ପ୍ରେମ ରଙ୍ଗ
ପ୍ରେମ ରଙ୍ଗ
ବିଶ୍ୱକୁ ଭଲପାଇଲା ବେଳେ ସ୍ନିଗ୍ଧା ଆଖିକି ସବୁ ନାଲି ନାଲି ଦେଖାଯାଉଥିଲା. ବାପା ମାଆଙ୍କ ବାରଣ ନମାନି ସେ ଘରୁ ଗୋଡ଼ କାଢିଥିଲା ବେଳେ ବାଟରେ ପ୍ରଥମେ ଭାଇ ତାକୁ ଫେରାଇ ଆଣିବାକୁ ଚେଷ୍ଟା କରି ହାରିଯାଇଥିଲା କାରଣ ଭାଇ ମଧ୍ୟ ରୁକୁକୁ ଭଲ ପାଇବା କଥା ସେ ଜାଣିଥିଲା ତ ଚେତେଇ ଦେବାକୁ ପଛେଇ ନଥିଲା ଭଉଣୀ ସ୍ନିଗ୍ଧା ଯେ ଘରେ ଯଦି ରୁକୁକୁ ବୋହୁ କରିବାକୁ ଅରାଜି ହୁଅନ୍ତି ଏକମାତ୍ର ଭଉଣୀ ମୁଁ ତୋ ସପକ୍ଷରେ ଯିବି ଭାଇ କହି ବାଟ ଭାଙ୍ଗି ଷ୍ଟେସନରେ ବସିଥିଲା ବିଶ୍ୱ ପାଖେ ତ ବୋଉର ବାରମ୍ଭାର ଫୋନ ଆସିବା ସହ ବାପା ମଧ୍ୟ ସନ୍ଧାନ ପାଇ ଆସି ଖାଲି ଆପୁ କଥା କହୁଥିଲେ ତ ଆପୁ ଯିଏ ତାଙ୍କ ଘର ପୋଷା କୁକୁର ସେ ସ୍ନିଗ୍ଧାକୁ ଛାଡି ଗୋଟେ ମୁହୂର୍ତ୍ତ ମଧ୍ୟ ବିତାଇ ପାରେନା ତା ଦ୍ୱାହି ଦେଇ କହିଥିଲେ ଆପୁ ଖୁବ ଶୀଘ୍ର ମାଆ ହେବାକୁ ଯାଉଛି ଝିଅ ତୁ ନଥିଲେ ସେ ତା ଛୁଆଙ୍କ ଭିତରେ ବି ତୋ ମୁହଁ ଖୋଜିହେବ. ପଶୁଟେ ହେଲେ କଣ ହେଲା ସେ ସବୁ ବୁଝିପାରେ ଓ ଜାଣିପାରେ ବୋଲି ତତେ ନିଆଁରେ ପଡିବା ପୂର୍ବରୁ, ଜଳରେ ବୁଡିଯିବା ପୂର୍ବରୁ ରକ୍ଷା କରିଥିଲା ନା ନାହିଁ କହ!ଏମିତିକି ତୋ କଲେଜରେ ମାରପିଟ ହେବାକୁ ଅଛି ବୋଲି କୁକୁରଟି ପଶୁ ହେଲେ ବି ତୋ ଓଢଣୀ ଟାଣି ଟାଣି ସେଦିନ ତତେ ଯିବାକୁ ଦେଇନଥିଲା କଲେଜ. ବମ ଫୁଟି ଅନେକ ଛାତ୍ର ଛାତ୍ରୀ ଶିକ୍ଷକ ଶିକ୍ଷୟିତ୍ରୀ ଆହତ ହୋଇଥିଲେ ମଧ୍ୟ ଆପୁ ଯୋଗୁଁ ସେଦିନ ତୁ ରକ୍ଷା ପାଇଯାଇଥିଲୁ ନା ମାଆ. ଆଜି ଅନ୍ତତଃ ତା ମୁହଁକୁ ଚାହିଁ ରହିଯା ଝିଅ.ମୁଁ ବରଂ ବିଶ୍ବର ବାପା ମାଆ ଓ ଅନ୍ୟାନ୍ୟ ମୁରବୀମାନଙ୍କ ସହ କଥା ହୋଇ ତୋ ବାହାଘର ପକ୍କା କରିବି. ଶୁଣିନଥିଲା ସେଦିନ ସ୍ନିଗ୍ଧା. ଭୁଲିଗଲା ପିତୃତ୍ୱର ଦ୍ୱାହି, ଲିଭିଗଲା ସବୁ ମାତୃତ୍ୱର ଅଭୁଲା ସ୍ମୃତି ମନରୁ ତା ସହିତ ଭାଇ ସଙ୍ଗେ ବିତାଇ ଥିବା ହସଖୁସିର ପିଲାଦିନ. ପ୍ରେମର ରଙ୍ଗ ନାଲି ନାଲି ବୋଲି ମନକୁ ଗୀତ କବିତା ଗଳ୍ପ ଉପନ୍ୟାସ ଲେଖାଯାଇଛି!ଟ୍ରେନ ଛାଡିଲା ଯାଏଁ ବାପା ଠିଆ ହୋଇଥିଲେ ଲୁହାଭରା ଆଖି ନେଇ. ଅସ୍ପଷ୍ଟ ସ୍ୱରରେ ଉଚ୍ଚାରଣ କରୁଥିଲେ ବୁଦ୍ଧଂ ଶରଣଂଗଛାମୀ.
