_________ ପୁନଶ୍ଚ ମାନିନୀ_____
_________ ପୁନଶ୍ଚ ମାନିନୀ_____


ଅଫିସ୍ କାମରେ ହାଇଦ୍ରାବାଦ ଆସିଥିବା ତା ସ୍ଵାମୀଙ୍କ ସାଙ୍ଗ ମଳୟ ସେଦିନ ତାଙ୍କ ଘରେ ରାତିରେ ରହିଲେ। ପିଲା ବେଳର କେତେ ପୁରୁଣା କଥା ପଡିଲା। ମୁଁ ମୋ ସାଙ୍ଗ ମାନିନୀ ର ଖବର ତାଙ୍କୁ ପଚାରିବାରୁ ଉଦାସ୍ ଆଖିରେ ମଳୟ ଖୋଲିଲେ ପିଲାଦିନର ଅପଢ଼ା ପୃଷ୍ଠା ଟିଏ।
ପିଲା ବେଳୁ ବୋଉ ସହ ମାନିନୀ ଘରକୁ ମୁଁ ଯାଏ। ମୋ ବୋଉ ମାନିନୀ ବୋଉ ସାଙ୍ଗ। ଗଲେ ଭାରୀ ସ୍ନେହ ଆଦର। ମାନିନୀ ଶ୍ୟାମଳୀ ରଙ୍ଗର ଚିତ୍ର ଅଙ୍କିଲା ପରି ଚେହେରା ର ଝିଅ ଟିଏ। ତାଙ୍କ ଘରକୁ ଗଲେ ତା ପାଖେ ପାଖେ ରହିଥାଏ। ତାକୁ ଚିଡ଼େଇ ବାକୁ ବି ଭାରି ଭଲ ଲାଗେ। ଧିରେ ଧିରେ ମାନିନୀ ବଡ଼ ହେଲା। ମଳୟ ଫଗୁଣ ର ମାନେ ବି ବୁଝିଲାଣି । ମନକିଣିନେଲା ପରି ଝିଅଟିଏ କିନ୍ତୁ ସିଏ। ମାନିନୀ ଆଖିରେ କେବେ କେବେ ତା ପ୍ରତି ଆକର୍ଷଣ ର ଝଲକରେ ବି ସିଏ ଦେଖିଲାଣି। କେତେଥର ଭାବେ ମାନିନୀ କୁ କହିଦେବି ଲୀନା ବୋଲି ମୋର ପ୍ରେମିକା ଟିଏ ଅଛି ବୋଲି ହେଲେ ସେମିତି ଏକାନ୍ତ ସମୟ ପାଇନଥିଲି । କାରଣ ସେ ଲୀନା କଥା ବୋଉକୁ ବି କହି ନ ଥିଲି ସେ ପର୍ଯ୍ୟନ୍ତ । ଥରେ ମାନିନୀ ପାଇଁ ତା ବୋଉ କିଛି ଜିନିଷ ଆଣିବା କୁ କହିଥିଲେ। ସିଏ ବହୁତ ଖୋଜି ଖୋଜି ମାଉସୀ ଙ୍କ ଖାତିର ରେ ଆଣିଥିଲା। ମାନୀ ଟେବୁଲ୍ ରେ ତାକୁ ଦେଖି ବହୁତ୍ ଖୁସି ହେଇଗଲା କହିଲା ମଳୟ ଭାଇ ତମେ ମୋ ପାଇଁ ଏତେ କଷ୍ଟ କରି ଏସବୁ ଆଣିଛ ତମକୁ ବହୁତ୍ ବହୁତ୍ ଧନ୍ୟବାଦ୍। ମୁଁ କହିଲି ଆରେ ପାଗିଳୀ ଟା ଜାଣିନୁ ଧନ୍ୟବାଦ୍ କାହାକୁ ଦିଆଯାଏ। ସେଦିନ ସିଏ କଣ ବୁଝିଲା କେଜାଣି ଅଳ୍ପ ଟିକେ ହସି ମୁହଁ ତଳକୁ କରିଦେଲା। ସେଦିନ ମୁଁ ବୁଝି ପାରିଥିଲି କି ମାନିନୀ ଗୋଟାପଣ ମୋ ପ୍ରେମର ଭିଜି ସାରିଛି। ତଥାପି ମୁଁ ତାକୁ ମୋ ପ୍ରେମ ବିଷୟରେ କହି ପାରି ନଥିଲି। ପାରି ନ ଥିଲି ମାନେ କାହିଁବାକୁ ଚାହିଁ ଥିଲି କି ତା ବୋଉ ଙ୍କ କଥାରେ ମୁଁ ଏ ସବୁ ଆଣିଛି, ସେ ପାଇଁ ପଇସା ମଧ୍ୟ ନେଇଛି। ସେ ପିଲା ବୟସରେ ମୋତେ ତା ଲଜ୍ୟାନତ ପ୍ରେମ ପଖଳା ମୁହଁ ଟା ଦେଖିବାକୁ ଭଲ ଲାଗୁଥିଲା। କେତେଥର ଏମିତି ଘଟଣା ତା ଜ୍ଞାତସାରରେ ଘଟିଛି। ଯାହାକୁ ସିଏ ଚାହିଁ ଥିଲେ ଆଡେଇ ପାରି ଥାଆନ୍ତା। କିନ୍ତୁ ମାନିନୀ ଆଖିରେ ତା ପ୍ରତି ପ୍ରେମ ତାକୁ ଦେଖିବାକୁ ଭଲ ଲାଗୁଥିଲା। ଯଦିଓ କେବେବି ତା ମନ କୁ ଛୁଇଁ ନ ଥିଲା। ଏସବୁ ବେଶି ଦିନ ଚାଲିବା ଟା ତାକୁ ଆଉ ଭଲ ଲାଗିଲାନି । ମାନିନୀ କୁ କେମିତି କହିବ ଏକଥା। ଶେଷରେ ଦିନେ ମାନିନୀ ନାଁରେ ଚିଠିଟେ ତା ବହିରେ ରଖି ଜାଣିଶୁଣି ମାନିନୀ ରୁମ୍ ରେ ରଖିଦେଇ ଆସିଲା। ମାନିନୀ ପଢିଥିବ ନିଶ୍ଚୟ । ତା ବୋଉ ଫୋନ୍ କଲେ ମଳୟ ,ମାନି କାଲିଠାରୁ ତା ରୁମ ରେ ଚୁପ୍ ଚାପ୍ ଶୋଇଚି କିଛି ଖାଇନି । କଣ ହେଇଛି କେଜାଣି କିଛି ବୁଝୁନି। ତମେ ଆସିଲେ ହୃଏତ ବୁଝି ଯିବ। ମାଉସୀ ଙ୍କ ପାଇଁ ପୁଣି ଗଲି,ଯେମିତି ସବୁବେଳେ ଯାଏ। ଘର ଭିତର କୁ ଯାଇ ଦୋଷି ଙ୍କ ପରି ଡାକିଲି ମାନିନୀ। କହିଲା ବୋଉ ଡାକିଥିବ, ତା ସହିତ କଥା ହେଇ ଯାଇପାର କହି ଭିତରୁ କବାଟ ବନ୍ଦ କରିଦେଇ ଥିଲା । ସେଇ ତା ସହ ଶେଷ ଦେଖା। ଲୀନା ପାଖରେ ତା ଜୀବନର କିଛି ଅଛପା ନାହିଁ। ଲୀନା କୁ ବି ଏ କଥା ସିଏ କହିଛି। ଲୀନା କହେ ପିଲା ବୟସରେ ଏମିତି କେତେ ଭୂଲ୍ ହେଇଥାଏ। ଏହା ଭିତରେ ତିରିଶ ବର୍ଷ ବିତିଗଲାଣି । ଲୀନା ସହିତ ତା ବାହାଘର ବି ହେଇ ସାରିଛି। ତା ଝିଅ ବି ବଡ ହେଇ ସାରିଲାଣି। କାଲିଠାରୁ ତା ଅଲିଅଳି ଝିଅ ନ ଖାଇ ନ ପିଇ ଚୁପଚାପ୍ ତା ରୁମ୍ ରେ ଶୋଇଚି। ବହୁତ୍ କଷ୍ଟରେ ତା ମା କୁ କହିଲା ସେ ଯାହାକୁ ଜୀବନ ଦେଇ ଭଲ ପାଉଥିଲା ସେ ତାକୁ ନୁହେଁ ଅନ୍ୟ କାହାକୁ ପ୍ରେମ କରେ। ଯେଉଁ ଝିଅ ପାଇଁ ସଂସାର ଯାକର ସୁଖ ସାଉଁଟି ବାକୁ ସେ ଦିନ ରାତି ଏକାଠି କରି ଦେଇଛି ଆଜି ତାର ଧାରେ ଲୁହ ପୋଛିବାକୁ ମନରେ ସାହସ ଜୁଟେଇ ପାରୁ ନି। ସତରେ ଇତିହାସ ପରି ଘଟଣା ମାନଙ୍କର ବି ପୁନରାବୃତ୍ତି ହୁଏ।
ସବୁ କିଛି ଗ୍ରହଣ କରିନେବା କୁ ବାଧ୍ୟ