ଏଥର ତ ରାଜୁବାବୁ କହୁଥିଲେ ତାଙ୍କ ସଙ୍ଗେ ଘଟିଯାଇଥିବା ନିକଟ ଅତୀତରେ କରୋନା ବେଳର କଥାଟିଏ. ପୁରୁଣା ସ୍ମୃତି ପେଡିର ଗାଥାଟିଏ.ସେ ନିଜେ ସେହି ମମି ବା ପିଲାଙ୍କ ବୋଉର ସ୍ୱାମୀ .କରୋନା ସମୟରେ ପିଲାଙ୍କ ସ୍ତ୍ରୀଙ୍କୁ ଅର୍ଥାତ ପିଲାଙ୍କ ମମିଙ୍କୁ ଦୁଇଦିନ ହେଲାଣି ଜ୍ୱର ଖବର ବାପା ଅର୍ଥାତ ତାଙ୍କଠୁ ଖବର ପାଇ ପୁଅ ବୋହୁ ଝିଅ ଜୋଇଁ ବ୍ୟସ୍ତ ବିବ୍ରତ ହୋଇପଡିଲେ ତ କିଏ କହିଲା ଆଦିତ୍ୟମାଇସିନ ଆଣି ଦିଅ ତ କିଏ କହିଲା ଭିଟାମିନ ସି ଏବଂ ଡି ଟାବଲେଟ ଦିଅ ତ କିଏ କହିଲା ଜିଙ୍କ ଟାବଲେଟ ପାଖରେ ରଖ, ତ କିଏ କହିଲା ଲୁଣ ପାଣି ଗର୍ଗଲିଙ୍ଗ କରୁଛି କି ନା ତ କିଏ କହିଲା ପାଞ୍ଚ ମିନଟ ଅନ୍ତରରେ ଉଷୁମ ପାଣି ପିଉଛି ନା ନାହିଁ ମମି! ଏସବୁ ବିବ୍ରତ ପୂର୍ଣ୍ଣ ପ୍ରଶ୍ନ ଉତ୍ତରରେ ବାପାଙ୍କର କେବଳ ଗୋଟିଏ ଉତ୍ତର ନାଇଁ ମ କରୋନା କାଇଁ ହେବ ମନ ଜର ହେଇଛି ତୁମ ମୁମିକୁ, ଭଲ ହେଇଯିବ. ବାପା ସବୁବେଳେ ଏମିତି, ମମି ପ୍ରତି ଉଦାସୀନ, କହିଲେ ଯାହା ଆଣିବେ.ମନ ବୁଝି ଗୋଟେ କିଛି କରି ନାହାନ୍ତି ଏଯାଏଁ, ସବୁବେଳେ ମମି ଖାଲି ତାଙ୍କ ମନ କଥା ବୁଝି ସବୁ କରିଯାଆନ୍ତା, କିଛି କୋଉଥିରେ ପ୍ରତିବାଦ ନଥାନ୍ତା, ରୋଷେଇଘରେ ତା ପରକୁ ପର ଖାଦ୍ୟ ପଦାର୍ଥ ତିଆରି ଚାଲିଥାନ୍ତା ତ ସେ ଖୁସି, କଣ ଟେ ଆଣିନ କାହିଁକି ନା କହିଥିଲେ ସିନା ଆଣିଥାନ୍ତି?ଏମିତି ସବୁ ଗୁଣକୁ ନେଇ ମମି ବି କମ ହଇରାଣ ହୁଏ ନା କଣ, ତ ସମସ୍ତେ ପଚାରୁଥିଲେ ବାପା ମମି ଦେହ କଣ କେମିତିର ବାରମ୍ବାର ପ୍ରଶ୍ନରେ ସତ କହିଦେଇଥିଲେ ବାପା.
