ ସ୍ୱାମୀଙ୍କର ବିମୁଖତାରେ ଭାରତୀ ମ୍ରିୟମାଣ. ଅନେକ ଥର ସେ ନିଜେ ଓ ପୁଅ ଝିଅଙ୍କ ସହିତ ବୁଝେଇ ବୁଝେଇ ଥକି ପଡିଲେଣି, ତଥାପି ତାଙ୍କର ଏକା ଜିଦ ସେ ଗାଁରେ ରହିବେ, ସ୍ବାଧୀନରେ. ଗାନ୍ଧିଙ୍କ ଅହିଂସା ମନ୍ତ୍ର ଦ୍ୱାରା ଆଜି ଦେଶର ପାଖାପାଖି ଚାରିଶହ କୋଟି ଜନତା ସ୍ବାଧୀନତାର ସ୍ୱାଦ ଚାଖୁଛନ୍ତି ଆଉ ସେ ତାଙ୍କ ସ୍ତ୍ରୀଙ୍କ ବାସ୍ତୁ ଦୋଷ ମାନିଆଁ ପାଇଁ ତାଙ୍କୁ ସ୍ବାଧୀନତା ଦେବା ସହ ନିଜେ ସ୍ବାଧୀନରେ ଅଛନ୍ତି. ଏଠି ଗାଁରେ କେହି କହିବାକୁ ନାହିଁ ଆଜି ବାରରେ ଅମୁକ ରଙ୍ଗର ସାର୍ଟ ପ୍ୟାଣ୍ଟ ପିନ୍ଧିବାକୁ ପଡିବ ବା ଆଜି ଏପଟ ଦିଗକୁ ମୁହଁ କରି ଶୋଇବାକୁ, ବସିବାକୁ ପଡିବ ବା ଅଫିସରୁ ଫେରି ଦଶ, କୋଡିଏ ମିନିଟ ବା ଏକଘଣ୍ଟା ଯାଏଁ ଠିଆ ହେବାକୁ ପଡିବ ଶୁଭ ବେଳାର ଗୃହ ପ୍ରବେଶକୁ ଅପେକ୍ଷା କରି!

  ପ୍ରଥମେ ପ୍ରଥମେ କଥାଟା ହାଲୁକା ମନେହେଉଥିଲେ ବି ଏବେ, ସ୍ୱାମୀଙ୍କ ଛିଟ ମରା କଥା ଛାଟମରା କଥା ପରି ଲାଗୁଥିଲା. କାରଣ ପତି ପତ୍ନୀ ଦୁହେଁ ଅବସର ନେଇସାରିଥିଲେ. ସ୍ୱାମୀଙ୍କ ବହି ମହଲରେ ବ୍ୟସ୍ତ ରହି ସ୍ୱାମୀ ସଂଗ୍ରହ କରିଚାଲିଥିଲେ ବହି ପରେ ବହି. ବାପାଙ୍କ ପୁସ୍ତକ ନିଶା ଓ ସ୍ବାଧୀନ ଚେତା ମନୋଭାବ ପୁଅକୁ ମନ୍ଦିରରେ ବିବାହ କରିବାକୁ ବାଧ୍ୟ କରିଥିଲା. ବାପା ଯଦିଓ ବାହାଘରରେ ଉପସ୍ଥିତ ରହି ସବୁ କାମ ବୁଝାସୁଝା କରି ସମ୍ପର୍ଣ୍ଣ କରିଥିଲେ କିନ୍ତୁ ମାଆ ଓ ପୁଅ ବୋହୁଙ୍କ ପାଖକୁ ଫେରିନଥିଲେ.ସମସ୍ତେ କହୁଥିଲେ, ନିରୋଦବାବୁଙ୍କ ପୁସ୍ତକମନସ୍କ ତାଙ୍କୁ ସଂସାର ତ୍ୟାଗୀ କରିଛି. ଏଣିକି ଭାରତୀ ନିଜ ଭୁଲ ବୁଝି ମୋବାଇଲ ଦେଖା,ବାସ୍ତୁ ଶାସ୍ତ୍ର ଉପରେ ସମ୍ପୂର୍ଣ୍ଣ ବିଶ୍ୱାସ ଓ ଭରସା କରିବା ଛାଡ଼ି ସ୍ୱାମୀଙ୍କ ଉପଯୁକ୍ତ ସହକର୍ମିଣୀ ଓ ସହଧର୍ମିଣୀ ହେବାକୁ ଚିନ୍ତା କରି ବହି ସଂଗ୍ରହ ସହ ନିଜେ ବି ନିଜ ଲିଖିତ କବିତା, ଗଳ୍ପ, ଉପନ୍ୟାସ, ଶିଶୁ ଗଳ୍ପ ଓ ପ୍ରବନ୍ଧ ଆଦି ଲେଖି ପୁସ୍ତକକୀଟ ହୋଇଯାଇଥିଲେ.।

