ପତି-ପତ୍ନୀଭାଗ ୦୪
ପତି-ପତ୍ନୀଭାଗ ୦୪
ପତି ପତ୍ନୀ ଭାଗ ୪
ଆଗରୁ ପଢିଥିଲେ, ଦୀପକ ରୋଜିକୁ ଅଲ୍ଟ୍ରାସାଉଣ୍ଡ ପାଇଁ ନେଇକି ଯାଉଛି, ଅଲ୍ଟ୍ରାସାଉଣ୍ଡଟି ଆରମ୍ଭ ହେଉଛି ଡ଼କ୍ଟର ପ୍ରଥମେ ଦେଖିକି କିଛି କହୁ ନାହାନ୍ତି, ଡ଼କ୍ଟର କିଛି ନ କହି ବା ରୋଜି ଆଉ ଦୀପକ ଚିନ୍ତାର କାରଣ ହେଇ ଯାଇଛି ।
ଏବେ ଆଗକୁ ଅଛି କାହାଣୀରେ -:
ରୋଜି ଦୀପକକୁ ଇସାରା କରୁଛି ଡ଼କ୍ଟରକୁ ପଚାରିବା ପାଇଁ କଣ କିଛି ସମସ୍ୟା ଅଛି ଦୀପକ ମୁହଁରେ କଳା ବାଦଲ ଦେଖି ଡ଼କ୍ଟର ତା ଆଗରୁ କହୁଛନ୍ତି ଚିନ୍ତାର କୌଣସି କାରଣ ଦେଖା ଯାଉ ନାହିଁ ଦୀପକ ବାବୁ ଖାଲି ଗୋଟେ ସମସ୍ୟା ଅଛି ଆପଣ ଦୁଇଟି ପିଲାର ବାପା ଆଉ ରୋଜି ମାଡମ ମା ଆ ହେବାକୁ ଯାଉଛନ୍ତି ମାନେ ଖୁସିଟି ଦୁଇ ଗୁଣିତ!!! ସମସ୍ତେ ମିଶି ହସୁଛନ୍ତି ହେଲେ ପୁଅ କି ଝିଅ କହି ହେବନି ଏହା ଆଇନିଗତ ଅପରାଧ ମାତ୍ର ରିପୋର୍ଟ ଟା ଭଲ ଅଛି । ରୋଜି ମାଡମ ଆପଣଙ୍କୁ ଟିକେ ବେଶି ଖାଇବାକୁ ପଡିବ ଏଣିକି କାରଣ ଏବେ ଆପଣ ତିନି ଜଣଙ୍କ ଖାଦ୍ୟ ଖାଇବେ ଏକାଠି ବେଶି ନଖାଇ ଅଳ୍ପ ଅଳ୍ପ ବେଶୀ ଥର ଖାଇବା ଟା ଏ ସମୟରେ ଭଲ। ରୋଜି ସବୁ ଡାକ୍ତରଙ୍କର କଥା ଶୁଣି ମୁଣ୍ଡ ଟୁଙ୍ଗାରି ହଁ କରେ ହେଲେ ଦୀପକ ଜାଣେ ରୋଜି କେବେ ବି ନିଜର ଯତ୍ନ ନିଅନ୍ତି ନାହିଁ ତେଣୁ ତାକୁ ହିଁ ରୋଜିର ଯତ୍ନ ନେବାକୁ ହେବ।
ଡ଼କ୍ଟର କହି ଥିବା ସବୁ ମେଡ଼ିସିନ ନେଇ ରୋଜିକୁ ଦିଏ ଦୀପକ ଆଉ ତାକୁ କୁହେ ରୋଜି ମାଡମ ଏଥର ମୋର ଅତି ପ୍ରିୟା ପତ୍ନୀ ଆଉ ଦୁଇଟି ପିଲା ତୁମକୁ ଲାଗିଲା । ଟିକେ ଭଲରେ ଯତ୍ନ କରି ରଖିବ ସେମାନଙ୍କୁ ରୋଜି ଗାଲରେ ହସର ଭଉଁରୀ ଖେଳେଇ ଯାଏ । ସେ ଦୀପକ ହସି ହସି କୁହେ ତୁମର ଯୋଉ କଥା !!ରୋଜି ମନେ ମନେ ନିଜକୁ ଭାଗ୍ୟବାନ ମନେକରେ ଯେ ତାକୁ ଏତେ ସୁନ୍ଦର ଆଉ ଭଲ ଜୀବନ ସାଥିଟିଏ ମିଳିଛି ବୋଲି।
