Gitanjali Pujapanda

Romance Action Thriller

3  

Gitanjali Pujapanda

Romance Action Thriller

ପତି-ପତ୍ନୀ ଭାଗ ୧୯

ପତି-ପତ୍ନୀ ଭାଗ ୧୯

3 mins
202



ଆଗରୁ ପଢି ଥିଲେ ,ରୋଜିକୁ ଇଂଜେକ୍ସନକୁ ଡର ଲାଗେ ଆଉ ନର୍ସ ଆସି ତାକୁ ଇଂଜେକ୍ସନଟେ ଲଗାଇବା ପାଇଁ ବାହାରକୁ ଯିବାକୁ କୁହେ ଦୀପକକୁ ,ଦୀପକ ବାହାରକୁ ଗଲା ବେଳେ 

ଧକ୍କା ହୁଏ ଅନୁ ସହ ତାକୁ କୁହେ ସେ ଅନ୍ଧୁଣି ବୋଲି ହେଲେ ଅନୁ କିଛି ନ କହି ସେଠି ହାତରେ ଧରି ଥିବା ରୋଜିର ପସନ୍ଦର ଖାଇବା ଧରି ଠିଆ ହୁଏ ,ରୋଜିର କାନ୍ଦ ଶୁଣି ଦୁଇ ଜଣଙ୍କର ମନ ବିଚଳିତ ରୁମଭିତରକୁ ଗଲା ବେଳେ ଦୀପକ ହାତ ଆଉ ଅନୁର ହାତ ଏକାଠି ଘଷି ହୋଇ ଯାଏ ।ଦୀପକ ଚାଲି ଯାଏ ,ହେଲେ ଅନୁ ଦୀପକ ସେ ଛୁଆଁରେ ତା ମନ ସହିତ ଦେହରେ ଏକ ଶିହରଣ ଖେଳେଇ ଯାଏ ।ପୁରୁଣା ପ୍ରେମ ତାର ସୁପ୍ତରୁ ଜାଗ୍ରତ ହେବାକୁ ଲାଗେ ,ଆଖିରେ ତାର ସେ ପ୍ରେମର ଛିଟା ସବୁ ଗୋଲାପୀ ଗୋଲାପୀ ରଙ୍ଗ ଢେଉ ଖେଳାଇ ।ନିଜକୁ ସମ୍ଭଳି ଆଗକୁ ବଢେ ସେ।


ଏବେ ଆଗକୁ ପଢନ୍ତୁ

ଦୀପକ ରୋଜିର ହାତ ଧରୁ ଧରୁ ହସି ଦିଏ ।ରୋଜିକୁ ରାଗ ଲାଗେ ବାଃ ତମେ କ୍ରାଇମ କରିବ ଆଉ ମୁଁ ଏଠି ଦଣ୍ଡ ପାଇବି ।ତମେ ଇଂଜେକ୍ସନ ଖାଇଲେ ଜାଣିବ ତା କଷ୍ଟଟା ନର୍ସ କୁହେ ତମେ ଦୁଇ ଜଣେ ପାଟନର ଇଂନ କ୍ରାଇମ ଆଉ ତମେ ସବୁ ଏ କ୍ରାଇମେ ନ କଲେ ଆମେ କେମିତି ଚାଲିବୁ ଆମ ହସ୍ପିଟାଲ କେମିତି ଚାଲିବ ସେ ହସି ଦେଇ ଚାଲିଯାଏ ।ରୋଜି ଦୀପକକୁ ରାଗିକି ଚାହେଁ ଅନୁକୁ ଦେଖି ତୁ କେତେବେଳୁ ଆସିଲୁଣି 

ଅନୁ କୁହେ ହଁ ତୁ ଯେତେ ବେଳେ କାନ୍ଦୁଥିଲୁ ଏତେ ବଡ଼ ହେଲୁଣି ଇଂଜେକ୍ସନକୁ ଡରୁଛୁ, ଦୀପକ କୁହେ ହଁ ତମେ ତ ଜମା ଡରିବନି ।