ସ୍ନିଗ୍ଧା କିନ୍ତୁ ଖୁବ କମ ଦିନ ନୁହେଁ କେଇ ଘଣ୍ଟା ଭିତରେ ଶାଶୁ ଘରେ ନିଜକୁ ଅସହାୟ ମନେକଲା. ଯେତେ ସହି ସମ୍ଭାଳି ଅନ୍ୟର ମନ ନେଇ ଚାଲିବାକୁ ଓ ଚଳିବାକୁ ଚାହିଁବି ଠୋକର ଖାଉଥିଲା ପ୍ରତି ମୁହୂର୍ତ୍ତରେ. ପ୍ରଥମେ ପ୍ରଥମେ ସାନ୍ତ୍ୱନା ଦେଉଥିବା ବିଶ୍ୱ ଝିଅ ହେଲା ପରେ ବଦଳିଗଲେ ଏକଦମ . ଝିଅ ସମ୍ପୂର୍ଣ୍ଣ ବାପା ପରି ରଙ୍ଗ ଆଣିଥିଲା ତ ସ୍ନିଗ୍ଧାର ଦୋଷ କଣ!ସାଇନ୍ସ ପଢୁଆ ପୁଅ ବିଶ୍ୱଙ୍କୁ କଣ ଅଛପା ଅଛି ଝିଅ ହେବାପାଇଁ ବାପା ହିଁ ଦାୟୀ. ପୁରୁଷ ପୁଅର ଅଣ୍ଡ କୋଷରେ ତ କେବଳ ଏକ୍ସ କ୍ରୋମଜମ ନାରୀ ଦେହରେ ସିନା ଏକ୍ସ ଓ ଓ୍ଵାଇ ଉଭୟ ଥାଏ. ପୁଣି ରଙ୍ଗ ରୂପ କଥା ଉଠିଲେ ଏତିକି କୁହାଯାଇପାରେ ବାପା ଭଳି ଝିଅ ଖେଳଇ ଦୋଳି, ତ ଏଥିରେ ସ୍ନିଗ୍ଧାର ଭୁଲ କଣ? ସମସ୍ତଙ୍କ ଠାରୁ ପ୍ରତ୍ୟାକ୍ଷାନ ସହଣୀୟ କିନ୍ତୁ ନିଜ କନ୍ୟାର ପିତାଙ୍କଠାରୁ ହତାଦର ମାଆ ସ୍ନିଗ୍ଧାକୁ ଦୁଃଖ ଦେଲାବେଳେ ନିଜ ବାପାଙ୍କ ସେଦିନର ସେହି କାନ୍ଦୁରା ମୁହଁ ସହ ଅନ୍ୟ ଉପାୟ ବିହୀନ ହୋଇ ବୁଦ୍ଧଙ୍କ ଶରଣ ନେବା ଓ ଉଚ୍ଚାରଣ ମନକୁ ଆନ୍ଦୋଳିତ କରୁଥିବା ବେଳେ ସ୍ନିଗ୍ଧା ପାଖରେ କିଛି ବି ବିକଳ୍ପ ନଥିଲା. ପାପା ପାପା ଡାକି ଝିଅ ସେଦିନ ବିଶ୍ୱଙ୍କ ପ୍ୟାଣ୍ଟ ଧରି ନୂଆ ଠିଆ ଠିଆ ଅବସ୍ଥାରେ ବିଶ୍ୱ ଝିଅକୁ ଠେଲି ଦେଇଥିଲେ ତ ରକ୍ତ ଭାଷି ଯାଉଥିଲା ଝିଅ ମୁଣ୍ଡରୁ କିନ୍ତୁ ବିଶ୍ୱଙ୍କର ସେଥିପ୍ରତି ଉଦାସୀନତା ସ୍ନିଗ୍ଧାକୁ ବାଧ୍ୟ କରିଥିଲା ଏକୁଟିଆ ହସ୍ପିଟାଲ ଯିବାକୁ. ଚାରିକାନ୍ଥ ଦ୍ୱାରା ଏଯାଏଁ ଆବଦ୍ଧ ସ୍ନିଗ୍ଧା ଝିଅକୁ ଧରି ହସ୍ପିଟାଲରୁ ସିଧା ଷ୍ଟେସନରେ ପହଞ୍ଚିଥିଲା. ଘରେ ତାକୁ କେହିବି ସ୍ୱାଗତ ନକରୁ ହେଲେ ଆପୁ ନିଶ୍ଚୟ ଚିହ୍ନିବ ଓ ପ୍ରଶ୍ନ ଭରା ଆଖିରେ ପଚାରିବ ମୋ ଛୁଆକୁ ନଦେଖି ତାଙ୍କ ଯତ୍ନ ନନେଇ କେମିତି କୁଆଡେ ହଜିଯାଇଥିଲୁ ସ୍ନିଗ୍ଧା!
