STORYMIRROR

Gitanjali Pujapanda

Romance Inspirational

3  

Gitanjali Pujapanda

Romance Inspirational

ପ୍ରେମର ପରିପୂର୍ଣ୍ଣତା

ପ୍ରେମର ପରିପୂର୍ଣ୍ଣତା

5 mins
924

ବିନି ଓରଫ ବବଲୀ ଏକ ବିନ୍ଦାଶ୍ ମିଜାଜର ଝିଅ!!ଦେଖିବାକୁ ବହୁତ ସୁନ୍ଦର ନ ହେଲେ ବି ହରିଣ ପରି ଆଖିଦୁଇଟି ତା ସହିତ ତାର ଛୋଟ ନାକରେ ଏକ ରୂପାର ରିଂଙ୍ଗ ମୁହଁ ବହୁତ ଆଟିରାକଟିଭ କରେ ଦେହର ରଙ୍ଗ ତୋଫାଜହ୍ନ ପରିଧଳା ନୀଳ ରଙ୍ଗର ଆଖିରେ ସେ ବେଶୀ ସୁନ୍ଦର ଲାଗେ ବୋଲି ଜେଜେମା ସବୁ ବେଳେ ନୀଳନୟନା କହି ଚିଡାଉଥାଏ ଆଉ ସେ ଡାକ ତାକୁ ବହୁତ ଭଲ ଲାଗେ !!ବୟସ ଏବେ ମାତ୍ର ଷୋହଳ ବର୍ଷ ଘରେ ଗୋଟେ ବୋଲି ଝିଅ ସିଏ !!ଯୌବନର ପ୍ରଥମ ପାହାଚରେ ବର୍ତ୍ତମାନ !! 


ସକାଳ ପ୍ରାୟ ସାଢ଼େ ସାତେ ରେଶମୀ ବେଡ଼ସିଟର କୋମଳ ସ୍ପର୍ଶରେ ନିଜ ଦେହକୁ ବିଖେରେଇ ନିଦରେ ଶୋଇଯାଇଥାଏ କୋଉ ରାଜକୁମାରର ସ୍ୱପ୍ନରେ ବିଭୋର ହୋଇ !! କାଲି ସନ୍ଧ୍ୟାରେ ମୁହଁରେ ଏକ ପିଂପଲକୁ ଦେଖି ଦୁଃଖରେ ଭାଙ୍ଗିପଡିଥିବା ବିନି ଇଉଟୁବରୁ ହୋମରିମେଡି ତା ସହିତ ଗୁଗଲରେ କେତେ ସର୍ଚ୍ଚ କରି କେତେ କଣ ସେ ରାତିରେ ନିଜ ମୁହଁରେ ଲଗେଇଛି ରୋଷେଇ ଘରୁ ନେଇ କାରଣ ଦେହର ରଙ୍ଗକୁ ଚମକାଇବା ପାଇଁ କିଛି ବାହାରୁ ଆବଶ୍ୟକତା ନାହିଁ ସବୁ ହୋମ ରିମେଡି ରୋଷେଇଘରୁ ହିଁ ଆସିଥାଏ ।

ଜେଜେମାଆ ରାତିରେ ତା ମୁହଁକୁ ଦୂର ରୁଦେଖି ଡରିଯାଇ କହିଲା ଏହେ ଲୋ ମୋ ସୁନ୍ଦରୀ ମୁହଁକୁ କାହିଁକି??ବନ୍ଦରୀ ପରି ସଜେଇଛୁ ଲୋ କନକ ଗୋରୀ !!ଜେଜେ ମାଆ ତାକୁ ସବୁବେଳେ ବିନି ନ ଡାକି କନକ ଗୋରୀ ,ନୀଳ ନୟନା ଡାକେ ଆଉ ସେ ରାଗିଯାଇ କୁହେ ଜେଜେମାଆ ମୁଁ ଏବେ କଲେଜରେ ପଢିବି ତୁ ଆଉ ମତେ ସେ କନକ ଗୋରୀ ଡାକିବୁନି ପିଲା ବେଳେ ଡ଼ାକୁଥିଲୁ ଆଉ ଏବେ ମୁଁ ବଡ଼ ହେଇଗଲିଣି ଦେଖି ପାରୁନୁ ମାତ୍ର ଜେଜେମାଆ ତାର ଗେଲା କରି କୁହେ ତୁ ଯେତେ ବଡ଼ ହେଲେ କଣ ହେବ ମୋ ପାଇଁ ସେହି ଲାଲିଟୁକୁ ଟୁକୁ ସାଧବବୋହୁ କହିଲା ବେଳେ ବିନି ତା ମୁହଁକୁ ସେହ୍ନରେ ଜେଜେମାଆର କୋଳରେ ମୁଣ୍ଡ ଗୁଞ୍ଜି ଦିଇ ଗେଲବସର ହୁଏ ଜେଜେମାଆ ସହିତ ।

ସୁଲୋଚନା ଦେବୀ ଏକ ସାଧାରଣ ମହିଳା ଓଡ଼ିଆ ଘରର ବୋହୁ !! ବିନିର ମମ କେତେ ଥର ତାକୁ କହିଛନ୍ତି ଏ ମତେ ସେ ମମ ଖମ ଡାକିବୁନି ଭାରି ବିରକ୍ତ ତାଙ୍କୁ ଏ ଇଂରାଜୀ ଶବ୍ଦ' ମମ 'ଟି ଓଡ଼ିଆ ଘରଝିଅର ବୋଉ ଡାକଟି କେଡେ ସୁନ୍ଦର !!ମାତ୍ର ବିନି ତାଙ୍କ କଥା କାନରେ ନ ଦେଇ ତା ମନର ଚଲାଇ ତାଙ୍କୁ ମମ ଡାକିବା ଛଡା ଆଉ କିଛି ତା ପାଟିକୁ ଆସେନି !!ଜେଜେମାଆ ଯେତେ ବୁଝେଇଲା ପିଲାଦିନେ ବୁଝିଲାନି ସେ ବୋଉକୁ ମମ ଡାକିବା କଥା ଡାକିଲା ଘରର ସାନ ହେଇଥିବାରୁ କେହି ତାକୁ କିଛି ବି କହୁ ନ ଥିଲେ !!ଆଉ ଝିଅ ବଡ଼ ହେବା ସଂଗେ ସଂଗେ ସୁଲୋଚନା ଅଭ୍ୟସ୍ତ ହେଇଗଲେ ଝିଅର ମମ ଡାକର !!

ଅଜିତାଭବାବୁ ଜଣେ ସାଧାରଣ ସରକାରୀ କିରାଣୀ ସକାଳୁ ସକାଳୁ ଟିକେ ଜଗିଙ୍ଗ ତା'ପରେ ଗାଧୁଆ ପାଧୁଆ ସାରି ଠାକୁର ଘରେ ମୁଣ୍ଡିଆ ମାରି ଖାଇବାପିଇବା କରି ଟିଫିନରେ କିଛି ନେଇ ସବୁଦିନର ରୁଟିଂନ ପରି ଚାଲିଯାନ୍ତି ଅଫିସ !!ତେଣୁ ସୁଲୋଚନାଙ୍କୁ ସକାଳୁ ଉଠି ସବୁକାମ ସାରିବାକୁ ହୁଏ କିଏ ସାହାଯ୍ୟ କରିବାକୁ ନ ଥାନ୍ତି ତାଙ୍କୁ, କାରଣ ଅଜିତାଭ ବାବୁ ଗୋଟିଏ ବୋଲି ପୁଅ ତାଙ୍କ ତଳକୁ ସାନ ଭଉଣୀ ସୁରଭି ତାର ବାହାଘର ସରି ସେ ଏବେ ଦୁବାଇରେ ସେଟେଲ !!ବର୍ଷକକୁ ଥରେ ବାପଘର ଆଉ ଶାଶୁ ଘରକୁ ଆସନ୍ତି ଗୋଟିଏ ବୋଲି ପୁଅ ତାଙ୍କର ସୋହାନ ଘରର ଗୋଟିଏ ଭଣଜା ବିନି ବୟସର !!!ବିନି ଟିକେ ଲେଟରେ ଜନ୍ମ ତା ଉପରେ ତା ଭାଇ ରାହୁଲ !!ରାହୁଲକୁ ଯେତେବେଳେ ଆଠ ବର୍ଷ ବିନିର ଜନ୍ମ ହୁଏ !!ତା ପୂର୍ଵ ବର୍ଷ ସୁରଭିର ବିବାହ ହେଇଥାଏ ଆଉ ନଣନ୍ଦ ଭାଉଜ ଏକାଠି ପ୍ରେଗନାଣ୍ଟ ନଣନ୍ଦଙ୍କର ପୁଅ ସୋହାନ ହୁଏ ଆଉ ସୁଲୋଚନାଙ୍କର ଝିଅ ବିନିର ଜନ୍ମ ଗୋଟିଏ ବର୍ଷ ଖାଲି ମାସର ତଫାତ ମାତ୍ର !ସୁରଭି ସୋହାନକୁ ଛଅ ମାସ ହେବାପରେ ଦୁବାଇ ଚାଲିଯାଆନ୍ତି ତାଙ୍କ ସ୍ୱାମୀ ଅକ୍ଷୟ ପାଖକୁ ଆଉ ସୁଲୋଚନା ଝିଅ ବିନିକୁ ମିଳେ ବହୁତ ସେହ୍ନ କାରଣ ଘରେ ଦୁଇ ପୁଅ ମଧ୍ୟରେ ସେ ଗୋଟିଏ ଝିଅ ସବୁ ତକ ଗେଲବସର ତା ଉପରେ ଅଜାଡି ଦିଅନ୍ତି ସମସ୍ତେ!!

