STORYMIRROR

PRIYANKA PRIYADARSINI

Abstract Drama Tragedy

4  

PRIYANKA PRIYADARSINI

Abstract Drama Tragedy

ପୁନଃ ମିଳନ

ପୁନଃ ମିଳନ

3 mins
302


              ୯୫ବର୍ଷର ପିଲାମାନଙ୍କ ପୁନଃ ମିଳନ ଉତ୍ସବରେ ସମସ୍ତେ ଥାଆନ୍ତି। ରୋହିତ, ରାଜେଶ, ସ୍ରିନି, ଅମିତ୍, ଗରିମା ସମସ୍ତେ । କିଛି ଜଣ ପୁଣି ଥରେ ସିଗାରେଟ ଟାଣିବା ଆରମ୍ଭ କରିଥିଲେ ଏତେ ଦିନ ପରେ ତ ପୁଣି କିଛି ଜଣ ସେଇ ପୁରୁଣା ସାଥିଙ୍କୁ ପାଇ ଗପରେ ମଶଗୁଲ୍ ଥିଲେ। ସ୍ରିନୀ କିଛି ଦୂରରେ ଗୋଟିଏ କୋଣରେ ଛିଡ଼ା ହୋଇ ସିଗାରେଟର ଧୂଆଁ ସବୁକୁ ଏହି ବେରଙ୍ଗ ପବନରେ ମିଶି ଯିବାକୁ ବାଧ୍ୟ କରୁଥିଲା ଯେପରି। ସମସ୍ତେ ସେଠାରେ ପହଞ୍ଚି ସାରିଥାନ୍ତି, ପାର୍ଟି ଅଧା ବେଳକୁ ଆସି ରିତୁ ପହଞ୍ଚିଲା। ଯେପରି ସମସ୍ତେ ନିଜ ନିଜ ପରିବାର ସହ ଆସିଥାନ୍ତି ସେପରି ରିତୁ ମଧ୍ୟ ତା ଏକୋଇଶି ବର୍ଷର ଝିଅ ସହ ଆସିଥିଲା। ତା ଝିଅର କିଛି କାମ ଥିବାରୁ ସେ ରିତୁକୁ ସେଠାରେ ଛାଡ଼ି ଦେଇ ତା କାମରେ ଚାଲିଗଲା। ଏହି ଘଟଣା ସମସ୍ତଙ୍କ ଆଖିରେ ଅଛପା ନ ଥିଲା। ରିତୁ ଚୁପ୍ ଚାପ୍ ଯାଇ ଗୋଟିଏ କୋଣ ଚଉକି ରେ ବସି ପଡ଼ିଲା, ତା ଅପରପାର୍ଶ୍ବ କୋଣରେ ଶ୍ରିନି ଛିଡ଼ା ହୋଇ ଏକଦମ ରିତୁକୁ ଦେଖି ଚାଲିଥାଏ। ଏକଥା ରାଜେଶ ଦେଖୁଥାଏ। ତାକୁ ଭାରି ଅଜବ ଲାଗିଲା କଥାଟା। ସେ ରୋହିତ କାନରେ ଧିରେ ( ଏତେ ଧିରେ କି ପାଖରେ ବସିଥିବା ରେଶ୍ମାକୁ ମଧ୍ୟ ଶୁଣା ନ ଗଲା ପରି ) ପଚାରିଲା , ‘ ଏ ଦୁଇ ଜଣଙ୍କର ଘରେ ଝଗଡ଼ା ହୋଇଛି ନା କଣ?’ ରୋହିତ ଏ ପ୍ରଶ୍ନ ଶୁଣି ଗୋଟେ ଦୀର୍ଘ ନିଃଶ୍ବାସ ଛାଡ଼ି କହିଲା, ‘ ଏମାନେ ଏବେ ଏକାଠି ନାହାନ୍ତି ’ । 

ରାଜେଶ : ‘ ମାନେ ? 

