STORYMIRROR

Priyadarsini Das

Inspirational

3  

Priyadarsini Das

Inspirational

ଭୋକ

ଭୋକ

4 mins
167


ଭୋକ ସମସ୍ତଙ୍କୁ ଲାଗେ କି ...?

ହଁ ଲାଗୁଥିବ ନିଶ୍ଚୟ ,

ନହେଲେ କାହିଁକି ଖାଦ୍ୟ ଖାଇ ଥାନ୍ତେ କି ....?

କିନ୍ତୁ ମୁଁ ଭାବୁଛି ଭୋକ ସମସ୍ତଙ୍କୁ ଲାଗେନା .....।

ଏ ବି କେମିତି କା କଥା , ନାଇଁ .....?

କିନ୍ତୁ ସତରେ ଭୋକ ସମସ୍ତ ଙ୍କୁ ଲାଗେନା ......।

ଯଦି ଆପଣ ମା ହୋଇଥିବେ ଆପଣ ଜାଣିଥିବେ ଭୋକ କଣ .....?

ଆପଣଙ୍କ ର ନୁହେଁ , ଆପଣଙ୍କ ପିଲା ର , ତାକୁ କେତେବେଳେ ଭୋକ ଲାଗେ ସେ ନିଜେ ବି ଜାଣି ପାରେନି , ବରଂ ମା ଜାଣି ଥାଏ , ତା ପିଲା ପେଟ ରେ ଭୋକ କେତେବେଳେ ଲାଗିଲା .....।

ଯଦି ଆପଣ ସ୍ତ୍ରୀ ଟିଏ ତେବେ ଜାଣିଥାନ୍ତି ଭୋକ ,

ଆପଣଙ୍କ ର ନୁହେଁ , ଆପଣଙ୍କ ସ୍ବାମୀ ର ,

କେଉଁ ତରକାରୀ , କେମିତି ସ୍ବାମୀ ଙ୍କୁ ପସନ୍ଦ ,କଣ ବନେଇଲେ ସ୍ବାମୀ ଟିକେ ପେଟ ପୁରା ଖାଇବେ ସେଇ ଚିନ୍ତା ଥାଏ ଆପଣଙ୍କର , କାହିଁକି ନା ଆପଣ ଜାଣିଥାନ୍ତି ସ୍ବାମୀ ର ପେଟ ର ଭୋକ ।

ଯଦି ଆପଣ ବୋହୂ ତେବେ ଜାଣିଥାନ୍ତି ଘର ସାରା ସବୁ ବ୍ୟକ୍ତି ଙ୍କ ର ଭୋକ କୁ ।

ଆପଣ ଜଣେ ବିନା ଚାକିରୀ ହୁଅନ୍ତୁ ବା ଚାକିରୀ କରିଥାନ୍ତୁ ନା କାହିଁକି ।

ଆପଣ ଙ୍କୁ ଧ୍ୟାନ ରଖିବାକୁ ହୁଏ ସମସ୍ତଙ୍କ ଭୋକ ର .....।

ପୁଣି ନାରୀ ଟେ ଭାବେ ଏତେ ସବୁ ଚିନ୍ତା କରି ସାରିଲା ପରେ ବି କେହି କାହିଁ ପଚାରୁ ନାହିଁ , ମୁଁ ଖାଇଲି କି ନା ,

କିନ୍ତୁ ସେ ଜାଣି ନଥାଏ , ସ୍ତ୍ରୀ ଟିଏ ନ ଖାଇବା ଯାଏ , କେବେ ବି ସ୍ବାମୀ ର ପେଟ ପୁରେନା,

ସେ ବାପା ହୁଅନ୍ତୁ , କି ପୁଅ କି ସ୍ବାମୀ ,

ଯେତେବେଳେ ସେ ଟଙ୍କା ରୋଜଗାର କରେ , ସେତେବେଳେ ସିଏ କେବେ ବି ନିଜ ଖୁସି ପାଇଁ ରୋଜଗାର କରେନି ,

ସେ ରୋଜଗାର କରେ , ତା ପରିବାର ର ଭୋକ ଦୂର ପାଇଁ ,

ଖାଲି ଖାଦ୍ୟ ଭୋକ ନୁହେଁ , ସମସ୍ତ ଦୈନିକ ଆବଶ୍ୟକତା , ଶିକ୍ଷା , ସବୁ କିଛି ର ଭୋକ ଦୂର ପାଇଁ ....।

