STORYMIRROR

Narayan chandra Senapati

Tragedy Others

3  

Narayan chandra Senapati

Tragedy Others

କାନ୍ଦିଲା ଗଛଟି

କାନ୍ଦିଲା ଗଛଟି

2 mins
383


  ସେଦିନ ଗ୍ରୀଷ୍ମର ନିଷ୍ଠୁର କିରଣ ଅସହ୍ୟ ହୋଇଯାଇଥିଲା ସନା ପାଇଁ।ଗରିବ ଲୋକଟା।ଇନ୍ଦିରା ଆବାସ ପାଇଥିଲା ବୋଲି ଦି ବଖରା କୋଠା ସିନା କରିଛି ହେଲେ ଖରାରେ ସିଝିଯାଉଛି ତା ଦେହ।ତା ଘର ପାଖରେ ଗଛଟିଏ ବି ନ ଥିଲା।ଦେଖିଲା ମୁନା ଆଉ ଦିନା ଦୁହେଁ ତାଙ୍କ ଘର ପାଖରେ ଥିବା ଆମ୍ବ ଗଛମୂଳେ ଆନନ୍ଦରେ ବସିଛନ୍ତି।ସେ ବହୁତ ମନଦୁଃଖ କଲା।ତା ବାପା କହିଥିଲେ ଆରେ ସନା,ଘର ପାଖରେ ଆଦୌ ଗଛ ଲଗାଇବୁ ନାହିଁ।ସେ ଅକ୍ଷରେ ଅକ୍ଷରେ ମନରେ ରଖିଛି।ହେଲେ...ଏ ଖରାରେ ସେ ଡହଳ ବିକଳ ହେଉଛି କିନ୍ତୁ ଯିଏ ନ ମାନିଛନ୍ତି ବହୁତ ଭଲରେ ଅଛନ୍ତି।

 ସେ ଆସି ଚିନ୍ତା କଲା ଗଛଟିଏ ଏବର୍ଷ ବର୍ଷା ଋତୁରେ ନିଶ୍ଚୟ ଲଗାଇବ।ଯାହେଉ ସେ ବଡ଼ ସରାଗରେ ଗଛ ଲଗାଇଲା।ବହୁତ ଯତ୍ନ ନେଲା।ସତେ ଯେମିତି ଗଛ ତା ଜୀବନ।ଗଛ ବି ବଢ଼ିଲା,ଦିନ ହେଉ ରାତି ହେଉ ଆସି ତା ମୂଳେ ଟିକେ ବସିଯାଏ।ଅନ୍ୟମାନେ ଆଶ୍ଚର୍ଯ୍ୟ ହୁଅନ୍ତି।ସେ କୁହେ ଏ ଗଛ ପରା ତା ସାଥେ କଥା କୁହେ।ଲୋକେ ଭାବନ୍ତି ଏଟା ପାଗଳ।ଏତେ ଗଛ ସହ ମାତିଗଲା ଯେ ସତେ ଯେମିତି ଗଛଟି ତା ପରିବାରର ସଦସ୍ୟଟିଏ।

 ସମୟ ବଦଳି ଗଲା।ହଠାତ ଏଜ ବତାସ ଆସିଲା।ଧୀରେ ଧୀରେ ତା ବେଗ ବଢିଗଲା।ଗଛ ଦୋଳି ଖେଳିଲା ପରି ଲାଗିଲା।ଚାହୁଁ ଚାହୁଁ ପବନର ବେଗ ଏତେ ବଢିଗଲା ଯେ ଅଥୟ ହୋଇଗଲା।ସନା ଟା ବାହାରକୁ ଯାଇ ଦେଖୁଥାଏ ଗଛଟିକୁ।ଆଃ କେତେ ଆଦରରେ ସେ ବଢାଇଥିଲା ତାକୁ।ଆଜି ସେ ନିଶ୍ଚୟ ଭାଙ୍ଗି ପଡିବ।କଣ କରିବ ବୁଦ୍ଧି ଦିଶିଲା ନାହିଁ।ତାର ଡାଳ ଖଣ୍ଡେ ଭାଙ୍ଗିଗଲା।ସତେ ଯେମିତି ସନାର ହାତଟା ଭାଙ୍ଗିଗଲା।ସେ ଡାଳ ଖଣ୍ଡଟିକୁ ଆଣିବାକୁ ଯାଇଛି କି ନାହିଁ ହଠାତ୍ ଗଛଟା ପଡିଗଲା ତା ଉପରେ।ସେତିକି ନୁହଁ ତାସହ ତା ହାତରେ ତିଆରି ଆଦରର ବାସଗୃହ ଖଣ୍ଡଟି ବି।

 ବତାସ ଥମି ଗଲା।ଚାରିଆଡ଼ ପଡି ଗଲା ଶାନ୍ତ।ହେଲେ ପଡ଼ୋଶୀଙ୍କ ମନ ଅଶାନ୍ତ ହୋଇଗଲା।ବିଚରା ସନାଟା ଅକାଳରେ ଚାଲିଗଲା।କେତେ ଆଗ୍ରହରେ ଲଗାଇଥିଲା ଏ ଗଛଟିକୁ।କି ଯତ୍ନ ନେଉନଥିଲା ତା'ର। ହେଲେ....ଶେଷରେ ସେଇ ଗଛ ତାକୁ ଗିଳିଦେଲା।ତା ମୂଳରେ କେତେ ବସି ସମୟ କାଟିଛି ...ହେଲେ ଆଜି!!!ଲୋକମାନେ କହିଲେ ଛି ଛି ଏ ଗଛଟା ଏଡ଼େ ସ୍ୱାର୍ଥପର।ଶେଷରେ ମାରିଦେଲା ସନାକୁ। ଗଛ କିଂକର୍ତ୍ତବ୍ୟ ବିମୁଢ ହୋଇ ଭୋ ଭୋ ହୋଇ କାନ୍ଦିଲା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy