ପ୍ରଥମ ପ୍ରେମ
ପ୍ରଥମ ପ୍ରେମ
ପ୍ରଥମ ପ୍ରେମ ହିଁ ଶେଷ ପ୍ରେମ
*********************
ଜୀବନ ରେ ଯେଉଁ ଅନୁଭୂତି ପ୍ରଥମ ଥର ପାଇଁ ଆସେ ,ସେଇଟା ହିଁ ପ୍ରଥମ , ସେଇ ପରି ଅନୁଭୂତି ଆଉ ଥରେ ଆସିଲେ ତାକୁ ଆଉ ପ୍ରଥମ କୁହା ଯାଇ ପାରିବ ନାହିଁ , ସିଏ ଦ୍ଵିତୀୟ ହୋଇ ଯିବ ....।
ମା ଙ୍କ ପ୍ରତି ଯେଉଁ ଭାବନା ମା ହିସାବ ରେ ସେଇଟା ପ୍ରଥମ ଆଉ ଶେଷ , ଦୁନିଆ ରେ ଆଉ କେହି ବି ସେଇ ମାଆ ହୋଇ ପାରିବ ନାହିଁ କି ସେଇ ବାପା ହୋଇ ପାରିବ ନାହିଁ ....।
ଯଦି କେହି କୁହେ କି ଏ ଜଣ କ ତ ମା ଥରେ ହେଲେ ,ଆଉ ଥରେ ଆଉ କାହାକୁ ମା ଭାବି ନିଅ , କଣ ସେଇ ସମାନ ଭାବନା ଆସିବ କି , ଆସିବ କି ଆଉ କେଉଁ ଲୋକ କୁ ବାପା ସ୍ଥାନ ଦେଇ ପ୍ରଥମରୁ ଯାହାକୁ ବାପା ବୋଲି ପରିଚିତ ,ସିଏ କି ବଦଳେଇ ହେବ କି .....?
ଯଦି ନା....,
ତେବେ ପ୍ରଥମ ପ୍ରେମ କେମିତି ବଦଳି ପାରିବ .....।
ସେଇ ଯେଉଁ ପ୍ରଥମ ଅନୁଭବ ସେଇଟା ଆଉ କେବେ ବି ଆଉ କାହା ପାଇଁ ବି ଆସିବ ନାହିଁ , ଯଦି ଆସେ ତାହେଲେ କେବେ ବି ପ୍ରଥମ ଭଲ ପାଇବା ବ୍ୟକ୍ତି ପ୍ରତି ସେତିକି ସ୍ନେହ ନ ଥିଲା , ଯଦି ଥାଆନ୍ତା, ତେବେ ଆଉ କେହି ଦ୍ଵିତୀୟ ସେ ସ୍ଥାନ ନେଇ ପାରିବ ନାହିଁ , ଯଦି ସେ ସ୍ଥାନ କେହି ନେଇଛି ତାହେଲେ ସେ କି ପ୍ରେମ .....।
ପ୍ରକୃତ ଭଲ ପାଇବା , ଚିରନ୍ତନ ସତ୍ୟ , ଶାଶ୍ଵତ , ଅମର.....।
ଯେଉଁଠି କି ପାଇବାର ଆଶା ନ ଥାଏ , ହରେଇବାର ଦୁଃଖ ବି ନ ଥାଏ ....।
ଥାଏ କେବଳ ଅଜସ୍ର ଭକ୍ତି , ଅଜସ୍ର ସମ୍ମାନ ,ଅଜସ୍ର ସ୍ନେହ ...।
ଭଲ ପାଇବା ର ଖୁସି ପାଇବାରେ ନୁହେଁ ତ୍ୟାଗ ରେ ଥାଏ , ହାସଲ କରିବାରେ ନୁହେଁ , ପ୍ରେମୀ ର ଖୁସି ଦେଖିବାରେ ଥାଏ .....।
ପାଖରେ ଥାଆନ୍ତୁ କି ଦୂର ରେ ମନ ରେ ସବୁ ଦିନ ସେ ହିଁ ରହିବେ , ଦେଖା ହେଉ ବା ନ ହେଉ ହେଲେ ବି ମନରେ କେବଳ ସେ ହିଁ ଜଣେ ଲୋକ ରହିଥିବେ ଚିର କାଳ ପାଇଁ ....।
ପ୍ରଥମ ଭଲ ପାଇବାର ଯେଉଁ ଅନୁଭବ ତାହା ହଠାତ୍ ବୁଝି ହୁଏନା , ଯଦି ବୁଝି ବି ହୁଏ ,ଆଖି ଆଗରେ ଥାଏ କି ଏମିତି କିଛି ବି କାମ ନ କର ଯେ ବାପା , ମା ନାମ ତଳେ ପଡ଼ିଯିବ ....।
କିମ୍ବା ମନରେ ଥାଏ ଆଗ ସଫଳ ବ୍ୟକ୍ତି ହୁଏ , ତାପରେ ମନ କଥା ଜଣେଇବି , କିନ୍ତୁ ସେତେ ବେଳକୁ ନେଡି ଗୁଡ଼ କହୁଣି କୁ ବହି ଯାଏ ....।
