STORYMIRROR

Ranjit Sahu

Romance

3  

Ranjit Sahu

Romance

ପ୍ରେମର ଅମ୍ଳାନ ରଙ୍ଗ

ପ୍ରେମର ଅମ୍ଳାନ ରଙ୍ଗ

2 mins
461


"ମୁଁ ପତ୍ରଝଡାର ରଙ୍ଗ ବହୁତ ଭଲପାଏ I ସମସ୍ତେ କୁହନ୍ତି, ବସନ୍ତ ଋତୁର ମହକରେ ମନ ଭରି ଯାଏ, ଆଉ ପତ୍ର ଝଡା ରଙ୍ଗ ଭରା ହୋଇ ମଧ୍ୟ ସୌରଭ ବିହୀନ I ତୁମ କଥା ବେଶ ମନେ ପଡେ ଆଉ ମନେ ପଡେ ରଙ୍ଗବିରଙ୍ଗ ଗଛ ଗୁଡ଼ିକ ମଧ୍ୟରେ ଆମର ନୀରବତାର ପଦଯାତ୍ରା  ସବୁ I ମନେ ପଡେ ସେ ପତ୍ର ସବୁ ଆଉ ଖବର କାଗଜରେ ରଖିବା ଆଉ ପରେ ଫରମେ କରିବା I  କେମିତି କେଜାଣି ମୋତେ ଏହି ଘଟୁଥିବା ଉତ୍ତାପରେ ମଧ୍ୟ ଏକ ଭିନ୍ନ ଉଷ୍ଣତାର ସ୍ପର୍ଶ ମିଳେ," ନିର୍ମଳ କହିଲା ସ୍ଵାତିକୁ I ଅପରପାର୍ଶ୍ଵରୁ ଖିଲି ଖିଲି ହସ ଆଉ ତାହା ପରେ ,"ତୁମେ ଏବେ ମଧ୍ୟ ମୋତେ ସେହି ଏକା ସଂଳାପ ହିଁ ଶୁଣାଉଛ I ଆଉ କିଛି ଶିଖି ପାରିନାହଁ କି ଏତେ ବର୍ଷରେ ? ଜନ୍ମ ଦିନର ଉପହାର ପାଇଁ ଧନ୍ୟବାଦ I ତୁମର ପସନ୍ଦର ନାରଙ୍ଗୀ ରଙ୍ଗରପୋଷାକଟିଏ ପିନ୍ଧି ପ୍ରୀତେଶ ଆଣିଥିବା କେକଟି କାଟିଛି, ପରେ ଫୋଟୋ ସେୟାର କରିବି I ହଁ ତୁମ ଡାଏରୀ ଲେଖା ପୁଣି ଆରମ୍ଭ କଲଣି ନ ନାହିଁ? ମୁଁ ତ ଶୁଣିବାକୁ ପାଉଛି ତୁମେ ଡାଏରୀ ଲେଖା ଆରମ୍ଭ କରିଛ I ସୁମତି କହୁଥିଲା ତାହା ସହିତ କୁଆଡେ ଗତ ସପ୍ତାହରେ ବୁଲିବାକୁ ଯାଇଥିଲ ଆଉ ବହୁତ ଗୁଡ଼ାଏ ରଙ୍ଗ ବିରଙ୍ଗ ପତ୍ର ସବୁ ଆଣି ତୁମର ଅଭ୍ୟାସ ମୁତାବକ ଖବର କାଗଜ଼ ଭିତରେ ରଖିଛ ଶୁଖେଇବା ଲାଗି I ସତରେ ବେଳେ ବେଳେ ମୁଁ ବି ଆଶ୍ଚର୍ଯ୍ୟ ହୁଏ, ପତ୍ର ଗୁଡାକ କେମିତି କାଗଜର  ସ୍ପର୍ଶ ପାଇ ସବୁ ଦିନ ଲାଗି ରଙ୍ଗୀନ ହୋଇ ଯାଆନ୍ତି !"


