ପରିବାର ପ୍ରେମ
ପରିବାର ପ୍ରେମ
ନମ୍ରତା ପୁଅଟିକୁ କଚାଡି ଦେଇଗଲେ ତ ଗଲେ କହିଲେ ସତେ ଯେମିତି ଆକୁ ମୁଁ ବାପଘରୁ ଆଣିକି ଆସିଥିଲି. ପୁଅର ସବୁ କାମ ଯେମିତି ମୋରି ମୁଣ୍ଡରେ!ସୁମନ୍ତ ଧଡ଼ପଡ଼ କରି ପୁଅକୁ କାନ୍ଧରେ ତୋଳି ନେଲେ ଓ ଥାପୁଡ଼େଇ ପକେଇଲେ କାନ୍ଧରେ ଆଉ ଭାବୁଥିଲେ ତାଙ୍କ ପିଲାଦିନ କଥା ସବୁକୁ .
ସ୍କୁଲରେ ସାଙ୍ଗମାନେ ଚିଡ଼ାନ୍ତି ସୁମନ୍ତଙ୍କୁ କହିକି ଯେ ବଡ଼ ପିଲାଟି ବାପାଙ୍କର.. ସାନ ପିଲାଟି ମାଆର...ମଝିମଝିଆଁ ନୁହେଁ କାହାର. ଏହାର ଏକମାତ୍ର କାରଣ ପ୍ରଥମାଷ୍ଟମୀରେ ଛୁଟି ଥିବା ସ୍କୁଲକୁ ତା ପରଦିନ, ଘରର ବଡ଼ ପୁଅ ଝିଅ ସବୁ ମାମୁଁଘରୁ ଆସୁଥିବା ତାଙ୍କ ପାଇଁ ପ୍ରଥମାଷ୍ଟମୀରେ ନୂଆ ଡ୍ରେସ ପିନ୍ଧି ଆସୁଥିବା ସାଙ୍ଗମାନେ ଓ ସାନମାନେ ନିଜ ଘର ନୂଆଡ୍ରେସ ପିନ୍ଧି ଆସିଲାବେଳେ ସୁମନ୍ତ ଆସିଥାଏ ତା ପୁରୁଣା ଡ୍ରେସ ପିନ୍ଧି କାରଣ ତା ବଡ଼ଭାଇ ପାଇଁ ମାମୁଁଘରୁ ଡ୍ରେସ ଆସିଥିବା ବେଳେ ସାନଭାଇ ପାଇଁ ବାପା ଆଣିଥିବା ନୂଆ ଗଞ୍ଜି ଦେଖି ସୁମନ୍ତ ଆଖିରୁ ଗଡି ଆସୁଥିବା ଲୁହଧାର ଭୂଇଁକୁ ପଡିବା ପୂର୍ବରୁ ବୋଉ ପଣତରେ ପଡେ. କୋଉଠି ଥାଏ ବୋଉଟା ଦଉଡି ଆସି ନୂଆ ଗାମୁଛା ସୁମନ୍ତ ମୁଣ୍ଡରେ ପକେଇ ଦେଇ କହୁଥାଏ ମୋ ତିନି ପୁଅଙ୍କୁ ଢେର ଆୟୁଷ, ଆଶିଷ ଦେଇ ନିରୋଗ ରଖ ଇଷ୍ଟଦେବୀ ତ ସୁମନ୍ତ ଗାମୁଛାଟାକୁ ଫୋପାଡି,ହୁଁ ବୋଲି କହି ଉଠିଆସେ ବନ୍ଦାଣ ଜାଗାରୁ ଆଉ ବିଷୋଦଗାର କରୁଥାଏ ବାପାଙ୍କ ଉପରେ. ସାନଭାଇ ପାଇଁ ଗଞ୍ଜି ହେଉ ପଛେ ଆଣିଲେ ଆଉ ମୋ ପାଇଁ ହେଲାନି ଯେ ବୋଉ ବାପାଙ୍କ ନୂଆ ଗାମୁଛା ଘୋଡେଇ ଦେଉଛି ତା ମୁଣ୍ଡରେ!ରାଗ ତମ ତମ ହୋଇ ସୁମନ୍ତ ସେଦିନ ବୋଉର ଶାଢୀରେ ବ୍ଲେଡ ମାରିଥିଲା. ଦୁଇଭାଇ ଦେଖିନେଇ ବାପାଙ୍କୁ କହିଦେଇଥିଲେ ତ ଅଲେକ୍ଷଣା କହି ବାପା କହିଥିଲେ କାହିଁକି ଏଇଟା ଜନମ ହେଉଥିଲା କେଜାଣି. ସୁମନ୍ତ ମାଡ଼ ଖାଇବା ଦେଖି ଧାଇଁ ଆସେ ବୋଉ ଆଉ କହେ ଅଙ୍କିରେ ଲାଗି ତା ଶାଢ଼ୀ ଚିରିଛି. ମୋ ପୁଅ କାହିଁ ଚିରିବ ମ. ହେଲେ ନିଅଣ୍ଟିଆ ବଜେଟରୁ କାଟି ବୋଉ ପାଇଁ ଆଉ ନୂଆ ଶାଢ଼ୀ ଆଣିବା ସମ୍ଭବ ହୁଏନି ବାପାଙ୍କ ପକ୍ଷେ ବୋଉ ପାଇଁ.