Nirupama Dehuri

Romance

2  

Nirupama Dehuri

Romance

ପ୍ରେମ ପୁଲକ

ପ୍ରେମ ପୁଲକ

2 mins
82


ଯୌବନର ପ୍ରଥମ ପାଦରେ ଶିହରଣ ଖେଳିଯାଏ ମନେ । ଉଡି ବୁଲେ ନୀଳ ଆକାଶରେ । ସ୍ୱପ୍ନର ଦୋଳିରେ ଝୁଲି ଝୁଲି ଜୀବନକୁ ଉପଭୋଗ କରିବାର ପ୍ରବଳ ଉତ୍ସାହ । ଭୁଲିଯାଏ ବାସ୍ତବତା କୁଆଁରୀ ଆଖିରେ ଅସୁମାରୀ ସ୍ୱପ୍ନ । ଜୀବନ ଯମୁନାରେ ଖୁସିର ଜୁଆର । ମାଆ ନଥିଲେ ବି ବାପାଙ୍କର ସ୍ନେହ ଆଦରରେ ବଢ଼ିଛି ନୀତା ।

କେବେ ମାଆର ଅଭାବ ଅନୁଭବ କରି ନାହିଁ। ପୋଲିସ ଅଫିସର ହେବାର ସ୍ୱପ୍ନ ପିଲାଟି ଦିନରୁ ରହିଛି । ବଡ଼ ଭଉଣୀର ବାହାଘର ପରେ ଘରେ ବାପା ଓ ବଡ଼ଭାଇ କୌଣସି ଜିନିଷରେ ଆକଟ କରି ନାହାନ୍ତି । ରାତି ୪ଟା ରୁ ଉଠି ଦଉଡିବା, ନଦୀ ପୋଖରୀରେ ପହଁରିବା ପ୍ରତ୍ୟେକ ଟି ସ୍ଥାନରେ ବାପା ଛାଇ ଭଳି ଠିଆ ହୋଇଥାନ୍ତି । ଗାଁ ଲୋକମାନଙ୍କର ଟାହି0ଟାପରାକୁ କର୍ଣ୍ଣପାତ ନକରି ଆଗେଇ ଚାଲିଲା ଲକ୍ଷ ପଥରେ । ଶେଷରେ ସ୍ୱପ୍ନ ସତ୍ୟରେ ପରିଣତ ହେଲା ।ସବ୍ ଇନ୍ସପେକ୍ଟର ପୋଷ୍ଟ ପାଇଁ ସିଲେକ୍ଟ ହେଲା । ଟ୍ରେନିଙ୍ଗ ପାଇଁ ଦୂର ସହରକୁ ଯିବାକୁ ହେଲା ନୀତାକୁ ।ବାପା ସାଥିରେ ଯିବାକୁ ଚାହିଁଲେ ହେଲେ ନୀତା କହିଲା ବାପା ତୁମ ଝିଅ ଜଣେ ପୋଲିସ ହେବାକୁ ଯାଉଛି ଯଦି ସେ ତା ନିଜ ସୁରକ୍ଷା କରି ନ ପାରିଲା ଅନ୍ୟମାନଙ୍କ ସୁରକ୍ଷା କିପରି କରିବ । ଝିଅର କଥାରେ ବାପା ନିଶ୍ଚିତ ରହିଲେ ।ନୀତାର ଖୁସି କହିଲେ ନସରେ । ବାପା ତାକୁ କହିଥିବା ପିଲାଦିନର କଥା ମନେ ପଡିଗଲା ଧୈର୍ଯ୍ୟ ଉତ୍ସାହ ଅଧ୍ୟବସାୟ ବଳରେ ଅସାଧ୍ୟ ମଧ୍ୟ ସାଧନା କରିହୁଏ । ଆଖିରେ ଆଖିଏ ସ୍ୱପ୍ନ ନେଇ ଟ୍ରେନିଙ୍ଗ ପାଇଁ ସହରକୁ ଗଲା । ଭବିଷ୍ୟତ ହାତ ଠାରି ଡାକୁଥିଲା ଆ ଜୀବନସାଥି ପଥଚାହଁ ବସିଛି । ଟ୍ରେନିଙ୍ଗ ସେଣ୍ଟରରେ ଅଦମ୍ୟ ଉତ୍ସାହରେ ସଫଳତା ପୂର୍ବକ ଟ୍ରେନିଙ୍ଗ ଶେଷ କଲା ନୀତା । ତା'ର ଅଜାଣତରେ ନୀତା ଅଫିସରଙ୍କ ହୃଦୟର ନିଭୃତ ଇଲାକାରେ ପ୍ରବେଶ କରି ସାରିଥିଲା । ଶୈଳେଶ ଅବିବାହିତ ନିଜ ମନର କଥା ପ୍ରକାଶ କରିଥିଲେ ନୀତା ଆଗରେ ।ନୀତା ବି ମନେ ମନେ ଭଲପାଇ ବସିଥିଲା ଶୈଳେଶଙ୍କୁ । ନୀତାର ଆନନ୍ଦ କହିଲେ ନସରେ ପ୍ରେମ ପୁଲକ ରେ ସାରା ଦୁନିଆଁ ରଙ୍ଗିନ ଦିଶୁଥିଲା । ଶୈଳେଶଙ୍କ କଥାଶୁଣି କୋଠର ପୋଲିସ ଭିତରୁ କୁଆଁରୀ ମନଟି ଲାଜେଇ ଯାଇଥିଲା ।ବାପା, ବଡ଼ଭାଇଙ୍କ ଅନୁମତି ନେବା ପାଇଁ ଶୈଳେଶଙ୍କୁ କହିଲା ।ବାପା, ବଡ଼ଭାଇଙ୍କ ମନା‌ କରିବାର କୌଣସି କାରଣ ନଥିଲା । ବାପା ବହୁତ ଖୁସି ଝିଅ ଆଜି ପୋଲିସ ଆଉ ଜ୍ବାଇଁ ପୋଲିସ ଅଫିସର ଜୀବନେ ଖୁସିର ଜୁଆର କୂଳ ଲଙ୍ଘନ କରୁଥିଲା ।ଆଉ ନୀତା ସ୍ୱପ୍ନ ରାଇଜରେ ଉଡି ବୁଲୁଥିଲା । ପ୍ରେମର ରଙ୍ଗିନ ଇଲାକାରେ ବିଜୟିନୀ ମୁକୁଟ ପିନ୍ଧି ସ୍ୱପ୍ନିଳ ଭବିଷ୍ୟତର ସନ୍ଦେଶ ଆଣିଲା ।



Rate this content
Log in

Similar oriya story from Romance