STORYMIRROR

Nirupama Dehuri

Tragedy

3  

Nirupama Dehuri

Tragedy

ଅବାଞ୍ଛିତ ମାତୃତ୍ଵ

ଅବାଞ୍ଛିତ ମାତୃତ୍ଵ

2 mins
413

ତ୍ୟାଗ ଆଉ ମମତାର ଦେବୀ ।ବାତ୍ସଲ୍ୟ ମମତାରେ ପରିପୂର୍ଣ୍ଣ ଯାର ହୃଦୟ ।ସବୁ ଦୁଃଖ ଯାତନାକୁ ନୀଳକଣ୍ଠ ପରି ଆକଣ୍ଠ ପାନ କରି ବୀର ଜନନୀର କର୍ତ୍ତବ୍ୟ ନିଭାଇଥିବା ରମଣୀ । ଇତିହାସ ପୃଷ୍ଠାରେ ପଞ୍ଚସତୀ ମଧ୍ୟେ ଗଣ୍ୟ ।ପଞ୍ଚ ପୁରୁଷଙ୍କ ସହ ସମ୍ବନ୍ଧ ଥାଇ ମଧ୍ୟ ସେ ପ୍ରାତଃ ସ୍ମରଣୀୟ । ସ୍ୱାମୀ ସୋହାଗିନୀ ବୀର ରମଣୀ ।ରାଜସୁଖ ତ୍ୟାଗ କରି ସ୍ବାମୀ ଆଉ ପୁତ୍ରଙ୍କର ପାଇଁ ଦୁର୍ଗମ ଅରଣ୍ୟରେ ବାସ କରିଥିବା ପଣ୍ଡୁଙ୍କର ପାଟରାଣୀ ।

   

