STORYMIRROR

Narayan chandra Senapati

Romance Tragedy Inspirational

4  

Narayan chandra Senapati

Romance Tragedy Inspirational

ପୁଣି ହସିଲା ବିବାହ ବନ୍ଧନ

ପୁଣି ହସିଲା ବିବାହ ବନ୍ଧନ

4 mins
563


ଆଜି ଝରଣାର ବିବାହ ଉତ୍ସବ।ବିବାହ ହେଉଛି ଆମେରିକାର ହାର୍ଟ ସର୍ଜରୀ ବିଶେଷଜ୍ଞ ନାମଜାଦା ଡାକ୍ତର ସମ୍ବିତ ମିଶ୍ରଙ୍କ ସହ।କିଏ ଖୁସି ହେଉ କି ନହେଉ ବାପା ଶିବା ଚକ୍ରବର୍ତ୍ତୀଙ୍କ ପାଦ ତଳେ ଲାଗୁନାହିଁ।କାହିଁକି ବା ନ ହେବ, ଯାହାଙ୍କର ଜ୍ବାଇଁ ଜଣେ ବିଦେଶର ପ୍ରତିଷ୍ଠିତ ଡାକ୍ତର,ଆଉ ସମୁଦି ହେଉଛନ୍ତି ବିଶିଷ୍ଟ ଶିଳ୍ପପତି ମହେନ୍ଦ୍ର ପ୍ରତାପ।ଯାହାଙ୍କ ନାଆଁ ଶୁଣିଲେ ରାଜଧାନୀ ଚହଲି ଉଠେ।


  ହେଲେ ଝରଣା ଆଜି ବାପାର ଜିଦ୍, ସମ୍ମାନବୋଧ ଓ ବଚନ କୁ ଅସମ୍ମାନ ନ କରି ସ୍ବାଧୀନତାକୁ ବଳିଦେଇ ଭିତରେ କାନ୍ଦୁଛି ଓ ଉପରେ ଅଭିନେତ୍ରୀର ହସ ଫୁଟାଇ ହସୁଛି।ତା ବାପା କେତେ ଭଲ ପାଆନ୍ତି ତାକୁ।ତାର ଖୁସି ପାଇଁ ଦରକାର ପଡ଼ିଲେ ରାଜଧାନୀକୁ ବି ଧ୍ବଂସ କରିଦେବେ ସେ।ତା ଆଖିରୁ ଲୁହ ବାହାରିଲେ ବାପା ହୃଦୟରୁ ଝରୁଥିଲା ରୁଧିର।ତା ମୁହଁ ଶୁଖିଗଲେ ବାପାଙ୍କର ହାଲୁକ ଶୁଖିଯାଏ,ଖାଇବା ତ ଦୂରର କଥା ଜଳ ବି ସ୍ପର୍ଶ କରନ୍ତି ନାହିଁ।ସେଦିନ କଲେଜରୁ ଫେରୁଫେରୁ ମଧୁଆଟା ତା ଚୁନରୀକୁ ଟାଣିଦେଲା ବୋଲି ସେ ତା ହାତଟାକୁ ପିଟି ଭାଙ୍ଗି ଦେଇଥିଲେ।ଗୋଆ ବୁଲି ଯିବାକୁ ସେ ମନା କରିଦେବାରୁ ଦୁଃଖରେ ତାଙ୍କ ହାର୍ଟ ଚୋକ ହେଲା।ସାତ ଦିନ ପର୍ଯ୍ୟନ୍ତ ସେ ବିଛଣାରୁ ଉଠି ନାହାନ୍ତି।ତେଣୁ ସେ କୌଣସି ପରିସ୍ଥିତିରେ ବାପାଙ୍କୁ ହରାଇବାକୁ ସେ ଚାହୁଁନଥିଲା।