ତ ବୋଉ ସିଇଁ ଚାଲିଥାଏ ପରସ୍ତକୁ ପରସ୍ତ ବ୍ଲେଡରେ କଟିଥିବା ଶାଢ଼ୀର ଚିରା ଫଟା ଅଞ୍ଚଳ ସବୁକୁ ଆଉ ହସି ହସି କହେ ମୋ ପୁଅ ବଡ଼ ହେଲେ ମୋ ପାଇଁ କେତେ ଶାଢ଼ୀ ଆଣିବ ଦେଖିବ ରୁହ.ସୁମନ୍ତର ରାଗ କିନ୍ତୁ ଶାନ୍ତ ହୁଏନି ସେଯାଏଁ ତ ଲୁଚି ଲୁଚି ବଡ଼ ଭାଇର ଖାତା ଚିରେ ଓ ସାନଭାଇର ବ୍ୟାଟ ଭାଙ୍ଗେ. ଆଉ ସବା ସାନ ଦୁଇଭଉଣୀ ତ ପାଖ ମାଡନ୍ତିନି ତାର.
ପ୍ରଥମ ପୁଅ ପରେ ଆଉ ସନ୍ତାନ ନଚାହିଁ ସେତେବେଳେ ବୋଉକୁ ତୁଟୁକା ତୁଟୁକି ଚେର ମୂଳି ଔଷଧକୁ ମୋଦକ କହି କାଳେ ବାପା ଖୁଆଇ ଦେଇଥିଲେ ବୋଲି ବୋଉର ଘୋର ଅଭିଯୋଗ ତୁମରି ଦୋଷରୁ ମୋ ପୁଅର ରାଗ ଓ ଦୁଷ୍ଟାମୀ ବଢୁଛି. ବୋଉର ସେଇ କଥାରୁ ଆଉ ଗୋଟେ ପୁଅ ଦୁଇଟି ଝିଅର ମାଆ ହୋଇଥିଲେ ବି ବୋଉ କହେ ଗୋଟେ ଆଖି ଆଖି ନୁହେଁ କି ଗୋଟେ ପିଲା ସାକ୍ଷୀ ନୁହେଁ ତ ବାପା ଆଉ ସାହାସ କରିନଥିଲେ ଆବରେସନ ପାଇଁ.ଭଉଣୀ ଦୁହିଁଙ୍କୁ ତେଲ ଲଗେଇ ବେଣୀ ବାନ୍ଧୁ ବାନ୍ଧୁ ସୁଶାନ୍ତ ଫିଙ୍ଗିଦେଇଥାଏ ତାଙ୍କ ମୁଣ୍ଡ ବନ୍ଧା ରବର ତ ବ୍ଲେଡ ମାରି କାଟିଦେଇଥାଏ ତାଙ୍କ ରିବନ. ଆଉ ସେଦିନ ସ୍ବାଧୀନତା ଦିବସ ପାଇଁ ଆସିଥିବା ଦୁଇ ଭଉଣୀଙ୍କ ପାଇଁ ଧଳା ରିବନ କାଟି ବହେ ଛେଚା ଖାଇଥିଲା ସୁଶାନ୍ତ କାରଣ ପ୍ୟାରେଡକୁ ନଯାଇପାରି ଦୁଇଭଉଣୀ କାନ୍ଦୁଥିଲେ କଇଁ କଇଁ ଆଉ ବାପା ସେ ଦୁହିଁଙ୍କ ପାଇଁ ସାନି ଧଳା ରଙ୍ଗର ନୂଆ ରିବନ ଆଣି ଦେଇନପାରି କହୁଥିଲେ ମରୁନି ଯାହା ସେ ଅଲକ୍ଷଣା ସୁଶାନ୍ତ.ସତକୁ ସତ ସେଦିନ ସୁଶାନ୍ତ ଭାବିଥିଲା ଆଜି ଭଳି ଦିନରେ କେହି କଣ କାହା ପୁଅକୁ ଏମିତି କହେ ଭାବି ଚାଲିଥିଲା ଗାଁ ମୁଣ୍ଡ ପାଖ ନୂଆ ଷ୍ଟେସନକୁ ଯୋଉଠି ସବୁ ଗାଡି ରହେନା ତ ବେକ ଦେଖେଇବାକୁ ମିନିଟଏ ଲାଗିବନି ତା ପରି ଚାଲିଗଲା ଶଗଡ଼ରେ ହାତ ମାରୁଥିବା ପିଲାକୁ ଭାବି ଆଗେଇ ଯାଉଥାଏ ସୁଶାନ୍ତ .
