ପ୍ରତିଶ୍ରୁତି
ପ୍ରତିଶ୍ରୁତି
ସ୍ବାଧୀନତାର ସାତ ଦଶନ୍ଧି ପରେ ବି ଏମିତିକା ଗାଁ ଅଛି ଯେଉଁଠି ସବୁକିଛି ଅପହଞ୍ଚ। ଗାଁ ପରିବେଶ ଭାରି ମନଲୋଭା। ସପନ ଦାସ ସେ ଗାଁର ଜଣେ ନାମିଦାମୀ ପରିଚିତ ବ୍ୟକ୍ତିତ୍ଵ। ମାସର ଅଧାଦିନ ସହରରେ ରୁହନ୍ତି। ଗାଁ ଠୁଁ ପାଞ୍ଚ କିଲୋମିଟର ଦୂର ବସ ଷ୍ଟାଣ୍ଡ। ଯିବା ବାଟ ତ କହିଲେ ନସରେ। ମଝିରେ ବାଟରେ ଛୋଟ ନଈଟିଏ ପଡେ, ଖରାଦିନେ ନଈଟିଏ ସୁଖି ଯାଏ । ବର୍ଷା ଦିନେ ନଈରେ ପାଣି ପୂରା ଭରପୁର ଥାଏ । ଗାଁ ର ପିଲା ମାନଙ୍କୁ ସେ ନଈ ଭିତରେ ପଶି ଦୁଇ କିଲୋମିଟର ଦୂର ସ୍କୁଲକୁ ଯିବାପାଇଁ ପଡେ ବର୍ଷା ଦିନେ ଭାରି ବିପଦପୂର୍ଣ୍ଣ। ଅନ୍ୟ କୋୖଣସି ରାସ୍ତା ବି ନାହିଁ ସହର ଯିବାକୁ। ସେହି କଣ୍ଟକିତ ରାସ୍ତାରେ ପିଲା ଠୁଁ ବୁଢ଼ା ବୁଢ଼ୀ ସମସ୍ତେ କଷ୍ଟକରି ସହରକୁ ଯାଆନ୍ତି। ସାତ ଦଶନ୍ଧି ଭିତରେ ଅନେକ ନେତା ଆସିଛନ୍ତି ଅନେକ ପ୍ରତିଶ୍ରୁତି ମଧ୍ୟ ଦେଇ ଯାଆନ୍ତି । ଗାଁ ରେ ଶହେ ବଖରା ଘର ଅଛି ଦୁଇ ଶହ ଭୋଟର ଅଛନ୍ତି। ନିର୍ବାଚନ ସମୟରେ ଯେଉଁ ନେତାମାନେ ଆସନ୍ତି ଅନେକ ପ୍ରତିଶ୍ରୁତି ଦିଅନ୍ତି ଆଉ ମିଥ୍ୟା ର ସପନ ଦେଖାନ୍ତି ଓ କହନ୍ତି ମଧ୍ୟ ଏ ନିର୍ବାଚନ ପରେ ଏ ଗାଁ କୁ ଏକ ପିଚୁ ସଡ଼କ, ସ୍ବାସ୍ଥ୍ୟସେବା, ପାନୀୟଜଳ ର ସୁବିଧା କରିଦେବା। ଗମନାଗମନ ପାଇଁ ସବୁକିଛି ସୁବିଧା କରିଦେବା। ହେଲେ କିଛି କାମ ହୁଏନାହିଁ ବର୍ଷ ପରେ ବର୍ଷ ବିତିଗଲାଣି ଅନେକ ଲୋକ ମରି ହଜି ଗଲେଣି। ଗାଁ ଲୋକେ ପ୍ରତିଶ୍ରୁତିର ପାହାଡ଼ ଉପରେ ଛିଡ଼ାହୋଇ ଅନେକ ସ୍ବପ୍ନ ଦେଖୁଥାନ୍ତି, ସେ ଗାଁରେ ସମସ୍ତେ ଭାରି ସ୍ଵାଭିମାନୀ ମଣିଷ, ବିଶ୍ବାସ ଓ ଭରସା ଭିତରେ ସେମାନେ ସାତ ଦଶନ୍ଧି ଅତିକ୍ରମ କରି ସାରିଛନ୍ତି। ଅନେକ ବର୍ଷ ଧରି ପ୍ରତିଶ୍ରୁତି ପୁରଣ ଅପେକ୍ଷାରେ ସମୟ କାଟି ଚାଲିଛନ୍ତି ଗାଁ ର କିଛି ଲୋକ ଥରେ ଏକଯୁଟ ହୋଇ ନିଷ୍ପତ୍ତି ନେଲେ ଯେ ଆସନ୍ତା ନିର୍ବାଚନକୁ କୋୖଣସି ନେତାଙ୍କ କଥା ଶୁଣିବେ ନାହିଁ କି ଲମ୍ବା ଲମ୍ବା ପ୍ରତିଶ୍ରୁତିର ଲୋଭରେ ପଡିବେ ନାହିଁ। ସପନ ଦାସ ଏ ଖବର ଶୁଣି ଗାଁ କୁ ଆସି ଲୋକମାନଙ୍କୁ ବୁଝାଇବାକୁ ଚେଷ୍ଟା କଲେ ଗାଁ ଲୋକେ ଭୀଷଣ କ୍ରୋଧିତ ଥାଆନ୍ତି ସେମାନେ କହିଲେ, ଆପଣଙ୍କ ତ ସବୁଦିନେ ସହରରେ ରହି ଆରାମ କରୁଛନ୍ତି କାହିଁକି ତୁଛାଟାରେ ଗୋଡ଼ କାଢୁଛନ୍ତି ସପନ ଦାସ କହିଲେ, ଦେଖନ୍ତୁ ମୁଁ ସହରରେ ରହୁଛି ଏହିଥିପାଇଁ ଯେ ଆମ ଗାଁ ଆଜି ସ୍ବାଧୀନତା ର ସାତ ଦଶନ୍ଧି ପରେ ବି ସବୁ ସୁବିଧାରୁ ବଂଚିତ ଅଛି, ଆସନ୍ତୁ ସମସ୍ତେ ମିଳିମିଶି ଲଢିବା , ଆମ ଅଧିକାର ଆମେ ଆଦାୟ କରିବା, ମୁଁ ଆପଣ ମାନଙ୍କ ସହିତ ଅଛି, ରହିଛି ରହିଥିବି।
ଗାଁ ର ସମସ୍ତ ସଦସ୍ୟଙ୍କୁ ନେଇ ନିଶ୍ଚିତ କରାଗଲା ଯେ ଆସନ୍ତା ନିର୍ବାଚନକୁ ବର୍ଜ୍ଜନ କରିବାକୁ ପଡ଼ିବ।