 ଆସି ପହଁଚିଗଲା ବରଯାତ୍ରୀ ଓ ପ୍ରଶେସନ୍ ଗାଡି।ବାଜା,ବାଣ,ନାଚ,ମଜା ଖୁସିରେ ସ୍ତବ୍ଧ ହୋଇଯାଉଥିଲା ସେ ମାଟି।ସବୁଠୁ ବେଶି ଫାଟିପଡୁଥିଲା ସେ ପରିବେଶ ତା ବାପାଙ୍କ ଉତ୍ଫୁଲ୍ଲିତ ହସରେ।ଚାଲିଲା ବୈଦିକ ରୀତିରେ ବାହାଘର।ମନ୍ତ୍ର ପାଠ,ସାତ କଳସ,ଆଠ ଦୀପ ବନ୍ଦାଣ,ହାତ ଗଣ୍ଠି ପକା,ଅଗ୍ନିକୁ ସାକ୍ଷୀ ରଖି ଚାରିପାଖେ ଭ୍ରମଣ,ମଥାରେ ସିନ୍ଦୁର ଏଇମିତି କେତେ ବିଧିର ପର୍ବରେ ଝଲସି ଗଲା ବାହା ବେଦୀ।ହେଲେ ଝରଣାର ମନରେ ନ ଥିଲା ସରସତା।ଝିଅକୁ କାନ୍ଦି କାନ୍ଦି ବିଦାୟ ଦେଲେ ବାପା।ସେଦିନ ରାତିରେ ନିଦ ନାହିଁ ।ଯାହାକୁ ଦଣ୍ଡେ ନ ଦେଖିଲେ ସେ ହେଉଥିଲା ବାଇଆ ତାକୁ ଛାଡି କେମିତି ବା ରହି ପାରିଥାନ୍ତା।ଡ୍ରାଇଭରକୁ ଡାକି ଗାଡି ବାହାର କରି ଚାଲିଲେ ମଧ୍ୟରାତ୍ରରେ ତାଙ୍କ ଜୀବର ଜୀବନ ଝରଣା ପାଖକୁ। ଚକିତ ହୋଇଥିଲେ  ମହେନ୍ଦ୍ର ପ୍ରତାପ ଘରର ସଦସ୍ୟ ବୃନ୍ଦ। ମନେ ମନେ କଳୁଥିଲେ ବାପ ଝିଅର ଭଲ ପାଇବା ତାଙ୍କ ଆବେଗର ତରାଜୁରେ।ପୁଣି ରାତି ଅଧରେ ଫେରି ଆସିଲେ ଶିବା ବାବୁ ଏଇମିତି ଚାଲିଲା କେତେ ଯିବା ଆସିବା ଦେଖା ସାକ୍ଷାତ ଓ ସ୍ନେହ ଶ୍ରଦ୍ଧାର ଆକର୍ଷଣ।


 ଚତୁର୍ଥୀ ଦିନ ସଜା ହେଲା ଭାର।ଚାଲିଲେ ଆତ୍ମୀୟ ସହଚର ବୁଲି ଝରଣାର ଘର।ଚାଲିଲା ସ୍ୱାଗତ ସମାରୋହ ଉତ୍ସବ। ଆନନ୍ଦରେ ଅତିଥିମାନେ କଲେ ନାନାଦି ସ୍ୱାଦିଷ୍ଟ ଭୋଜନ।ମଞ୍ଚରେ ଦେବା ଦେବୀ ପରି ବିରାଜମାନ କରୁଥାନ୍ତି ଝରଣା ଓ ସମ୍ବିତ।ମୂଲକଟା ପୁଲକରେ ଉଛୁଳି ଉଠୁଥାଏ।ଏ ସମସ୍ତ ଆନନ୍ଦକୁ ସତେ ଯେମିତି ଈର୍ଷା କରୁଥିଲା ପୃଥିବୀଟା।କେଉଁଠି ଥିଲା କଳାହାଣ୍ଡିଆ ମେଘଟା ଗର୍ଜନ କରି ହୁଲସ୍ତୁଲ କରିଦେଲା ତ୍ରିଭୁବନ, ଗଗନ ପବନ।ଲୋକାରଣ୍ୟ ସ୍ଥାନ ବଦଳିଗଲା ଲୋକାଶୁନ୍ୟରେ। ନିଜ ଘରର ମୁଖ୍ୟ ଦରଜା ବନ୍ଦ କରିବାକୁ ଆସିଲା ସମ୍ବିତ।କି ଦୁର୍ଯ୍ୟୋଗ ! ଅକାଳ ଚଡକ,ବିଜୁଳିର ଚମକରେ ଅର୍ଥାତ ବଜ୍ରାଘାତରେ ଚାଲିଗଲା ସମ୍ବିତର ଦୁର୍ଲଭ ଜୀବନ।ଆନନ୍ଦର ପୂତ ଭୂମି ପାଲଟି ଗଲା ବିଷାଦର ଦଶାଘାଟରେ।ଉଭାନ ହୋଇଗଲା ବର୍ଷା ଝଡ, ଦେଇଗଲା ନବ ବିବାହିତ ପରିବାରକୁ ବିରହ ଓ ବିଷାଦର ଲୁହ ତୋଫା ।ପାଗଳ ପ୍ରାୟ ବିଦ୍ୟୁତ ବେଗରେ ଛୁଟି ଆସିଲେ ଶିବା ଓ ତାର ପରିବାର।ସଦ୍ୟ ସ୍ୱାମୀକୁ ହରାଇଥିବା ହାତଭାଗିନୀକୁ ଧରି ବାହୁନି ବାହୁନି କେତେ ଯେ କାନ୍ଦିଲେ। ସାଥିରେ ନେଇଗଲେ ନିଜ ଘରକୁ।