ସମୟର ଚକ ଗଢିଚାଲେ ଆଉ ଦୁଇଟି ପିଲା ଏବେ ଯୁବା ଅବସ୍ଥାରେ ଉପନୀତ !! ସୁଲୋଚନା ଘରର ବୋହୁ ହିସାବରେ କାହାକୁ କେବେ ଅଵହେଳା କରି ନାହାନ୍ତି ସବୁ ଦିନ ସକାଳ ସାଢେ ପାଞ୍ଚଟାରୁ ନିଦ ନ ଭାଙ୍ଗିଲେ ,ସବୁ ଡେରି ତେଣୁ ଅଲରାମକୁ ଠିକ ସାଢ଼େ ପାଞ୍ଚଟା ବେଳେ ଦେଇ ରାତି ଦଶସାଢେ ଦଶ ସୁଦ୍ଧା ଖାଇପିଇ ଶାଶୁଙ୍କୁ ଔଷଧ ସହ ନିଜର ବିପି ଟାଵଲେଟ ଖାଇ ସେଜ ଛୁଇଁଲା ମାତ୍ରେ ନିଦକୁ ଆଲିଙ୍ଗନ କରି ଶୋଇଯାନ୍ତି ସେ !!ଜୀବନରେ ଖାଲି କାମ କରିବା ଛଡା କିଛି ସେ ଜାଣନ୍ତି ନାହିଁ !!ସକାଳୁ ଉଠି କାଉ ପରାକୁ ଖାଇବାକୁ ଦେବା ତାଙ୍କର ନିତିଦିନିଆ ଅଭ୍ୟାସ ତାପରେ ଫୁଲଗଛ ମାନଙ୍କରେ ପାଣି ଦେବା ସହିତ ଘର ଦୁଆର ଝାଡୁ ମାରି ପାଣିରେ ଛାଟି ଶୁଦ୍ଧ କରନ୍ତି !! ନିତ୍ୟକର୍ମ ସାରି ଫୁଲତୋଳି ଠାକୁରଘରେ ଆଣି ରଖିବା ସହିତ ଗୁଣୁଗୁଣୁ ହୋଇ ଭଜନ ବୋଲିବା ତାଙ୍କର ନିତିଦିନିଆ ଅଭ୍ୟାସରେ ଚାଲେ ମିଉଜିକ ବକ୍ସରେ ଓଁ ନମଃ ଭାଗବତେ ବସୁଦେବାୟ ସକାଳ ସତରୁ ଦିନ ଦଶ କେତେ ଯେ ଭଜନ !!ଓଡ଼ିଆ ଘର ବୋହୁ ନିଶ୍ଚିତ ଭାବେ ଭାବ ଭକ୍ତି ଛନ୍ଦ ଚମ୍ପୂପ୍ରିୟ କାରଣ ଆମ ଓଡ଼ିଆ ଘରର ଆରାଧ୍ୟ ଦେବତା ଜଗନ୍ନାଥଙ୍କୁ ମଧ୍ୟ ଛନ୍ଦ ଚମ୍ପୂ ସହିତ ଓଡିଶୀ ଶୁଣିବାକୁ ଭଲ ଲାଗେ ଏକଥା ସବୁବେଳେ ସେ କୁହନ୍ତି ଅଜିତାଭ ବାବୁଙ୍କୁ !!ଯେତେବେଳେ ଅଜିତାଭ ବାବୁ ବିରକ୍ତ ହୁଅନ୍ତି ସକାଳୁ ସକାଳୁ ଗୋଟେ ଟିଭିର ନିଉଜ କି ଖେଳ ମଣିଷ ଦେଖିପାରୁନି କି ଘର କେଜାଣି ମୋର କିଛି ଅଧିକାର ହିଁ ନାହିଁ !!ସେତେବେଳେ ତାଙ୍କ ଶାଶୁ ବୋହୁଙ୍କର ପଟେ ହୋଇ କୁହନ୍ତି ତୁ କଣ ଜାଣିଛୁ ଆଜି ସୁଲୋଚନା ଯୋଗୁ ଏ ସଂସାର ତୋର ନହେଲେ ତୁ ଯୋଉ ଭୁଲାମନ ଦାଇତ୍ଵ ବୋଲି ତୋର କିଛି ନାହିଁ ଖାଇଦେଲୁ ମୁଠେ ତାପରେ ଚାଲିଲୁ ତୋ ଅଫିସକୁ !!ସୁଲୋଚନା ଘରର ଯାବତୀୟ କାମ ସାଙ୍ଗକୁ ଇଧିବିଧି ପୁନିୟ ପର୍ବ ଶ୍ରଦ୍ଧା ମଉଳା ଅତିଥି ସତ୍କାର କରିବା ସହିତ ଦୁଇ ଦୁଇ ଟି ପିଲାକୁ ମଣିଷ କରିଛି ତୁ ସିନା ସବୁ ଖର୍ଚ୍ଚ ତୁଲାଉଛୁ ମୁଁ ମନା କରୁନି କିନ୍ତୁ ଦେହର ଶ୍ରମଦେଇ ସେତ ଘରସମ୍ଭାଳିଛି ନା!! ସେ କଥାରେ ଅଜିତାଭ ବାବୁଙ୍କର ମୁହଁଟି ଆପେଆପେ ବନ୍ଦ ହେଇଯାଏ ,ଆଉ ସେ ଏକ ସ୍ମିତହାସ୍ୟ ହସିଦେଇ ଚାଲିଯାନ୍ତି ଜଗିଙ୍ଗ ପାଇଁ। ପ୍ରାୟ ଘଣ୍ଟାଟେ ପରେ ଆସିଲା ବେଳେ ତାଙ୍କର ଦରକାର ଯାବତୀୟ ଜିନିଷକୁ ଅତିଯତ୍ନଭାବେ ରଖିଥାନ୍ତି ସୁଲୋଚନା କାହାପରେ କଣ ଦରକାର ତାଙ୍କ ସ୍ୱାମୀଙ୍କର !! ଅଜିତାଭ ବାବୁ କିଛି ଉପରେ ନ କହିଲେ ମଧ୍ୟ ସୁଲୋଚନାଙ୍କୁ ହୃଦୟ ଭିତରେ ବହୁତ ଭଲ ପାଆନ୍ତି ତାଙ୍କ ପ୍ରେମ ଅଠର ଦଶନ୍ଧିର ପ୍ରେମ ପରି ଆଖିରେ ଆଖିରେ !!ସବୁଦିନ ପରି ସୁଲୋଚନା ସକାଳୁ ଉଠି ତାଙ୍କ କାମରେ ଲାଗିପଡ଼ନ୍ତି ।ଅଜିତାଭ ବାବୁ ଜଗିଙ୍ଗକୁ ଗଲା ପରେ ସୁଲୋଚନା କାଉପାରାକୁ ଖାଇବାକୁ ଦେବାକୁ ଗଲେ ଛାତ ଉପରକୁ ସେତେ ବେଳେ ମନେପଡେ ଝିଅର ଆଜି ମ୍ୟାଟ୍ରିକ ରେଜଲ୍ଟ ଆଜିବାହାରିବ!!ମନେ ମନେ ବିରକ୍ତ ହୁଅନ୍ତି ଝିଅ ତାଙ୍କର ଆଜି ଟିକେ ଶୀଘ୍ର ନ ଉଠି ସବୁଦିନ ପରି ସେ ନ ଡାକିଲେ ରାଜକୁମାରିଙ୍କର ନିଦ ଭାଙ୍ଗିବନି ଆଉ ଟିକେ ଡେରି ହେଲେ ସୂର୍ଯ୍ୟଙ୍କର କିରଣ ପ୍ରଖର ହେବ କାରଣ ଗ୍ରୀଷ୍ମଦିନରେ ଖରା ସକାଳ ସାଢେ ସତେରେ ସତେ ଯେମିତି ସକାଳ ଦଶଟା ପରିଲାଗିବ ଯାଉଛି ଏବେ ତ ସତେଟା ବାଜିନି ଝିଅକୁ ଉଠେଇଦେବି!!