ରୋଜି କୁହେ ଦୀପକ ତମେ ଖାଇ ସାରିଲାଣି ,ଦୀପକ କୁହେ ନା ।

ରୋଜି କୁହେ ଆଉ ତାହେଲେ ଏଠି କାହିଁକି ଛିଡା ହେଇଛ ଯାଇ କିଛି ଖାଇ ନିଅ।

ଦୀପକ ବାହାରକୁ ଯାଇ ରୋଜି ଅନୁକୁ କୁହେ କଣ ଆଣିଲୁ ।

ଅନୁ କୁହେ ତତେ ଯାହା ଭଲ ,ଆଉ ଯାହା ମିଳିଲା ସବୁ ଆଣିଛି ।

ରୋଜି କୁହେ ଚାଲେ ଏକାଠି ଆଜି ଖାଇବା ।ଅନୁ କୁହେ ସେ ଖାଇଛି ।ରୋଜି ତୁ ଖାଇନେ। 


ଦୀପକ୍ ରୋଜି ଉପରେ ରାଗିଥାଏ କଣ କରିବ କିଛି ବୁଝି ପାରେନି ସେ । ଭୋକ ବି ଲାଗୁନି ତାକୁ ବହୁତ ଦିନ ହେବ ନାନୀ ସହ କଥା ହୋଇନି ,ନାନୀକୁ ଫୋନ ଲାଗାଏ।

ନାନୀ ନମସ୍କାର ଦେହ ଭଲଅଛି ,ତୁମର ଆକ୍ସିଡେଣ୍ଟ ଦିନ ରାନୁ ଦିଦିଙ୍କୁ ଫୋନ କରିଥିଲି ସେ କହିଲେ ତମର ଗୋଡ଼ ଭାଙ୍ଗି ଯାଇଛି ବୋଲି ।ମୁଁ ତମ ପାଖକୁ ଯାଏ ଥାନ୍ତି ।ହେଲେ ଦେଖୁଁ ନ ରୋଜି ଗୋଟେ କାଣ୍ଡ କରିକି ଥୋଇଛି ।

ଶୋଭାଦେବୀ ,ହଁ ବୁଢାଟିଏ ହୋଇଥା ଆରେ କଣ ହେଲା ରୋଜିର ତୁ ତା ଯତ୍ନ କରୁନୁ କି ,ଚଗଲିଟା ସେ କଣ କରିଦେଲା ଏବେ ।ପିଲା ଭଲ ଅଛି ତ।

ଦୀପକ -- ନାନୀ ଆଉ କଣ କହିବି ,ଏବେ ଆମେ ଦୁଇ ଜଣ ହସ୍ପିଟାଲରେ ରୋଜି ବାର୍ଥ ରୁମରେ ପଡି ଯାଇଥିଲା ଆଜି ସକାଳେ ଦୀପକ ଗୋଟି ଗୋଟି କରି ତା ନାନୀଙ୍କୁ ସବୁ କହି ଦେଲା।

ଦୀପକ ନାନୀ ----ଆରେ ବାପ ତାକୁ ଟିକେ ଯତ୍ନ କର ସେଟା ବାୟାଣିଟା । କେତେ କଷ୍ଟ ପାଇବଣି ସେ । ପେଟରେ ଦୁଇ ଦୁଇ ଟା ପିଲା ,ଭାବିଥିଲି ତୋ ପାଖ କୁ ଯାଇଥାନ୍ତି ହେଲେ ଏ କାଳ ଦୁର୍ଘଟଣାଟା ମୋ ସହିତ ଘଟିଲା ଏବେ ଗୋଡ଼ ମୋର ପ୍ଲାଷ୍ଟର ହେଇଛି ।ଡାକ୍ତର ବାବୁ କହୁଥିଲେ ଦୁଇରୁ ତିନି ମାସ ଲାଗିବ ।ରାନୁଟା ସେବା କରି କରି ମୋର ମଲାଣି ଏବେ ଗୋଟେ ନୂଆ ଝିଅଟେ ରଖିଛି ,ମୋର କାମ ସେ ସବୁ କରୁଛି ।ତୁ ମୋ ପାଇଁ ବ୍ୟସ୍ତ ଜମା ହୁଅନା ବୁଝିଲୁ ,ତୁ ତୋ ପିଲା ଆଉ ରୋଜି କଥା ଚିନ୍ତା କର, ମୁଁ ଭଲ ହେଲେ ତୋ ପାଖକୁ ନିଶ୍ଚିତ ଯିବି । ରୋଜିକୁ ମୋ ସେହ୍ନ ଦେବୁ ଗାଳି ଦବୁନି ତାକୁ ପିଲାଟେ ସେ ।


