ସ୍ମୃତି
ସ୍ମୃତି
ସମୟ ସାଥେ ଋତୁଚକ୍ରର ପରିବର୍ତ୍ତନ । ବର୍ଷା ପରେ ପାଦ ଦିଏ ଦରଦୀ ଶୀତ ଧରା ପୃଷ୍ଠରେ । ଅପସରି ଯାଏ ଘନ ବାଦଲ ମାଟି ଶୁଷ୍କ,ଝିଙ୍କାରୀ ର ଝିଇଁ ଝିଇଁ ଶବ୍ଦ, ବେଙ୍ଗ କେଁ କଟର ବି ଶୁଣାଯାଏ ନାହିଁ । ନିର୍ମଳ ଆକାଶ ସ୍ୱଚ୍ଛ ଜଳଧାରା । ଶୀତୁଆ ପବନେ ଥରି ଉଠେ ଦେହ । ସବୁଜ ବନାନୀରେ ଧରିତ୍ରୀ ଅପରୂପ ।ଶୀତର ପହିଲି ଛୁଆଁ ତନୁ ମନ ପୁଲକିତ ।ଆସିବ ଆସିବ ହେଉଛି ନୂତନବର୍ଷ ।ବର୍ଷକର ପୁଅକୁ ଧରି ସ୍ୱାମୀଙ୍କ ଆସିବା ପଥକୁ ଚାହିଁଛି ସ୍ନିଗ୍ଧା । ସ୍ୱାମୀ ସୀମାନ୍ତରେ ଜମ୍ମୁ କାଶ୍ମୀର ଇଲାକାରେ ସେନାର କମାଣ୍ଡର ଅହେତୁକ ଭୟ ଭରି ରହିଛି ମନେ । ସ୍ୱାମୀଙ୍କ ମଙ୍ଗଳ ପାଇଁ ବାରମ୍ବାର ମଥା ଟେକେ ଭଗବାନଙ୍କ ଆଗରେ । ମାଟି ମାଆ ପାଇଁ ସମର୍ପି ଦେଇଛି ମଥାର ସିନ୍ଦୂର । ଆତଙ୍କବାଦୀ ଆକ୍ରମଣ କି ପାକିସ୍ତାନ ଚୀନର ଷଡ଼ଯନ୍ତ୍ର ହେଲେ ଭୟର ବାତାବରଣ ଲାଗିରହେ ପରିବାର ରେ ଶାଶୁ, ଶ୍ୱଶୁର,ଛୋଟ ଦିଅରଙ୍କ ମନରେ ଭୟର ଭୂମିକମ୍ପ ସ୍ରୃଷ୍ଟି ହୁଏ ।ସାହସ ଦିଅନ୍ତି ଶ୍ୱଶୁର ରିଟାୟାଡ୍ ଲେଫ୍ଟନାଣ୍ଟ ଅଫିସର ଗର୍ବ ଗୋୖରବ ରେ ସାନ ପୁଅକୁ ବି ଦେଶ ସେବାରେ ନିୟୋଜିତ କରିବାକୁ ଚାହାଁନ୍ତି ।ଖବର ପଠାଇଛି ସୋମେଶ ନୂଆଁ ବର୍ଷ ରେ ଛୁଟି କଟାଇବା କୁ ଗାଁ କୁ ଆସିବା ପାଇଁ । ବର୍ଷେ ହେଲାଣି ଘରକୁ ଆସିନି ବର୍ଷକର ପୁଅକୁ ବି ଦେଖିନି ନୂଆଁବର୍ଷ ରେ ନୂଆଁ ଅତିଥି କୁ ଭେଟିବ । ଅତ୍ୟନ୍ତ ଆଗ୍ରହ ଉତ୍ସାହରେ ଛୁଟିର ଦିନକୁ ଅପେକ୍ଷା କରିଛି ସୋମେଶ ।ସକାଳୁ ଘରକୁ ଫେରିଥାନ୍ତା ଅଚାନକ ଅଫିସରୁ ଖବର ଆସିଲା ।ଘାଟିରେ ଆତଙ୍କବାଦୀ ଆକ୍ରମଣ କରିଛନ୍ତି ଅତିଶୀଘ୍ର ପ୍ରସ୍ତୁତ ହୁଅ ।ପିତାର କର୍ତ୍ତବ୍ୟ ଭୁଲି ମାଟି ମା' ପାଇଁ ପୁତ୍ରର କର୍ତ୍ତବ୍ୟ ନିଭାଇବାକୁ ଆଗଭର ହେଲା । ସ୍ୱାମୀଙ୍କ ବାହୁଡ଼ା ପଥକୁ ଚାହିଁ ରହିଥିବା ସ୍ନିଗ୍ଧା ଅଚାନକ ଫୋନ ରିଙ୍ଗ ଶୁଣି ଧାଇଁ ଗଲା ।ଶୁଣିଲା ଆତଙ୍କବାଦୀଙ୍କ ଗୁଳି ବିନିମୟରେ ସୋମେଶ ଗୁରୁତର ଆହତ । ଶାଶୁ ଶ୍ୱଶୁର ସମେତ ସପରିବାର ଧାଇଁ ଗଲେ । ହସ୍ପିଟାଲରେ ଦେଖିଲେ ମୁମୁର୍ଷୁ ଅବସ୍ଥାରେ । ପିତା ମାତା, ସ୍ତ୍ରୀ, ପୁତ୍ର,ଭାଇକୁ ଦେଖି ସବୁଦିନ ପାଇଁ ଆଖି ବୁଜିଲେ ସୋମେଶ ସତେକି ସମସ୍ତଙ୍କୁ ଶେଷ ଥର ଦେଖିବା ପାଇଁ ଅପେକ୍ଷାରେ ଥିଲେ । ସ୍ନିଗ୍ଧା ଜୀବନ କୁ ବାଜି ଲଗାଇ ମାଟି ମାଆ ସେବାରେ ସହିତ ହୋଇଥିବା ସ୍ୱାମୀଙ୍କ ପଥକୁ ଅନୁସରଣ କରି ସେ ବି ନିଜକୁ ଦେଶ ସେବାରେ ସମର୍ପିତ କରିବାକୁ ସମସ୍ତ ଟ୍ରେନିଙ୍ଗ ନେଲା । ଶେଷରେ ସେଇ ନୂଆବର୍ଷରେ ସେ ମଧ୍ୟ କମାଣ୍ଡର ଭାବେ ଯୋଗ ଦେଲା । ଜାତୀୟ ଯୁଦ୍ଧ ସ୍ମାରକୀ ଠାରେ ନିଜ ସ୍ୱାମୀଙ୍କ ନାମ ପାଖରେ ଦୁଇବର୍ଷର ପୁଅ ସହ ଆଜି ଛିଡ଼ା ହୋଇଛି । ହୃଦୟରେ କୋହ ନୟନରେ ଅଶ୍ରୁ ହେଲେ ପୁଅ ପାଇଁ ଅଧରେ ହସ ନେଇ ନୂତନ ବର୍ଷକୁ ସ୍ୱାଗତ ଜଣାଉଛି ।ସୋମେଶଙ୍କ ସ୍ମୃତି ସହ ଜୀବନ ଯୁଦ୍ଧରେ ସଂଘର୍ଷ କରି ଚାଲିଛି ।
