ପ୍ରକୃତ ଧନୀ ପରିବାର
ପ୍ରକୃତ ଧନୀ ପରିବାର
ମନେପଡେ ଆଜି ମୋର ସେହି ଦିନ, ମୁଁ ବସିଥାଏ ଭୁବନେଶ୍ଵରର ଫରେଷ୍ଟ୍ ପାର୍କରେ, ବାସ୍ ବସି ବସି ନିଜ ବିଷୟରେ ଭାବୁଥାଏ ।ଦେଖୁଥାଏ ଅନ୍ୟମାନଙ୍କୁ ,ମନେ ମନେ ଭାବୁଥାଏ ଭଗବାନ ମୋତେ କାହିଁକି ଏକ ରିଚେଷ୍ଟ୍ ଫାମିଲିରେ ଜନ୍ମ କରିଲେ ନାହିଁ, ଆଜି ମୁଁ କେତେ ଖୁସିରେ ଥାନ୍ତି, ମନ ଇଛା ଯାହା ଚାହାଁନ୍ତି କରନ୍ତି, ଚାକିରିର ଟେନସନ୍ ନଥାନ୍ତା ଏହିପରି ଅନେକ କଥା ଭାବୁଥାଏ ।ହଠାତ୍ ଏକ ମୋରି ବୟସର ପିଲାଟିଏ ଆସି ମୋ ପାଖରେ ବସିଲା, ଧରିଥିବା ବ୍ୟାଟଟି ଫୋପାଡିଦେଲା, ଆଉ ଖୁସିରେ ନାଚିବାକୁ ଲାଗିଲା ।ବଲ୍ କୁ ନେଇ ମନ ଇଛା ଇଆଡେ ସିଆଡେ ଫୋପାଡି ଖେଳିଲା,ମୋତେ ଡାକିଲା । ମୁଁ ମଧ୍ୟା ତା ସହ ଖେଳିଲି । କିଛି ସମୟ ପରେ ମୁଁ ତାକୁ ପଚାରିଲି ତୁମେ କାହିଁକି ପ୍ରଥମେ ବ୍ୟାଟକୁ ଏପରି ଫୋପାଡିଦେଲ, ପୁଣି ମୁଁ ସବୁଦିନ ଦେଖିଛି ତୁମ ସାଙ୍ଗରେ ଜଣେ କିଏ ଆସନ୍ତି ତୁମକୁ କ୍ରିକେଟ ଶିଖାଇବା ପାଇଁ ,ଆଜି କୁଆଡେ ଗଲେ? ସେ କହିଲା ସେଥିପାଇଁ ମୁଁ ଖୁସି ଅଛି ସେ ଆସିନାହାଁନ୍ତି ବୋଲି, ଯାହା ହେଉ ଦିନଯାକରେ କିଛିସମୟ ମୋତେ ମିଳିଲା ନିଜ ଇଛାରେ ବଞ୍ଚିବାକୁ । ସକାଳୁ ରାତି ଯାଏଁ ସବୁ କାମ ପାଇଁ ଜଣେ ଜଣେ ଟ୍ୟୁଟର୍ . ପୁଣି କଣ ନା ବାବା କୁହନ୍ତି ମୋ ପୁଅ କ୍ରିକେଟର ହେବ, ଅଙ୍କଲର ଇଛା ପୁଅ ମୋର ଆଇ.ଏ.ଏସ୍. ହେବ ଏଥିପାଇଁ ସମସ୍ତେ ମୋ ପଛରେ ଲାଗିପଡିଛନ୍ତି ।ଭାଇ ମୁଁ ଭଲଭାବେ ଜାଣିଛି ନା କ୍ରିକେଟର ନା ଆଇ.ଏ.ଏସ୍. ମୁଁ ହୋଇପାରିବନି ।ମୋର ସେଥିରେ କୌଣସି ଇଣ୍ଟେରେଷ୍ଟ୍ ନାହିଁ ।ବାସ୍ ବାଧ୍ୟ ବାଧକତା ।
ମୁଁ ପଚାରିଲି ତୁମର କେଉଁଥିରେ ଇଣ୍ଟେରେଷ୍ଟ୍ ଅଛି, ସେ କହିଲା ମୁଁ ଜାଣିନି, ସେତିକି ଭାବିବା ପାଇଁ ମୋ ପାଖରେ ସମୟ ନାହିଁ ।ବାସ୍ ଗପ ଲେଖା ଲଲେଖିରେ ମୋର ଛୋଟ ବେଳେ ଟିକିଏ ରୁଚି ଥିଲା, କିନ୍ତୁ ଏବେ ସିଏ ଆଉ ନାହିଁ ।ସବୁକିଛି ଭୁଲିଗଲି ।ଘରେ ମଧ୍ୟ ଜଣେଇନି କାରଣ ଦରକାର ପଡିଥିଲେ ସେଥିପାଇଁ ସେମାନେ ପୁଣି ଏକ ଟ୍ୟୁଟର୍ ରଖିଦେଇଥାନ୍ତେ । ଏହି ସମୟରେ ମୋର ମୋ ବାପାଙ୍କର ଏକ କଥା ମନେପଡିଗଲା -ପୁଅ ତୁ ଜମା ବ୍ୟସ୍ତ ହେବୁନି, ଯେତେ ପଇସା ଲାଗୁ ନା କାହିଁକି, ଦରକାର ପଡିଲେ ଘର ବିକିଦେବି କିନ୍ତୁ ତୁ ତୋର ଲକ୍ଷ୍ୟରେ ଯେପରି ପହଞ୍ଚିବୁ, ମନେପଡେ ବାପାଙ୍କର ଇଛା ଥିଲା ମୁଁ ବେଦ ପଢିବି, କିନ୍ତୁ ମୁଁ ଯେତେବେଳେ ମନା କରିଦେଇଥିଲି, କିଛି କହିନଥିଲେ ସେ ।ଆଜି ମୁଁ ମୋର ପାଠ ପଢିବା ସହ ଜବ୍ କରିବା ସହ ଗପ ଓ କବିତା ଲେଖୁଛି, କେହି ମୋତେ ବାଧା ଦେଉନାହାନ୍ତି ।ବାପା କହିଲେ ପୁଅ ତୋର ଯାହା ଖର୍ଚ୍ଚ ମୁଁ କରିବି, ତୋର ସାଲାରି ତୁ ତୋର ପଢା ପାଇଁ ରଖିଦିଏ । ମୋର ଆଖିରୁ ଠପ୍ ଠପ୍ ଲୁହ ଝରିପଡିଲା ଏବଂ ମୁଁ ଚିଲାଇ କହିଲି -ମୁଁ ହେଉଛି ଏ ଦୁନିଆର ସବୁଠାରୁ ଧନୀ ପରିବାର ସନ୍ତାନ ଯେଉଁଠାରେ ଖୁସିର ଆନନ୍ଦର ଅମାପ ସମ୍ପତ୍ତି ରହିଛି ।