STORYMIRROR

Gitanjali Pujapanda

Romance Classics

3  

Gitanjali Pujapanda

Romance Classics

ପତି-ପତ୍ନୀ ୦୫

ପତି-ପତ୍ନୀ ୦୫

3 mins
159


ଆଗରୁ ପଢି ଥିଲେ ଦୀପକ ରୋଜି କଥାବାର୍ତ୍ତା ଚାଲିଛି ଏ ସମୟରେ କଲିଂଗ ବେଲ ଟି ବାଜୁଛି । ଦିପକ ରୋଜି କି କହୁଚି ରୁହ ମୁଁ ଖୋଲୁଛି ତୁମେ ଏତେ ତରତର ହୋଇ ଯାଇ ଖୋଲନି । ଦୀପକ ଦୁଆର ଖୋଲିକି ଦେଖେ ତ ରୋଜିର ବାନ୍ଧବୀ ଅନୁରାଧା । ସେ ସ୍କୁଲକୁ ଏକାଠି ଯିବା ଆସିବା କରନ୍ତି । ଅନୁରାଧା କେବେ ତାଙ୍କ ଘରକୁ ଆସିନି ରୋଜି ତାକୁ କେତେ ଥର ଡାକି ଲାଣି ହେଲେ ସେ ଆସୁନଥିଲା ଆଜି ହଠାତ କଣ ହେଲା ସେ ଆସି ତା ଘରେ ହାଜ଼ର । ଦୀପକ ଅନୁରାଧାକୁ ବେଶ ଭଲ ଭାବେ ଜାଣେ କାରଣ ଅନୁରାଧା ହିଁ ଦୀପକକୁ କଲେଜ ବେଳେ ଏକତରଫା ପ୍ରେମ କରୁଥିଲା । ମାତ୍ର ଦୀପକ ରୋଜିକୁ ବହୁତ ଭଲ ପାଏ । ଦୁଆର ମୁହଁରେ ଅନୁରାଧାକୁ ଦେଖି ଦିପକ ଚମକି ଯାଏ । ଆଉ କହେ ତୁମେ ଏଠି,,,,

ସେ ପଟୁ ରୋଜି କିଏ କିଏ କହି ପାଖକୁ ଆସିଛି ଅନୁରାଧାକୁ ଦେଖି ଅତି ସେହ୍ନରେ ଅନୁ କହି ଜାକି ପକାଏ । ଅନୁ ରାଧା କୁହେ ସବୁ ବେଳେ କହୁଥିଲୁ ମୋ ଘରକୁ ଆସୁନୁ ଆଜି ଚାଲି ଆସିଲି । ତୋ ଖବର ବୁଝିବା ପାଇଁ ତୁ ଆଜି ସ୍କୁଲ ଆସି ନ ଥିଲୁ ଯେ ମତେ ଅନ୍ୟ କଲିଗମାନଙ୍କ ଠାରୁ ଜଣା ପଡିଲା ତୋ ଛୁଟିର କାରଣ ରୋଜି କହିଲା ତୁ ତ ଛୁଟିରେ ଥିଲୁ ଆଜି ବୋଧହୁଏ ଆସିଲୁ ହଁ ଗାଆଁ ଆଡେ ଟିକେ ଯାଇଥିଲି । ଭାଇ ଭାଉଜ ସହିତ ଦେଖା କରିବା ପାଇଁ ତା ପରେ ଦୁଇ ବାନ୍ଧବୀ ପୁରା ଗପସପରେ ମଗ୍ନ । ଦୁଇଟି ସ୍ତ୍ରୀ ଏକାଠି ହେଲେ ସେମାନଙ୍କ ଗପରେ ପୂର୍ଣ୍ଣଛେଦ ପଡିବା ଅସମ୍ଭବ । 

ଦୂରରୁ ଦିପକ ବିରକ୍ତ ଭାବିଭାଙ୍ଗି ମୁହଁ କରି ଛିଡା ହୋଇଥିଲା ଅନୁରାଧା ନଜରଟା ଦୀପକ ଉପରକୁ ଗଲା । ସେ ଜାଣି ପାରିଲା ତାକୁ ଦେଖି ଦୀପକ ଖୁସି ନୁହନ୍ତି ବୋଲି । କିନ୍ତୁ ସେ ତ ଜାଣି ନଥିଲା ଯେ ରୋଜି ଦୀପକର ସ୍ତ୍ରୀ ବୋଲିବଅନୁରାଧାକୁ ବି ଖରାପ ଲାଗୁଥିଲା । ସେ ଭାବୁଥିଲା ସେମାନଙ୍କ ଏକାନ୍ତରେ ଦଖଲ ଦଉଛି । ତେଣୁ ନିଜେ ଉଠି ଯିବାକୁ ବାହାରିଲା ଦୀପକକୁ ଦେଖିବା ମାତ୍ରେ ତା ମନରେ ପୁରୁଣା ପ୍ରେମ ଉଙ୍କି ମାରିଲା କିନ୍ତୁ ତାକୁ ସମ୍ଭାଳି ସେ ଦୁଃଖମନରେ ରୋଜି ଠାରୁ ବିଦାୟ ନେଲା ଏବଂ କହିଲା କାଲି ସ୍କୁଲରେ ଦେଖାବହେବା ପାଇଁ । ରୋଜି ଅନୁରାଧା ଠାରୁ ବିଦାୟ ନେଇ କବାଟଟା ବନ୍ଦ କରି ଘର ଭିତରକୁ ପ୍ରବେଶ କରିଛି । ଦିପକର ଗାଳି ସମସ୍ତଙ୍କୁ କଣ ଘରକୁ ଡାକିବା ନିହାତି ଦରକାର ମତେ ଏ ସବୁ ଭଲ ନୁହେଁ । ତୁମ ମୋ ଭିତରେ କିଏ ଆସୁବୋଲି ରୋଜି ଆଶ୍ଚର୍ଯ୍ୟ ହୋଇ ଚାହିଁ ରହିଥାଏ ଦିପକକୁ ହଠାତ କଣ ହେଲା ଦୀପକର ଏବେ ତ ପୁରା ରୋମାଣ୍ଟିକ ଥିଲେ ସଙ୍ଗେ ସଙ୍ଗେ ରାଗି ଗଲେ କେମିତି । ରୋଜି ଭାବିଲା ଅନୁରାଧା କେତେବେଳେ ଆମ ଦୁଇଜଣଙ୍କର ଭିତରେ ଆସିଲା ବୋଧହୁଏ ଦୀପକ ରାଗି ଯାଇଛନ୍ତି । 