ଘରେ ଥିବା ବିଲେଇଟି ଏଵେ ତିନି ଚାରି ମାସ ହେଲାଣି ସୋଫା, ସୋଫା କଭର, ପ୍ରତିଟି ପାଁପୋଛ, ପ୍ରତି ଘର ଖଟ ତଳ, ଏମିତିକି ଅତିଥି ଆସିଲା ବେଳକୁ ଡାଇନିଂ ଚେୟାର ଉପରେ ଝାଡା ପରିସ୍ରା ଓ ବାନ୍ତି କରିଦେଉଥିଲା. ତ ଅପ୍ରସ୍ତୁତ, ତଥା ଗନ୍ଧ ଭିତରେ ସଫା ସଫିରେ ବାପା ସହାୟକ ହେଉଥିଲେ ବି ପରବର୍ତ୍ତୀ ପର୍ଯ୍ୟାୟରେ ବିଲେଇର ଝଡା ସଫା, ଫିନାଇଲ ପକାରେ ଦିକଦାର ମମି ଅନେକ ଥର କହୁଥିଲା ବିଲେଇଟିକୁ ଛାଡିଦିଅ,ହେଲେ ସେଥିପ୍ରତି କେବେ ବି ମୁଣ୍ଡ ପୁରାଉ ନଥିଲେ ବାପା, ବରଂ ପୁଣି ପୁଣି ଥରକୁ ଥର ବିଲେଇଟିର ଝାଡା ପରିସ୍ରାରେ ବ୍ୟତିବ୍ୟସ୍ତ ହୋଇପଡୁଥିଲା ବେଳେ ବାପା ରସିକତା କରି କହୁଥିଲେ ତ ମତେ ବ୍ୟାଗରେ ଭରିକରି ଦେଇଥିଲେ ମୁଁ କୌଣସି ସାହି ବା ମାଛ ମାର୍କେଟ ଦେଖି ଛାଡିଦେଇଥାନ୍ତି. କଥାଟା ଏତିକି ରେ ସରିନଥିଲା ବଡ଼ଭୂଆର ଆକ୍ରମଣରେ ଲହୁଲୁହାଣ ହୋଇ ଘରକୁ ଫେରୁଥିଲା ସେ,ବାପା ସେସବୁ ପ୍ରତି ଦୃଷ୍ଟି ଦେଉନଥିଲା ବେଳେ ସେହି ମମି ମରାନଡିଆତେଲ ସହ ହଳଦୀ କେବେ ତ କେବେ ନିଓସ୍ପିରିନ ମାରିଲେ ବି ପରକୁ ପର କାମୁଡ଼ା ଖାଇ ଘରକୁ ଫେରେ ଆଉ ଶେଷକୁ ମମିର ଖଟ ତଳେ ନୁହେଁ ବରଂ ଖଟ ଉପରେ, ତୁଳା ଶେଜରେ ହିଁ ଝାଡା ପରିଶ୍ରା କରିବାକୁ ଲାଗେ ତ ବାଡେଇ ବାକୁ ଛକି କି ବି ବାଡେଇ ହୁଏନି ଖସି ଯାଏ ଗ୍ରିଲ ଫାଙ୍କ ଦେଇ, ପୁଣି କୋଉ ଛଟକରେ ଆସି ପୁଣି ଝାଡ଼ା ଓ ପରିଶ୍ରାରେ ଗନ୍ଧ କରୁଥାଏ ଖଣ୍ଡିଆ ଖାବେରା ପୂଜ ରକ୍ତ ଲାଙ୍ଗୁଡ଼ ଘୋଷାଡ଼ି ତ ମମୀ ଦେଲା ପାହାରେ. ପଛ ଦି ଗୋଡ଼ ଘୋସାରୀ ଘୋସାରୀ ଶିଡ଼ି ଦେଇ ପାହାଚରେ ତଳକୁ ଯାଏ ତ ଛକି ଥିବା ବଡ ଭୁଆ ହାବୁଡ଼ରେ ପଡି ହୁଏ ସାଂଘାତିକ ପରିଣାମ.ତା ପରେ ଆଉ ଘୁଷୁଡ଼ି ଚାଲିବା ଅବସ୍ଥାରେ ନଥିବା ବିଲେଇଟାକୁ ଦିନେ ହାତ ଲାଗାଇ ନଥିବା ମମି ତମର ଯେତେ ସେବା ଶ୍ରୁଶୁସା କଲେ ବି, ତିନି ଦିନ ପରେ ପଶୁ ଡାକ୍ତର ଆସିବା ବେଳକୁ ଖେଳ ସରିଥିଲା.ଆଉ ତା ମୃତ୍ୟୁର କାରଣ ବନିଥିବାରୁ ମମିକୁ ତୁମର ଜ୍ୱର. ଦିଅଁ ପୂଜା ବନ୍ଦ. କଥା ବାର୍ତ୍ତା ବି ସୀମିତ. ନିଜକୁ ଦୋଷୀ ଓ ପାପୀ ମନେକରି ନିଜ ପ୍ରତି ଅବହେଳା କରି ଚାଲିଛି ତମ ମମି. ସବୁକଥା ଶୁଣି କିଛି ନଜାଣିଲା ପରି ପହଂଚି ଗଲେ ପୁଅ ବୋହୁ ଝିଅ ଝୋଇଁ.
