STORYMIRROR

Priyadarsini Das

Tragedy Classics Inspirational

3  

Priyadarsini Das

Tragedy Classics Inspirational

ଏଇତ ଜୀବନ

ଏଇତ ଜୀବନ

2 mins
154


ସମୟ ବଦଳି ଯାଏ ଆଉ ତା ସହ ବଦଳି ଯାଏ ସମ୍ପର୍କ, ବଦଳି ଯାଏ ପରସ୍ପରକୁ ବୁଝିପାରିବାର କ୍ଷମତା । 

 

କିଛି ସମ୍ପର୍କ ଭାଙ୍ଗିଯାଏ, ଭୁଲ ବୁଝାମଣାରେ ପୁଣି କେଉଁ ସମ୍ପର୍କରେ ଫାଟ ପକାନ୍ତି ନିଜର କିଛି ଲୋକ । ଯେଉଁ ମାନେ କେବେ ବି ମନରୁ ଚାହିଁ ନଥାନ୍ତି କି ଭଲ ସମ୍ପର୍କର ଫୁଲଟି ତାଙ୍କ ଅଗଣାରେ ଫୁଟି ଚାଲୁ । ସେମାନେ ନିଜ ମନରୁ ଏତେ ଅସହିଷ୍ଣୁ ହୋଇ ପଡନ୍ତି ଯେ କାହା ଖୁସି ଦେଖିଲେ ତାଙ୍କ ଦେହ କୁଣ୍ଡେଇ ହୁଏ , ବିଛୁଆତି କି ବାଇଡଙ୍କ ଲାଗିଲା ପରି ।


ସେତେବେଳେ ଉଠେ ଅନେକ ପ୍ରଶ୍ନ ....।


କେତେବେଳେ କିଏ ତୁମକୁ ତୁମର ପ୍ରତି କାମରେ ପ୍ରଶ୍ନ କରେ ତ ପୁଣି ପ୍ରତିଟି କହିଥିବା କଥାକୁ ବିଚାର କରି ବସେ ।


 ଦୁର୍ବଳ ଲୋକଟିର ମନଟା ସେତେବେଳେ ଭାଙ୍ଗିଯାଏ କିନ୍ତୁ ରହିଯାଏ ନିରୁତ୍ତର, ସବୁ ଦିନ ପାଇଁ । କାହିଁକି ନା ଭଲ ସମ୍ପର୍କଟିଏ ତିଆରି କରିବା ପାଇଁ ସେ ଥାଏ ବଦ୍ଧ ପରିକର ।


ଏଇଠି ସବୁ ହସ ପ୍ରକୃତ ଖୁସିର କାରଣ ନଥାଏ, କି ସବୁ ଲୁହ ଦୁଃଖର ଉଦାହରଣ ନଥାଏ। କିଏ ଦୁଃଖକୁ ପି ବି ହସୁଥାଏ ଆଉ କିଏ ପ୍ରହସନ ଦେଖେଇବା ପାଇଁ ମିଛ ଲୁହ ଗଡ଼େଇ କାନ୍ଦିବାର ବାହାନା କରି ଗୋଟାଇ ପକାଏ ମେଞ୍ଚେ ଦରଦ ସହାନୁଭୂତି । କାରଣ ଏଇତ ଜୀବନ। 


କିନ୍ତୁ କେବେ ବି ଭାଙ୍ଗି ପାରନ୍ତିନି ସେଇ ଲୋକଟିର ମନକୁ ଯିଏ କି ନିଜକୁ ଭିତରୁ ଏତେ ଶକ୍ତ କରିଥାଏ ଯେ, କୌଣସି ପରିସ୍ଥିତି ନା ତାକୁ ନୁଆଇଁ ପାରେ, ନା ଭାଙ୍ଗି ପାରେ । 

ପଥର ଚଟାଣଟେ ପରି ସେ ଛିଡ଼ା ହୋଇଥାଏ ।


ଯେଉଁ ସମ୍ପର୍କ ତାକୁ ତା ହୃଦୟ ସହ ଯୋଡ଼ି ରଖେ, କୌଣସି ବି ମୂଲ୍ୟରେ ସେ ତାକୁ ହରେଇବାକୁ ନାରାଜ ଥାଏ । 


ସେଇଠି ମୂଲ୍ୟହୀନ ହୋଇ ପଡନ୍ତି କିଛି କୁଟିଳ ମନବୃତିର ଲୋକ ।


କଣ କରିବା ...

ଏ ସମାଜ ତ ସବୁବେଳେ ନାନା ସମସ୍ୟା ଦେବାକୁ ପ୍ରସ୍ତୁତ ତଥାପି ସେ ସମସ୍ୟା ଭିତରେ ଯିଏ ସମାଧାନଟିଏ ଖୋଜି ପାଏ, ତାକୁ ଯେ କେହି ହରେଇ ପାରିନି କି ପାରିବନି ସେ କଥା ବୋଧ ହୁଏ କେହି ବୁଝିନି।


କଣ କରିବା, ଏଇତ ଜୀବନ।


ଯଦି ସମସ୍ୟା ନାହିଁ କଷ୍ଟ ନାହିଁ ତାହେଲେ ସେ ଜୀବନର ମୂଲ୍ୟ କିଛି ନାହିଁ।


ପାଟି ରାଗକୁ ଚାଖିଥିଲେ ସିନା ମିଠାର ମୂଲ୍ୟ ବୁଝିବ ସେମିତି ଜୀବନରେ ଦୁଃଖକୁ ନିକଟରେ ଦେଖିଲେ ସିନା ଖୁସି ଟାର ସ୍ଵାଦ ଭାରି ନିଆରା ଲାଗିବ।


କିନ୍ତୁ ଖାଲି ଦରକାର ଟିକିଏ ପରିବର୍ତ୍ତନ ।

ପ୍ରତି ସମସ୍ୟାକୁ ଶକ୍ତ ମନୋବଳ ସହ କରିବାର ଅଛି ସମାଧାନ।


କାହିଁକି ନା ...

ଏଇତ ଜୀବନ ...

ଛାଇ ଆଲୁଅର ଖେଳ...ଏ ଜୀବନ...।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy