STORYMIRROR

Chinmaya Jena

Romance

2  

Chinmaya Jena

Romance

ପ୍ରେମର ପହିଲି ଅନୁଭୂତି

ପ୍ରେମର ପହିଲି ଅନୁଭୂତି

2 mins
387

ରାଜୁ ଓ ତନୁ ଦୁହିଁଙ୍କର ଦେଖା କଲେଜରେ ହୋଇଥିଲା। ଦୁହେଁ ଏକ ସହ ସ୍ନାତକୋତ୍ତର କରୁଥିଲେ ଓ ଏକ ବିଭାଗର ମଧ୍ୟ। ରାଜୁର ଘର ଭୁବନେଶ୍ଵରରେ ଓ ତନୁ ହଷ୍ଟେଲରେ ରହି ପଢ଼ୁଥିଲା। ରାଜୁ ଟିକେ ଚୁପଚାପ୍ ରହିବାକୁ ଭଲ ପାଏ ଓ ବହୁତ୍ କମ୍ କଥା କୁହେ। କିନ୍ତୁ ତନୁ ତାର ବିପରୀତ। ଧୀରେ ଧୀରେ ଫେସବୁକରେ ରାଜୁ ଓ ତନୁ ବନ୍ଧୁ ହେଲେ ଏବଂ ଧୀରେ ଧୀରେ କଥା ହେବା ଆରମ୍ଭ ହେଇଥିଲା ଦୁହିଁଙ୍କ ମଧ୍ୟରେ। ପରେ ଦୁଇଜଣ ବେଷ୍ଟ୍ ଫ୍ରେଣ୍ଡ୍ ହେଇଗଲେ ଆଉ ଏ ଭିତରେ ରାଜୁର ଚୁପଚାପ୍ ହେଇ ରହିବା ଗୁଣ ଏକ ଗାଳ୍ପିକ ସଦୃଶ ହୋଇଯାଇଥିଲା। ଦୁହେଁ ରାତି ରାତି ଚାଟ୍ କରୁଥାନ୍ତି ଜଣେ ଯଦି କ୍ଲାସକୁ ନା ଆସେ ଆଉ ଜଣେ ତାକୁ ଫୋନ୍ କରି ଡାକେ। ଧୀରେ ଧୀରେ ଦୁହିଁଙ୍କ ମଧ୍ୟରେ ବନ୍ଧୁତା ଏତେ ଘନିଷ୍ଟ ହେଲା ଯେ ଜଣେ ଯଦି କ୍ଲାସରେ ଅନୁପସ୍ଥିତ ରହୁଥିଲା ଆଉ ଜଣକର ମନ ଲାଗୁନଥିଲା। ଏକା ସାଙ୍ଗରେ ହଷ୍ଟେଲରୁ କଲେଜକୁ ଯିବା ଏକ ସାଙ୍ଗରେ ପାଖ ପାଖି ବସିବା କଥା ହେବାକୁ ଦୁହିଁଙ୍କୁ ବହୁତ୍ ଭଲ ଲାଗୁଥିଲା। ଏହାରି ଭିତରେ ଦୁହିଁଙ୍କର ସ୍ନାତକୋତ୍ତର ପଢାର ପ୍ରଥମ ବର୍ଷ ଶେଷ ହୋଇଯାଇଥିଲା। Semester ଛୁଟି ହୋଇଥାଏ ଦୁହେଁ ଦୁହିଁକୁ ଦେଖିବାକୁ ସୁଯୋଗ ପାଉନଥାନ୍ତି କେବଳ ଫୋନରେ ଯାହା କଥା ହେବା ଛଡା। ଦୁହେଁ ଚିନ୍ତା କଲେ ଯେ ଲାଇବ୍ରେରୀରେ ବସିକି ପଢ଼ିବେ ଆଉ ଦେଖା ବି ହେଇଯିବ। ଠିକ୍ ତା ପରଦିନ ରାଜୁ ଆଗ ଯାଇ ଲାଇବ୍ରେରୀ ର ଗୋଟେ ପାଖରେ ବସିଥାଏ ଆଉ ସେ ବହି ଥାକରୁ କଣ ସବୁ ଖୋଜୁଥାଏ କିନ୍ତୁ କେଜାଣି କାହିଁକି ତା ମନ ଯେମିତି ସେ ବହି ଗୁଡାକ ଉପରେ ନା ଥାଏ ତା ଆଖି ଯୋଡ଼ାକ ଯେମିତି ନିଜର ଲୋକକୁ ଖୋଜୁଛି। ସେପଟେ ତନୁ ଆସିବାକୁ ଡେରି କରୁଥାଏ ଆଉ ଏମିତିରେ ବି ତ ଜଣା ଅଛି ଝିଅ ମାନେ କେତେ ଡେରି କରନ୍ତି। କିଛି ସମୟପରେ ତନୁ ଆସି ତାକୁ ଫୋନ କଲା ଓ ରାଜୁ ତାକୁ ସେ ବସିଥିବା ଜାଗା କହିଲା। କେଜାଣି କଣ ପାଇଁ ସେ ଦିନ ତନୁ ତା ପାଖକୁ ଯେତିକି ଯେତିକି ପାଖେଇ ଆସୁଥିଲା ରାଜୁର ଛାତିର ସ୍ପନ୍ଦନ ସେତିକି ସେତିକି ବଢୁଥିଲା ଆଉ ରାଜୁର ବହି ଖୋଜିବା ଅଭିଯାନ ବି ବନ୍ଦ ହୋଇଯାଇଥିଲା। ଯେତେବେଳେ ତନୁ ଆସି ତା ପାଖରେ ବସିଲା ସେ ଠିକ୍ ଭାବରେ ତା ମୁହଁକୁ ଚାହିଁ ପାରୁନଥିଲା। ଆଉ ସେତିକି ବେଳେ ରାଜୁ ଠିକ୍ ବୁଝି ସାରିଥିଲା ଯେ ତନୁ ପାଇଁ ତା ମନରେ ଅଜାଣତରେ ଏକ ଜାଗା ସୃଷ୍ଟି ହୋଇଯାଇଛି। ଆଉ ଆଜି ତା ଛାତିର ସ୍ପନ୍ଦନ ତାକୁ ଜଣେଇ ଦେଇଥିଲା ଯେ ତୁ ଅଜାଣତରେ ତାନୁକୁ ଭଲ ପାଇ ବସିଛୁ। ଏଇଟା ତୋ ଭଲ ପାଇବାର ପ୍ରଥମ ଅନୁଭୂତି।


Rate this content
Log in

Similar oriya story from Romance