STORYMIRROR

Gitanjali Pujapanda

Romance Classics

3  

Gitanjali Pujapanda

Romance Classics

ପତି ପତ୍ନୀ ଭାଗ ୦୯

ପତି ପତ୍ନୀ ଭାଗ ୦୯

4 mins
195


ପୂର୍ବ ଭାଗରେ ପଢିଥିଲେ ରୋଜି ଦୀପକ ଉପରେ ବିନା ଟିକେଟରେ ବରଷୁଛି । କହୁଚି ମତେ ବଜାର ର ଖାଇବା ଭଲ ଲାଗୁନି! ମୋର ଇଛା ନାହିଁ ଏ ସବୁ ଖାଇବାକୁ ହେଲେ ଦୀପକ ବିଚରା କଣ କରିବ । ରୋଜି ର ଡବଲ ମୂଡ଼ ସ୍ୱୟଂ ଗ ବୋଧେ ଡବଲ ପିଲା ଯୋଗୁଁ ସେ ଭାବି ଚୁପ ହୋଇଯାଏ ରାତିରେ ସବୁ ହୋଟେଲ ରୁ ମାଗେଇ ଥିବା ଖାଇବା ଗୁଡ଼ିକ ରୋଜି ଫ୍ରିଜ଼ରେ ପୁରେଇ ଦିଇ ରୋଷେଇ ଘର କୁ ଚାଲିଯାଏ ଦୀପକ ମୁଣ୍ଡରେ ହାତ ଦିଏ କଣ କରିବ ସେ ? ରୋଜି ର ରାଗ କିପରି ଶାନ୍ତ କରିବ !!ତା ପଛେ ପଛେ ରୋଷେଇ ଘର କୁ ପଶି ଆସେ ରୋଜି କୁ ପାଖ କୁ ଭିଡି ଆଣି କୁହେ ତମର ଭାରି ରାଗ ରୋଜି ହଁ ତମେ ଯୋଉଠି ପାଇଲେ ସେଠି ତୁମ ର ଷ୍ଟାଟ ହେଇ ଯାଉଛି ।ମଣିଷ କୁ ଭୋକ ଲାଗିଲାଣି ୟଙ୍କର ପ୍ରେମ ଚାଲିଛି ।ରୁହ ସେତିକି ଆଗୁଆ କରି ପାରିବନି କହିଥିଲେ ମୁଁ କରି ନେଇ ଥାନ୍ତି ।


ଦୀପକ କୁହେ----ବନ୍ଦା ହଜ଼ୀର ହେ ରୋଜି ମାଡମ କଣ କରିବି କୁହ----ରୋଜି କୁହେ ଯାଇ ସେ ଟିଭିଅନ କରି ସେଠି ବସ ମୁଁ ଖାଇବା କରି ନେଉଛି ।ଦୀପକ ଏତିକି କାମ ବେଶି କଷ୍ଟ କାମ ଦଉନ ରୋଜି ମୁହଁ ମୋଡି ଆହା ଭାରି କଲା ଲୋକ ଟା ଯଦି କରିବାକୁ ମନ ହୋଟେଲ ରୁ କାହିଁକି ଆଣିଲ କଲନି ଘରେ ସବୁ କାହିଁକି? କରିଦେବ ବୋଲି ଆଗୁଆ କହିବ କରିବା ସମୟ ଆସିଲେ ଇଆଡୁ ସିଆଡୁ କଥା କହି ଫାଙ୍କି ଦବ।ଦୀପକ କହିଲା -ହୋଟେଲ ରୁ ଏତେ ଟଙ୍କା ଦେଇ ଖାଇବା ଆଣିଲି ତମେ ତାକୁ ଫ୍ରିଜ଼ରେ ପୁରେଇ ଦେଲ ମତେ ଦେଇ ଥାନ୍ତ ବେଳେ ବେଳେ ତମର ରୋଜି କଣ ହୁଏ କେଜାଣି ମୁଁ କିଛି ବି ବୁଝି ପାରେନି।