" ହଁ ଗତ ସପ୍ତାହରେ ଯାଇଥିଲି ସୁମତି ସହିତ I ତାକୁ ଶିଖେଇବାକୁ ଚେଷ୍ଠା କରିଥିଲି କେମିତି ପତ୍ର ସବୁକୁ ଖବର କାଗଜ଼ ମଧ୍ୟରେ ରଖି ଶୁଖେଇ ସୁନ୍ଦର ଭାବରେ ଲାମିନଟ କରି ରଖି ହେବ ସ୍ମୃତି ହିସାବରେ, କିନ୍ତୁ.."


ନିର୍ମଳ କିଛି କହିବା ଆଗରୁ ସ୍ଵାତିର ସ୍ଵର ଶୁଭିଲା," କିନ୍ତୁ କଣ? ତୁମେ ସୁଧୁରିବନି, ସିଧା କହିକି  ବାହା ହେଉ ନାହଁ କାହିଁକି ତାକୁ?"


"ଭଲ ପାଇବାଟା  ନିଜ ଇଛାରେ ହୁଏ ନାହିଁ ସ୍ଵାତି, କି ଶିଖେଇ ହୁଏନି, ଯେବେ ହେବାର କଥା ହୋଇ ଯାଏ ନଚେତ ନାହିଁ," ନିର୍ମଳ କହିଲା  I 


" ହଉ ହେଲା ତୁମର ସେ ଦର୍ଶନ ସବୁ ଥାଉ, କଣ ହେଲା କୁହ ତା ପରେ," ସ୍ଵାତି କହିଲା  I 


"କିଛି ହେଲାନି , କୌଣସି କାରଣରୁ ପତ୍ର ଗୁଡିକ ସବୁ ସଢ଼ିଗଲା I ସୁମତି ଆଉ ଥରେ ଯିବା ପାଇଁ ନାରାଜ଼ I କହିଲା ବୋର ଲାଗୁଛି, ସେହି ରଙ୍ଗ ସେହି ରାସ୍ତା I ସମସ୍ତେ କଣ ତୁମ ଭଳି କି ଆଉ, ଗୋଟିଏ ଜିନିଷକୁ ବାରମ୍ବାର କରି ବୋର ହେବେନି?" ନିର୍ମଳ କହିଲା I 


" ହୋଉ ହେଲା ସେତିକି ତେଲ ଯଥେଷ୍ଠ, ମୁଁ ରହୁଛି, ୟାଙ୍କର ଆସିବା ସମୟ ହେଲାଣି," ସ୍ଵାତି କହିଲା I 

ନିର୍ମଳ ଫୋନ ରଖି ଦେଲା ଆଉ ଚାଲିଗଲା ତାହାର ପଢା ଟେବୁଲ ପାଖକୁ I ଖୋଲିଲା ତାହାର ଡାଏରୀଟିକୁ I ଓଲଟାଇଦେଲା ତାହାର ପୃଷ୍ଠା ଆଉ ଦେଖିବାକୁ ଲାଗିଲା ଲାଲ ରଙ୍ଗର ପତ୍ରଟିକୁ I 


ଏବେବି ସତେଜ ଦେଖା ଯାଉଛି ଏତେ ବର୍ଷ ପରେ I ସ୍ଵାତି  ଦେଇଥିଲା ହୃଦୟ ଆକାରର ସେହି ପତ୍ରଟିକୁ ତାକୁ ଶେଷ ପର୍ଯ୍ୟଟନ ପରେ ଅନେକ ବର୍ଷ ତଳେ I ତଳେ ତାହାର ନିଜର ସନ୍ତକ ତାରିଖ ସହିତ ଟିପିଛି ସିଏ I ଆଉ ତାହା ପର ପୃଷ୍ଠାଟି ଏବେ ମଧ୍ୟ ଫାଙ୍କା ହୋଇ ଅଛି, ବାହାରକୁ ଚାହିଁଲା ନିର୍ମଳ , ସୂର୍ଯ୍ୟାସ୍ତରେ ଝଲସି ଉଠିଥିଲା ପରିବେଶଟି, ପତ୍ରଝଡାର ରଙ୍ଗରେ I 



Rate this content
Log in

Similar oriya story from Romance