ପିଲାଙ୍କୁ ଏକା ସଙ୍ଗେ ଦେଖି ମାଆଙ୍କ ଖୁସି ରେ ଗୋଡ଼ ତଳେ ପଡ଼ୁ ନଥିଲା, ପୁଅ ଖାସି ମାଂସ ଆଣି ରାନ୍ଧିବାକୁ ମମିକୁ କହୁଥିଲା ତ ସେ ନିଜେ ନଖାଇଲେ ବି ପିଲାଙ୍କ ପାଇଁ ଆଗ୍ରହରେ କରୁଥିଲେ ତରକାରୀ ଆଉ ଶୁଣେଇ ଶୁଣେଇ ଭାଇଟି ଭଉଣୀକୁ କହୁଥିଲା ଜାଣିଲୁ ଝିଅ, ବଢିଆ ମାଂସ, ମୁଁ ନିଜେ ଠିଆ ହୋଇ ଥାଏ କଂସେଇଟା ପରା ପକାଇଲା ବେକକୁ ଚୋଟେ, ପୁରା ଅସଲୀ, ମୋରି ଆଗରେ ଛାଲିକି ଦେଲା ପରା.ମାଆ ମମିଙ୍କର ଛାତି ଧଡପଡ ହେଉଥିଲା. ଝିଅ ବା ଭଉଣୀ ଭାଇର ଉତ୍ତର ରଖିବାକୁ ଯାଇ କହୁଥିଲା, ଭାଇ କାଲି ବି ଦେଶୀ କୁକୁଡ଼ା ଆଣିବା. ପୁଅ ପଚାରୁଥିଲା କିଏ ମାରିବ?ତ ଭଉଣୀ କହୁଥିଲା କାଇଁ ଜୋଇଁ ମୋଡି଼ବେ ତା ବେକ.ମାଆ ମମି, ପାଟିରୁ ବଚନ ବାହାରୁ ନଥିଲା.ଦୁଇ ଚାରିଦିନ ଯାକ ଖାଲି କୁକୁଡ଼ା ମୋଡା ଆଉ ଖାସି ମାଂସ ପ୍ରସ୍ତୁତ କରୁଥିଲେ ମମି. ଆଉ ଜଗିରଖି ସେଦିନ ବୋହୁ ଯେବେ କହୁଥିଲା କଣ୍ଟା ଗୁଡା ବିଲେଇଟାକୁ ଦେଇଦେବା,ତ ଭାଇ ଭଉଣୀ କହୁଥିଲେ ବିଲେଇଟା କଣ ଏଯାଏଁ ଅଛି ନା କଣ!ବୁଢା ହୋଇଆସିଥିଲା, କୁଆଡେ ଯିବଣି ମରି ହଜି.ବୁଲା କୁକୁରଙ୍କୁ ଦେଇଦିଅ ତ ମାଆ ମୁଁହ ଗୁମସୁମ ଥିଲା. ତ ଭାଇ ଭଉଣୀ କଥା ହେଉଥିଲେ, ମାଆ ତ ଖାଉନି ଖାସି କି କୁକୁଡ଼ା କାଲି ବରଂ ଆଣିବା ମାଛ, ବାପା ଜୀବନ୍ତ ତଟକା ମାଛ କୋଉଠି ମିଳିବ କୁହତ? ବାପା କହୁଥିଲେ କଣ କାଟିକି ଆଣିବି ନା ଘରେ କାଟିକି କରିବ? ତ ଭାଇ ଭଉଣୀ କହୁଥିଲେ କାହିଁ ମାଆ କାଟିବ. ସେତ ସବୁବେଳେ କାଟେ ଆମ ପାଇଁ.ଜୀବନ୍ତ କଉ ରତାମାଛ ଇତ୍ୟାଦି ମାଆ ଭଳି କିଏ କାଟିପାରିବ? ତ ମାଆ କହୁଥିଲେ ନାଇଁ ମୋ ଦେହ ଭାଲନାହିଁ ମୁଁ କାଟିପାରିବିନି କି ଖାଇପାରିବିନି.
ଏଁ ତୋ ଦେହ ଭଲ ନାହିଁ? କଣ ହଉଛି?ଜ୍ୱର ନୁହେଁ ତ ମମି!ଏଵେ କରୋନା ସମୟ ଜାଣିଛୁ ନା ନାହିଁ,କ୍ଵାରେନଣ୍ଟାଇନରେ ରହ ତେବେ. ଆମେ ଯାଉଛୁ ମେଡିସିନି ଆଣିବୁ. ନାଇଁମ ଜ୍ୱର ନୁହେଁ, ଏମିତି, କହି ମାଆ ଠାକୁର ପୂଜା କରି ଛାତ ଚଢୁଥିଲା ତୁଳସୀଚଉରାରେ ପାଣିଦେବାକୁ.ବାପା କହୁଥିଲେ ଆଠ କି ନଅ ଦିନ ହେଲାଣି ତୁଳସୀ ପୂଜା କରିନି ମମି, ଭାଇ ଭଉଣୀ ଖୁସିଥିଲେହେଲେ ସତ ତଥାପି ମାଆ ଗୁମସୁମ ଥିଲେ ବି ଅବସ୍ଥା ସୁଧୁରୁଛି ହୃଦୟଙ୍ଗମ କରି ଫେରିଥିଲେ ଭାଇ ଭଉଣୀ ବାପାଙ୍କୁ ତାଗିଦ କରି. ହେଲେ ଏ ଭିତରେ ସ୍ତ୍ରୀ ଗଲେଣି ଆରପାରିକୁ ରାଜୁବାବୁ ସେହି ଘଟଣା ପାଇଁ ନିଜକୁ ଦୋଷ ଦିଅନ୍ତି. ଅନ୍ୟ ତିନିବନ୍ଧୁ ଆଁ କରି ଚାହିଁଥିଲେ କେବଳ.