ଦୀପକ ଆଜି ନିଜେ ରୋଷେଇ କରିବାକୁ କୁହେ ରୋଜିକୁ ରୋଜି ତୁମେ ଟିକେ ରେଷ୍ଟ ନିଅ ମୁଁ ଆଜି ଟିକେ ରୋଷେଇ କରୁଛି କିଛି ଖରାପ ହେଲେ ଦୟା କରି କିଛି କହିବନି ମତେ ରୋଜି ହସିଦିଏ ।ତାପରେ କିଛି ସମୟ ପରେ ରାଗିକି କୁହେ କାହିଁକି?? କହିବିନି ତମେ କଣ ମୁଁ ରୋଷେଇ କଲେ କିଛି ନ କହି ଖାଇ ନେଉ ଛ କି?? ଆଜି ଭାତ ଟାଣ ଆଜି ଟିକେ ତରକାରୀ ଲୁଣି, କେତେ ପ୍ରକାର କଥା ହେଲେ ମୁଁ ସେ ସବୁକୁ ମୁଣ୍ଡ ପାତି ସହୁଚି।
ଦୀପକ ହସି ହସି ଆରେ ମୁଡ଼ ତା ସ୍ଵୟଂ ହେଲା ନ କଣ ??ହଠାତ କଥା କହୁ କହୁ ରାଗିଗଲ, ମୋର ଇନଟେନେସନ ନଥିଲା ତମକୁ ରଗେଇବା ପାଇଁ ମୁଁ ସେମିତି କହି ଦେଲିନା, ହଉ ଆଜି ମୋ ରୋଜି ମାଡମ ଯାହା କହିବେ ସେଇଆ ରୋଷେଇ ହବ କୁହ ତୁମ ଆଦେଶର ଅପେକ୍ଷାରେ ମୁଁ କୁହ କଣ ଖାଇବ???
ରୋଜି ହଉ ତା "ହେଲେ କହୁଚ ଯଦି ଫ୍ରିଏଡ଼ ରାଇସ, ଭେଜ ମାନଚୁରିଆନ, ଚିଙ୍ଗୁଡ଼ି ମଲାଇ, ମାଛ କଷା, ଆଉ ହେଲା ମିଠାରେ କ୍ଷୀରି ଏସବୁ କରି ପାରିବ ଦୀପକ ମୁଣ୍ଡରେ ହାତ ଦେଲା ରୋଜି କଣ ହେଇଛି ତୁମର ଏତେ ପ୍ରକାର ଖାଇବା ମୁଁ କ 'ଣ କରିପାରିବି ମୁଁ ତ ପ୍ରଫେସନଲ ରୋଷେଇଆ ନୁହେଁ।
ତୁମେ ସିନା ଏସବୁ କରି ମତେ ଖୁଆଉଛ ହେଲେ ମୁଁ ତୁମକୁ ଡାଲମା ଆଉ ଭାତ ଛଡା କିଛି ବି ଦେଇ ପାରିବିନି !!ରୋଜି ଦୀପକ ପାଖକୁ ଲାଗି ଆସି କୁହେ ତମେ ଯାହା ଦବ ମତେ ସବୁ ପ୍ରିୟ । ଦୀପକ ରୋଜିକୁ ନିଜ ବାହୁ ବନ୍ଧନରେ ଆବଦ୍ଧ କରି ତା ଗାଲରେ ଏକ ସୁନ୍ଦର ଚୁମ୍ବନ ଅଙ୍କି ଦେଲା ପରେ ରୋଜି କହିଲା ହଉ ଏଥର ଛାଡ଼ ମତେ ମୁଁ ଯାଉଛି ରୋଷେଇ ଘରକୁ ତମେ ଯଦି ଆସି ମତେ କଲବଲ କରିଛ ନା ବେଲଣା କାଠିରେ ମାଡ଼ ଖାଇବ ।ଦୀପକ ଦୂରରେ ଛିଡା ହୋଇ ଖାଲି ମୁରୁକି ମୁରୁକି ହସୁ ଥାଏ ରୋଜିକୁ ଦେଖି ମନେ ମନେ ଭାବୁ ଥାଏ ଏମିତି ହସ ଖୁସିରେ ଜୀବନଟି ତାଙ୍କର ପ୍ରିୟ ରୋଜି ସହ କଟିଯିବ।ହଠାତ କଲିଙ୍ଗ ବେଲଟି ବାଜିଉଠିଲା
ଆଉ ତା ପରେ କାହାଣୀଟି ବାକି ଅଛି ......................(କ୍ରମଶଃ)