କେବେ ଦେଖିଛନ୍ତି ବାପା କେବେ ନିଜ ପାଇଁ ସାର୍ଟ କିଣିବା , ମା ଯଦି ଆଣିଦେବେ ତେବେ ଯାଇ ପିନ୍ଧିବେ , ସ୍ତ୍ରୀ ଯଦି କିଣି ଦେବ ତେବେ ଯାଇ ସ୍ବାମୀ ଟି ନୂଆ ପିନ୍ଧେ , ନହେଲେ ସେଇ ପୁରୁଣା ରେ ଚାଲିଯାଏ.......।

କାହିଁକି ତାଙ୍କୁ ଚିନ୍ତା ଥାଏ ତାଙ୍କ ପରିବାର ର ଭୋକ ର ଚିନ୍ତା .....।

ପୁଣି ବାପା ପେଟ ର ଭୋକ ଟି ଠିକ୍ ବୁଝିପାରେ ଝିଅ ର ମନ ଟି ,

ବାପା ଦିନ ତମାମ ପରିଶ୍ରମ କରି ସାରିଲେ ଯେତେବେଳେ ଝିଅ ପଚାରି ଦିଏ ,

ପାପା ତୁମେ ଖାଇଛ....?

ସେତେବେଳେ ବାପା ଆଖିରୁ ଲୁହ ଆସି ଯାଏ ,

ବାପା ଭାବି ପକାଏ ,

କି ଭାଗ୍ୟବାନ ମୁଁ ....

ମୋ ଝିଅ ର କି ଚିନ୍ତା ମୋ ପେଟ ପାଇଁ ,

ଧନ୍ୟ ହୋଇଗଲା ମୋ ବାପା ର ଜୀବନ .......।

ଯେତେବେଳେ ସ୍ତ୍ରୀ ଟେ କଲ କରି ପଚାରି ଦିଏ ତା ସ୍ବାମୀ କୁ , କଣ ତୁମେ ଖାଇଲଣି.......?

ସେତେବେଳେ କୃତାର୍ଥ ହୋଇ ଉଠେ ସ୍ବାମୀ ର ମନ ଟି ,

ଖୁବ୍ ଖୁସି ହୋଇଯାଏ ମନେ ମନେ ,

ଭାବି ଉଠେ କି ଭାଗ୍ୟବାନ ମୁଁ , ମୋ ଭୋକ କଥା କି ଚିନ୍ତା ରହିଛି , ମୋ ସହଧର୍ମିଣୀ ର ......।

ନ ଖାଇ କି ବି ସେତେବେଳେ ମେଣ୍ଟି ଯାଏ ସବୁ ଭୋକ ......।

ଏ ସବୁ ହେଉଛି ସାଧାରଣ ପରିବାର ର ଭିନ୍ନ ଭିନ୍ନ ପ୍ରକାରର ଭୋକ .....।

ଅତି ଧନୀ ଶ୍ରେଣୀ ର ଲୋକ ଙ୍କୁ ଭୋକ ଲାଗେନା ,

କାହିଁକି .....?

ଯଦି ଭୋକ ର ଠିକ୍ ମୂଲ୍ୟ ବୁଝି ଥାନ୍ତେ , ତେବେ ହୋଟେଲ ରେ ଖାଇବା ପ୍ଲେଟ ରେ ଖାଦ୍ୟ ଛାଡ଼ି ନଥାନ୍ତେ ,

ଖାଦ୍ୟ ଖାଇବା ସମୟରେ ଭଲ , ମନ୍ଦ ବାଛି ଏତେ ନଖରା କରି ନଥାନ୍ତେ .......।

ତେଣୁ ମନେ ହୁଏ ସେମାନେ ଜାଣି ନାହାନ୍ତି , ଭୋକ ର ଅର୍ଥ କଣ ......?