ସୁଲୋଚନା ବିନିର ରୁମକୁ ପ୍ରଵେଶ କରୁ କରୁ ପାଦରେ ତାଙ୍କର କଣ ଗୋଟେ ବାଜିଲା ଆଉ ସେ କହିଲେ ଏ ଝିଅ ଆଉ ସୁଧୁରିବନି ରାତିରେ କଣ ସବୁ ଫିଙ୍ଗାଫିଙ୍ଗି କରି ଶୋଇଛି ନା କେତେ ବୁଝେଇବ ଏ ଝିଅକୁ ନିଜର ସବୁ ଦରକାର ଜିନିଷ ସବୁ ଗୋଟେ ଜାଗାରେ ରଖିବୁ ସହଜରେ ମିଳିବ ଯେତେବେଳେ ଖୋଜିବ !!ବିନି କୁହେ ହେଲେ କଣ ଦରକାର ମମ ମମ କହି ଆକାଶକୁ ତଳେ ଆଉ ଖସେଇବୁନି !! ସୁଲୋଚନା କୁହନ୍ତି ଝିଅ ପିଲା ଯେତେ ଠିକଣା ହେଲେ ଉଣା ପର ଘରକୁ ଆଜି ନ ହେଲେ କାଲି ଯିବ ଆଉ ଏମିତି ଅଠିକଣା ହେଲେ ଲୋକେ ମତେ କହିବେ ମାଆ କିଛି ସାଠଣା ଶିଖେଇ ଛାଡିନି କହି ପୂର୍ବପଟେ ଥିବା ଝରକାର ରେଶମୀ ପରଦାକୁ ଟାଣି ଆଣିଲେ ସକାଳର ସୁନେଲି କିରଣ ପଡିବା ଉଦ୍ଦେଶ୍ୟରେ ସୁନେଲି କିରଣ ଆଭାରେ ବିନିର ମୁହଁ ଟି ଆହୁରି ଚମିକି ଉଠୁଥିଲା ବିନି ଆଖି ମଳିମଳି ଉଠି କହିଲା ମ ମା ଏତେ ଶିଘ୍ର.........