ପଛକୁ ଚାହିଁ ଦେଖୁଥିଲା ସୁଶାନ୍ତ କାଳେ ବାପା ତାକୁ ଫେରେଇ ନେବାକୁ ଆସୁଥିବେ କି ହେଲେ ନା. ଆଉ କେହି ବି ଆସୁନଥିଲେ ପରିବାର ଲୋକ . କାହିଁକି ବା ଆସନ୍ତେ ତାକୁ ଫେରେଇ ନେବାକୁ. ବଡ଼ଭାଇର ଖାତା ଚିରିବା ଯୋଗୁଁ ଖୁବ ମାଡ଼ ଖାଇଲା ସିଏ ସାରଙ୍କଠୁ ଟାସ୍କ କରିପାରିନଥିବାରୁ. ସାନଭାଇର ବ୍ୟାଟ ଭାଙ୍ଗିଥିବାରୁ ସେ ମଧ୍ୟ ତାଙ୍କ କ୍ରିକେଟ ଟିମରୁ ତଡା ଖାଇ ଅଭିଯୋଗ କରୁଥିଲା ବାପାଙ୍କ ପାଖେ ଆଉ ସାନ ଦୁଇଭଉଣୀଙ୍କ ମୁଣ୍ଡରେ ନୂଆ ଲୁଗା ଗୋଟିକୁ ଦୁଇ ପଟ ପକେଇ ପୋଡୁହାଁ ବନ୍ଦାପନାରେ ବସାଇବାକୁ ଯାଇ ସେମାନେ ବସି ପାରିନଥିଲେ କାରଣ ସୁଶାନ୍ତ କାଟି ସାରିଥିଲା ନୂଆ ଶାଢ଼ୀଟାକୁ ବ୍ଲେଡ ମାରି ତ ବୋଉ ବାରଣ କରିଥିଲା କାଳେ ମୋ ଝିଅମାନଙ୍କର ଅଶୁଭ ହେବ କହି ତ ସେମାନେ ଖୁବ ରାଗିଥିଲେ ସୁଶାନ୍ତ ଉପରେ. କେହି ଘରଲୋକ ତାକୁ ଫେରେଇନେବାକୁ ଆସିବେନି ଜାଣି ସେ ତାର ପାଦକୁ ଆଉଟିକେ ଜୋର ଜୋର ପକାଅଇଲା ବେଳେ ଭାବୁଥିଲା ଏ ପଦ୍ମ ଗାଡିଆରେ ଏବେ ଏବେ ଗୋଡ଼ ଖସି କଇଁନାନୀ ମରିଛି ଓ ଭୁତ ହୋଇ ରାତିରେ ବାହାରି ଡରାଉଛି କାଳେ . ସେ ଯେବେ ଏବେ ବାହାରିବ ଭବୁ ଭାବୁ ସତକୁ ସତ କଇଁନାନୀ ପରି କେହି ଜଣେ ତା ଆଗରେ ଉଭା ହେଲାତ କଳେ ବଳେ କୌଶଳେ ତା ପାଟିରୁ ବାହାରିଲା କେବଳ ବୋଉ. ବୋଉଲୋ ବୋଲି ଡାକି ସେ ପଛକୁ ଫେରି ଯାଉ ଯାଉ ସତକୁ ସତ ସେ ବୋଉ ହିଁ ଥିଲା. ପୁରୁଣା ବ୍ଲେଡ ମରା ଚିରା ଶାଢ଼ୀ ପିନ୍ଧି ବୋଉକୁ କଇଁନାନୀ ଭୁତ ଭାବି ଡରିଯାଇଥିବା ସୁଶାନ୍ତକୁ କୋଳେଇ ନେଇ ବୋଉ କହୁଥିଲା ତୁ ସିନା ବୋଉକୁ ଛାଡି ଯିବୁ ହେଲେ ବୋଉଟା ତୋ ଛଡା କେମିତି ବଞ୍ଚିବ କହିଲୁ ସୁଶା? ସୁଶାନ୍ତ କହୁଥିଲା କାହିଁ ଭାଇ ଆଉ ତୋ କୋଡ଼ପୋଛା ସାନ ପୁଅ ଆଉ ଦୁଇଝିଅ ନାହାଁନ୍ତି କି!କି କଥା କହୁଛୁରେ ଧନ. ମୋର ସମସ୍ତେ ଦରକାର. ପୁଅ ଝିଅ ସମସ୍ତେ ହେଲ ମାଆ ଷଷ୍ଠୀ ଦେବୀଙ୍କ ଦାନ. ତୁମକୁ ପାଇବାକୁ ଶିବ ଶଙ୍କରଙ୍କୁ କେତେ ଡାକିଛି, ଜାଗର ଜାଳିଛି ଆଉ ତୁମ ମାନଙ୍କର ଅଳି ଅର୍ଦଳୀ ସହି ସହି ମଇଳାରୁ ପୋକ ଖାଇଛି ଧନ. ଜଣଙ୍କୁ ମଧ୍ୟ ମୂର୍ଛି ପାରିବି ନାହିଁ ଯମଙ୍କୁ. ଲୁହ ଡବ ଡବ ଆଖିରେ ବୋଉ ଚିରା ଶାଢୀରେ ସୁଶାନ୍ତର ଝାଳ ଗମ ଗମ ମୁହଁ ପୋଛି ଘରକୁ ନେଲାବେଳେ ସୁଶାନ୍ତ ଭାବୁଥିଲା ବଡ଼ହେଲେ ବୋଉପାଇଁ ନୂଆ ନୂଆ ଶାଢ଼ୀ କିଣିଦେବ ଆଗେ .
ସେଦିନ ଘରକୁ ପଶୁ ପଶୁ ବାପାଙ୍କ ଦୃଷ୍ଟି ଆଢୁଆଳରୁ ବର୍ତ୍ତି ପାରିନଥିଲା ସୁଶାନ୍ତ. ବାପା କାଳେ କିଛି କହିବେ ଭାବି ଡରିଯିବା ବେଳକୁ ବାପା କହୁଥିଲେ ଆରେ ସୁଶାନ୍ତ କାଲି ହାଟକୁ ଯିବୁ ମୋ ସଙ୍ଗେ ତୋ ନୂଆ ଚପଲ ଆସିବ. ବଡ଼ ଭାଇ ଦଉଡି ଆସି କହୁଥିଲା ତୋର ଗଣିତ ଭଲ ହେଉଛି ମୋ କମ୍ପାସ ନେଇଯିବୁ ସୁଶାନ୍ତ. ସାନଭାଇ କହୁଥିଲା ମୋ ସରାଗାତ ପଇସାରେ ମୁଁ ମୋ ପାଇଁ ବ୍ୟାଟ କିଣିବି ଭାଇ ତୁ ମନଦୁଃଖ କରିବୁନି ମୋ ପାଇଁ. ସାନ ଦୁଇ ଭଉଣୀ କହୁଥିଲେ ଆମେ ଆମ୍ବ ଛେଚା କରି ରଖିଛୁ ସବୁ ତତେ ଦେବୁ ହେଲେ ତୁ ଆଉ କେଵେ ପଦ୍ମପୋଖରୀ ଦେଇ ସେପଟେ ଯିବୁନି ଭାଇ କଇଁନାନୀ ବେକମୋଡି ଦେବ ଯେ. ସୁଶାନ୍ତ ବୋଉ ମୁଁହକୁ ଚାହୁଁ ଥିଲା ବେଳେ ବୋଉ ଠାକୁରଙ୍କ ଦୁବ ତୁଳସୀ ଓ ଫୁଲରେ ତାକୁ ଝାଡ଼ିବାକୁ ଆଗେଇ ଆସୁଥିଲା. ସେତେବେଳେ ତା ବୋଉ ପାଞ୍ଚ ପାଞ୍ଚଟା ପିଲା ସମ୍ଭାଳି ମଧ୍ୟ କାହା ଉପରେ ଅଭିମାନ ନକରିପିଲାମାନଙ୍କୁ ମଣିଷ ପରି ମଣିଷ କରୁ କରୁ ଚାଲିଗଲା ମଶାଣୀକୁ. ଆଜି ସବୁ ଭାଇଭଉଣୀ ପ୍ରତିଷ୍ଠିତ ସତ ହେଲେ ସୁଶାନ୍ତ ବୋଉକୁ ଲୁଗା ଖଣ୍ଡେ ଦେବା ସ୍ବପ୍ନ ସ୍ୱପ୍ନରେ ରହିଯାଇଥିଲେ ବି କାନ୍ଧରେ ତା ଭବିଷ୍ୟତର ସ୍ବପ୍ନ, ଗୋଟେ ବୋଲି ପୁଅ ବାବା ଆଖିରେ ଆଖିଏ ନିଦ ଆସିସାରିଥିଲା.