ଭୋକ ର ଅର୍ଥ ସେଇମାନେ ଜାଣି ଥାଆନ୍ତି ଠିକ୍ ,

ଯେଉଁ ମାନେ ଦିନ ମଜୁରିଆ ,

ଉଳିଏ ଖଟିଲେ ,

ଉଳିଏ ଖାଇବେ ।

ଯଦି ଦିନେ ନ ଖଟି ପାରିଲେ , ପେଟ ରେ ଓଦା କନା ପକେଇ ଶୋଇବା କଥା ।

ପୁଅ ,ଝିଅ ଚାହିଁଥିବେ , କେତେବେଳେ ମା , ବାପା ରୋଜଗାର କରି ଆଣିବେ , ଦେଲେ ସେମାନେ ଖାଇବେ ।

ଭୋକ ରେ ସେମାନଙ୍କ ପେଟ କେଉଁଠି ମୋଡ଼ି ହେଉ ଥିବ , ତଥାପି ତୁନି ହୋଇ ବସିଥିବେ , ବାଟ ଚାହିଁ ବାପା ,ମା ର ......।

କାହିଁକି ମନେ ପଡ଼ିଲା ଏ ଭୋକ କଥା , ହଠାତ୍ .....।

କାହିଁକି ନା , ଗତ କାଲି ର କଥା .....।

ମୋ ସ୍କୁଲ ର , ପ୍ରଥମ ଶ୍ରେଣୀ ର ପିଲା .....।

କାଲି ର ନିୟମ ଅନୁସାରେ ତିଆରି ହୋଇଥାଏ , soyabin ଝୋଳ ଆଉ ଭାତ,

ସେଇ କୁନି ପିଲା ଟି ତା କୁନି ହାତ ରେ ଗରମ ଭାତ କୁ ଟିକିଏ ହାତ ଲଗାଉ ଥାଏ , ଟିକିଏ ଫୁଙ୍କି ଦେଉଥାଏ , ଏ ସବୁ ଦେଖି ଆମ ଦିଦି ଜଣେ ତା ଭାତ କୁ ଟିକିଏ ଥଣ୍ଡା କରି , ତରକାରୀ ଗୋଳେଇ ଦେଲେ ,

ତାପରେ ପିଲା ଟି ଆରାମ ସେ ଖାଇ ଦେଲା .....।

ସେଇଠି ଅନୁମାନ କରି ପାରିଲି ପିଲା କୁ କେତେ ଭୋକ ,

କାହିଁକି ନା ସେଇ ଜାଗାରେ ଯଦି ମୁଁ ମୋ ଝିଅ କୁ ଦେଖିବି ତେବେ ଖୁଏଇବା ପାଇଁ କେତେ ବାହାନା ଦରକାର , କେତେ ଗପ ଦରକାର ,

ସେ ପୁଣି କେତେବେଳେ ମାଗି ଦରକାର , କେତେବେଳେ ସିମେଇ , କେତେବେଳେ ସୁଜି , ନାନା ସମୟ ରେ ନାନା ବାହାନା , ମନେ ହେଲା ମୋ ଝିଅ ଆଜି ଯାଏ ଭୋକ ର ମାନେ ବୁଝି ନାହିଁ , କିମ୍ବା ଏଇଟା ମୋର ଭୁଲ କି ମୁଁ ତାକୁ ଭୋକ ର ମୂଲ୍ୟ ବୁଝିବାକୁ ଦେଇନି .......।

ଭାବୁଛି ଏଥର ତାକୁ ବୁଝାଇବାକୁ ପଡ଼ିବ ,

ଭୋକ କଣ ....?

ଖାଲି ପେଟ ର ଭୋକ ନୁହେଁ ,

ଜ୍ଞାନ ଗ୍ରହଣ ର ଭୋକ ,

ସଫଳତା ପାଇବାର ଭୋକ ,

ଭଲ ମଣିଷ ହେବାର ଭୋକ ,

ଜଣେ ସଠିକ୍ ସାମାଜିକ ପ୍ରାଣୀ ହେବାର ଭୋକ ......,

ଯେଉଁ ଭୋକ କି ଦିନେ ତାକୁ ଆଦର୍ଶ ମଣିଷ ଟିଏ ଗଢି ପାରିବ ......।

ଲାଗୁଛି ମୋର କାମ ଏଥର ବଢ଼ିଗଲା ଆଉ ,

ଆଉ କାମ ବଢ଼ିଗଲା ପୁଣି ମୋର ବଢ଼ି ଚାଲିବା ,

ଦାୟିତ୍ଵ , କର୍ତ୍ତବ୍ୟ ର ଭୋକ .........।


 


Rate this content
Log in

Similar oriya story from Inspirational