ସୁଲୋଚନା କହିଲେ ଆଜି ତାର ମାଟ୍ରିକର ରେଜଲ୍ଟ ବାହାରିବ ପରା ଯା ରେଡି ହୋଇଯା!!ଓଃ ମ ମା ପୁଣି ମ ମରୁ ମ ମା ହେଇଗଲା ବୁଝିଲୁ ତତେ କେତେ ଥର କହିଲିଣି ମତେ ବୋଉ ଡାକିବୁ !!ତୁ କଣ ଶୁଣୁଛୁ ମୋ କଥା !!

ମୋ କଥା ମୋ ବାଟରେ ତୋ ଡାକ କେତେବେଳେ ମମ,କେତେବେଳେ ମ ମା ଆଉ କେତେବେଳେ ମମି ବୋଉ ଡାକରେ କେତେ ସେହ୍ନ ଅଛି ସେ ମମ,ମାମା ଆଉ ତୋର ମ ମାରେ କଣ ଅଛି !!କହିବା ସାରି ନାହିଁ ବିନି ଆସି ତାଙ୍କୁ ଗେଲ କରି କୁହେ ମୋ ପାଇଁ ସବୁ ସେହ୍ନପୂର୍ଣ୍ଣ କାରଣ ମୁଁ ତତେ ବହୁତ ଭଲପାଏ ତୋ ପରା ମୋର ଫାଷ୍ଟଲଭ!!ସୁଲୋଚନା କହିଲେ ପୁଣି ଅଗାଧୁଆ ଛୁଆଁରେ ମତେ ଛୁଇଁଲୁ ମୁଁ ଠାକୁର ଘରକୁ ଯାଇନି, ଏ ଝିଅକୁ ମୁଁ ଆଉ ପାରିବିନି ଯାଆ ଶିଘ୍ର ରେଡି ହୋଇ ତଳକୁ ଆସେ ମୁଁ ଯାଉଛି କାଉପାରାଙ୍କୁ ରୁଟି ଦେଇ ଆସେ ।ଆଉ ଥରେ ଠାକୁର ଘରକୁ ଯିବା ପୂର୍ଵରୁ ଗାଧୋଇବାକୁ ପଡିବ ମତେ !ବିନି ନ ଯିବା ଦେଖି ଜୋରରେ କୁହନ୍ତି ଗଲୁ ବାର୍ଥରୁମକୁ ତୋର ତ ଘଣ୍ଟାଏ ଲାଗିବ, ବିନି କିଛି ନକହି ଟାଉଅଲଟା ନେଇ ବାଧ୍ୟ ହୋଇ ଯିବାକୁ ବାହାରେ ଆଉ ସୁଲୋଚନା ଛାତ ଉପରକୁ ଯିବା ପାଇଁ ପାହାଚ ଚଢ଼ନ୍ତି .....ଆଉ ତାପରେ

କ୍ରମଶଃ



Rate this content
Log in

Similar oriya story from Romance