  ହେଲେ ଝରଣା ନିର୍ବାକ।କଣ ଥିଲା ନା କଣ ଅଛି ତାର?ସ୍ବାଧୀନତା ତ ହରେଇଛି,ବାକି ଥିଲା ଶୁଖିଲା ହସ ତାହା ବି ମଉଳି ଗଲା,ଆଉ କଣ ଅଛି ଯେ ମଉଳିବ।ଝିଅକୁ ବୁଝାଉଥାନ୍ତି ବାପା।ତୁ ମନ ଦୁଃଖ କରନାରେ ମାଆ, ସବୁ ଠିକ୍ ହୋଇଯିବ।ଏ ତ ସବୁ ଭାଗ୍ୟର ବିଡମ୍ବନା।ଝରଣା କହିଲା, ଭାଗ୍ୟକୁ ମିଛଟା ରେ କାହିଁକି ଦୋଷ ଦେଉଛ ବାପା। ମୋର ଭାଗ୍ୟ ତ ତୁମେ ମୋ ପିଲାଦିନର ଖେଳଘରରୁ ଭାଙ୍ଗି ଦେଇଛ,ଆକାଶକୁ ଭାଙ୍ଗି ଟିକ୍ ଟିକ୍ କରି ମୋ ଉପରେ ଅଜାଡି ମୋତେ କ୍ଷତ ବିକ୍ଷତ କରିଛ?ଆଉ ମୋର କେଉଁ ଜାଗା ଅକ୍ଷତ ଅଛି ଯେ କ୍ଷତ ହେବ?ଟିକେ ମନେ ପକାଅ ବାପା ମୋ ଅତୀତକୁ...ସବୁ ଉତ୍ତର ପାଇଯିବ।


 ଅବାକ୍ ଶିବା ବାବୁ ମନେ ପକାଇଲେ ଝରଣାର ପିଲାଦିନ କଥା।ଗରିବ ପିଲା ଆକାଶଟା ଥିଲା ଝରଣାର ଅନ୍ତରଙ୍ଗ ସାଥି।ବାଲିଖେଳ ଧୂଳିଖେଳ କେତେ ଯେ ଖେଳ ଖେଳୁଥିଲେ ସାଥିରେ।ସେ କିନ୍ତୁ ପସନ୍ଦ କରୁ ନ ଥିଲେ ଏସବୁ।ଆକାଶକୁ ବାରଣ କରିଥିଲେ,ତା ବାପା ମା କୁ ତାଗିଦ କରିଥିଲେ,ଏମିତିକି ଝରଣା ସାଙ୍ଗରେ ସାଙ୍ଗ ହେଲେ ସେମାନଙ୍କୁ ଜୀବନରୁ ମାରିଦେବା ପାଇଁ ଧମକ ଦେଇଥିଲେ।ସ୍ନେହ ମମତା ଭଲ ପାଇବା ପରା ପବନଠାରୁ ଅତି ପତଳା ଓ ଚତୁର,ସେ କାହିଁକି ମାନନ୍ତା ଯେ।ଶେଷରେ ସେମାନଙ୍କ ଘର ନିଆଁ ଲଗାଇ,ତାଙ୍କୁ ଗୁଣ୍ଡା ଲଗାଇ ମାରି ତଡି ଦେଲେ।ସେଦିନ ଝରଣା କେତେ ବିକଳ ହୋଇ କାନ୍ଦୁଥିଲା !


 ଆହୁରି ପୂର୍ବ ଘଟଣା। ଦିନକର କଥା,ଝରଣା ଆକାଶ ଖେଳୁଥିଲେ କଣ୍ଢେଇ ବାହାଘର ଖେଳ।ହଠାତ୍ ସେ ରାଗି ବର କଣ୍ଢେଇଟିକୁ ଭାଙ୍ଗି ଟିକ୍ ଟିକ୍ କରି ପାଦରେ ଦଳି ଦେଇଥିଲେ ।ବଡ଼ ହେଲେ କାଳେ ଗରିବ ଆକାଶଟା ଝରଣାକୁ ଭଲ ପାଇବ ସେଥିପାଇଁ ଚକ୍ରାନ୍ତ କରି ଘଉଡାଇଦେଇଥିଲେ ସେମାନଙ୍କୁ।ଆଜି ସେହି ମିଛ କଣ୍ଢେଇ ବାହାଘରକୁ ଭାଙ୍ଗୁ ଭାଙ୍ଗୁ ସତରେ ଭାଙ୍ଗିଗଲା ତାଙ୍କ ସତ ମଣିଷ ବାହାଘର।ନିଜକୁ ଅନୁତପ୍ତ କରି ଭୁଲକୁ ବୁଝିପାରି ଝିଅକୁ କ୍ଷମା ମାଗିଲେ ସେ।ଲାଗୁଥିଲା ଏଇ ହାର ରେ ସତେ ଯେମିତି ତାଙ୍କ ଜିଦ୍,ଅହଂକାର ଓ ଅଭିମାନର ମହଲଟା ଏଇ ଫନି ଝଡରେ ଧ୍ବଂସ ପାଇଛି।  