ଘରେ କିନ୍ତୁ ସମସ୍ତଙ୍କ ଭିତରେ ଆପୁ ନଥିଲା. ଝିଅକୁ ମାଆ ବାପା ଭାଇ କେହି କୋଳେଇ ନେଉନଥିଲେ ତ ଦେଖାଗଲା ମୃତ ଆପୁର ଏକମାତ୍ର ଜୀବିତ କୁକୁର, ଠିକ ତା ମାଆ ପରି ଦେଖିବାକୁ ସ୍ନିଗ୍ଧାକୁ ସିନା ଚିହ୍ନି ପାରୁନଥିଲା କିନ୍ତୁ ଟିକି ଝିଅର ପିଛା ଛାଡ଼ୁନଥିଲା. ସେଦିନ ଉଚ୍ଚ ବାରଣ୍ଡାରୁ ତଳକୁ ଖସିପଡୁଥିବା ଝିଅର ଗୋଡ଼ ଦୁଇଟିକୁ କାମୁଡି ଧରି ଆପୁର ଝିଅ ହୁଣ୍ଡୀ କାମୁଡି ଭିଡି ଧରିଥିଲା ଏମିତି ଯେ ଭୟରେ ସ୍ନିଗ୍ଧାର ବାପା ମାଆ ଓ ଭାଇ ଦଉଡିଯାଇ ହେ ହେ କରି ଝିଅକୁ ତୋଳି ଧରିବା ଦେଖି ପଛରୁ ସ୍ନିଗ୍ଧା ଭାବୁଥିଲା ପ୍ରକୃତ ଭଲପାଇବାର ରଙ୍ଗ ଏବେବି ନାଲି ରହିଛି. ଅପ୍ରାକୃତିକ ପ୍ରେମ ଯେଉଁଥିରେ ବାପା ମାଆ ଓ ପରିବାର ଲୋକଙ୍କ ଆଶୀର୍ବାଦ ନଥାଏ ତାହା ପୋହଳା ଏଣ୍ଡୁଅ ରଙ୍ଗ ପରି ସ୍ୱାର୍ଥ ଓ ସର୍ତ୍ତର ସିନା!ନହେଲେ ସତ୍ୟ ଅନୁସନ୍ଧାନ ପାଇଁ ବୁଦ୍ଧ କଣ କେଵେ ରାଜଉଆସ ପରିତ୍ୟାଗ କରିପାରିଥାଆନ୍ତେ!ସତ୍ୟର ଆଲୋକ ସନ୍ଧାନରେ ପ୍ରେମର ରଙ୍ଗ ନିଶ୍ଚୟ ଅଲଗା. ସେଇଥିପାଇଁ ସେଦିନ ବାପାଙ୍କ ପାଟିରୁ ବାହାରିଥିଲା ବୁଦ୍ଧଂ ଶରଣଂ ଗଛାମୀ. ଏଣିକି ସ୍ନିଗ୍ଧା ବୁଲା ଜନ୍ତୁ ମାନଙ୍କ ଥଇଥାନ ପାଇଁ ଆଶ୍ରମଟିଏ ଖୋଲିବା ସହ ଚର୍ଚ୍ଚାରେ ରହିବା ସହ ନିରାଶ୍ରୟ କନ୍ୟା ଓ ଯୁବତୀଙ୍କୁ ସତ୍ୟ ସନ୍ଧାନ ପାଇଁ ଉପାର୍ଜ୍ଜନକ୍ଷମ ହେବାକୁ ସିଲେଇ ମେସିନ ଖରିଦ କରି ରଖିଥିଲାତ ଫର୍ଚ୍ଚା ହେଉଥିଲା ପ୍ରେମରଙ୍ଗ.