ରୋହିତ : ‘ ଆମେ ସମସ୍ତେ ଇଞ୍ଜିନିୟରିଂ ପଢ଼ି ସାରି କୌଣସି କମ୍ପାନୀରେ ଚାକିରି ନ ମିଳିବାରୁ ନିଜେ ନିଜର ଅନ୍ୟ ରାସ୍ତା ବାଛି ନେଲେ, ଶ୍ରିନୀ ଘରେ କିନ୍ତୁ ଶ୍ରିନିକୁ ଏକା ବାଧ୍ୟ କରିଲେ ଇଞ୍ଜିନିୟର ହେବା ପାଇଁ। ତେଣୁ ସେ କମ୍ପାନୀରୁ କମ୍ପାନୀକୁ ବୁଲିବାକୁ ଲାଗିଲା। ଏପାଖେ କିନ୍ତୁ ରିତୁ ଘରେ ରିତୁକୁ ବାହାଘର ପାଇଁ ବାଧ୍ୟ କରୁଥାନ୍ତି। ଶ୍ରୀନି କଥା ରିତୁ ଘରେ କହିଲା ପରେ ରିତୁର ବାପା ବାହାଘର ପାଇଁ ମନା କରିଲେ ଆଉ ଜୋର୍ କରି ରୀତୁର ବାହାଘର ଅନ୍ୟ ଜାଗାରେ କରିଦେଲେ। ବାହାଘରର ଗୋଟେ ମାସ ପରେ ରିତୁ ସ୍ବାମୀଙ୍କର ଦୁର୍ଘଟଣା ହୋଇଗଲା ଓ ସେ ମୃତ୍ୟୁ ବରଣ କଲେ। ସେତେ ବେଳକୁ ରିତୁ ଚାରି ମାସର ଗର୍ଭବତୀ , ଏ ଛୁଆ ଶ୍ରିନିର ଏଥିରେ ଦ୍ଵିମତ ହେବାର କୌଣସି କଥା ନାହିଁ। ଶ୍ରିନି ମଧ୍ୟ ରାଜି ଥିଲା ରିତୁ କୁ ନିଜର କରିବା ପାଇଁ ହେଲେ ଶ୍ରିନି ଘରେ ରାଜି ହେଲେ ନାହିଁ । ରିତୁ ଓ ଶ୍ରୀନୀ ବାହାରେ ଲିଭ୍ ଇନ୍ ରେ ରହିଲେ। ଝିଅ ହେଲା, ସେ ବଡ଼ ହେଲା । ଏକଥା ଶ୍ରୀନି ଘରେ କେହି ଜାଣି ନଥିଲେ, ତେଣୁ ଶ୍ରିନୀକୁ ଅନ୍ୟ ଜାଗାରେ ବାହା ହେବା ପାଇଁ ବାଧ୍ୟ କରିଲେ। ଶ୍ରୀନି କିନ୍ତୁ ଆଉ ବାହା ହେବନି ବୋଲି ରୋକଠକ ମନା କରିଦେଲା। କିଛି ବର୍ଷ ପରେ କାହିଁକି କେଜାଣି ଶ୍ରିନି ରିତୁର ଚରିତ୍ର ଉପରେ ଆଙ୍ଗୁଠି ଉଠେଇବା ଆରମ୍ଭ କରିଲା , ଏମିତି ଅନେକ ଥର ହେଲା। ତା ପରେ ଦୁହେଁ ଏବେ ଅଲଗା ରହୁଛନ୍ତି। ନା ଦେଖା ଚାହାଁ ନା କଥାବାର୍ତ୍ତା। ’ 

ରାଜେଶ : ‘ ଓଃ.... କେତେ ଖରାପ ହେଲା ରିତୁ ସହ। ହେଲେ ତ କଥା କହ ତୁ ଏତେ ହାଣ୍ଡସମ୍ କେମିତି ହୋଇଗଲୁ ଆଉ ରେଶ୍ମାକୁ କେମିତି ବାହା ହୋଇଗଲୁ? ’

ରୋହିତ : ‘( ଅଳ୍ପ ହସି ଉତ୍ତର ଦେଲା) ସବ୍ ପୈସୋ କା ଖେଲ । ବୟସ ହେବା ସହ ଚେହେରା ବଦଳି ଗଲା, କସରତ ଓ ବ୍ୟାୟାମ କରି ଅନ୍ୟ ଜିନିଷ ପ୍ରତି ଧ୍ୟାନ ଦେଇ ଶରୀର ମଧ୍ୟ ଠିକ୍ ଆକାରକୁ ପଳେଇ ଆସିଲା , ହଁ ନାକ ଯେମିତି ସେମିତି ଅଛି , ହେଲେ ସେ ଅଲଗା କଥା। ଚାକିରି ହୋଇଗଲା ପରେ ସିଧା ବାହାଘର ପ୍ରସ୍ତାବ ନେଇ ତାଙ୍କ ଘରେ ହାଜର। ତାଙ୍କ ବାପା ହଁ କରିଲେ ଆଉ ଇଏ ମଧ୍ୟ ମନା କରି ପାରିଲେନି, ହେଇଗଲା ବାହାଘର। ’

ରାଜେଶ : ‘ ଆରେ ବାଃ! ତମେତ କମାଲ କରିଦେଲ। ଆଉ ଅମିତ-ଗରିମା ତ ଘରେ କହି ବେଦୀ ଉପରେ ବସି ବାହା ହୋଇ ଗଲେ ଯେ କାହାକୁ ଜଣାଇବା ମଧ୍ୟ ଉଚିତ ମନେ କଲେଣି, ବାସ୍ ଅଚାନକ ଅମିତ ଘରେ ପହଁଚିଗଲା ବେଳକୁ ଭୋଜି ଭାତ ଚାଲିଛି। ପେଟେ ଖାଇ ଦେଇ ପଳେଇ ଆସିଲି।’ 

ସମସ୍ତେ ଜୋର୍ ରେ ହସିବା ଆରମ୍ଭ କରିଦେଲେ। କିଛି ସମୟ ପରେ ପାର୍ଟି ସରିଲା ଓ ସମସ୍ତେ ମନରେ ଟିକେ ତୃପ୍ତି ନେଇ ଘରକୁ ଫେରିଲା ବେଳେ ଦୁଇଜଣ କ୍ଷତାକ୍ତ ହୃଦୟରେ ଫେରିଲେ।


Rate this content
Log in

Similar oriya story from Abstract