   ଭଗବାନଙ୍କ ଅଶେଷ କୃପା ଓ କରୁଣାରୁ ଏ ଭିତରେ ନିରୋଦବାବୁଙ୍କ, ବହି ମହଲଟି ଲାଇବ୍ରେରୀର ମାନ୍ୟତା ପାଇଥିଲା. ଖାଲି ସେତିକି ନୁହେଁ ତାହାର ଦେଖା ଶୁଣା ପାଇଁ ଲାଇବ୍ରେରିଆନ ପଦବୀ ମଧ୍ୟ ବାହାରିଥିଲା.ସେହି ପଦବୀ ପାଇଁ ନିଜର ସମସ୍ତ ଯୋଗ୍ୟତା ଥିବାରୁ ଅବସର ପରେ ଗ୍ରାମୀଣ ଲାଇବ୍ରେରୀ ପାଇଁ ଭାରତୀ ନିଜ ସ୍ୱାମୀଙ୍କ ଲାଇବ୍ରେରୀରେ ଲାଇବ୍ରେରିଆନ ପଦବୀ ପାଇ ଗାଁକୁ ଫେରିଯାଇଥିଲେ. ନିଜ ସ୍ୱାମୀ ପ୍ରଥମେ ପ୍ରଥମେ ଅମଙ୍ଗ ହେଉଥିଲେ ମଧ୍ୟ ଭାରତୀଙ୍କ ପୁସ୍ତକ ପ୍ରେମ,ସ୍ୱାମୀଙ୍କୁ ଭାରତୀଙ୍କ ପ୍ରତି ଥିବା ପୂର୍ବ ମନୋଭାବ ବଦଳି ଯାଇଥିଲା. ଭାରତୀଙ୍କ ବହି ନିଶା ଓ ପେଶା ସହ ପୁସ୍ତକ ପ୍ରେମ ଦେଖି ନିରୋଦ ଖୁସି ହୋଇଥିଲେ. ମାଆ ଓ ବାପାଙ୍କର ଦେଖାଶୁଣା ପାଇଁ ପୁଅ ବୋହୁ ମଧ୍ୟ ଗାଁକୁ ଚାଲିଆସିଥିଲେ. ନିରୋଦ ଓ ଭାରତୀଙ୍କ ଉଜୁଡା ସଂସାର ପୁଣି ହସ ଖୁସିରେ ପରିପୂର୍ଣ୍ଣ ହୋଇ ଉଠୁଥିଲା. ନାତିଟିଏ ସଂସାରକୁ ଆସିଥିଲା ଏ ଭିତରେ. ଗାଁରେ ଏବର୍ଷ କାଳୀପୂଜା ଓ ଦୀପାବଳୀ ଏକା ଦିନରେ ପଡୁଥିଲା. ପୁଅ,ବୋହୁ, ଝିଅ, ଜୋଇଁ, ନାତୁଣୀ ଓ ନାତି ସହିତ ଦୀପ ଜାଳି, ବାଣମାରି, ପିତୃପୁରୁଷଙ୍କ ପାଇଁ କାଉଁରିଆ ଜାଳିବା ବେଳେ ନିରୋଦ ବାବୁ ପଚାରୁ ଥିଲେ, କୋଉ ଦିଗକୁ ମୁହଁ କରି ବସିବି ପୂଜା ପାଇଁ? ପୁଣି ଖାଇବା ବେଳେ ନାତୁଣୀ ଓ ନାତି କୋଉ ଦିଗକୁ ବସିବେ ବୋଲି ପଚାରୁଥିଲେ ନିରୋଦବାବୁ ତ ଭାରତୀ ଉତ୍ତର ରଖିଥିଲେ ସେମାନେ ତାଙ୍କ ସ୍ବାଧୀନରେ ଯୋଉପଟେ ବସୁଛନ୍ତି ବସନ୍ତୁ କିନ୍ତୁ ମାନୁନଥିଲେ ନିରୋଦ ବାବୁ ଦଉଡି ଯାଇ ବହି ମହଲରୁ ବାସ୍ତୁ ଶାସ୍ତ୍ର ବହି କାଢ଼ି ନାତି ନାତୁଣୀଙ୍କର ବସିବା, ଖାଇବା ଓ ଶୋଇବା ଆଦି ଦିଗ ନିରୂପଣ କରିବା ଦେଖି ଭାରତୀ ଚୁପି ଚୁପି ହସୁଥିଲେ. ପୁଅ କହୁଥିଲା ବହିର ଲେଖକ କିଏ ଜାଣିଛୁ ମା, ବାପା ନିଜେ, ଭାରତୀ ଖାଉ ଖାଉ ତାଙ୍କ ତଣ୍ଟିରେ ଲାଗୁଥିଲା.।



Rate this content
Log in

Similar oriya story from Abstract