ଯିଏ ସଫଳ ହୋଇଛି ସେ କେବେ ବି ପ୍ରଥମ ପ୍ରେମ କୁ ପାଇନି, ବା ମନ କଥା ଜଣେଇ ପାରି ନାହିଁ , ଆଉ ଯିଏ ଜଣେଇ ପାରିଛି , ସେ କେବେ ଜୀବନ ରେ ସଫଳ ହୋଇ ନଥିବ ...।
ଆଉ ଯଦି ଦୁଇଟା ଯାକ ହୋଇଛି , ଅର୍ଥ ପ୍ରଥମ ପ୍ରେମ କୁ ପାଇଛି ବି ଆଉ ସଫଳ ବ୍ୟକ୍ତି ବି ହୋଇଛି ତାହେଲେ ସିଏ ଅନନ୍ୟ ଉଦାହରଣ ....।
ଆଉ ପ୍ରେମ ର ମାନେ କେବେ ପାଇବା ନୁହେଁ .....।
ଯଦି ସେମିତି ହୋଇଥାନ୍ତା ତାହେଲେ ତ ରାଧା ,କୃଷ୍ଣ ଙ୍କ ର ସ୍ତ୍ରୀ ହୋଇଥାନ୍ତେ .....।
ଦୁନିଆ ରେ ରାଧା ଓ କୃଷ୍ଣ ପତି ପତ୍ନୀ ନ ହୋଇ ବି ଯୁଗଳ ମୂର୍ତ୍ତି ରେ ପୂଜା ପାଆନ୍ତି ...।
କାହିଁକି ନା ସେ ଦୁଇ ଜଣ ହିଁ ପ୍ରକୃତ ପ୍ରେମ ଆଉ ଶାଶ୍ଵତ ପ୍ରେମ ର ଉଦାହରଣ ....।
ମୋ ମତରେ ତ ପ୍ରଥମ ଭଲ ପାଇବା ପରେ ଆଉ କେବେ ବି ସେଇ ଭଲ ପାଇବା ଜୀବନ ରେ ହୁଏ ହିଁ ନାହିଁ ...। ଆଉ ଯାହା ବି ହୁଏ ସିଏ କେବଳ ଗୋଟେ ବୁଝାମଣା .....।
ପ୍ରକୃତ ପ୍ରେମ ତ ଥାଏ ଅପେକ୍ଷା ରେ , ଅନ୍ୟ ର ଖୁସି ଦେଖି ଖୁସି ହେବାରେ , ସାମ୍ନା ବାଲା ର ସବୁ ଭୁଲ କୁ ନିଜ ଉପରକୁ ନେଇ ତାକୁ ନିର୍ଦ୍ଦୋଷ କରିବାରେ , ମରିବା ପର୍ଯ୍ୟନ୍ତ ସେଇ ଜଣେ ଲୋକ କୁ ଅସରନ୍ତି ଭଲ ପାଇବା ରେ ....।
ଜୀବନ ଚାଲି ଯିବ ପଛେ ,କିନ୍ତୁ ହୃଦୟ ରେ ସେଇ ଖାସ ଜଣକର ସ୍ଥାନ ଆଉ କେହି ବି ନେଇ ପାରିବ ନାହିଁ ....।
କଥା ରେ କୁହନ୍ତି ପ୍ରଥମ ପ୍ରେମ ଟା ନିଆରା , ଆଉ ସେ ପ୍ରେମ ପାଇଁ ଜଣେ ତନ୍ , ମନ୍, ଧନ୍ ରେ ସମର୍ପଣ କରିବା ଆବଶ୍ୟକ ....।
ଯଦି ନିଜକୁ ସମର୍ପଣ ନ କରିଲ , ସମ୍ପୂର୍ଣ୍ଣ ଭାବରେ ତେବେ ସାଧନା ପୂରଣ କେଉଁଠି ...।
ଯେତେବେଳେ କୁରୁ ସଭା ରେ ଦ୍ରୌପଦୀ ନିଜେ ଚେଷ୍ଟା କରୁଥିଲେ ନିଜକୁ ରକ୍ଷା ପାଇଁ ସେତେବେଳେ କୃଷ୍ଣ ସାହାଯ୍ୟ କରି ନଥିଲେ , କିନ୍ତୁ ଯେତେବେଳେ ସିଏ ଦୁଇ ହାତ ଟେକି ସମ୍ପୂର୍ଣ୍ଣ ଆସ୍ଥା, ବିଶ୍ୱାସ ସହ ନିଜକୁ ସମର୍ପଣ କରି ଦେଲେ ଭଗବାନ କୋଟି ବସ୍ତ୍ର ରେ ପୋତି ପକେଇଲେ ....।
ସେମିତି ପ୍ରେମ ରେ ଯଦି କିଏ ନିଜକୁ ସମର୍ପଣ କରୁଛି ସିଏ ଭୁଲ କେଉଁଠି ....?
ମୋ ହିସାବ ରେ ତ ମୋ ମନ ର ପ୍ରଥମ ପ୍ରେମ କେବଳ ମୋ ଜୁଇ ରେ ହିଁ ଯିବ....।

