ପତି-ପତ୍ନୀ ଭାଗ ୮
ପତି-ପତ୍ନୀ ଭାଗ ୮
ଆଗରୁ ପଢିଥିଲେ ରୋଜି ଦୀପକ ନିଜ ପ୍ରେମର ପରି ପ୍ରକାଶ, ଅସ୍ତ ମିତ ସୂର୍ଯ୍ୟର ଗୋଲାପୀ ବେଳରେ ଏକାଠି ସାଥି ହୋଇ ବାଲକୋନିରେ ବସିବା । ଆଉ ଦୀପକ ନିଜ ପ୍ରେମର ପରିଭାଷାକୁ ରୋଜି ଆଗେ କୁହେ ଯେ ସେ ସବୁବେଳେ ତା ଭିତରେ ଅଛି ଆଉ ରୋଜି ତା ଛାତିକୁ ଲାଗିଯାଏ । ତା ପ୍ରେମକୁ ଅନୁଭବ କରେ । ରୋଜି କୁହେ ଆମ ଭିତରେ କେହି ବି ଆସିପାରିବେନି ଦୀପକ । ତୁମେ ମୋ ସବୁ କିଛି । ମୋ ପେଟରେ ବଢୁଥିବା ଆମ ପ୍ରେମର ଦୁଇଟି ସାକ୍ଷୀର ସବୁ କିଛି । ଆମ ତିନି ଜଣଙ୍କୁ ଛାଡି କୁଆଡେ ଯିବନି ନା ଦୀପକ ? କୁଆଡେ ଯିବି ? ଯାଇ ଯାଇ ଅଫିସ ଆଉ ଟିକେ ମାର୍କେଟ **********
ଆଜି ସିନା ଛୁଟି ନେଇଛି ତୁମ ପାଇଁ । ହେଲେ କାଲି ଠାରୁ ତ ଡିଉଟିରେ ଜଏନ କରିବି ନା, ରୋଜି : (ରାଗି ଯାଇ) ମୁଁ ଟିକେ ଭାବପ୍ରବଣ ହେବା ବେଳେ ତମେ କମେଡି କରୁଚ । ବୁଝିଲ, ତୁମେ ଗୋଟେ ଇଏ ଲୋକ ।
ଦୀପକ : ହେଇଟି ପୁଣି କଳି ଆରମ୍ଭ କରୁଚ। ପିଲାମାନେ ମୋର ସବୁ ଶୁଣୁଛନ୍ତି । ହା ହା ହା ଆଚ୍ଛା 'ଇଏ' ମନେ ଏବେ କଣ କହିଲ?
ରୋଜି :ତମେ ହେଲା ଗୋଟେ ବୃହତ ଗାଲୁଆ, ତା ମାନେ ।
ଦୀପକ : ପୁଣି କଳି କଲ ?
ରୋଜି : (ହସିହସି) ହଉ ଢ଼ୋକି ଦେଲି କଳି କି, ତୁମ ହାତରେ ଦୀପକ ପ୍ରେମ ଫେରମ ହବନି ତମେ କମେଡି କର ଖାଲି,
ଦୀପକ : ଆଉ ତମେ ବୁଝିଲ ତୁମକୁ ଖୁସି କରିବାକୁ ମୁଁ ବହୁତ କିଛି କରିପାରେ ,ହଉ ଛାଡ଼ ମତେ କଣ କହିବି ବୋଲି କହୁଥିଲ ? ହଉ ଆଗେ ଆଜି ରାତିରେ କଣ ଖାଇବ କହିଲ-------
ରୋଜି : କଣ ଦେଇ ପାରିବ କହିଲ ?
ଦୀପକ :ତମେ ଯାହା ମାଗିବ ମୋ ହୃଦୟର ରାଣୀ ।
ରୋଜି :ଏବେ ଟିକେ ଟିକେ ରୋମାଣ୍ଟିକ ଲାଗୁଛି ,ତୁମ କଥା ।
ଦୀପକ :ଆହା ତାହେଲେ କି ଆଦେଶ ମତେ ?
ରୋଜି :ଅନୁରାଧା ଫୋନ କରିଥିଲା ସେ ଭାରି ଅସୁବିଧାରେ ଅଛି ସାହାଯ୍ୟ ମାଗୁଛି ।
ଦୀପକ :ଆମ ଦୁଇ ଜଣ ଭିତରେ ତା କଥା କେମିତି ପଶି ଆସିଲା ମୁଁ ବୁଝିପାରୁନି । ତୁମେ ବାରମ୍ବାର ତ ନାଆଁ କହିଁକି ନଉଛ??