 ହଠାତ୍ ଏକ ଗାଡି ଆସି ଅଟକିଲା ସେଇ ଦୁଆରରେ।ଓହ୍ଲାଇ ପଡିଲେ ସେଦିନର ପିଲାଦିନର ସାଥି ତଥା ମନର ମଣିଷ ଆକାଶ।ଭୋ ଭୋ କାନ୍ଦି ରଡି ଛାଡି ଝରଣା ଦୌଡ଼ି କବାଟ କିଳି ପଶିଗଲା ଭିତରେ।ଆକାଶ କବାଟ ଭାଙ୍ଗି ଉଦ୍ଧାର କଲା ଝରଣାକୁ।ଆଉ ମଧୁର ସ୍ୱରରେ କହିଲା, ଏ ଝରଣା କଣ ମୋ ସାଥେ ଖେଳିବ ନାହିଁ ମିଛି ମିଛିକା କଣ୍ଢେଉ ବାହାଘର।କେଉଁ ଅଧିକାରରେ ମୁଁ ଖେଳିବି ଆକାଶ...ମୋର ସତ ସତିକା ବର କଣ୍ଢେଇକୁ ତ କିଏ ଭାଙ୍ଗିଦେଲା ଥିଲା ଝରଣାର କ୍ରନ୍ଦନ ସ୍ୱର।ଝରଣା ଆଖିରୁ ଲୁହ ପୋଛି ଆକାଶ କହିଲା, ତୁମେ ରକ୍ଷା ପାଇ ଯାଇଛ ଝରଣା,ସମ୍ବିତ ଆମେରିକାରେ ବିବାହ କରି ସାରିଛି।ଡାକ୍ତର ହୋଇ ଲୋକଙ୍କର ହାର୍ଟ କିଡନି ଚୋରାରେ ନେଇ ବେପାର କରିବା ତାର କାମ।ତୁମକୁ ବାହାହୋଇ କାମନା ମେଣ୍ଟାଇ ଶେଷରେ ତୁମକୁ ବି ବିକଳାଙ୍ଗ କରି ମାରିଥାନ୍ତା ସେ।ଭଗବାନଙ୍କର ଆଶିଷ ଓ ପିତାମାତାଙ୍କର କୃତକର୍ମ ଯୋଗୁଁ ମୁଁ ହୋଇପାରିଛି ସେଇ ଆମେରିକାରେ ଜଣେ ଡାକ୍ତର।ମୁଁ ଏ ଖବର ପାଇ ବାରଣ କରିବାକୁ ଶତ ଚେଷ୍ଟା କଲେ ବି ତୁମ ବାପା ମୋ କଥାକୁ ଗୁରୁତ୍ୱ ଦେଇ ନଥିଲେ।ମୁଁ ଆସିଛି ତୁମକୁ ନେଇ ଯିବାକୁ ସତ ସତକା କଣ୍ଢେଇ ରାଣୀ କରି।ଏଇ ଦେଖୁନ.... ସେଇ ଶ୍ରୀମନ୍ଦିରର ବାଇଶି ପାହାଚ କେମିତି ଚାହିଁଛି ଆମ ବରବୋହୁ ବେଶକୁ।ଏଥର ଶିବାବାବୁ ନିଜର ଭୁଲ ପାଇଁ ଆକାଶକୁ କ୍ଷମା ମାଗି ଚାଲିଲେ ଜଗନ୍ନାଥ ଧାମ ଯେଉଁଠି ନାଚି ଉଠିଲା ଝରଣାର କୁଳୁକୁଳୁ ନାଦର ହସ ଆଉ ଆକାଶର ନିର୍ମଳ ହୃଦୟର ଶୀତଳ ପରଶ।ପୁଣି ହସି ଉଠିଲା ମଉଳି ପଡିଥିବା ସେଇ ବିବାହ ବନ୍ଧନ।



Rate this content
Log in

Similar oriya story from Romance