STORYMIRROR

Sunanda Mohanty

Romance Action Others

3  

Sunanda Mohanty

Romance Action Others

ପ୍ରେମ

ପ୍ରେମ

2 mins
425

  ଦଶମ ଶ୍ରେଣୀରେ ଖାତା ଦେଖା ପରେ ମନିଟର ଖାତା ଗୁଡିକ ସହପାଠିନୀ ମାନଙ୍କୁ ଫେରେଇବା କୁ ଯାଇ କହୁଥିଲା ଏ ଖାତାରେ ନା ନାହିଁ ଏଟା କଣ ଅନାମିକା ର ଖାତା କି? ପିଲାଏ ହସୁଥିଲେ ମୁଁ କିନ୍ତୁ ଚମକି ପଡ଼ିଥିଲି ।


   ଖାଲି ସମୟରେ ଲେଖାଲେଖି କରେ ଆଉ ପୋଷ୍ଟ କରେ ଫେସବୁକ ରେ । ମୋ ନିଜ ଲେଖା ମତେ କେତେ ଭଲ ଲାଗେ ସେଇଟା ତ ଅଲଗା କଥା କିନ୍ତୁ କିଏ କେବେ ଲାଇକ କଲେ ବା କମେଣ୍ଟ ଦେଲେ ଭଲଲାଗେ । ଆଜି ମୋ ନିଜ ଲେଖାରେ କମେଣ୍ଟ ଟିଏ ଥିଲା ଅନାମିକା, ଭଲ ଅଛ? ଚମକି ପଡିଲି କମେଣ୍ଟ କରିଥିବା ବେକ୍ତି ଙ୍କ ନିଜସ୍ୱ ଆକାଉଣ୍ଟ କୁ ଯାଇ ଦେଖେତ ଚିନ୍ହି ପାରିଲିନି କେବଳ ଜାଣିଲି ଏକା କଲେଜ ରେ ଏକା ବ୍ୟାଚ ର କେହି ! କିଏ ହେଇପାରେ ବୋଲି ଯେତେ ମନେପକାଇଲେ ବି ପାରିଲିନି । 

    ସ୍କୁଲରେ ବର୍ତମାନ ନବମ ପିଲାଙ୍କର ଏନରୋଲମେଣ୍ଟ,, ସମସ୍ତଙ୍କ ଫୋଟୋ ଆଦାୟ ଚାଲିଛି । ପ୍ରତ୍ୟକ ଝିଅ ଫୋଟୋ ପଛପଟେ ନିଜ ନା ଲେଖିବାକୁ ନିର୍ଦେଶ ଦେଇ ଦେଖେ ଜଣଙ୍କର ନା ନଥିଲା ତ ମୋ ପାଟିରୁ ଆପେ ଅନାମିକା କିଏ ଇଏ ବାହାରିଯାଇଥିଲା ତ ମୁଁ ପୁଣି ଚମକି ପଡ଼ିଥିଲି ସ୍ମୃତି ଟି ମନେପଡିଯାଇଥିଲା ।           

   ସେଦିନ କଲେଜ ଲାଇବ୍ରେରୀ ରେ ଫୋଟୋଟିଏ ଖସାଇଦେଇ ଖୋଜିହେଉଥିଲି ତ ବାଳିକା କମନ ରୁମ ରେ ବସିଥିଲା ବେଳେ ପୁଅଟିଏ ଦୁଆର ନିକଟକୁ ଆସି ମୋ ଫୋଟୋ ଟି ଦେଖାଇ ଏଇଟା କାହାର ପଚାରିଥିଲେ ତ ମୁଁ ମୋର ବୋଲି ଜାଣି ବି କିଛି କହିନଥିଲି, ସେ ପୁଣି କହୁଥିଲେ କି କିଏ ଏହି ଅନାମିକା ତଥାପି ମୁଁ ମୋର ବୋଲି ଠିଆ ହୋଇ କହିନଥିଲି, ଅନ୍ୟମାନେ ବି କଥା ଟାକୁ ହାଲକା ରେ ନେଇଥିଲେ, ମୋ କାନରେ ଚୁପି ଚୁପି ଗୌରୀ କହୁଥିଲା ତୋର ବୋଧେ କହିଲୁନି, ଦେଖିଲୁନି, ମାଗିଲୁନି  ମୁଁ କିଛି କହିନଥିଲି ତାକୁ କ୍ଲାସ ଥିଲା ତ ଚାଲିଯାଇଥିଲି । 

                   ଦୁଇ ଚାରିଦିନ ପରେ ତରତରରେ କଲେଜ କୁ ପଶିଯିବା ବେଳେ କେହିଜଣେ ମୋ ଆଗରେ, ଚାହିଁ ଦେଖିଲି ସେଇ ପୁଅଟି ଏବଂ ଫୋଟୋଟି କାଢି ମୋ ଆଗରେ ଧରି କହୁଥିଲେ ନିଅନ୍ତୁ ଅନାମିକା । ତରତରେ ରେ ଫୋଟୋ ଟି ନେଇ ଚାଲିଗଲି ଥ୍ୟାଙ୍କ ନକହି, ଆଉ ସେଇଦିନପରଠୁ କେବେ କେମିତି ବାଟଘାଟ ରେ ପୁଅଟି ସଙ୍ଗେ ଦେଖା ହେଲେ ବିଜୁଳି ଭଳି ଚାଲିଯାଏ ଅନ୍ୟ ଆଡେ, ପରେ ଦିନେ ଜେନେରାଲ କ୍ଲାସ ରେ ଦେଖି ଜାଣିଥିଲି ମୋ କ୍ଳାସମେଟ ।  


       ସବୁକଥା ମନେପଡିଯାଇଥିଲା ତ ଖୁସି ଲାଗୁଥିଲା ଯେତିକି ଦୁଃଖ ବି ଲାଗୁଥିଲା ସେତିକି, ସେଦିନ ସ୍କୁଲରୁ ଯାଇ ଘରେ ପହଂଚି ଫେସବୁକ ଖୋଲି ତାଙ୍କ ମେସେଜ ରେ ଧନ୍ୟବାଦ ଲେଖିଲା ବେଳେ ଦୀର୍ଘନିଶ୍ବାସ ଟିଏ ବାହାରିଆସୁଥିଲା ଆପେ ଆପେ, ଯାହାର କୌଣସି ମାନେ ହିଁ ନଥିଲା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Romance