ଦୀପକ --ରାଗିକି ହଁ ପିଲାଟେ ପିଲା ଜନ୍ମ କରିବ ଖାମ ଖିଆଲି ,ସେ ନିଜ ପାଇଁ ନିଜ ପିଲା ମାନଙ୍କର ପାଇଁ କଣ କରିବି ମୁଁ କିଛି ବି ବୁଝି ପାରୁନି ।ରୋଜି ପାଖରେ ନିହାତି ଜଣେ ବଡ ମଣିଷ ରହିବା ଦରକାର ଯେ ତାକୁ ଠିକ ଗାଇଡ଼ କରି ପାରିବ ।

ଶୋଭା ଦେବୀ ---ଆରେ ଦିପୁ ତୁ ଜମା ବ୍ୟସ୍ତ ହୁଅନା ତା ବୋଉକୁ ଟିକେ କହୁନୁ ସେ ଆସିବେ ଝିଅ ପାଖକୁ ।


ଦୀପକ -ହଁ ,ସେ କହୁଥିଲା ବୋଉକୁ କହିବ ହେଲେ ସେ ଝିଅ ଘରେ ପୁଣି ଖାଇବେନି ଆଉ ଶଶୁର ଜଣେ ହାର୍ଟ ପେସେଣ୍ଟ ତାଙ୍କୁ ଛାଡି କେମିତି ଆସିବେ ।ରୋଜି ଭାଇର ଛୋଟ ପୁଅଟେ ତାକୁ ରଖିଲେ ତା ଭାଉଜ ଘର କାମ କରନ୍ତି ମୁଁ ତାଙ୍କ ଘର ପରିସ୍ଥିତି ଜାଣିଛି ,ତେଣୁ ମୁଁ କିଛି କୁହେନି ତାଙ୍କୁ ।


ଶୋଭା ଦେବୀ ,--ଆରେ ତୁ ବ୍ୟସ୍ତ ହେଲେ ମତେ ବ୍ୟସ୍ତ ଲାଗିବ ମୋ ଧନଟା ତୁ ସବୁ ସମ୍ଭାଳି ନେବୁ ତୁ ମୋ ବିଶ୍ୱାସ ଅଛି ତୋ ଉପରେ ,କିଛି ଖାଇଛୁ ନ ସେମିତି ଦିନ ଅଧକ ହେଲାଣି ।


ଦୀପକ କୁହେ ,ନା ନାନୀ ଭଲ ଲାଗୁନି କିଛି ,କାଲି ଆଟ୍ରାସାଉଣ୍ଡ ହେବ ପରେ ଜଣା ପଡିବ ।

ଶୋଭଦେବୀ ,-ଭଗବାନ ତୋର ମଙ୍ଗଳ କରିବେ ତୁ ବ୍ୟସ୍ତ ହେଲେ ଏତେ ରୋଜିକୁ କିଏ ସମ୍ଭାଳିବ ।ସବୁ ଭଲ ହେବ ରହୁଛି ବାପ।ଦୀପକ ହଁ ନାନୀ ନିଜର ଯତ୍ନ ନବ ।କହି ଫୋନ କାଟି ଦିଏ।


ରୋଜି ଅନୁକୁ କୁହେ ଅନୁ ଟିକେ ଯାଇ କି ଦେଖିଲୁ ଦୀପକ ଆସିଲେ କି ,ରାଗିକି କେତେ ବେଳୁ ଗଲେଣି ଅନୁ ବାହାରକୁ ଯାଏ....... ଆଉ ତାପରେ ...


କ୍ରମଶଃ...



Rate this content
Log in

Similar oriya story from Romance