 ତାପରେ ସେ ଦୀପକ ଆଡ଼କୁ ଯାଇ ତାକୁ ପଚାରେ କଣ ହେଲା ତୁମର ତମେ କଣ ମୋ ପରି ପ୍ରେଗନେଣ୍ଟ ଅଛ । ହଠାତ ମୁଡ଼ ସ୍ୱୟଂ ତମର ଏ କଥା ଟି ଶୁଣି ଦିପକ ଆହୁରି ରାଗି ଗଲା କହିଲା ସବୁ ବେଳେ ଥଟ୍ଟା ମଜ଼ା ଭଲ ନୁହେଁ । ଭୋକ ଲାଗିଲାଣି ମତେ । ବାହାରୁ ମାଗେଇ ନେଇଥାନ୍ତି । ହେଲେ ତମର ଏପରି ଅବସ୍ଥାରେ ବାହାର ଖାଇବାଟା ତୁମ ପାଇଁ ଭଲ ନୁହେଁ ତେଣୁ ମୁଁ ଘରେ ରୋଷେଇ କରୁଛି । ତମେ ରେଷ୍ଟ ନିଅ ,ରୋଜି କହିଲା କଣ ଖାଲି ଭାତ ଡାଲେମା କରିବ ଦିପକ କହିଲା ମତେ ଯାହା ଆସେ ତାହା ମୁଁ କରିବି । ରୋଜି କହିଲା କିଛି କରିବା ଦରକାର ନାହିଁ । ଏତେ ଡେରି ହେଲାଣି ମୁଁ ମାଇଁକୁ ଫୋନ କରିଥିଲି ସେ ଏବେ ଆସୁ ଥିବେ ତାଙ୍କ ହାତ ରନ୍ଧା ଖାଇବାକୁ ଭାରି ଇଛା ହେଲା ମୋର ଡେରି ହେଲାଣି ଘରୁ ସବୁ ଖାଇବା କରିକି ନେଇ କି ଏବେ ଆସୁଥିବେ । 

ତମକୁ ଭୋକ ଲାଗିଲାଣି ତ ଟିକେ ଡ୍ରାଇଫ୍ରୁଟ ପାଟିରେ ପକାଅ ଆଉ ମତେ ଦିଅ କହି ରୋଜି ଡ୍ରଇଂଙ୍ଗ ରୁମର ସୋଫା ଉପରେ ବସି ମ୍ୟାଗାଜିନ ଆଣି ପଢିବାକୁ ଲାଗିଲା । ଦିପକ ରୋଷେଇ ଘରୁ କିଛି ଡ୍ରାଇଫ୍ରୁଟ ଆଉ କିଛି ବିସ୍କୁଟ ଆଣି ପ୍ଲାଟରେ ରଖି କହିଲା । ମହାରାଣୀ ଏବେ ଖାଅନ୍ତୁ ରୋଜି ଦୀପକର ମୁହଁ ଦେଖି ଜୋର ଜୋରରେ ହସିବାକୁ ଲାଗିଲେ । ଦୀପକ କହିଲା କଣ ହେଲା ହସୁଛ କାହିଁକି ???ରୋଜି କହିଲା ରୋଷେଇ ଘରୁ ଚୋରି କଲା ବେଳେ ତୁମେ ଆଜି ଧରା ପଡ଼ିଚ ବୁଝିଲ ,ଦିପକ କହିଲା କ'ଣ ଏଆଡୁ ସିଆଡୁ ଗପୁଚ ମୁଁ କିଛି ବୁଝି ପାରୁନି ,ରୋଜି କହିଲା ଦୀପକ ବାବୁ ଟିକେ ଦର୍ପଣ ଆଡେ ମୁହଁ କରି ନିଜକୁ ଦେଖ ସବୁ ଜାଣି ପାରିବ

ଆଉ ତା ପରେ,,,,,,,,,

(କ୍ରମଶଃ)



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Romance