ରୋଜି : ତମେ କାଲି ଅଫିସ ଯିବ, ଆଉ ମୁଁ ସ୍କୁଲ ଆସିଲା ବେଳକୁ ଘରକୁ ମୁଁ ହାଲିଆ ହେଇ ଯାଇଥିବି । ଆଉ ଘର କାମ ମୋ ହାତରେ ହବନି । ଅନୁରାଧା କହୁଥିଲା ତାକୁ ସବୁ ଆସେ । ତାର ମୋର ମିଶିକି ସବୁ କରିଦେବୁ ।
ଦୀପକ :କାହାକୁ ଆଣିବା ଦରକାର ନାହିଁ ଏଠିକି । ତାକୁ ଯଦି ହଷ୍ଟେଲ ନ ମିଳୁଛି ଆଉ କାହା ଘରେ ରହୁ ନ ମୋ ଘରେ ତାର କିଛି ବି ହୋଇପାରିବନି ବୁଝିଲ । ଆଉ କାମ କଥା । ମୁଁ ଅଛି ତୁମ ପାଇଁ ଆମ ସମସ୍ତିଙ୍କ ପାଇଁ ।
ରୋଜି : ଓଃ ତମେ କଲେଜ ବେଳରୁ ଆଜି ପର୍ୟ୍ରନ୍ତ କାହିଁକି ରାଗୁଛ ତା ଉପରେ ମୁଁ କିଛି ଜାଣି ପାରେନି ? ବୁଝିଲ ଟିକେ ଦୟା କର ମୋ ଉପରେ ତା ଉପରେ । ସେ ତିନିରୁ ଚାରି ଦିନ ଆମ ଘରେ ରହିବ ତାପରେ ଘର ଠିକ କରି ସେ ଚାଲିଯିବ।
ଦୀପକ :ତୁମେ ସୁଧୁରିବନି ରୋଜି ଯେ କୌଣସି କୌଶଳ କରି ମୋ ପାଟିରୁ ହଁ ଟା ବାହାର କରିବା କଥା କରିବ ତମେ ।
ମୁଁ ସିନା ତୁମକୁ ବେଶି ଭଲ ପାଉଛି ବୋଲି ତୁମେ ସେ ଭଲର ଫାଇଦା ନଉଛ,ବୁଝିଲ ଦିନ ଆସିବ ତମେ ବହୁତ ପଛତେ ଇ ବ
****ଓଃ ହଁ କହିଲ ପୁଣି କଣ ହେଲା ଏତେ ଗୁଡିଏ ଅଭିଶାପ ଦେଲତମ ମୋ ଭିତରେ କିଏ ବି ଆସିପାରିବେନି ଯଦି ଆସିବେ ଏ ପିଲା ଦିଟା ହଉ ତାହେଲେ ଏବେ ତ ରାତି ହେଲାଣି ଚାଲ କଲି ସକାଳେ ତମ ଅଫିସ ଆଉ ମୋ ସ୍କୁଲବୁଝିଲ ଚାଲ ଏତେ ଭାବନି ମତେ ଭୋକ ଲାଗିଲାଣି।ଖାଇବା ଚାଲ ।ତମେ କଣ କରିଛ ନା ମୁଁ କରିବି ହଉ ମୁଁ ଟିକେ ବାଥ ରୁମ ରୁ ଆସେ ।
ଦୀପକ ଡାଇନିଂରେ ସବୁ ଖାଦ୍ୟକୁ ଭଲ ଭାବେ ରଖୁଥିଲେ।ରୋଜି ଆସିଲା ।ଏତେ ସବୁ ତମେ କେତେ ବେଳେ କଲ।
ଦୀପକ ମୋ ରୋଜି ମାଡମ ପାଇଁ ମୁଁ ସବୁ କିଛି କରିପାରେ ।ରୋଜି ମନ ପୁରା ଖୁସି ,ହଉ ତାହେଲେ ମୁଁ ପ୍ରିଜ଼ ରୁ ପାଣି ଟା ନେଇକି ଆସୁଛି ।ରୋଜି ଫ୍ରିଜ ଖୋଲି ପାଣି ଆଣିଲା ବେଳକୁ
ତା ନଜର ଏକ କାଗଜ଼ ଉପରେ ପଡ଼ିଲା ।ଯାହାକି ଫ୍ରିଜ଼ ଉପରେ ହୋଇ ରଖା ହୋଇଛି ।କାଢି ଦେଖେ ତା ଫୂଡ଼ର ବିଲ ସାତସ ଟଙ୍କା।ରାଗିକି ଦୀପକ ତୁମେ କେତେ ମିଛ କହୁଚ ମତେ କହିଲ ନିଜେ ରୋଷେଇ କରିଛ ପୁଣି ଏ ବିଲ କଣ ବହୁତ ଆଜି ବାହାରୁ ଖାଇଲେଣି ମତେ ଆଉ ଭଲ ଲାଗୁନି ବୁଝିଲ ଯାଉଛି ବହୁତ ମୋର ରେଷ୍ଟ ହେଇଗଲା ରୁଟି ଟିକେ
ଡାଲେମା ଖାଇବାକୁ ଭାରି ଇଚ୍ଛା ତମେ ଟିକେ ମତେ ପଚାରିଲାଣି ,ରୋଜି ତମେ କଣ ଖାଇବ ତେଲ ମସଲା ରାତିରେ କିଏ ଖାଇବ ଯାଉଛି ସବୁ ଗୁଡିକ ଫ୍ରିଜରେ ରଖିଦେବି ରୋଟି ଡାଲମା କରିବି ।ସବୁ ଖାଇବା ଗୁଡି଼କ ପ୍ୟାକେଟରେ ରଖି ଫ୍ରିଜ଼ରେ ପୁରେଇଦେଲା।ଆଉ ରୋଷେଇ ଘରକୁ ରାଗିକି ଚାଲି ଗଲା ।ତାକୁ ଦେଖି ଦୀପକ ଭାବିଲା ଆରେ ବାବାରେ ତିନିମାସ ମାଆ ହେବରେ ଏତେ ରାଗ ,ମୂଡ଼ ସ୍ୱୟଂ omg ଆଉ ପୁଣି ଅଛି ସାତ ମାସ କଣ ହେବ ଅବସ୍ଥା ମୋର କହି ରୋଜି ପଛେ ପଛେ ସିଧା ରୋଷଇ ଘରକୁ
ଆଉ ତା ପରେ ********
କ୍ରମଶଃ*********