ରୋଜି ---ଯଦି ତମେ ମତେ ବୁଝି ଥାନ୍ତ ତାହେଲେ ରାତି ଦଶ ଟାରେ ମତେ ରୁଟି ଡଲେମା କରିବାକୁ ପଡିନଥାନ୍ତା।ଆଜି ଗୋଟେ ଦିନ ରେଷ୍ଟ ନେଇ ଗଲି ମୋର ବହୁତ ହେଇଗଲା କାଲି ଠାରୁ କାମରେ କଣ ଏବେଠାରୁ କଥା କହି କହି ରୋଜି ସବୁ ରୋଷେଇ କରି ନେଇ ଥାଏ।ଡାଇନିଂ ପାଖରେ ଆଣିକି ସବୁ ରଖି ଦିଏ ଦୀପକ କୁ ଡାକେ ଆସ ଖାଇବ । ଦୀପକ ମନେମନେ ରୋଜି କୁ ବୁଝିପାରୁଥିଲା ଓ ଭାବୁ ଥିଲା ରୋଜି ଅନୁରାଧା କୁ ନେଇ ତା ଉପରେ ରାଗିଛି ।ସେ ରାଗିଲେ ରାଗୁ ପଛେ ମୁଁ ଅନୁରାଧା କୁ ମୋ ଘର କୁ ଆସିବାକୁ ଦେବିନି । ରୋଜି ଖାଇବା ବାଢ଼ି ଦିଏ ନିଜ ପାଇଁ । ଆଉ ଦୀପକ ପାଇଁ ଦୁଇ ଜଣ ଖାଇବା ପରେ । ରୋଜି ସବୁ କାମ ସାରି ଶୋଇବା ପାଇଁ ଯାଏ ମେଡ଼ିସିନ ନେଇ ଶୋଇ ଯାଏ ଦୀପକ ଲାପ ଟପରେ କିଛି ଜରୁରୀ କାମ କରି ସରିବା ପରେ ଶୋଇ ବାକୁ ଯାଏ।


ରୋଜି ଅଳସ ଅଳସ ଆଖିରେ ଘଣ୍ଟା ଉପରେ ନଜର ପକେଇ ଦେଖି ସାଢେ଼ ସାତେ ଓଃ!! କି ନିଦ ତାର ତରହୋଇ ଉଠି ଆସିଲା ବେଳେ କୁ । ଦୀପକ ରୋଷେଇ ଘରୁ ବଡ଼ ପାଟିରେ ଧୀରେ ଧୀରେ ମାଡମ ଏତେ କଲବଲ ହୋଇ କଣ ପାଇଁ ଯାଉଛ ମନେ ନାହିଁ କି ଡ଼କ୍ଟର ଙ୍କର ଉପଦେଶ!! ମୁଁ ଜାଣିଥିଲି ତୁମ ଅଭ୍ୟାସ ବଦେଳେଇ ବନି ତୁମେ କଣ ପାଇଁ ଏତେ ଅଝଟ ମୁଁ କିଛି ବୁଝି ପାରେନି ରୋଜି। ମୁଁ କେତେ ବେଳେ ଅଝଟ ହେଲି ।ଆଉ ଗୋଟେ ବଡ଼ ଧନ୍ୟବାଦ ମୋ ଆଡୁ ସକାଳୁ ସକାଳୁ ବୁଝିଲ ତମେ କହିଦେଲ ବୋଲି ଟିକେ ରହିଗଲି ନହେଲେ ତର ତର ହୋଇ କିଛି ଭୁଲ କରିଦେଇ ଥାନ୍ତି।ହଉ ଆଉ ଭୁଲ କରନି କିଛି କାରଣ ତୁମେ ଏବେ ତୁମର ଯତ୍ନ ଖୁବ ଭଲ ଭାବରେ ନେବ ରୋଜି ମୁଣ୍ଡ ଟୁଙ୍ଗାରି ହଁ ମାରି କୁହେ ହଉ ଠିକ ଅଛି ।ସ୍କୁଲ କୁ ଲେଟ ହେଇଯିବ କେତେ କଣ କରିବାକୁ ହବ ଯାଉଛି ।ଦୀପକ ପୁଣି ବ୍ୟସ୍ତ ହେଲା ଆମେ ତ ଦୁଇ ଜଣ ଲୋକ ତୁମେ କାହିଁକି ??ଏତେ ଟେନ୍ସ ମୁଁ କିଛି ବୁଝିପାରେ ନି ।ନ ବୁଝି ପାର ତୁମେ ଭାବୁଥାଅ ମୁଁ ବାର୍ଥ ରୁମ ରୁ ଆସୁଛି।


ରୋଜି ବାର୍ଥରୁମ ଗଲା ପରେ ଦୀପକ ଚା ନେଇ ବାଲ କୋନିକୁ ଗଲା ।ସେଠି କିଛି ସମୟ ବିତେଇ ଘର କୁ ଆସେ ଓ ରୋଜି କରିଥିବା ବ୍ରେକଫାଷ୍ଟ ଖାଇ ଅଫିସ ପାଇଁ ବାହାରି ଯାଏ ।


ରୋଜି ହାତରେ ଲଞ୍ଚ ବକ୍ସ ଟା ତାର ଧରେ ଇ ଦେଇ କୁହେ ଶୀଘ୍ର ଆସିବ ।ଦୀପକ ରୋଜିକୁ ପାଖକୁ ଭିଡି ଆଣେ କହେ ଲଞ୍ଚ ବକ୍ସରେ କଣ ଅଛି ।ରୋଜି ଏତେ ଶୀଘ୍ର ତମେ ସବୁ କିଛି କରି ଦେଲ।ରୋଜି କୁହେ ନା ମ କାଲି ପ୍ରିଜ଼ରେ ରଖି ଥିବା ଖାଦ୍ୟ ଗରମ କାରି ଦେଇ ଛି ଶୀଘ୍ର ଖାଇ ନବ ମନ ଦୁଃଖ କରୁଥିଲ କାଲି ରାତିରେ।

ଦୀପକ ରୋଜି କୁ ଦୁରେଇ ଦେଇ ହଉ ମୁଁ ଯାଉଛି କହି ଚାଲିଯାଏ ଆରେ କଣ ହେଲା ନିଜେ ତ ଅର୍ଡର କରିଥିଲ ଆଉ ମୁଁ ଆଜି ସେଗୁଡିକ ଲଞ୍ଚରେ ଦେଲି ବୋଲି ରାଗିଲେ ନା କଣ ??ଦୀପକ ବିନା ଟିକେ ଟିକେ କଥାରେ ରାଗ । ହଉ ନିଜେ ସ୍କୁଲ ଯିବା ପାଇଁରେଡି ହେଲା ସେ । ଅଟୋରେ ବସି ସ୍କୁଲ ଯାଇ ଠିକ ସମୟରେ ପହଂଚି ଲା।ସେଠାରେ ର ସବୁ କଲିଂ ଗ ମାନକୁ ଦେଖି ବହୁତ ଖୁସି ହେଲା ।ପିଲା ମାନଙ୍କରର କ୍ଲାସ ସବୁ କଲା । ଅନୁରାଧା ପଛ ରୁ ଦେଖି ରୋଜି ନାରେ ଡାକ ଛାଡି ତାକୁ ରହିବାକୁ କହିଲା ତାପରେ ତା ଦେଖା କରି ତା ଦେହ କଥା ପଚାରି ଲା । ରୋଜି କହିଲା ହଁ ଭଲ ଅଛି ସେ । ସେତେ ବେଳ କୁ ଲଞ୍ଚ ବ୍ରେ କ ର ଘଣ୍ଟି ଟି ବାଜି ଗଲା ।ଅନୁରାଧା କହିଲା । ଚାଲ ରୋଜି ଲଞ୍ଚ ଖାଇ ନେବା ଆଉ ଟିକ ଗପସପ କରିବା।ଦୁଇ ଜଣ ଷ୍ଟା ପ ରୁମ ଆଡ଼କୁ ବାହାରିଲେ । ଏ ସମୟରେ ରୋଜି ର ଫୋନ ଟି ବାଜିଲା।ଆଉ ତାପରେ......

କ୍ରମଶଃ.......


Rate this content
Log in

Similar oriya story from Romance