  ଯାଦବ ରାଜ ସୁରସେନଙ୍କର କନ୍ୟା କୁନ୍ତଭୋଜଙ୍କ ଦ୍ବାରା ପାଳିତ ଅନନ୍ଦ୍ଯ ସୁନ୍ଦରୀ ଅଳିଅଳ ରାଜକନ୍ୟା କୁନ୍ତୀ ।ସୁଖର ଦୋଳିରେ ଝୁଲୁଥିବା ସେ କନ୍ୟାଟି କ'ଣ ଜାଣିଥିଲା ଯେ ଜୀବନ ଯାତ୍ରା ପଥରେ ଏତେ କଣ୍ଟା ପରିପୂର୍ଣ୍ଣ ।ସେ ହିଁ ତ ମହାଭାରତର ମୂଳଦୁଆ । ସୁକୁମାରୀ ରାଜକନ୍ୟା ପିତାମାତାଙ୍କ ଛତ୍ରଛାୟାରେ ବଢୁଥିବା କଳିକାଟି ଉଚ୍ଛୁଳା ଜୁଆର ଭଳି କୁନ୍ତଭୋଜ ରାଜବାଟୀରେ ଖୁସି ଆଉ ଆଦର୍ଶର ଗାଥା ବଖାଣୁଥିଲା । ଭାଗ୍ୟର ବିଡମ୍ବନା କି ସୌଭାଗ୍ୟର ପଦଚିହ୍ନ ତାହା ଆଜି ବି ପ୍ରଶ୍ନବାଚୀ ପରି । ଦୁର୍ବାସାଙ୍କ ଆଗମନ କୁନ୍ତଭୋଜ ରାଜଦରବାରରେ । ଦୁର୍ବାସାଙ୍କ ଆତିଥ୍ୟ ଆଉ ସେବା ସତ୍କାର କାର୍ଯ୍ୟ କୁନ୍ତୀଙ୍କ ହସ୍ତରେ ନ୍ୟସ୍ତ କଲେ କୁନ୍ତଭୋଜ । ଆଦର୍ଶ ଆଉ ସଂସ୍କାରରେ ପରିପୂର୍ଣ୍ଣ କୁନ୍ତୀ ମନ ପ୍ରାଣ ଆଉ ଭକ୍ତି ସହକାରେ ଦୁର୍ବାସାଙ୍କ ସେବା ସତ୍କାରରେ ଲାଗି ରହିଲେ । କୁନ୍ତୀଙ୍କ ଆତିଥ୍ଯରେ ପ୍ରସନ୍ନ ହୋଇ ଦୁର୍ବାସା ତାଙ୍କୁ ଏକ ମାଳା ପ୍ରଦାନ କଲେ ।ଦିବ୍ୟଦ୍ରଷ୍ଟା ଦୁର୍ବାସା କହିଲେ ହେ କୁନ୍ତୀ ଯେଉଁ ଦେବ ଅବା ମାନବଙ୍କୁ ସ୍ମରଣ କରି ଏହି ମାଳା ଜପ କରିବ ସେ ତୁମକୁ ଏକ ପୁତ୍ର ସନ୍ତାନ ପ୍ରଦାନ କରିବେ । ଭବିଷ୍ୟତରେ ଏହି ମାଳା ତୁମ ଦରକାରରେ ଆସିବ । ଅଳ୍ପ ବୟସୀ ବାଳିକା କୁନ୍ତୀ କୋତୁହଳରେ ପରିକ୍ଷା କରିବା ଆଶା ନେଇ ଉଇଁ ଆସୁଥିବା ସୂର୍ଯ୍ୟଙ୍କୁ ସ୍ମରଣ କଲେ । ମାଳା ନିୟମକୁ ଉପେକ୍ଷା ନକରି ସୂର୍ଯ୍ୟ ଆସି କୁନ୍ତୀଙ୍କ ପାଖରେ ଉପସ୍ଥିତ ହେଲେ । ଭୟ ଆଉ ଆଶଙ୍କାରେ କୁନ୍ତୀ ନିଜର କୁମାରୀତ୍ୱ ରକ୍ଷା ପାଇଁ ସୂର୍ଯ୍ୟଙ୍କୁ ନିବେଦନ କଲେ । ସୂର୍ଯ୍ୟ କୁମାରୀତ୍ୱ ରକ୍ଷା ଅର୍ଥେ କୁନ୍ତୀଙ୍କୁ କର୍ଣ୍ଣପଥରେ ଏକ ପୁତ୍ର ସନ୍ତାନ ଜନ୍ମ ଦେବାକୁ ବର ପ୍ରଦାନ କଲେ ଏବଂ ପୁତ୍ରକୁ କୋଳରେ ଧାରଣ କରି ଅକ୍ଷୟ କବଚ ଓ କୁଣ୍ଡଳ ଦେଇ କର୍ଣ୍ଣପଥରେ ଜନ୍ମ ନେଇଥିବାରୁ ଏହାର ନାମ କର୍ଣ୍ଣ କହି ଜନ୍ମିତ ପୁତ୍ରକୁ କୁନ୍ତୀଙ୍କ ହସ୍ତରେ ଅର୍ପଣ କରି ଚାଲିଗଲେ । ନିର୍ଜନ ନଦୀକୂଳରେ ଏକ ସୁନ୍ଦର ସୁକୁମାର ପୁତ୍ର କୁମାରୀ କନ୍ୟା କୁନ୍ତୀ ଲୋକ ଅପବାଦ ଭୟରେ ବାତ୍ସଲ୍ୟ ମମତାକୁ ଭୁଲି ଏକ ମଞ୍ଚୁସାରେ ଭର୍ତ୍ତି ଭଗବାନଙ୍କ ଉଦ୍ଦେଶ୍ୟରେ ପ୍ରଣାମ କରି ନଦୀରେ ଭସାଇ ଦେଲେ । ସମୟକ୍ରମେ ସେଇ ମଞ୍ଚୁସା ଟି ଜଣେ ସାରଥୀ ଅଧିରଥ ଓ ତାଙ୍କ ପତ୍ନୀ ରାଧା ପାଇଲେ ଏବଂ ନିଜ ପୁତ୍ର ପରି ଲାଳନପାଳନ କଲେ । ସେଥିପାଇଁ କର୍ଣ୍ଣରୁ ରାଧେୟ ହେଲେ ।


 ପରବର୍ତ୍ତୀ ସମୟରେ ଅଙ୍ଗ ଦେଶର ରାଜା ମହାଦାନୀ କର୍ଣ୍ଣ ।ଦୁର୍ଯ୍ୟୋଧନର ମିତ୍ର ଏବଂ ନିଜ ସହୋଦର ଭାଇ ପାଣ୍ଡବମାନଙ୍କ ଚିରଶତ୍ରୁ ହେଲେ । ପରିଶେଷରେ କୁନ୍ତୀ ମଧ୍ୟମ ପାଣ୍ଡବ ଅର୍ଜୁନଙ୍କ ଜୀବନ ରକ୍ଷା ପାଇଁ କର୍ଣ୍ଣଙ୍କଠୁ କବଚ ଓ କୁଣ୍ଡଳ ନେଇ ତାଙ୍କ ଜନ୍ମଦାତ୍ରୀ ମାତା କୁନ୍ତୀ ହିଁ ତାଙ୍କ ମୃତ୍ୟୁ ର କାରଣ ହେଲେ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy