STORYMIRROR

Gitanjali Pujapanda

Romance Classics Inspirational

3  

Gitanjali Pujapanda

Romance Classics Inspirational

ପତି-ପତ୍ନୀ ଭାଗ ୦୨

ପତି-ପତ୍ନୀ ଭାଗ ୦୨

3 mins
172


ପୂର୍ବ ଭାଗ ରେ ପଢ଼ିଥିଲେ ରୋଜି ଜାଣେ ସେ ଗର୍ଭବତୀ । ଦୀପକକୁ ସେ ଖୁଶି ଖବର ଟି ଦିଏ ମାଆ ହେବାର କଥା ଟି କୁହେ  । ଦିପକ ଶୁଣି ମନ ରେ ତାର ଖୁସି ର ସୀମା ରହେନାହିଁ।ରୋଜିବି ବହୁତ ଖୁସି ହେଲେ ଭିତରେ ତାର ଅଜଣା ଭୟ ଡାକ୍ତର ଖାନା ଯିବାକୁ ପଡ଼ିବ ଇଂଜେକସନ ନେବାକୁ ପଡିବ ଓଃ!! କି କଷ୍ଟ ମଣିଷ ମଲା ମଣିଷ ପିଲା ଦିନ କଥା ମନେ ପଡ଼ିଯାଏ ତାର ଥରେ ତାକୁ ଜର ହେଇ ଥିଲା ବାବା ତାକୁ ଡକ୍ଟର ପାଖକୁ ନେଇ କି ଯାଇଥିଲେ ହେଲେ ଡାକ୍ତର ଖାନା ରେ ପହଞ୍ଚିଲା କ୍ଷଣି କାନ୍ଦ ଆରମ୍ଭ ବାବା ତାର ଯେତେ ବୁଝେଇ ଲେ ସେ ବୁଝି ନ ଥିଲା ବାଧ୍ୟ ହୋଇ ବାବା ତାକୁ ଟେକି ଟେକି  ନେଲେ ।ଆଜି ସେ କଥା ଟି ଭାବି କି ମନେ ମନେ ହସିଫୁଟି ପାଟି ମେଲାଇ ମୁହଁ ରେ ହସ ଖେଳିଯାଏ ଯା ହା ହେଲେ ଏବେ ତାକୁ ରେଗୁଲାର check up ପାଇଁ ଯିବାକୁ ପଡ଼ିବ ହସ୍ପିଟାଲ ,ହେଲେ ମାଆ ହେବାର ଯେଉଁ ନିଆରା ଅନୁଭୁତି ତା "ଆଗେରେ ସେ କଷ୍ଟ କିଛି ବି ନୁହେଁ ବୋଲି ସମସ୍ତେ କୁହନ୍ତି ।

ଦୀପକ ଅଫିସ ରୁ ଆଉ ସେ ସ୍କୁଲ ରୁ ଛୁଟି ନେଇଯାନ୍ତି ତାପରଦିନ ଡକ୍ଟର check up ପାଇଁ ।ରୋଜି ମନ ଟା ଭଲ ଲାଗେନି ଦିପକ ମଧ୍ୟ ଜାଣିଛନ୍ତି ରୋଜି କୁ ଡାକ୍ତର ଖାନା ଯିବା କୁ ଡର ମାଡ଼େ ବୋଲି ତେଣୁ ସେ ତାକୁ ପାଖକୁ ଡାକି ପଚାରେ ରୋଜି ତୁମେ ଡରୁ ଚ ।ରୋଜି ମୁଣ୍ଡ ହଲେଇ ନା କୁହେ।ମାତ୍ର ଭିତରେ ଭିତରେ ଅଜଣା ଭୟ ଗୋଟେ ବସା ବାନ୍ଧି ରହି ଥାଏ ତାର ଦୀପକ ରୋଜି ର ମୁହଁ ଟି ଦେଖି ଜାଣି ଯାଏ ସେ କୁହେ ଆମ ପ୍ରେମ ର ସନ୍ତକ ତୁମ ଭିତରେ ଅଛି ଆଉ ମୁଁ ତୁମ ପ୍ରେମ ତୁମ ପାଖରେ ତୁମ କୁ ଡରିବାକୁ ମୁଁ ଦେବିନି କହି ରୋଜି କୁ ପାଖକୁ ଟାଣି ଆଣି ରୋଜି ଗାଲ ରେ ଗୋଟେ ସୁନ୍ଦର ଚୁମ୍ବନ ଅଙ୍କି ଦେବା ଉଦ୍ଦେଶ୍ୟ ରେ ରୋଜି ଭୟ ଭାବନା ରୁ ବାହାରି ଆସି ସେ ସମୟ ରେ ଟିକେ ମୂଡ଼ ବଦଳାଇ ହସି ଦିଏ ଦୀପକ କୁହେ ଯାହା ହେଉ ମାଡମ ଙ୍କର ମୂଡ଼ ଟିକେ ଚେଞ୍ଜ ହେଲା ଭଲ ଏମିତି ସମୟ ରେ ମନ ମାରି ବସିବା ଠିକ ନୁହେଁ ରୋଜି !!

ରୋଜି କୁହେ ହଉ ଠିକ ତୁମେ କିନ୍ତୁ ସବୁଠି ଆରମ୍ଭ କରି ଦିଅ ତୁମ ପ୍ରେମ ଆଉ ମୁଁ ନ ହସି ରହି ପାରେନି ।

ଡକ୍ଟର ପାଖ ରୁ ଫୋନେ ରେ  ନମ୍ବର କରିବାକୁ ହେବ ବୋଲି ଦିପକ ଭାବେ କାରଣ ଆଜିକାଲି ଦୁନିଆ ତ ନମ୍ବର ରେ ଚାଲୁଛି ।ସବୁଠି ଆଗେ ଫୋନ ଯୋଗେ ନମ୍ବର କରିବ ତା "ପରେ ଯାଇ ଯୋଉ କଥା ଫୋନ ଟିକୁ ଡାଇଲ କରି ଡ଼କ୍ଟର ପାଖରୁ ଆଗୁଆ ଅନୁମତି ସେ ନେଇଯାଏ ଚେକଅପ ବେଳେ କିଛି ଅସୁବିଧା ହେବନି ବୋଲି । ଏସବୁ କରିସାରିବା ପରେ ଦୀପକ ରୋଜି କୁ ସେ କଥା ଜଣେଇ ଦିଏ କିଛି ସମୟ ପରେ ରୋଜି କୁ ନେଇ ଦୀପକ ବାହାରିଯାଏ ଡାକ୍ତର ଖାନା ।ରୋଜି ର ମନ ବହୁତ ଖୁସି ।ଡ଼କ୍ଟର ପାଖ କୁ ଯାଇ ରୁଟିନ ଚେକ ଅପ ର ପ୍ରଥମ ସୋପାନ ବ୍ଲଡ଼ ଟେଷ୍ଟ ରୋଜି ର ଭେନ ରୁ ବ୍ଲଡ଼ ନେବା ପାଇଁ ନର୍ସ ଆସିଲା ବେଳେ ରୋଜି ର ଆଖି ଛଳ ଛଳ ଦେଖି ନର୍ସ କୁହେ କିଛି ବ୍ୟସ୍ତ ହୁଅନି କିଛି ବି କାଟିବନି ତୁମେ ତୁମ ଆଖି ଦୁଇଟି ବନ୍ଦ କରି ନିଅ ।ଏବେ ତ ଏସବୁ ଚାଲିବ ମାଆ ହେବା କେତେ ଯେ କଷ୍ଟ ସେ କଥା ତୁମର ଏବେ ଏକ୍ସପ୍ରିରିଆନ୍ସ ହେବ। ଦୂର ରୁ ଦୀପକ ଛିଡା ହୋଇ ହସୁଥାଏ।ରୋଜି ମନେ ମନେ ରାଗି ଯାଇ ଭାବୁ ଥାଏ ପୁରୁଷ ଜାତି ନିଜ ସ୍ତ୍ରୀ ର କଷ୍ଟ ଦେଖି ହସନ୍ତି କାହିଁକି??? କେଜାଣି ପୁରା ସ୍ୱାର୍ଥପର ଜାତିଟା।

କିନ୍ତୁ ସେ ଦୀପକ ର ହସ ବୁଝିନ ଥିଲା ସେତେବେଳେ ଦିପକ  ହସିଥିଲା ରୋଜି ଭିତରେ ଥିବା ଏକ ସରଳ ହୃଦୟ ର ପିଲା ଟିକୁ ଦେଖି ଯିଏ ଇଂଜେକସନ ସିରୀନଜ କୁ ଦେଖିଲେ ଆଖି ତାର ଛଳ ଛଳ ହେଉଛି ଏତେ ବଡ଼ ହେଲା ପରେ ବି ତା ମନ ରେ ଥିବା ସେ ଡର କୁ ସେ କିପରି କାବୁ କରିବ ସେ କଥା ଭାବେ ହେଲେ ରୋଜି ର ରାଗ ମୁହଁ ଦେଖି ସେ ଚୁପ ହୋଇ ଯାଏ ।ଆଉ ତା ପରେ,,,,,,,,,,,,।


କ୍ରମଶଃ,,,,,,,,



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Romance