STORYMIRROR

Sunanda Mohanty

Romance

2  

Sunanda Mohanty

Romance

ପ୍ରଥମ ରାତି

ପ୍ରଥମ ରାତି

1 min
137

   ସେଦିନ ଥାଏ ଉଣେଇଶ ଶହ ଛୟାଅଶୀ ମସିହା ଜୁଲାଇ ବାର ତାରିଖ, ବାହାଘର ହୋଇଗଲା ଲିପ୍ସାର, କେବେ ବି ଦିନେ ମଫସଲରେ ଚଳିନଥିବା ଲିପ୍ସା ହୋଇଗଲା ଗାଆଁର ବୋହୂ ଆଉ ସବୁ ଝିଅଙ୍କ ଜୀବନର ସେଇ ପ୍ରଥମ ରାତିରେ ଲିପ୍ସା ରୁମକୁ ଯିଏ ଆସିଲେ ସେ ତାର ଜୀବନସାଥି ଥିଲେ, ଯାହାଙ୍କୁ ସେ ଦେଖିନି ଖାଲି ଶୁଣିଛି ଭାରି ଜ୍ଞାନୀ ଗୁଣି ବୋଲି l

  ଝିଅ ଦେଖା ପୁରୀ ବଡ଼ମନ୍ଦିରରେ ହୋଇଥିଲା ତ ଦୁଇ ପରିବାରର ସଦସ୍ୟ ଏକାଠି ହୋଇଥିଲେ ମନ୍ଦିରରେ ଆଉ ଲିପ୍ସା ଅଲକ୍ଷ୍ୟରେ ପୁଅ ଅର୍ଥାତ ବରପାତ୍ର ତାକୁ କେତେବେଳେ ଦେଖି ସିଲେକ୍ଟ କରି ଚାଲିଯାଇଥିଲେ ସେ ଜାଣିନଥିଲା, କେବଳ ଅବଢା ଖାଇବା ବେଳେ ଶୁଣିଥିଲା ପୁଅ ଦେଖି ଚାଲିଗଲାଣି, କେହି ବି ଭାବିନଥିଲେ ଯେ ଲିପ୍ସାର ବି ପୁଅକୁ ଦେଖିବା ଦରକାର, କେବଳ ବାପା କହୁଥିଲେ ପୁଅ ଆମ ଲିପ୍ସାକୁ ଯେତେ ଅଧିକା ପଢିବାକୁ ଚାହିଁଲେ ସୁଯୋଗ ଦେବେ l

  ସେ ଯେବେ ସେଦିନ ସେ ବନ୍ଦ ରୁମକୁ ଆସିଲେ ଡରିଯାଇଥିଲା ଲିପ୍ସା, କିନ୍ତୁ ପ୍ରଥମ କଥା କହିଥିଲେ ରୁଦ୍ର, ବାହାରେ ଭାଉଜ ମାନେ ଖିଲ ଖିଲ ହସି କବାଟ ଦେଇ ଦେବା ପରେ ରୁଦ୍ର ଶାନ୍ତ ଶିଷ୍ଟ ଭାବେ ପଚାରିଥିଲେ ତୁମେ ପଢିବାକୁ ଚାହୁଁଛ?, କିଛି ଉତ୍ତର ଦେବା ପୁର୍ବରୁ ଇଂରାଜୀ ଫ୍ରେଜ କେତେଗୁଡିଏର ଅର୍ଥ ପଚାରିଥିଲେ ରୁଦ୍ର ଆଉ ତାପରେ ପଚାରିଥିଲେ ଛୋଟ ମୋଟ ଇଂରାଜୀ ଗ୍ରାମାର, ଲିପ୍ସା ସହଜ ହୋଇ ଉତ୍ତର ଦେଲା ବେଳକୁ ସିନ୍ଦୂରା ଫାଟିଥିଲା ଆଉ ଦୁଆରେ ଭାଉଜ ନଣନ୍ଦଙ୍କ ଖିଲଖିଲ ହସ, ତ ରୁଦ୍ର ଦୁଆର ଖୋଲି ଚାଲିଯାଇଥିଲେ, ଭାଉଜମାନଙ୍କ ସବୁ ଥଟ୍ଟା ପରିହାସ ଲିପ୍ସାଙ୍କ କାନକୁ କାଇଁ ଅସହଜ ଲାଗୁନଥିଲା l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Romance